1 ସେଡ୍କିବେଲେ ତମର୍ ଲକ୍ମନର୍ ପିଲାମନ୍ ସାଇଜ କର୍ବା ମିକାଏଲ୍ ଦୁତ୍ ବାବ୍ରେ ଟିଆ ଅଇସି , ଆରି, ତର୍ ଲକର୍ ସର୍ତେ ଲକର୍ ନାଅ ଜିବନ୍ ପୁସ୍ତକ ଲଗେ ଲେକା ଅଇରଇସି, ସେମନ୍ ସର୍ତେ ଲକ୍ ସେ ବେଲାଇ ଉଦାର୍ ପାଇବାଇ । 2 ଆରି, ପୁର୍ତିବିର୍ ମାଟି ତେଇ ଜନ୍ ଲକ୍ମନ୍ ମରିଆଚତ୍, ସେ ଲକର୍ ବିତ୍ରେ ଅନି କେତେକ୍ ଲକ୍ ଉଟ୍ବାଇ; କେତେକ୍ ଲକ୍ ନ ମର୍ବା ଜିବନ୍ ସଙ୍ଗେ ଉଟ୍ବାଇ ଆରି କେତେକ୍ ଲକ୍ ଲାଜ୍ ସରମ୍ ସଙ୍ଗେ ଆରି ସାରାସାରି ଜାକ ଦୁକ୍ ପାଇବାକେ ଉଟ୍ବାଇ । 3 ଆରି, ଜେ କି ଗିଆନର୍ ଲକ୍, ସେମନ୍ ବାଦଲର୍ ତାରା ପାରା ଆରି ଜନ୍ ଲକ୍ମନ୍ ଦରମ୍ ବାଟେ କାଡାଇ ଆନ୍ବାଇ, ସେମନ୍ ତାରା ମନର୍ ପାରା ସାରାସାରି ଜାକ ଉଜଲ୍ ଅଇ ରଇବାଇ ।
4 ମାତର୍ ଏ ଦାନିଏଲ୍, ତୁଇ ସାରାସାରି ଜାକ ଏ ସର୍ତେ ବାକିଅକେ ଚାପି କରି ସଙ୍ଗ ଆରି ଏ ପୁସ୍ତକ୍ ଲେକି କରି ସଙ୍ଗ; ଅଦେକ୍ ଏନେତେନେ ଅଇସି ଆରି ଗିଆନ୍ ବଡ୍ସି ।
5 ସେଡ୍କିବେଲେ ମୁଇ ଦାନିଏଲ୍ ମୁଣ୍ଡ୍ ଟେକି ଦେକ୍ଲି, ଜେ ବିନ୍ ଦୁଇ ଲକ୍ ଟିଆ ଅଇଆଚତ୍, ଗଟେକ୍ ଲକ୍ ଗାଡ୍ କଣ୍ଡିର୍ ଏ ପାଲି ଆରି ଆରିଗଟେକ୍ ଲକ୍ ଗାଡ୍ କଣ୍ଡିର୍ ସେ ପାଲି ଟିଆ ଅଇଆଚତ୍ । 6 ଆରି, ଦବ୍ଲା ବସ୍ତର୍ ପିନ୍ଦି ଗାଡର୍ ପାନି ତେଇ ବସି ରଇଲା ଲକ୍କେ, ତାକେ ଗଟେକ୍ ଲକ୍ ପାଚାର୍ଲା, ଏ ସବୁ କାବା ଅଇଜିବା ବିସଇ କେତେ ବରସ୍ ଜାକ ରଇସି ?
7 ତାର୍ପଚେ ମୁଇ ସୁନ୍ଲି, ଦବ୍ଲା ବସ୍ତର୍ ପିନ୍ଦି ଗାଡେ ବସି ରଇଲା ଲକ୍ ଦକିନ୍ ଦିଗେ ଡେବ୍ରି ଆତ୍ ସରଗ୍ ବାଟେ ଉଟାଇ ସତ୍ ମାପୁରୁର୍ ନାଅଁରେ ପର୍ମାନ୍ କରି କଇଲା, ଏଟା ତିନ୍ ବରସ୍ ଚଅ ମାସ୍ ଜାକ ଅଇସି; ଆରି, ସୁକଲ୍ ଲକ୍ମନର୍ ବପୁ ବାଙ୍ଗାଇ ସାରାଇଲେ, ଏ ସର୍ତେ ବିସଇ ସାର୍ସି । 8 ଆରି, ମୁଇ ସୁନ୍ଲି, ମାତର୍ ବୁଜି ନାଇ; ତାର୍ପଚେ ମୁଇ କଇଲି, ଏ ମର୍ ସବୁବେଲର୍ ମାପ୍ରୁ, ଏଟାର୍ ଗଟ୍ନା କାଇଟା ଅଇସି? 9 ତାର୍ପଚେ ସେ ମକେ କଇଲା, ଏ ଦାନିଏଲ୍, ତୁଇ ତର୍ ବାଟେ ଇଣ୍ଡ୍; କାଇକେବଇଲେ ସାରାଆରି ଜାକ ଏ ବାକିଅ ସର୍ତେ ବନ୍ଦ୍ ଅଇଆଚେ ଆରି ଲେକା ଅଇଆଚେ । 10 ବେସି ଲକ୍ ନିଜ୍କେ ପରିଚଲ୍ କର୍ବାଇ ଆରି ଦଇ ଅଇବାଇ ଆରି ସୁକଲ୍ ଅଇବାଇ; ମାତର୍ କରାପ୍ ମନ୍ କରାପ୍ କାମ୍ କର୍ତେ ରଇବାଇ ଆରି କରାପ୍ ଲକର୍ ବିତ୍ରେ ଅନି କେ ନ ବୁଜତ୍; ମାତର୍ ଗିଆନ୍ ଲକ୍ମନ୍ ବୁଜ୍ବାଇ । 11 ଆରି, ଜନ୍ ବେଲାଇ ସବୁବେଲେ ନଇବେଦିଅ ରଇସି ଆରି ବିନାସ୍ କର୍ବା ଗିନ୍ କର୍ବା ଜିନିସ୍ ତିଆର୍ ଅଇସି, ସେ ବେଲାଇ ଅନି ଏକ୍ ଅଜାର୍ ଦୁଇ ସ ନବେ ଦିନ୍ ଅଇସି । 12 ଜନ୍ ଲକ୍ ଜାଗି ରଇସି ଆରି ଏକ୍ ଅଜାର୍ ତିନ୍ ସ ତିରିସ୍ ପାଁଚ୍ ଦିନ୍ ରଇସି ସେ ଦନିଅ । 13 ମାତର୍ ସାରାସାରି ଦିନ୍ ଜାକ ତୁଇ ତର୍ ନିଜର୍ ବାଟେ ଇଣ୍ଡ୍; କାଇକେବଇଲେ ତୁଇ ବିସ୍ରମ୍ ପାଇସୁ ଆରି ଜୁଗର୍ ସାରାସାରି ତର୍ ନିଜର୍ ଅଦିକାର୍ ସଙ୍ଗେ ଟିଆ ଅଇସୁ ।