1 ତାର୍ପଚେ ମୁଇଁ ବାଉଡି ଆସି ଆକାସ୍ତଲେ ଜାତ୍ ଅଇରଇବା କାକୁର୍ତିସଙ୍ଗେ ରଇବା ଲକ୍ମନ୍କେ ଦେକ୍ଲି; ଏଦେ ଦେକା, କାକୁର୍ତିରେ ରଇବା ଲକ୍ମନର୍ ପାଇଁ ଆସୁ ଜରିଜାଇସି ଆରି ସେମନ୍କେ ସାନ୍ତନା ଦେବାକେ କେ ମିସା ନ ରଅତ୍; ଆରି କାକୁର୍ତି ଲକ୍ମନର୍ ପାଇଁ ବପୁଲକ୍ମନ୍ ସାଇଜ କର୍ବାକେ ଆଚତ୍, ମାତର୍ କାକୁର୍ତି ଲକ୍ମନ୍କେ ସାନ୍ତନା ଦେବାକେ କେମିସା ନାଇଁ। 2 ସେଟାର୍ପାଇଁ ମୁଇଁ ଏବେ ଜିଇ ରଇଲା ଲକ୍ମନ୍କେ ଚାଡିକରି ଆର୍ ଆଗ୍ତୁ ଅନି ମଲା ଲକ୍ମନ୍କେ ଅଦିକ୍ ସାର୍ଦା କଲି; 3 ମାତର୍ ଜନ୍ଲକ୍ ଆଜିକେ ଜାକ ଜନମ୍ ଅଏନାଇଁ ଆରି ଆକାସ୍ତଲେ ତିଆର୍ ଅଇ ରଇବା କାରାପ୍ କାମ୍ ଦେକେନାଇଁ, ତାକେ ମୁଇଁ ସେ ଦୁଇଲକର୍ ବିତ୍ରେ ଅନି ବେସି ନିକ ବଲିକରି କଇଲି । 4 ତେବର୍ପାଇଁ ମୁଇଁ ସବୁଜାକ କାମ୍ କର୍ବାଟା ଆରି ସବୁଜାକ ବୁଦିର୍ କାମ୍ ଦେକ୍ଲିସିନା, ତାର୍ପାଇଁ ବଲିକରି ନର୍ଲକ୍ ନିଜର୍ ସାଇପଡିସାର୍ ଲକ୍କେ ଇର୍ସା କର୍ସି। ଏଟା ବେକାର୍ସେ ଆରି ନ ଡିସ୍ବା ପବନର୍ ପଚେ ପାଲାଇବା ଲକ୍ପାରା । 5 କାରାପ୍ଲକ୍ ନିଜର୍ ଆତ୍କେ ମୁଟାକରି ନିଜେ ମାଉଁସ୍ କାଇସି। 6 କସ୍ଟ କାମ୍ ଆରି ପବନର୍ ପଚେ ଜାଇକରି ଦୁଇ ମୁଟା କାଇବା ବାଦୁଲେ ସାନ୍ତିରେ ଗଟେକ୍ ମୁଟା କାଇବାଟା ନିକ। 7 ତେବର୍ପାଇଁ ମୁଇଁ ବାଉଡି ଆସି ଆକାସ୍ ତଲେ ଦେକ୍ଲିଜେ ସବୁଜାକ ବେକାର୍ସେ । 8 ଜନ୍ ଲକ୍ ଏକ୍ଲାସେ ରଇସି ଆରି ତାର୍ ସାଙ୍ଗମନ୍ କେ ମିସାନାଇଁ; କି ତାକେ ପ କି ବାଇ ନାଇଁ; ଅଇଲେ ମିସା ତାର୍କାମ୍ ମୁଲ୍କେ ସାରେନାଇଁ, ଅଇଲେ ମିସା ତାକେ ଜେତେକ୍ ଦନ୍ ଅରଜ୍ଲେ ମିସା ସାନ୍ତି ନାଇଁ, ତେବେ ମୁଇଁ କାର୍ପାଇଁ ଏତେକ୍ କସ୍ଟ କଲିନି ଆରି ନିଜର୍ ଜିବନ୍କେ ବଁଚାଇ ଆଚି? ଏଟା ସବୁଜାକ ବେକାର୍ସେ; ଆରି ବେସି ଦୁକର୍ ବିସୟ୍ । 9 ଗଟେକ୍ଲକର୍ ତେଇଅନି ଦୁଇଲକ୍ ନିକ, କାଇକେବଇଲେ ସେମନ୍ ନିଜର୍ ନିଜର୍ କସ୍ଟ କଲା ପଲ୍, ପାଇବାଇ। 10 ସେମନର୍ ବିତ୍ରେ ଗଟେକ୍ ଲକ୍ ଅସୁବିଦା ଅଇଲେ ମିସା ଆରି ଗଟେକ୍ ଲକ୍ ସାଇଜ କର୍ସି; ମାତର୍ ଜେ ଗଟେକ୍ ଲକ୍ସେ ରଇସି ତାକେ କାଇ ଅସୁବିଦା ଅଇଲେ ମିସା ସାଇଜ କର୍ବାଲକ୍ କେ ନ ରଅତ୍, ସେ ଗଟେକ୍ କସ୍ଟ ପାଇବା ଲକ୍ । 11 ଆରି ଦୁଇ ଲକ୍ ମିସିକରି ସଇଲେ ତାତି ପୁଟାଇ ଦେଇସି; ମାତର୍ ଏକ୍ଲା ସଇଲେ ଗରମ୍ ଲାଗ୍ସିକି? 12 କେବେ ଜଦି କେ ଏକ୍ଲା ରଇବା ଲକ୍କେ ମାର୍ସି ବଇଲେ ଦୁଇଲକ୍ ଅଇକରି ତାକେ ମାର୍ବାକେ ଚେସ୍ଟା କର୍ବାଇ; ଆରି ତିନ୍ଟା ମିସାଇ ବଁଅଁଲା ଡର୍ ନ ଚିଡେ । 13 ବୁଡା ଲକ୍ ଆରି ଅମାନିଆଁ ରାଜା ଆରି କାର୍ କାତା ନ ମାନ୍ବା ଲକ୍, ତାକର୍ ବାଦୁଲେ କାକୁର୍ତି ଲକ୍ ଆରି ଗିଆନ୍ ରଇବା ଦାଙ୍ଗ୍ଡା ପିଲା ବେସି ନିକ। 14 କାଇକେବଇଲେ ସେ ରାଜା ଅଇବାକେ ଜଇଲ୍ କାନାଇ ଅନି ବାରଇକରି ଆଇଲା; ଆରି, ସେ ତାକର୍ ଦେସର୍ ଲକ୍ମନର୍ ବିତ୍ରେ ଅନି ବେସି ଗରିବ୍ ଅଇକରି ଜନମ୍ ଅଇ ରଇଲା। 15 ମୁଇଁ ଆକାସ୍ତଲେ ଜିଉନାକାଉନା କର୍ତେ ରଇବା ସବୁଜାକ ଲକ୍ବାକ୍ ଚଡଇ ଚିଡିଙ୍ଗ୍କେ ରାଙ୍ଗ୍ବାଟା ଦେକ୍ଲି ମାତର୍, ସେ ଦାଙ୍ଗ୍ଡା ପିଲାର୍ ପାରା ଆରି କେ ମିସା ସାସନ୍ କର୍ବାକେ ଗଟେକ୍ ଲକ୍ ମିସା ନାଇଁ। 16 ସେ ଜନ୍ ଲକ୍ମନର୍ ମୁକିଅ ଅଇ ରଇଲା, ସେ ଲକ୍ମନ୍କେ ଏଜ୍ଲେ ଏଜି ନ ଅଏ; ଅଇଲେ ମିସା ତାକେ ପର୍ସନ୍ ଉତର୍ କର୍ବା ଲକ୍ମନ୍ ତାର୍ ଲଗେ ସାର୍ଦାରେ ରଇ ନାପାରତ୍ । ସତ୍କାତା ଏଟାମନ୍ ସବୁ ବେକାର୍ସେ ଆରି ନ ଡିସ୍ବା ପବନର୍ ପଚେ ପାଲାଇବା ଲକ୍ ପାରା।
Publicidade
Eclesiastes 4
ଜଗତ୍ ତେଇ ଅନିଆଁଇ
Veja também
Publicidade