1 ଜିଉଦାର୍ ରାଜା ଜିଅଆକିମର୍ ସାସନ୍ ବେଲର୍ ତିନ୍ ବରସ୍କେ ବାବିଲର୍ ରାଜା ନବ୍କୁଦ୍ନିସ୍ଚର୍ ଜିରୁସାଲମେ ଆସି କରି ନସ୍ଟ କଲା । 2 ଆରି, ସବୁବେଲର୍ ମାପ୍ରୁ, ଜିଉଦାର୍ ରାଜା ଜିଅଆକିମ୍କେ ଆରି ପର୍ମେସରର୍ ଗରର୍ କେତେଟା ଜିନିସ୍ ତାକେ ସର୍ପି ଦେଲା; ତାର୍ପଚେ ସେ ସିନିଅ ଦେସେ ରଇବା ତାର୍ ଦେବ ମନ୍ଦିରେ ସେଟାମନ୍ ନେଲା ଆରି ସର୍ତେ ଜିନିସ୍ ତାର୍ ଦେବ୍ତା ରଇବା ଗରେ ସଙ୍ଗଇଲା ।
3 ଆରି, ରାଜା, ଇସ୍ରାଏଲର୍ ଲକର୍ ବିତ୍ରେ ଅନି, ଜନ୍ଟା କି, ରାଜା ଆରି କୁଲିନ ବଁସେ ଅନି 4 ଚତୁର୍, ସୁନ୍ଦର୍ ଆରି ଗିଆନର୍ ଲକ୍, ବୁଦି ସଙ୍ଗେ କାମ୍ କର୍ବା ଲକ୍ ଆରି ରାଜାର୍ ମୁଆଟେ ସାଆସ୍ ସଙ୍ଗେ ଟିଆ ଅଇ ବେଣ୍ଡିଆ ଲକ୍କେ ଆନ୍ବାକେ ଆରି କଲ୍ଦିଅ ମନ୍କେ ବିଦିଆ ସିକାଇବାକେ ଆରି ନିଜର୍ କାତା ସିକାଇବାକେ ରାଜା ଅସ୍ପନ୍ସକେ କଇଲା । 5 ଆରି, ସେମନ୍ ଜେନ୍ତାର୍ କି ତିନ୍ ବରସ୍ ସାର୍ଲେ ରାଜାର୍ ଲଗେ ଟିଆ ଅଇବାଇ, ଏଟାର୍ ପାଇ ରାଜା ସେ ମନର୍ ପାଇ ତାର୍ ନିଜର୍ କାଦି କାଇବାକେ ଆରି ଅଙ୍ଗୁର୍ ରସ୍ କାଇବାକେ ଆରି ତିନ୍ ବରସ୍ ଜାକ ତାକର୍ ଦେକାସାକା କର୍ବାକେ ଦାଇତ୍ ନେଲା । 6 ଏ ମନର୍ ବିତ୍ରେ ଅନି ରଇଲାଇ ଜିଉଦା ବଁସର୍ ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସରିଅ ରଇଲାଇ । 7 ଆରି, ବେଜୁ ମନର୍ ମୁକିଆ ସେମନ୍କେ ନାଅ ଦେଇ ରଇଲା; ଦାନିଏଲ୍କେ ବେଲ୍ଟସ୍ଚର୍, ଅନାନିଅକେ ସଦ୍ରକ୍, ମିସାଏଲ୍କେ ମଇସକ୍ ଆରି ଅସରିଅକେ ଅବେଦ୍ନଗ ନାଅ ଦେଲା ।
8 ମାତର୍ ରାଜାର୍ କାଦି ଆରି ଅଙ୍ଗୁର୍ ରସ୍ ଦାନିଏଲ୍କେ ଅସୁଚି ବଲି ମନେ ମନେ ବାବ୍ଲା; ଆରି ଜେନ୍ତାର୍ କି ନିଜେ ଅସୁଚି ନ ଅଇବାକେ , ଏଟାର୍ ପାଇ ସେ ବେଜୁ ମନର୍ ମୁକିଆକେ ଗୁଆରି କଲା । 9 ସେଡ୍କିବେଲେ ପର୍ମେସର୍ ସେ ବେଜୁ ମନର୍ ମୁକିଆର୍ ଆକିକେ ଦାନିଏଲ୍କେ ଆସିର୍ବାଦ୍ ଆରି ଦୟା କଲା । 10 ତାର୍ପଚେ ବେଜୁ ମନର୍ ମୁକିଆ ଦାନିଏଲ୍କେ କଇଲା, ମୁଇ ମର୍ ରାଜାକେ ଡର୍ବି, ଜେ କି ତର୍ ପାଇ କାଇବାଟା ଆରି ଅଙ୍ଗୁର୍ ରସ୍ ଦେବାକେ କଇଲାନି, କାଇକେବଇଲେ ତମର୍ ବେଣ୍ଡିଆ ବେଲର୍ ମୁଉଁକେ ଚାଡିଦେଲେ ତମର୍ ମୁର୍କି ମୁଉଁକେ କାଇକେ ଦେକ୍ସି? ସେନ୍ତାର୍ ଆଲେ, ତମେ ମର୍ ରାଜାର୍ ମୁଆଟେ ମର୍ ମୁଣ୍ଡ୍କେ କାଟାଇସା ।
11 ତାର୍ପଚେ ବେଜୁ ମନର୍ ମୁକିଆ ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସରିଅକେ ଦେକ୍ବାକେ ଜନ୍ ଗରର୍ ଲକ୍କେ ବାଚି ଚାଡି ରଇଲା, ଦାନିଏଲ୍ ତାକେ କଇଲା; 12 ଦୟାକରି ତମର୍ ବେଣ୍ଡିଆ ମନ୍କେ ଦସ୍ ଦିନ୍ ପରିକା କରା; ଆମ୍କେ କାଇବାକେ ଡାଲ୍ମୁଲ୍ ସାଗ୍ ଆରି ପାନି ଦିଆ । 13 ତାର୍ପଚେ ଦେକ୍ସା ଆମର୍ ମୁକ୍ କେନ୍ତାର୍ ଆରି ରାଜାର୍ କାଦି କାଇଲା ଲକର୍ ମୁକ୍ କେନ୍ତାର୍; ତାର୍ପଚେ ତମେ ଜେନ୍ତାର୍ ମନ୍ କଲେ ସେନ୍ତାର୍ ଆମର୍ ଉପ୍ରେ ସାସନ୍ କର୍ସା ।
14 ତାର୍ପଚେ ସେ ସେମନର୍ କାତା ଦାରି ଦସ୍ ଦିନ୍ ଜାକ ସେମନର୍ ପରିକା କଲା । 15 ଆରି, ଦସ୍ ଦିନ୍ ଗାଲାପଚେ ଦେକ୍ଲାଇ ରାଜା କାଦି କାଇବା ବେଣ୍ଡିଆ ପିଲା ମନର୍ ମୁଉଁ ତେଇ ଅନି ଏ ମନର୍ ମୁଉଁ ସୁନ୍ଦର୍ ଡିସ୍ଲା ଆରି ବେସି ଗାଗଡ୍ ଡିସ୍ଲାଇ । 16 ତାର୍ପଚେ ସେ ଗରର୍ ଲକ୍ ସେମନ୍କେ ରାଜା କାଦି ଆରି ଅଙ୍ଗୁର୍ ରସ୍ ଦେବାକେ ବନ୍ଦ୍ କରି ସେମନ୍କେ ସାଦା ସାଗ୍ କାଇବାକେ ଦେଲା ।
17 ଆରି, ପର୍ମେସର୍ ସେ ଚାର୍ଟା ବେଣ୍ଡିଆକେ ସର୍ତେ ବିଦିଆ ଆରି ଗିଆନ୍, ବୁଦି ଆରି ଚାଲାକି ଅଇବାକେ ଦେଲା, ଦାନିଏଲ୍ ବେଣ୍ଡିଆ ମନର୍ ଦର୍ସନ୍ ଆରି ସପନର୍ ଅରତ୍ କଇବା ବିସଇରେ ବୁଦିମାନ୍ ଅଇଲାଇ ।
18 ଆରି,ରାଜା ସେମନ୍କେ ତାର୍ ଲଗେ ଆନ୍ବାକେ ତିନ୍ ବରସ୍ ସମଇ ଦେଇ ରଇଲାଇ, ସେ ଦିନ୍ କେଟ୍ଲା ପଚେ, ବେଜୁ ମନର୍ ମୁକିଆ ସେମନ୍କେ ନବ୍କୁଦ୍ନିସଚର୍ ଲଗେ ଆନ୍ଲାଇ । 19 ଆରି, ରାଜା ସେମନର୍ ସଙ୍ଗେ କାତା ଅଇଲା; ଆରି, ସେମନର୍ ବିତ୍ରେ ଅନି ଦାନିଏଲ୍, ଅନାନିଅ, ମିସାଏଲ୍ ଆରି ଅସ୍ରିଅ ସେମନର୍ ପାରା କେ ଡିସତ୍ ନାଇ; ସେଟାର୍ପାଇଁ ସେମନ୍ ଆସି ରାଜାର୍ ଲଗେ କାମ୍ କର୍ବାକେ ବାଚା ଅଇଲାଇ । 20 ଆରି, ଗିଆନ୍ ଆରି ବୁଦିର୍ ବିସଇରେ ରାଜା ଜାଇ କାତା ପାଚାର୍ଲା, ଆରି ସେ ସର୍ତେ ବିସଇରେ ସେ ତାର୍ ନିଜର୍ ରାଇଜର୍ ସର୍ତେ ଦିସାରି ଆରି ଗିଆନି ଲକର୍ ତେଇ ଅନି ସେ ଲକ୍ ଦସ୍ ଗୁନ୍ ଅଦିକ୍ ଡିସ୍ଲାଇ । 21 ଆରି, ଦାନିଏଲ୍ କରସ ରାଜାର୍ ପର୍ତୁମ୍ ବରସ୍ ଜାକ ତାର୍ ଲଗେ ସେବା କରି କରି ରଇଲା ।