Adoração
A adoração é a resposta do coração humano à majestade de Deus. Deus é Espírito e importa que os que o adoram o adorem em espírito e em verdade — com todo o ser.
Adorar em espírito
Deus é Espírito e importa que os adoradores o adorem em espírito e em verdade. A adoração verdadeira brota do coração.
ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।"
ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି । ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।"
ଜିସୁ ତାକେ କଇଲା, "ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ । ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି । ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।
ସେବେଲାଇ ସେ କଇଲା, "ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।" ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
ତେଇ ଜିସୁ ତାକେ କଇଲା "ମର୍ଟାନେଅନି ଦୁର୍ ଅ ସଇତାନ୍, ସାସ୍ତରେ ଲେକା ଆଚେ, ତୁଇ ପର୍ମେସର୍କେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।"
ଜିସୁ ତାକେ କଇଲା, "ପର୍ମେସରର୍ ସାସ୍ତରେ ଲେକାଅଇଆଚେ, ତୁଇ ତର୍ ପର୍ମେସର୍କେସେ ଜୁଆର୍ କର୍ସୁ, ଆରି ତାକେସେ ସେବା କର୍ସୁ ।"
ପରମେସର୍କେ ସେବା କର୍ବା ଜିବନ୍
ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।
ପରମେସର୍କେ ସେବା କର୍ବା ଜିବନ୍
ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ । ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କୁରାଇସି, ସେଟା ଜାନି ପାର୍ସା ।
ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍ !
କାଇକେବଇଲେ ସାସ୍ତରେ ଲେକାଆଚେ,
"ମାପ୍ରୁ କଇଲାନି, ମୁଇ ଜିବନ୍ ରଇବା ପରମେସର୍, ତେବର୍ପାଇ ସବୁ ମୁନୁସ୍ଜାତି ମର୍ ମୁଆଟେ ମାଣ୍ଡିକୁଟା ଦେବାଇ ।
ମୁଇ ପରମେସର୍ ବଲି ସବୁ ଲକ୍ ନାମ୍ବାଇ ।"
Louvor e reverência
Vinde, adoremos e prostremo-nos. Louvai ao Senhor! Todo ser que respira louve o nome glorioso do Senhor.
Declarações de adoração
Tu és digno, Senhor, de receber glória e honra! Ao Senhor pertence a grandeza, o poder, a glória e a majestade.
ଏ ଆମର୍ ମାପ୍ରୁ ଆରି ଆମର୍ ପର୍ମେସର୍ ! ସବୁ ମଇମା, ଡାକ୍ପୁଟା ଆରି ବପୁ ତୁଇ ଆକା ପାଇସୁ । ତୁଇ ସବୁଜାକ ତିଆର୍ କଲାସ୍ ଆରି ତମର୍ ମନ୍ କଲା ଇସାବେ ସେମନ୍ ତିଆରିଅଇ ବଁଚ୍ଲାଇନି ।
ସେ ଆଉଲିଅଇକରି କଇଲା "ପର୍ମେସର୍କେ ଡାକ୍ପୁଟା କରା । ତାର୍ ବଡ୍ ବଡ୍ କାମର୍ ପାଇ ତାକେ ଆରାଦନା କରା । ଲକ୍ମନ୍କେ ବିଚାର୍ କର୍ବାକେ ତାର୍ ବେଲା କେଟ୍ଲାଆଚେ । ସରଗ୍, ଦର୍ତନି, ସମ୍ଦୁର୍, ଆରି ପାଜ୍ରା ପାନି ସବୁଜାକ ସେ ତିଆର୍କଲାଆଚେ, ତାକେ ଜୁଆର୍ କରା ।"
ତମ୍କେ ପର୍ମେସର୍ ବଲି ନ ନାମ୍ବା ଲକ୍ କେ ନ ରଅତ୍ । ତମ୍କେ ଡାକ୍ପୁଟା ନ କର୍ବା ଲକ୍ କେ ନ ରଅତ୍ । କାଇକେବଇଲେ ତମେସେ ସୁକଲ୍ । ସବୁ ରାଇଜର୍ ଲକ୍ମନ୍ ତମ୍କେ ଜୁଆର୍ କର୍ବାକେ, ତମର୍ ମୁଆଟେ ରୁଣ୍ଡ୍ବାଇ । କାଇକେବଇଲେ ତମର୍ ଦରମ୍ କାମ୍ମନ୍ ସବୁ ସେମନ୍ ଦେକ୍ଲାଇ ଆଚତ୍ ।
ମୁଇ ଜଅନ୍ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍ଲା ପଚେ ଆରି ସୁନ୍ଲାପଚେ ଜନ୍ ଦୁତ୍ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍ ପାଦେ ଡାଣ୍ଡାସନ୍ ପଡ୍ଲି । ମୁଇ ତାକେ ଜୁଆର୍କର୍ବାକେ ଜାଇରଇଲି । ମାତର୍ ସେ ମକେ କଇଲା, "ନିଚୁ । କାଇକେବଇଲେ ମୁଇ ମିସା ତମର୍ପାରା ଗଟେକ୍ ଲକ୍ସେ । ତମର୍ ଜେତ୍କି ବବିସତ୍ବକ୍ତା ବାଇମନ୍ ଆରି ଜେତ୍କି ବଇଟାନେ ରଇବା ବାକିଅମନ୍ ଆଚେ, ସେଟାମନ୍ ମାନିକରି ରଇଲାଇନି । ତାକର୍ ପାରା ମୁଇ ମିସା ଗଟେକ୍ ସେବାକାରିଆ । ପର୍ମେସର୍କେ ଜୁଆର୍ କରା ।"
ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇଁ ପର୍ମେସର୍ ଏ ସବୁ କଲାଆଚେ ।
ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
Sacrifício de louvor
Por meio de Jesus ofereçamos sempre sacrifício de louvor. Cantai ao Senhor, celebrai em salmos — enchei-vos do Espírito.
ତେବେ ଆସା । ଜିସୁକିରିସ୍ଟକେ ଦେଇକରି ଆମେ ସବୁବେଲେ ପର୍ମେସର୍କେ ବଲି ସର୍ପି ଦେଇତେ ରଉ । ସେଟା ଆମର୍ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍ରୁ ବଲି ଆମେ କଉଁ ।
ସେଟାର୍ପାଇଁ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ । କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।
ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ ।
ପର୍ମେସର୍କେ ପାଉଲର୍ ଦନିଅବାଦ୍
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି । ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ ।
Adoração como vida
Exaltai ao Senhor, prostrai-vos ante o escabelo dos seus pés. A adoração genuína transforma o adorador e agrada o Criador.
Falsa adoração
Não terás outros deuses diante de mim. Não adorarás ídolos. A adoração exclusiva ao Senhor é mandamento inegociável.
ତମେ ସେମନ୍କେ ଜୁଆର୍ କରା ନାଇ, କି ସେମନ୍କେ ପୁଜା କରା ନାଇ; କାଇକେବଇଲେ ଆମେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ନିଜର୍ ମଇଁମାର୍ ଜଗିଅ ପର୍ମେସର୍, ଜନ୍ ଲକ୍ ଆମ୍କେ ଗିନ୍ କର୍ବାଇ ,ମୁଇ ତାକର୍ ତିନ୍ କି ଚାର୍ ବଁସ୍ ଜାକ ତାକର୍ ବଁସର୍ ପିଲା ଉପ୍ରେ ତାକ୍ର ବଁସ୍ ଅପରାଦର୍ ଡଣ୍ଡ୍ ପାଇବାଇ ।
କାଇକେବଇଲେ ତମେ କନ୍ ଦେବ୍ତାକେ ମିସା ଜୁଆର୍ କରା ନାଇ, କାଇକେବଇଲେ ସବୁବେଲର୍ ମାପ୍ରୁର୍ ସେ ନିଜର୍ ମଇଁମାର୍ ଜଗିଅ ପର୍ମେସର୍, ଗଉରବ ପର୍ମେସର୍ ।
ଜେଡେବଲ୍ ସମାଗମ୍ ତୁମ୍ ବିତ୍ରେ ପୁର୍ଲା ସେଡ୍କିବେଲେ ମେଗ୍ ଲଗେ କାମ୍ ଆସି ଦୁଆର୍ ମୁଆଟେ ଟିଆ ଅଇଲା; ଆରି ସବୁବେଲର୍ ମାପ୍ରୁ ମସା ସଙ୍ଗେ କାତା ଅଇଲା । ସମାଗମ୍ ତୁମ୍ ଦୁଆରେ ଟିଆ ଅଇଲା ମେଗର୍ କମ୍କେ ଦେକି ସର୍ତେ ଲକ୍ ତାକର୍ ଗରେ ଅନି ଜୁଆର୍ କଲାଇ ।
ସବୁବେଲର୍ ମାପ୍ରୁ ଆମର୍ ବପୁ ଆରି ଗିତ୍, ଆରି ସେ ଆମର୍ ମୁକ୍ତି କର୍ବା ଲକ୍ ଅଇଆଚେ, ସେ ଆମର୍ ପର୍ମେସର୍, ଆମେ ତାର୍ ଉପାସନା କରୁ ଆରି ତାର୍ ଗଉରବ୍ କରୁ, କାଇକେ ବଇଲେ ସେ ଆମର୍ ଆନିଦାଦି ମନର୍ ପର୍ମେସର୍ ।
ଏ ସବୁବେଲର୍ ମାପ୍ରୁ, ଦେବ୍ତାମନର୍ ବିତରେ ତମର୍ ପାରା କେ ଆଚେ? ତମର୍ ପାରା ସୁକଲ୍ ମଇମା, ଆରି କାବା ଅଇ ଜିବା କାମ୍ କର୍ବାଟା କେ ?
ତମେ ଆମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ ସେବା କର୍ସା, ତେବେ ସେ ତମ୍କେ କାଇବା ପିଇବାକେ ଆସିର୍ବାଦ୍ କର୍ସି, ଆରି ତମର୍ ରଗ୍ ଦୁର୍ କର୍ସି ।
ଆରି ତରେକ୍ ସବୁବେଲର୍ ମାପ୍ରୁ କଇଲା, ଏ ଲକ୍ମନ୍ ତମର୍ ଲଗେ ଲଗେ ଅଇବାଇ ଆରି ସେମନ୍ ନିଜର୍ ନିଜର୍ ଟଣ୍ଡେ ଅନି ଆମ୍କେ ମର୍ଜିତା ଦେବାଇ , ମାତର୍ ସେ ଲକ୍ମନ୍ ନିଜର୍ ନିଜର୍ ମନ୍ବିତ୍ରେ ଆମ୍କେ କାରାପ୍ ବାବ୍ତେ ରଇବାଇ ଆରି ଆମର୍ ବିସଇରେ ସେମନର୍ ଜନ୍ ଡର୍ ଆଚେ , ସେଟା ନର୍ ଜାତି ଟାନେଅନି ସିକି ରଇବା ଆଦେସ୍ ମାତର୍ ।
ମଇମାର୍ ଗିତ୍
ଏ ସବୁବେଲର୍ ମାପ୍ରୁ , ତୁଇ ମର୍ ପର୍ମେସର୍ ; ମୁଇଁ ତକେ ଆଦର୍ କର୍ବି, ମୁଇଁ ତର୍ ନାଉଁରେ ମଇମା କର୍ବି ; କାଇକେ ବଇଲେ କାବାଅଇ ଜିବା କାମ୍ କର୍ବା ସବୁବେଲର୍ ମାପ୍ରୁ, କଇବାକେ ଗାଲେ , ପୁରବ୍ କାଲେ ଜଜ୍ନା ସବୁକେ ବିସ୍ବାସ୍ ସଙ୍ଗେ ଆରି ସତ୍ ବାବ୍ରେ ସାଦନ୍ କରି ଆଚାସ୍ ।
ସେଟାର୍ପାଇଁ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ,
"ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ
ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ ।
ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ ।
ରେପାନ୍ ତାରାର୍ ପୁତ୍ଲା ମିସା ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ ।
ଏ ସବୁଜାକ ପୁତ୍ଲାମନ୍କେ ତମେ ପୁଜାବିଦି କର୍ବାକେ ବନାଇରଇଲାସ୍ । ସେଟାର୍ପାଇଁ ମୁଇ ତମ୍କେ ତମର୍ ନିଜର୍ ଦେସେଅନି ବାବିଲନ୍ ଦେସର୍ ତେନ୍କେ ନେବାକେ ଜଜ୍ନା କର୍ବି ।"
ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ । କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।
କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି । ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
Exemplos de adoração
Jó adorou em meio ao sofrimento. Esdras adorou na restauração. Paulo e Silas adoraram na prisão — e Deus respondeu.
ଆରି, ସେମନ୍ ସବୁବେଲର୍ ମାପ୍ରୁକେ ମଇଁମା ଆରି ଦନିଅବାଦ୍ ଦେଇ ଗଟେ ଲକ୍ ଆରି ଗଟେଲକର୍ତେଇ ଗାଇକରି କଇଲାଇ, ସେ ମଙ୍ଗଲ୍ମଇ,କାଇକେବଇଲେ ଇସ୍ରାଏଲ୍ମନ୍କେ ତାକର୍ ଦୟା ସବୁଦିନର୍ ପାଇଁ, ଆରି, ସବୁବେଲର୍ ମାପ୍ରୁର୍ ଗରର୍ କୁନାଦି ବସାଇବାକେ ସେମନ୍ ସବୁବେଲର୍ ମାପ୍ରୁର୍ ପର୍ସଙ୍ଗ୍ସା କର୍ବାବେଲେ ସବୁବାଟର୍ ଲକ୍ ଆଉଲି ଅଇ ଜେଜେ ମାର୍ଲାଇ ।
ସେଟାର୍ ପାଇ ମୁଇ ନବୁକଦ୍ନିସ୍ଚର୍ ସେ ସର୍ଗର୍ ରାଜାର୍ ପର୍ସଙ୍ଗ୍ସା,ମଇମା ଆରି ଆଦର୍ କଲିନି; କାଇକେବଇଲେ ତାର୍ ସର୍ତେ କାମ୍ ସତ୍ ଆରି ତାର୍ ବାଟ୍ ନିକଟା; ଆରି, ଜନ୍ ଲକ୍ମନ୍ ପିଲା ଜନମ୍ କର୍ବାଇ, ସେମନ୍କେ ମରାଇବାକେ ତାର୍ ବପୁ ଆଚେ ।
ଜେସୁଅ,କଦ୍ମିଏଲ୍ ,ବାନି ଅସ୍ବନିଅ, ସେରେବିଅ, ଅଦିଅ, ସବନିଅ, ପତାନିଅ,ଏ ଲେବିଅମନ୍ କଇଲାଇ, ଉଟା, ପୁର୍ବେଅନି ସାରାସାରିଜାକ ତମର୍ ସବୁବେଲର୍ ମାପ୍ରୁର୍ ପର୍ମେସରର୍ ଦନିଅବାଦ୍ କରା; ଆରି ସବୁବେଲେ ଦନିଅବାଦ୍ ଆରି ତର୍ ମଇମା ଡାକ୍ପୁଟା ପାଅ ଆରି ସବୁର୍ ତେଇଅନି ବଡ୍ ଡାକ୍ପୁଟା ତର୍ ନାଉଁ ଅ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।