Agradecimento a Deus
Agradecer a Deus é louvor, adoração e reconhecimento da sua soberania. Dai graças ao Senhor porque Ele é bom — a sua misericórdia dura para sempre!
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍ ବାଦୁଲେ ସବୁ ଗଟ୍ନା ଅଇଲା ବେଲେ, ତମ୍କେ ଜାଇଟା ଲଡା ଆଚେ, ସେ ବିସଇ ପର୍ମେସର୍କେ ଗୁଆରି କରା । ଆରି ପାର୍ତନା କଲାବେଲେ, ତାକେ ଦନିଅବାଦ୍ ମିସା ଦିଆସ୍ ।
ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ । ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।
କିରିସ୍ଟ ଜିସୁର୍ଟାନେ ପର୍ମେସରର୍ ଜେନ୍ତି ଜିବନ୍ ଦୁକାଇରଇଲା, ସେ ଜିବନ୍ ଦୁକାନିର୍ ଲାଗି, ମୁଇ ସବୁବେଲେ ତମର୍ ବିସଇନେଇ ପର୍ମେସର୍କେ ଦନିଅବାଦ୍ ଦେଲିନି ।
ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
ମାତର୍ ପର୍ମେସର୍ ଦନିଅବାଦ୍ ପାଅ । କିରିସ୍ଟତେଇ ମିସିରଇଲାର୍ପାଇ ତାର୍ ଜିତ୍ଲା ଦଲର୍ ଦାଡିତେଇ ବନ୍ଦି ଲକର୍ ଇସାବେ ପର୍ମେସର୍ ଆମ୍କେ ସବୁବେଲେ ଡାକିନେଲାନି । ସବୁଲକ୍କେ କିରିସ୍ଟର୍ ବିସଇ ଜାନାଇବାକେ ସେ ଆମର୍ ଦେଇକରି କାମ୍ କଲାନି । ଜନ୍ଟା କି ଦୁପ୍ ପାରା ସବୁ ଜାଗାଇ ବାସ୍ନା ମାର୍ସି ।
ଆରି ପର୍ମେସର୍ ଜେ କି ବୁନ୍ବାକେ ବିଅନ୍ ଆରି କାଇବାକେ କାଦି ଦେଇସି, । ସେ ତମ୍କେ ଜେତ୍କି ବିଅନ୍ ଦର୍କାର୍ ସେତ୍କି ଦେଇସି । ଆରି ସେଟା ବଡିକରି ବେସି ପସଲ୍ ଅଇସି । କାଇକେବଇଲେ ତମେ ଜବର୍ ଦେଲାସ୍ନି । ସେ ତମ୍କେ ସାଉକାର୍ କୁରାଇସି । ଜେନ୍ତାରି କି ତମେ ସବୁବେଲେ ଜବର୍ ଦେଇପାରାସ୍ । କାଇକେବଇଲେ ଆମର୍ଟାନେଅନି ପାଇରଇବା, ତମେ ଦେଲା ଦାନର୍ପାଇ ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ ।
ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।
ପଚେ ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି ସରଗ୍ ବାଟେ ଦେକି ପର୍ମେସର୍କେ ଦନିଅବାଦ୍ ଦେଲା, ଆରି "ରୁଟି ବାଙ୍ଗାଇ ଲକ୍ମନ୍କେ ଦିଆସ୍ ।" ବଲି ସିସ୍ମନ୍କେ ଦେଲା । ଆରି, ସେ ଦୁଇଟା ମାଚ୍ ସବୁକେ ବାଟାକରି ଦେଲା । ତେଇ ସବୁଲକ୍ କାଇକରି ପେଟ୍ ପୁରାଇଲାଇ, ଆରି ସେମନ୍ ବାଙ୍ଗ୍ଲା ରୁଟି ଆରି ମାଚ୍ ରୁଣ୍ଡାଇ ବାର୍ଟା ଡାଲାଇ ପୁରୁନ୍ କଲାଇ ।