1 ମଲା ମଚିମନ୍ କାଚ୍ ବିତ୍ରେ ପୁରିକରି ବାସ୍ନା ଚିକନ୍କେ ଗନ୍ଦ୍ କରିଦେବାଇ ଆରି ଅଲପ୍ ଗିଆନି ବେସି ଗିଆନ୍ ରଇଲା ବିସଇକେ କାରାପ୍ କରିଦେବାଇ। 2 ଗିଆନି ଲକର୍ ବୁଦି ବଲ୍ ବାଟେ ନେଇଁସି; ମାତର୍ କାରାପ୍ ଲକର୍ ବୁଦି ସବୁବେଲେ କାରାପ୍ ବାଟେ ରଇସି। 3 ଆରି, କାରାପ୍ ଲକ୍ କେନେ ଜିବାର୍ ଆଲେ ବାଟ୍ ବାନା ଅଇ ଜିବାଇ, ଆରି ସେ ଜାକେ ଦେକ୍ଲେ ତାକେ କଇତେ ରଇସି, ସେ କାରାପ୍ ଲକ୍ ବଲିକରି। 4 ତମ୍କେ ସାସନ୍ କରୁମନର୍ ସଙ୍ଗେ ଲାଗାଜଡା କଲେ, ନିଜର୍ ଜାଗାକେ ଚାଡା ନାଇଁ; କାଇକେବଇଲେ ନିଜେ ଡାଣ୍ଟ୍ ଅଇ ରଇଲେ ବଡ୍ବଡ୍ ପାପ୍ ଉନା ଅଇସି। 5 ମୁଇଁ ଏ ଆକାସ୍ ତଲେ ବେସି କାରାପ୍ ବିସଇମନ୍ ଦେକ୍ଲି ଆଚି, ସେଟା ସାସନ୍ କରୁମନର୍ ଟାନେଅନି ଜାତ୍ ଅଇ ବୁଲ୍ ପାରା ଡିସ୍ସି; 6 କାରାପ୍ ଲକ୍ ସବୁ ଲକର୍ ଉପ୍ରେ ଜାଇକରି ମଜାଇ ବସ୍ସି, ଆରି ସାଉକାର୍ ଲକ୍ କେନ୍ତା ଜାଗାଇ ମିସା ବସି ଦେଇସି। 7 ମୁଇଁ ଗତିଦାଙ୍ଗ୍ଡାମନ୍କେ ଗଡା ଉପ୍ରେ ଆରି ସାଉକାର୍ମନ୍ ଗତି ଦାଙ୍ଗ୍ଡାମନର୍ ପାରା ଇଣ୍ଡି ଇଣ୍ଡି ବୁଲ୍ବାଟା ମୁଇଁ ଦେକ୍ଲି। 8 ଜେ ଅଲ୍ଗା ଲକ୍କେ କାଲେ ଅଦ୍ରାଇବାକେ ଚେସ୍ଟା କର୍ସି ବଇଲେ, ସେ ନିଜେ କାଲେ ଅଦର୍ସି ଆରି ଜେ ଜଦି ସାପ୍ବିଲେ ଅଗ୍ସି, ତାକେ ସାଁପ୍ ଟକ୍ସି। 9 ଜନ୍ଲକ୍ ଜଦି ପାକାନ୍ କୁଆଁରି ଟାନେ କାମ୍ କଲାସ୍ନି ବଇଲେ, ପାକ୍ନା ତମ୍କେ କସ୍ଟ ଦେଇସି ଆରି ଜେ ଦାରୁ ପୁଟାଇସି ସେ ଦାରୁ ପୁଟାଇବା ଟାନେ କସ୍ଟ ପାଇସି। 10 କଡ୍କି କି କାଟ୍ରା ଜଦି ମଟ ଅଇଲେ କେ ଜଦି ନ ପାଜାଏ, ସେନ୍ତାର୍ ଆଲେ ସେ କଡ୍କିକେ ଦାତ୍ମୁଣ୍ଡ୍ ଚାବିକରି ମାର୍ବାର୍ ଆଚେ; ମାତର୍ ନିଜର୍ କାମ୍କରି ଦେକାଇବାର୍ ଆଚେ ବଇଲେ ଗିଆନ୍ ରଇବାର୍ ଆଚେ। 11 ସାଁପ୍ ମତର୍ ନ କର୍ବା ଆଗ୍ତୁ ସାଁପ୍ ଟକ୍ଲେ ଦସାରିର୍ ବୁଦି କାଇ ଲାବ୍କେ ନାଇଁ। 12 ଗିଆନି ଲକର୍ ବାକିଅ ସୁନ୍ଲେ ସରି ଆସିର୍ବାଦ୍ ପାଇଲା ପାରା ଲାଗ୍ସି, ମାତର୍ କାରାପ୍ ଲକର୍ ଟଣ୍ଡେଅନି ସୁନ୍ଲେ ସରି ବିନାସ୍ ଅଇସି । 13 ତାର୍ ଟଣ୍ଡେଅନି ଅଗିଆନି ବଲି ପଡ୍ସି, ସେ ବଲ୍ ଲକ୍ କି କାରାପ୍ ଲକ୍ ଆରି ସେ ବେସି କାତା ବାର୍ତା କରି ଦୁକ୍ ଦେଇସି। 14 କାରାପ୍ ଲକ୍ ବେସି କାତା କଇବାଇ; ଅଇଲେ ମିସା କାଇଟା ଅଇସି, ସେ ନିଜ୍କେ ନାଜାନେ; ଆରି ତାର୍ପାଇଁ ଜାଇଟା ଗଟ୍ସି, ସେଟା ତାକେ କେ ଜାନାଇ ଦେବାଇ? 15 ଜେତ୍କି କାରାପ୍ ଲକ୍ କାମ୍ କଲେ ମିସା ସେ କାମ୍ କରୁକେ କସ୍ଟ ଦେଇସି, କାଇକେବଇଲେ କନ୍ବାଟେ ସେ ନଅଁରେ ଜିବାର୍ ଅଇସି, ସେ ବାଟ୍ ସେ ନାଜାନେ। 16 ଏ ଦେସ୍, ତମର୍ ରାଜା ଜଦି ସାନପିଲା ଅଇସି ଆରି ତମ୍କେ ସାସନ୍ କର୍ବା ଲକ୍ ଜେବେ ସାକ୍ଲିଆ କାଇବାଇ, ସେନ୍ତାର୍ ଆଲେ ତମେ କେଡେ ଦୁକର୍ ଲକ୍। 17 ଏ ଦେସ୍, ରାଜବଁସର୍ ପିଲାମନ୍ ତମ୍କେ ସାସନ୍ କର୍ବାକେ ରାଜା ଅଇବାଇ ଆରି ତମର୍ ମୁକିଆମନ୍ ଜେବେ ନିଜ୍କେ ମାତୁଆଲ୍ ନ ଅଇ ରଇବାଇ, ମାତର୍ ବଲବାନ ଅଇକରି ରଇବାକେ ନିଜେ ସମାନ୍ ସମୟରେ କାଇବାଇ, ସେ କେଡେ କରମର୍ ଲକ୍ ! 18 ସେ ଅଲସ୍ରେ ଚାତ୍ ବସିଜାଇସି, ଆରି ଆତର୍ ସିତଲ୍ କାମ୍ରେ ଗରେ ପାନି ଜର୍ସି, 19 ଆସ୍ବାକେ ବଜି ଅଇ ରଇସି, ଆରି ଅଙ୍ଗୁର୍ରସ୍ କାଇଲେ ନିଜର୍ ମନ୍କେ ସାର୍ଦା କର୍ସି; ଦନ୍ସପତି ନିଜର୍ କାମ୍କେ ଆଇସି। 20 ରାଜାକେ ଅବିସାପ୍ ଦିଆସ୍ନାଇଁ, ଆରି ମନେ ମନେ ମିସା ଦିଆସ୍ନାଇଁ, ଆରି ଦନିକେ ନିଜର୍ ସଇଲା ଗରେ ଅବିସାପ୍ ଦିଆସ୍ ନାଇଁ; କାଇକେବଇଲେ ଆକାସର୍ ଚଡଇ ସେ କାତା ଦାରି ଜାଇସି ଆରି ସେ କାତା ଜାନାଇ ଦେଇସି ।
Publicidade
Publicidade