1 ତମେ ପର୍ମେସରର୍ ଗରେ ଜିବାବେଲେ ଜାଗର୍ତା ସଙ୍ଗେ ଇଣ୍ଡିକରି ଜାଆ; କାଇକେବଇଲେ କାରାପ୍ ଲକ୍ମନର୍ ଅମ୍ବଲି ସର୍ପି ଦେବା ବାଦୁଲେ ନିକ ସଙ୍ଗେ ସୁନିକରି ମାପ୍ରୁର୍ ଲଗେ ଆଇବା ଲକ୍ ବେସି ନିକ; ତେବର୍ପାଇଁ ସେମନ୍ କାରାପ୍ କାମ୍ କଲୁନି ବଲିକରି ଜାନି ନାପାରତ୍ । 2 ତମେ ତମର୍ ଟଣ୍ଡେ ଅନି କାରାପ୍ କାତା କଇବାକେ ଇଚା କରାନାଇ, ଆରି ପର୍ମେସରର୍ ବିସଇରେ କାଇ ବଲିକରି କଇବାକେ ଇଚାକରା ନାଇଁ; କାଇକେବଇଲେ ପର୍ମେସର୍ ସରଗ୍ ଉପ୍ରେ ଆଚେ ଆରି ତମେ ଏ ପୁର୍ତିବି ଟାନେ ଆଚାସ୍; ତେବର୍ପାଇଁ ତମେ ବାବି ବିଚାରିକରି କାତାବାର୍ତା କରା । 3 କାଇକେବଇଲେ ବେସି କାମ୍ କଲେ ସପନ୍ ଆଇସି; ଆରି ବେସି କାତାବାର୍ତା କଲେ ମୁର୍କ ଲକର୍ ପାରା ଜାନା ପଡ୍ସି । 4 ତମେ ପର୍ମେସରର୍ ଲଗେ ମାନତ୍ ମାଙ୍ଗ୍ଲେ, ତାକେ ଦେବାକେ ଅଲ୍ସମ୍ କରାନାଇଁ; କାଇକେବଇଲେ କାରାପ୍ ଲକ୍ମନ୍କେ ତେଇ ସାନ୍ତି ନାଇଁ; ତମେ ଜାଇଟା ମାନତ୍ କର୍ସା, ସେଟା ତମେ କରା। 5 ମାନତ୍ ମାଙ୍ଗିକରି ନ ଦେବା ବାଦୁଲେ ତମେ ମାନତ୍ ନ କର୍ବାଟା ନିକ । 6 ତମର୍ ଗାଗଡ୍କେ ପାପ୍ କରାଇବାକେ ତମର୍ ଟଣ୍ଡ୍କେ ଦିଆସ୍ ନାଇଁ; କି ଏଟାକେ ବୁଲ୍ବା ଦୁତର୍ ମୁଆଁଟେ କୁଆ ନାଇ; କାଇକେବଇଲେ ପର୍ମେସର୍ ତମର୍ କାତାକେ ରିସା ଅଇକରି ତମର୍ ଆତର୍ କାମ୍କେ କୁରୁପ୍ନାସ୍ କର୍ସି? 7 କାଇକେବଇଲେ ବେସି ସପନ୍ ଦେକ୍ବାଟା ଆରି ବଡ୍ ବାବ୍ନା ଆରି ବେସି ବାକିଅର୍ ଲାଗି ଏ ରକାମ୍ ଗଟ୍ସି; ମାତର୍ ତମେ ପର୍ମେସର୍କେ ଡର୍ବାର୍ ଆଚେ।
8 ଜେବେ ତମେ କନ୍ଆଲେ ଦେସେ କାକୁର୍ତିଆ ମନର୍ ପାଇଁ ଅନିଆଁଇ, ମାଡ୍ଗଲ୍ ନ କର୍ବା ଆଗ୍ତୁ ବିଚାର୍ ଆରି ନିଆଁଇର୍ ଅନିଆଇ ଅଇବାଟା ଦେକ୍ସା, ତେବେ ସେ ବିସୟ୍ ନେଇକରି ବାୟାବିକଲ୍ ଉଆନାଇ; କାଇକେବଇଲେ ଉଚେ ରଇବା ବାଦୁଲେ ଗଟେକ୍ ଲକ୍ ଅଦିକ୍ ଉଚ୍ ଦେକ୍ବାଇ; ଆରି ସେମନର୍ ତେଇଅନି ଅଦିକ୍ ଉପର୍କେ ଦେକ୍ବା ଲକ୍ ଆଚେ। 9 ଆରି, ପୁର୍ତିବି ତେଇ ପଲ୍ବା ପଲ୍ ସବୁ ଲକର୍ ପାଇଁ; ବାଡେ ପାଚ୍ବା କାଦିର୍ ଲାଗି ରାଜା ନିଜେ ସନ୍ତୁସ୍ ଅଇସି। 10 ଜନ୍ ଲକ୍ ରୁପାକେ ନିକ ବଲ୍ବାଇ, ସେ ଟାଙ୍କା ପାଇଲେ ମିସା ସାନ୍ତି ନ ପାଏ; ଆରି ଜନ୍ଲକ୍ ବେସି ଦନ୍କେ ଆସା ଅଇସି, ସେ ଜେତେକ୍ କାମାଇଲେ ମିସା ଆସା ନ ଚାଡେ; ଏଟା ସବୁଜାକ ବେକାର୍ । 11 ଦନ୍ସଁପତି ଅଦିକ୍ ଅଇଲେ, ଅଦିକ୍ ଲକ୍ ତାର୍ ପାରା ସାଉକାର୍ ଅଇବୁ ବଲିକରି ବାବ୍ବାଇ; ତେବର୍ପାଇଁ ନିଜର୍ ଆକିରେ ଦେକ୍ବାଟାସେ ମାତର୍ ମୁକିଆକେ କାଇ ଲାବ୍? 12 କୁଲିବୁତି କରି କାଇବା ଲକ୍ ଇଡିକନ୍ କି ବଡ୍କନ୍ କାଇଲେ ମିସା ସେ ସାନ୍ତି ସଙ୍ଗେ ସାକାଲ୍ ପାଇତେ ସଇବାଇ। ମାତର୍ ସାଉକାର୍ ଲକ୍କେ ଗୁନ୍ ଆଇବାଟା ବେସି କସ୍ଟ। 13 ସାଉଆର୍ ଲ୍ ଦନ୍ ଅରଜ୍ଲେ ନିଜର୍ ଅମଙ୍ଗଲ୍ ପାଇଁ ଦନ୍ସପତି ସଙ୍ଗଇ ରଇସି, ଏଟା ଗଟେକ୍ ଅନିଆଇ ମୁଇଁ ଏ ବିସଇ ଆକାସ୍ ତଲେ ଦେକ୍ଲି; 14 ଆରି କେବେଆଲେ ଅସୁବିଦାରେ ପଡ୍ଲେ ସେ ସବୁଜାକ ଦନ୍ସପତି ନସ୍ଟ ଅଇସି; ଆରି ସେ ପିଲା ଜନମ୍ କଲେ, ତାର୍ପାଇଁ ମୁଲ୍କେ କାଇଟା ମିସା ନ ରଏ। 15 ସେ ମାର୍ ପେଟେ ଅନି ଜେନ୍ତି ଡୁମ୍ଣ୍ଡା ଅଇ ଆଇଲା, ସେ ରକାମ୍ ସେ, ମଲାବେଲେ ମିସା ଡୁମ୍ଣ୍ଡା ଅଇସେ ଜାଇସି, ଆରି ସେ କସ୍ଟ କରି ଅର୍ଜି ରଇଲା ଦନ୍କେ ଆତେ ଦାରି ନ ଜାଏ, ସେ ରକାମ୍ କାଇଟା ମିସା ନେଇକରି ନ ଜାଏ। 16 ଆରି, ଜେନ୍ତି ଆଇଲା, ସବୁତେଇ ଜାକ ସେ ରକାମ୍ସେ ଜାଇସି, ଏଟାଆକା ବେକାର୍ କରମ୍; ଆରି ପବନର୍ ପାଇଁ ସେ କସ୍ଟ କଲେ ତାର୍ପାଇଁ କାଇ ଲାବ୍? 17 ଆରି, ତାର୍ ଜିଉନାକାଉନା ବଡେ ଇନସ୍ତାରେ କର୍ସି, ଆରି ସେ ଉଜେଉଜେ ବେସି ରିସା ଅଇସି, ଆରି ତାକେ ବେସି ଜର୍ଦୁକା ଦାର୍ସି। 18 ଦେକା, କାଇବା ପିଇବାଟା ଆରି ପର୍ମେସର୍ ଦେଇରଇବା ଇସାବ୍ରେ ଲକ୍ମନ୍ ଆକାସ୍ତଲେ ଜନ୍ଜନ୍ କାମ୍ଦାମ୍ କର୍ସି, ସେ ସବୁଜାକ କାମ୍ଦାମର୍ ସୁକ୍ ପାଇସି, ଏଟା ଆକା ତାର୍ପାଇଁ ବେସି ନିକ ଆରି ମନ୍କେ ଗାଲା ବଲିକରି ମୁଇଁ ବାବ୍ଲି କାଇକେବଇଲେ ଏଟାଆକା ତାର୍ ଗଟେକ୍ ବାଗ୍। 19 ଆରି ପର୍ମେସର୍ ଜନ୍ ଲକ୍କେ ମିସା ଦନ୍ସପତି ଦାନ୍ ଦେଇକରି ସେଟା କାଇପିଇ କରି ମଜା କର୍ବାକେ ଆରି ନିଜର୍ ବାଗ୍ ଦାରି ଅଇବାକେ ଆରି ନିଜେ କସ୍ଟ କଲା ତେଇ ସାର୍ଦା ଅଇବାକେ ଅଦିକାର୍ ଦେଲା, ସେଟା ଆକା ପର୍ମେସର୍ ଦେଲା ଦାନ୍ । 20 କାଇକେବଇଲେ ବିତିଗାଲା ଦିନ୍ ମନ୍ ଆରି ଅଦିକ୍ ମନେ ନ ଏତାଏନି; କାଇକେବଇଲେ ପର୍ମେସର୍ ତାର୍ ମନ୍ ବିତ୍ରେ ସାର୍ଦା କରାଇ ତାକେ ଉତର୍ ଦେଇସି।