Publicidade

Eclesiastes 7

ଗିଆନି ଆରି ଅଗିଆନି

1 ବେସି ଦାମର୍ ଚିକନ୍ ବାଦୁଲେ ନିକ ନାଉଁ ବଲ୍ ଆରି ଜନମ୍ ଅଇଲା ଦିନ୍ ବାଦୁଲେ ମର୍‌ବା ଦିନ୍ ବଲ୍ । 2 ବଜି ଗରେ କାଇବାକେ ଜିବା ବାଦୁଲେ ମଡାମରି ରଇବା ଗରେ ଜିବାଟା ନିକ କାଇକେବଇଲେ ସେ ଲକ୍‌ର ଦର୍‌ତନି ଟାନେ ରଇବାଟା ଏଟାସେ ତାର୍ ସାରାସାରି ଦିନ୍ ଆରି ଗିଆନି ଲକ୍‌ମନ୍ ସେଟାକେ ବେସି ଦିଆନ୍ ଦେବାଇ। 3 ଆଁସ୍‌ବା ବାଦୁଲେ ଦୁକ୍‌ କର୍‌ବାଟା ବଲ୍, କାଇକେବଇଲେ, ମୁଅଁର୍ ସାର୍‌ଦାର୍ ଲାଗି ଗାଗଡ୍ ସୁନ୍ଦର୍ ଡିସ୍‌ସି। 4 ଗିଆନି ଲକର୍‌ ମନ୍ ଦୁକର୍ ଗରେ ରଇସି, ମାତର୍ କାରାପ୍‌ ଲକ୍‌ମନର୍ ମନ୍ ସାଇସାର୍‌ଦା କର୍‌ବା ଗରେ ରଇସି । 5 କାରାପ୍ ଲକ୍‌ମନର୍ ଗିତ୍ ସୁନ୍‌ବା ବାଟା ଗିଆନି ମନର୍ ଉଡା ସୁନ୍‌ବାଟା ବଲ୍ । 6 କାଇକେବଇଲେ ଆଣ୍ଡି ବିତ୍‌ରେ ଗଡି ପୁରାଇଲେ କେନ୍‌ତି କଡ୍‌କଡ୍ କରି ସବଦ୍ କର୍‌ସି, କାରାପ୍‌ ଲକ୍‌ମନର୍ ଆସ୍‌ବାଟା ମିସା ସେ ରକାମ୍‌ସେ; ଏଟା ବେକାର୍ ଆକା। 7 ଅନିଆଇ ସଙ୍ଗେ କାମାଇଲା ଦନ୍ ବଲ୍‌ ଲକ୍‌କେ ନସାଇ ଦେଇସି ଆରି ଲାଞ୍ଚ୍ ନେଲେସରି ନିଜର୍ ଇଜତ୍ ଜାଇସି। 8 କାମ୍ ଆରାମ୍ କର୍‌ବା ବାଦୁଲେ କାମ୍ ସାରାଇବାଟା ନିକ; ଆରି ଗର୍‌ବ୍‌ କର୍‌ବା ବାଦୁଲେ ସାନ୍‌ତିରେ ରଇବାଟା ନିକ। 9 ରିସା ଅଇବାକେ ମନ୍‌କେ ଦିଆସ୍ ନାଇଁ କାଇକେବଇଲେ କାରାପ୍ ଲକ୍‌ମନର୍ ମନ୍ ସବୁବେଲେ ରିସାରେସେ ରଇସି। 10 ଏବର୍‌ ଜୁଗର୍‌ ବାଦୁଲେ ଆଗର୍ ଜୁଗ୍ ନିକ ରଇବା କାରନ୍‌ କାଇଟା, ଏ ବିସୟ୍‌ ଆରି କୁଆ ନାଇଁ, କାଇକେବଇଲେ ତମେ ଏ ବିସୟ୍‌ ଗିଆନ୍‌ରେ ପାଚାରାସ୍ ନାଇଁ । 11 ଗିଆନ୍ ଆନିଦାଦିମନର୍ ଅଦିକାର୍ ପାରା ନିକ୍; ଆରି ବଞ୍ଚି ରଇବା ଲକ୍‌ମନ୍‌କେ ସେଟା ଅଦିକ୍ ଲାବ୍‌ । 12 କାଇକେବଇଲେ ଦନ୍‌ସଁପ୍‌ତି ଗରେ ରଇଲେ ଜେନ୍‌ତି ସାଆସ୍ ଲାଗ୍‌ସି, ଗିଆନ୍ ମିସା ସେନ୍‌ତିସେ ନିଜ୍‌କେ ରକିଆ କର୍‌ସି; ମାତର୍ ଗିଆନର୍ କାମ୍ ଅଇଲାନି ଏ ରକାମ୍‌ ଜେ, ଗିଆନ୍ ନିଜ୍‌କେ ଅଦିକାରିର୍‌ ଲଗେ ନିଜର୍ ଜିବନ୍‌କେ ବଁଞ୍ଚାଇସି। 13 ପର୍‌ମେସରର୍ କାମ୍ କେନ୍‌ତି କରି କରୁ ବଲିକରି ଆଲ୍‌ଚନା କରା; କାଇକେବଇଲେ ସେ ଜନ୍‌ଟାକେ ବାଙ୍ଗ୍‌ଟି କଲା ଆଚେ, ସେଟାକେ କେଆଲେ ମିସା ସିଦା କରି ପାରତ୍‌କି? 14 ସୁକର୍‌ବେଲେ ସାର୍‌ଦା ଉଆ ଆରି ଦୁକର୍ ବେଲେ ଚିନ୍ତାକରା; ନର୍‌ଲକ୍‌କେ କେଡେବେଲେ କାଇଟା ଗଟ୍‌ସି, ସେଟା ସେ ନିଜେ ମିସା ଜାନି ନାପାରେ, ସେଟାର୍‌ ପାଇଁ ପର୍‌ମେସର୍ ସୁକ୍ ଆରି ଦୁକ୍‌କେ ଲଗେ ଲଗେ ସଙ୍ଗଇ ଆଚେ। 15 ମୁଇଁ ତମର୍ କାରାପ୍ ସମଏଁ ଏଟା ସବୁ ଦେକ୍‌ଲି ଆଚି; ଦରମ୍ ଲକ୍‌କେ କେବେକେବେ ନିଜର୍ ଦରମ୍‌ ବାଟେ ବିନାସ୍‌ ଆଇସି, ମାତର୍ କାରାପ୍‌ ଲକ୍ ନିଜର୍ କାରାପ୍ କାମ୍ କରିକରି ବେସି ଦିନ୍ ବଁଞ୍ଚ୍‌ସି। 16 ବେସି ଦରମ୍ ଦେକାଇ ଉଆନାଇ; ନିଜେ ବେସି ଗିଆନି ବଲିକରି ଦେକାଇ ଉଆନାଇ; କାଇକେବଇଲେ ନିଜେ ନିଜ୍‌କେ ନସ୍‌ଟ କର୍‌ସା? 17 ତମେ ବେସି କେଚଡ୍‌ ଉଆନାଇ, କି ଅମାନିଆଁ ଉଆନାଇ; କାଇକେ ନ ମର୍‌ବା ଆଗ୍‌ତୁ ମଲାପାରା ଅଇକରି ତମେ ବଁଞ୍ଚ୍‌ସା? 18 ନିଜେ ଦାରି ରୁଆ, ଆରି ତାର୍‌ତେଇ ଅନି ଆତ୍ ନ ନେବାଟା ନିକ; କାଇକେବଇଲେ ଜେ ମାପ୍‌ରୁକେ ଡର୍‌ସି, ସେ କେନ୍‌ତି ଅଇଲେ ମିସା ବଡ୍‌ଲକ୍ ଅଇସି ଆକା। 19 ଗିଆନ୍‌ ରଇଲାଲକ୍ ଦସ୍‌ଟା ନଅଁର୍‌କେ ସାସନ୍ କର୍‌ବା ଲକର୍‌ତେଇ ଅନି ଗିଆନିଲକ୍ ଅଦିକ୍ ବପୁ। 20 ପାପ୍ ନକରି ଦରମ୍ କାମ୍ କର୍‌ବା ଲକ୍, ଗଟେକ୍‌ଲକ୍‌ ମିସା ଏ ପୁର୍‌ତିବିତେଇ ନାଇଁ । 21 ବେକାର୍‌ କାତା କେତେକ୍ କଇଲେ ମିସା, ସେ ସବୁକାତାକେ ମନ୍‌ଦେଇକରି ସୁନାନାଇଁ; ସେନ୍‌ତାର୍ କଲେ କେନ୍‌ତି ଅଇଲେ ତମର୍ ଗତି ଦାଙ୍ଗ୍‌ଡା ତମ୍‌କେ ଅବିସାପ୍ ଦେଇସି; 22 କାଇକେବଇଲେ ତମର୍ ମନ୍‌ଆକା ଜାନ୍‌ସିଜେ, ତମେ ମିସା ଅଲ୍‌ଗା ଲକ୍‌ମନ୍‌କେ ସେରକାମ୍ ସବୁବେଲେ ଅବିସାପ୍ ଦେଲାସ୍‌ନି । 23 ମୁଇଁ ମର୍ ଗିଆନ୍ ସଙ୍ଗେ ସବୁକେ ପରିକା କରିଆଚି; ମୁଇଁ କଇଲି, ମୁଇଁ ଗିଆନ୍ ଅର୍‌ଜନ୍ କର୍‌ବି; ମାତର୍ ସେଟା ମର୍‌ତେଅନି ବେସି ଦୁର୍‌କେ ରଇଲା । 24 ଜାଇଟା ମର୍‌ଲଗେ ଆଚେ, ସେଟାକେ ଦୁର୍‌କେ ଆଚେ, ଆରି ବେସି ଡେଙ୍ଗ୍‌ ସେଟାକେ କେ, ପାଇପାର୍‌ସି ? 25 ଗିଆନର୍ ଟିକିନିକି ଜାନ୍‌ବାକେ, ଆରି କାରାପ୍‌ଟା ଜେ ଅମାନିଆଁ ଆରି କାରାପ୍‌ ଲକ୍ ଜେ କେଚଡ୍‌ଟା, ଏଟାମନ୍ ଜାନ୍‌ବାକେ ଆରିତରେକ୍ ବାଉଡି ଆଇଲି ଆରି ମର୍‌ମନ୍ କଜ୍‌ଲା ଆରି କଜ୍‌ବାକେ ଚେସ୍‌ଟା କରି ନାଇଁ 26 ଆରି ମୁଇଁ, ଦେକ୍‌ଲିଜେ, ଜନ୍‌ ମାଇଁଜିର୍ ମନ୍‌ପରାନ୍ ପାନ୍ଦେ ଲାଗାଇ ଅଇଲା ପାରା ଆରି ଜାଲ୍ ଡାବି ଅଇଲା ପାରା ଆରି ଆତେ ବାନ୍ଦି ଅଇଲା ପାରା, ସେ ଜିଇଜିଇ କରି ମଲା ସମାନ୍; ଜେ ଜଦି ପର୍‌ମେସର୍‌କେ ସାନ୍ତି କର୍‌ସି, ସେ ତାର୍‌ଲାଗି ବଲିକରି ରକିଆ ପାଇସି; ମାତର୍ ପାପ୍ କର୍‌ବାଲକ୍ ତେଇ ଦାରା ପଡ୍‌ସି । 27 ସିକିଆ ଦେଉ‌ କଇଲାନିଜେ, ଦେକା ମୁଇଁ ଉତର୍ ପର୍‌ସନ୍ ଜାନ୍‌ବାକେ ଗଟେକ୍ ବିସୟ୍‌କେ ଆରିଗଟେକ୍ ସଙ୍ଗେ ସମାନ୍ କରି ଏଟା ପାଇଆଚି । 28 ଏଲେମିସା ମର୍ ଜିବନ୍ ସବୁବେଲେ କଜ୍‌ତେ ରଇସି, ମାତର୍ ମକେ ସେଟା କେବେ ମିସା ମିଲେନାଇଁ; ଅଜାର୍‌ ଲକର୍ ବିତ୍‌ରେ ମୁଇଁ ଗଟେକ୍ ଲକ୍‌କେ ବାଚ୍‌ଲି ଆଚି; ସବୁ ମାଇଁଜି ମନର୍ ବିତ୍‌ରେ ଅନି ଗଟେକ୍ ମାଇଁଜି ମୁଇଁ ପାଇନାଇ । 29 ଦେକା, ମୁଇଁ ଏତ୍‌କି ମାତର୍ ପାଇଲି ଆଚି, ପର୍‌ମେସର୍ ନର୍‌ଲକ୍‌କେ ନିମାନ୍ କରି ଗଡ୍‌ଲା; ମାତର୍ ଲକ୍‌ମନ୍ ବିନ୍‌ବିନ୍ ରକାମ୍‌ଟାମନ୍ ତିଆର୍ କରିଆଚତ୍‌ ।

Veja também

Publicidade
Eclesiastes
Ver todos os capítulos de Eclesiastes
Bíblia Online Bíblia Online

Bíblia Online • Versão: 2026-06-16_06-50-08-