ଜଗିଅବେଦି ଆରିତରେକ୍ ତିଆର୍ କର୍ବାଟା
1 ଆରି ସାତ୍ମାସ୍ କେଟ୍ଲା, ଇସ୍ରାଏଲ୍ ପିଲାଟକି ସେ ସବୁ ନଅଁର୍ମନ୍କେ ରଇଲାଇ, ସେଡ୍କିବେଲେ ଲକ୍ମନ୍ ଗଟେ ଲଗର୍ ପାରା ଜିରୁସାଲାମ୍ ଲଗେ କେଟ୍ଲାଇ । 2 ତାର୍ପଚେ ଜସାଦକର୍ ପିଲା ଜେସୁଅ ଆରି ତାର୍ ପୁଜାରିର୍ ବାଇମନ୍ ଆରି ସଲ୍ଟିଏଲର୍ ପିଲା ଜିରୁବାବିଲ୍ ଆରି ତାର୍ ବାଇମନ୍ ଉଟି ପର୍ମେସରର୍ ଲକ୍ ମସାର୍ ବେବସ୍ତାର୍ ଲେକ୍ଲା ଅନୁସାରେ ଅମ୍ ବଲି ଚଗାଇବାକେ ଇସ୍ରାଏଲର୍ ପର୍ମେସରର୍ ଜଗିଅବେଦି ତିଆର୍ କଲାଇ। 3 ଆରି, ସେମନ୍ ବିନ୍ବିନ୍ ଦେସର୍ ଲକ୍ମନର୍ ପାଇଁ ଡରିକରି ଜଗିଅବେଦିକେ ତେଇର୍ ମୁଲ୍ଦୁଆ ଉପ୍ରେ ତିଆର୍ କଲାଇ, ଆରି, ତାର୍ ଉପ୍ରେ ସବୁବେଲେ ମାପ୍ରୁର୍ ଉଦେସେ ଅମ୍ବଲି, ଆରି, ସାକ୍ଲିଆ ଆରି ସଞ୍ଜ୍ବେଲର୍ ଅମ୍ବଲି ଚଗାଇଲାଇ । 4 ତାର୍ପଚେ ସେମନ୍ ଲେକ୍ଲା ଇସାବେ ପତର୍କୁଡିଆ ପରବ୍ ପାଲନ୍ କଲାଇ ଆରି ସବୁଦିନେ କର୍ବା ଦର୍କାର୍ ଇସାବେ ନିଅମ୍ ମକେ ଏଜ୍ବା ଅନୁସାରେ ନିଅମ୍ ମକେ ଏଜ୍ବା ଅନୁସାରେ ସବୁଦିନର୍ ଅମ୍ବଲି ଚଗାଇଲାଇ, 5 ତାରପଚେ ସେମନ୍ ସବୁଦିନର୍ ଅମ୍ବଲି, ଆରି, ଉଆଁସ୍ ଆନ୍ଦାର୍ ଆରି ସବୁବେଲର୍ ମାପ୍ରୁର୍ ସୁକଲ୍ଟା ସବୁ ନିକ ପରବର୍ ଆରି ସବୁବେଲର୍ ମାପ୍ରୁର୍ ଉଦେସ୍ରେ ନିଜର୍ ଇଚାରେ ନଇଁବେଦିଅ ଚଗାଇଲା ସବୁ ଲକର୍ ଉପଆର୍ ଚଗାଇବାକେ ଜାଗ୍ଲାଇ । 6 ସାତ୍ ମାସର୍ ପର୍ତୁମ୍ ଦିନେଅନି ସେମନ୍ ସବୁବେଲର୍ ମାପ୍ରୁର୍ ଉଦେସେ ଅମ୍ବଲି ଚଗାଇବାକେ ଆରାମ୍ କଲାଇ, ମାତର୍ ସେବେଲେ ସବୁବେଲର୍ ମାପ୍ରୁର୍ ପାର୍ତନା ଗରର୍ କୁନାଦି ତିଆର୍ ଅଇନରଇଲା ।
ପାର୍ତନା ଗର୍ ଆର୍ତରେକ୍ ତିଆର୍ କର୍ବାଟା
7 ଆରି, ସେମନ୍ ପାରସର୍ ରାଜା କରସର୍ ଅନୁମତି ଇସାବେ ବଡ୍ ମେସ୍ତୁରି ଆରି ବାଡଇମନ୍କେ ମୁଦ୍ରା ଦେଲାଇ, ଆରି, ଲିବାନନତେଇ ଅନି ଜାପ ଲଗର୍ ସମ୍ଦୁର୍ ପାଲି ଜାକ ଏରସ ଦାରୁ ଆନ୍ବାକେ ସିଦନିଅ ଆରି ସରିଅ ଲକ୍ମନ୍କେ କାଦି ଆରି ପାନି ପାରାଟା ଆରି ତେଲ୍ ଦେଲାଇ । 8 ପର୍ମେସର୍ ଜିରୁସାଲାମେ ରଇଲା ଗର୍କେ ସେମନ୍ ଆଇଲାଇ ଦୁଇ ବର୍ସର୍ ଦୁଇମାସର୍ ସଲ୍ଟିଏଲର୍ ପିଲା ଜିରୁବାବିଲ୍ ଆରି ଜସାଦକର୍ ପିଲା ଜେସୁଅ ଆରି ସେମନର୍ ବାକି ଜାଜକ୍ ଆରି ଲେବିଅ ବାଇମନ୍ ଆରି ବନ୍ଦି ଦସେଅନି ଜିରୁସାଲାମେ ଆଇବାଲକ୍ ସବୁ ଆରାମ୍କରି ସବୁବେଲର୍ ମାପ୍ରୁର୍ ଗର୍ କାମ୍ ତିଆର୍ କର୍ବାକେ କଡେ ବରସ୍ ଆରି ତାର୍ତେଇ ଅନି ଅଦିକ୍ ବଇସର୍ ଲେବିଅ ମନ୍କେ ବାଚ୍ଲା । 9 ସେଡ୍କିବେଲେ ଜେସୁଅ ତାର୍ ପିଲା ଆରି ବାଇମନ୍, କଦ୍ମିଏଲ୍ ଆରି ତାର୍ ପିଲାମନ୍, ଜିଉଦାର୍ ପିଲାମନ୍, ପର୍ମେସରର୍ ଗରେ କାମ୍ କଲାଲକ୍ ମନର୍ ତିଆର୍ କଲାବଜ୍ ପାଇବାକେ ଗଟେତେଇ ଟିଆ ଅଇଲାଇ, ଏନାଦଦର୍ ପିଲାମନ୍, ସେମନର୍ ପିଲଆରି ବାଇମନ୍, ଏମନ୍ ଲେବିଅ ଲକ୍ ।
10 ଆରି, ଜାଗ୍ବାଲକ୍ ମନ୍ ସବୁବେଲର୍ ମାପ୍ରୁର୍ ମନ୍ଦିରର୍ କୁନାଦିବସାଇବାବେଲେ ସେମନ୍ ଇସ୍ରାଏଲର୍ ରାଜା ଦାଉଦ୍ ବାଚ୍ବା ଅନୁସାରେ ସବୁବେଲର୍ ମାପ୍ରୁର୍ ମଇମାକର୍ବାକେ ନିଜର୍ ନିଜର୍ ବସ୍ତର୍ ପିନ୍ଦ୍ଲା ପୁଜାରିମନ୍କେ ତୁରିସଙ୍ଗ୍ ଆରି ଆସପର୍ ପିଲା ଲେବିଅମନ୍କେ ତାପ୍ଲି ମାରି ତିଆର୍ କଲାଇ । 11 ଆରି, ସେମନ୍ ସବୁବେଲର୍ ମାପ୍ରୁକେ ମଇଁମା ଆରି ଦନିଅବାଦ୍ ଦେଇ ଗଟେ ଲକ୍ ଆରି ଗଟେଲକର୍ତେଇ ଗାଇକରି କଇଲାଇ, ସେ ମଙ୍ଗଲ୍ମଇ,କାଇକେବଇଲେ ଇସ୍ରାଏଲ୍ମନ୍କେ ତାକର୍ ଦୟା ସବୁଦିନର୍ ପାଇଁ, ଆରି, ସବୁବେଲର୍ ମାପ୍ରୁର୍ ଗରର୍ କୁନାଦି ବସାଇବାକେ ସେମନ୍ ସବୁବେଲର୍ ମାପ୍ରୁର୍ ପର୍ସଙ୍ଗ୍ସା କର୍ବାବେଲେ ସବୁବାଟର୍ ଲକ୍ ଆଉଲି ଅଇ ଜେଜେ ମାର୍ଲାଇ । 12 ମାତର୍ ଜନ୍ ଜାଜକ୍ ଆରି ଲେବିଅ ଆରି ବାବାର୍ କୁଲର୍ ବଡ୍ ପାର୍ଚିନ୍ ଲକ୍ମନ୍ ପର୍ତୁମର୍ ଗର୍ ଦେକିରଇଲାଇ , ସେମନର୍ ଆଁକି ସାମ୍ନାଇ ଏଗରର୍ କୁନାଦି ବସାଇଲାବେଲେ ସେମନର୍ ବିତ୍ରେଅନି ବେସି ଲକ୍ ଆଉଲିଅଇ ରଦନ୍ କଲାଇ ଆରି କେତେଲକ୍ ସାର୍ଦାର୍ ପାଇଁ ଜେଇଜେଇ ମାର୍ଲାଇ, 13 ତେଇ ଲକ୍ମନ୍ ସାର୍ଦାର୍ ଆଉଲି ଆରି ଲକ୍ମନର୍ କାନ୍ଦ୍ବା ଆଉଲିର୍ ଇସାବ୍ କରିନାପାର୍ଲାଇ, ତେବେ ଲକ୍ମନ୍ ଆଉଲିଅଇ ବେସି ଆଉଲି ଅଇଲାଇ, ଆରି, ତେଇର୍ ଆଉଲି ବେସିଦୁର୍କେ ସୁନ୍ବାକେ ଗାଲା।