Ajuda ao próximo
Ajudar o próximo é mandamento de Deus e expressão prática da fé. A Bíblia ensina que a fé sem obras é morta — e que servir ao menor dos irmãos é servir a Cristo.
ମୁଇ ବୁକେ ରଇଲି, ତମେ ମକେ କୁଆଇଲାସ୍ । ମକେ ସସ୍ କଲା, ତମେ ମକେ କାଇବାକେ ଦେଲାସ୍ । ମୁଇ ଚିନାର୍ ଜାନାର୍ ନ ରଇଲି, ମକେ ତମର୍ ଗରେ ଗତିଆ କରି ଡାକ୍ଲାସ୍ । ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।"
ଦରମ୍ ଲକ୍ମନ୍ କଇବାଇ, "ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ? କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ? କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?" ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
କେ ଜଦି ତମ୍କେ କାଇଆଲେ ଜିନିସ୍ ମାଙ୍ଗ୍ସି ବଇଲେ, ମନା ନ କରି ତାକେ ଦିଆସ୍ । କେ ମିସା କାଇଆଲେ ଉଦାର୍ ମାଙ୍ଗ୍ଲେ ତାକେ ଦିଆସ୍ ।"
ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ବିନ୍ ଲକ୍କେ ଦାନ୍ କରା, ସେନ୍ତାର୍କଲେ ପର୍ମେସର୍ ତମ୍କେ ଦାନ୍ ଦେଇସି, ଲକ୍ମନ୍ ମାନ୍ଟାନେ କାଦି ପୁରୁନ୍କରି ତାକେ ଚାପି ଜୁଲାଇ, ଉଚ୍ଲାଇକରି, ତମର୍ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍ ଇସାବେ ତମେ ନାପ୍ସା, ସେ ଇସାବେ ସେ ତମ୍କେ ନାପି ଦିଆଅଇସି ।"
ତେଇ ଲକ୍ମନ୍ ଜଅନ୍କେ ପାଚାର୍ଲାଇ, "ସେନ୍ତାର୍ ଆଲେ ଆମେ କାଇଟା କର୍ବୁ ?"
ଜଅନ୍ ସେମନ୍କେ କଇଲା "ଜାର୍ଟାନେ ଦୁଇଟା ପିନ୍ଦ୍ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍ ଦେଅ, ଆରି ଜାର୍ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।"
ତମ୍କେ ଜନ୍ ଜନ୍ଟା ଆଚେ, ସେଟା ବିକିଦେଇ ଗରିବ୍ମନ୍କେ ଦାନ୍ କରା । ଜନ୍ଟା କି କେବେ ନ ସାରେ, ନିଜର୍ ନିଜର୍ପାଇ ଏନ୍ତାରି କାଣା ନ ଅଇବା ବେସ୍ନି ତିଆର୍କରା । ଜନ୍ଟାନେ ଚର୍ ନ ଆସେ କି କିଡାମନ୍ ମିସା ନ ନସାଅତ୍ । ସର୍ଗେ ଏନ୍ତାରି ନ ସାର୍ବା ଦନ୍ ସଙ୍ଗଇରୁଆ । କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
ମିଲାଇବାଟାନେଅନି ଦାନ୍ଦେବାଟା ଅଦିକ୍ ସାର୍ଦାର୍ ବିସଇ ଅଇରଇସି । ନିଜେ ଜିସୁ ମାପ୍ରୁ ଏ ବାକିଅ ସୁମର୍ନା କରିରଇଲା । ଏନ୍ତାରି କସ୍ଟ କାମେଅନି ନାପାର୍ଲା ଲକ୍ମନ୍କେ ସାଇଜ କର୍ବାର୍ ଆଚେ । ଏ ବିସଇ ମୁଇ ତମ୍କେ ସବୁବେଲେ କରିଦେକାଇଆଚି ।"
ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା । ସବୁ ଲକ୍ କାନ୍ଦି କାନ୍ଦି କରି ପାଉଲ୍କେ ପାଟାଲିକରି ଚୁମ୍ଚାଟ୍ କରି ପାଟାଇଦେଲାଇ । ପାଉଲ୍ ସେମନ୍କେ "ତମେ ଆରି ମକେ ଦେକିନାପାରାସ୍ ।" ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।
ଆମର୍ ଟାନେ ରଇବା ଅର୍କିତ୍ ବାଇବଇନିମନ୍କେ ସାଇଜ କରୁ । ନ ଜାନ୍ବା ଲକ୍ମନ୍ ଆମର୍ ଗରେ ଆଇଲେ ଗତିଆ କରି ଡାକିନେଉଁ ।
ଏବେ ଆମେ, ଜାର୍ ବିସ୍ବାସ୍ ଡାଟ୍ ଆଚେ, ଜନ୍ ଲକ୍ମନ୍ ବିସ୍ବାସେ ଦୁର୍ବଲ୍ ଆଚତ୍ ଆରି ଅସୁବିଦାଇ ଆଚତ୍, ସେମନ୍କେ ଆମେ ସାଇଜ କର୍ବାର୍ ଆଚେ । ଆରି ନିଜେ ସାର୍ଦା ରଇବା ବିସଇ ଚିନ୍ତା କର୍ବାର୍ ନାଇ ।
ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
ଜେ ଚରାଇତେ ରଇଲା, ସେ ଆରି ନ ଚର୍ ଅଅ । ମାତର୍ ନିଜେ ତାର୍ ଜିଉନା କାଉନାର୍ ପାଇ କାଇଆଲେ ନିକ କାମ୍ କର । ସେନ୍ତାର୍ଆଲେ ଅର୍କିତ୍ ଲକ୍ମନ୍କେ ଦେବାକେ ତାର୍ଟାନେ କାଇଟା ମିସା ରଇସି ।
ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
ଏ ମର୍ ବାଇବଇନିମନ୍, ଜଦି ଗଟେକ୍ ଲକ୍ ମୁଇ ବିସ୍ବାସ୍ କଲିନି ବଲି କଇସି । ମାତର୍ ତାର୍ କାମ୍ କଲାଟାନେ ସେଟା ନ ଡିସେ ବଇଲେ, ତାର୍ ପାଇ କାଇ ମୁଲିଅ ନାଇ । ଏନ୍ତାରି ବିସ୍ବାସ୍ ତାକେ କାଇ ମୁକ୍ତି ଦେଇ ନାପାରେ । ଜଦି ଗଟେକ୍ ବିସ୍ବାସି ବାଇ କି ବଇନିକେ, ସେ ଦିନର୍ ପାଇ କାଇବାକେ କି ପିନ୍ଦ୍ବାକେ ନ ରଇଲେ, ତମର୍ ବିତ୍ରେ କେଆଲେ ଗଟେକ୍ ଲକ୍ ତାର୍ ଲଗେ ଜାଇ, ତକେ ପେଟ୍କେ କାଦି ଆରି ଗାଗଡ୍କେ ଲୁଗା ମିଲ ବଲି କଇସା । ତମେ ତାକେ ଲଡାକେ ଲାଗ୍ବାଟା ନ ଦେଇ ଏନ୍ତାରି କଇଲେ କାଇ ଲାବ୍ ? ସେନ୍ତାରିସେ ଗଟେକ୍ ବିସ୍ବାସ୍ କର୍ବା ଲକ୍ ତାର୍ ବିସ୍ବାସ୍ ସଙ୍ଗ୍ ନିକ କାମ୍ ମିସା ନ ଡିସ୍ଲେ ତାର୍ ବିସ୍ବାସ୍ ମରିଗାଲା ଆଚେ ।
ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ ।
ଜେ କାକୁର୍ତି ଲକ୍କେ ଦୟା କର୍ସି, ସେ ସବୁବେଲର୍ ମାପ୍ରୁକେ ରୁନ୍ ଦେଇସି; ଆରି, ସେ ତାର୍ ନିମାନ୍ କାମର୍ ପଲ୍ ବାଉଡାଇ ଦେଇସି ।