1 ତମେ ପାନି ଉପ୍ରେ ନିଜର୍ କାଇବା କାଦି ପାକାଆ, କାଇକେବଇଲେ କେତେ ଦିନ୍ ଗାଲେସରି ସେଟା ପାଇସା। 2 ସାତ୍ ଲକ୍କେ ଚାଡିକରି ଆଟ୍ ଲକ୍କେ ବାଗ୍ କରା; କାଇକେବଇଲେ ପୁର୍ତିବି ଟାନେ କାଇ ବିପଦ୍ ଗଟ୍ସି, ସେ ବିସୟ୍ ତମେ ନାଜାନାସ୍। 3 ମେଗ୍ ପାନି ବର୍ତି ଅଇଲେ ଆକା ପୁର୍ତିବିଟାନେ ପାନି ମାରାଇସି; ଆରି, ଗଚ୍କୁଟ୍ମନ୍ ଜଦି ଦକିନ୍ ଦିଗେ କି ଉତର୍ଦିଗେ ଅଦର୍ସି ବଇଲେ, ଜନ୍ ଜାଗାଇ ଅଦର୍ସି ସେ ଜାଗାଇସେ ରଇସି । 4 ଜନ୍ ଲକ୍ ବପନ୍କେ ସେ ଦେକ୍ତେ ରଇସି, ସେ ବିଅନ୍ କେବେ ମିସା ନ ବୁନେ ଆରି ଜନ୍ ଲକ୍ ବର୍ସାକେ ଜାଗିକରି ରଇସି, ସେ କେବେ ମିସା ଦାନ୍, ମାଣ୍ଡିଆ ନ କାଟେ । 5 ତମେ କେନ୍ତି ପବନ୍ ବୟ୍ଲାନି, ଆରି ଗଟେକ୍ ମାଇଜି ପିଲା ପାଇବାବେଲେ କେନ୍ତି କସ୍ଟ ପାଇସି, ସେଟା ନାଜାନାସ୍, ଟିକ୍ ସେ ରକାମ୍ ସବୁଜାକ ଗଡ୍ଲା ପର୍ମେସରର୍ କାମ୍କେ ନାଜାନାସ୍ । 6 ତମେ ସାକ୍ଲିଆ ବିୟନ୍ ବୁନ୍ସା ଆରି ସଞ୍ଜ୍ ଅଇବା ଜାକ ଆତ୍କେ ମୁଟା କରା ନାଇଁ; କାଇକେବଇଲେ ଆମେ କଲା କାମ୍ ସିଦ୍ ଅଇସି, କି ଦୁଇଟା ଜାକ ସମାନ୍ ନିକ ଅଇସି ବଲିକରି, ଏ ବିସୟରେ ତମେ ନାଜାନାସ୍ । 7 କଇବାକେ ଗାଲେ ଉଜଲ୍ ସାନ୍ତି ଦେଇସି, ଆରି ଆଁକି ଇସାବ୍ରେ ବେଲ୍କେ ଦେକ୍ବାଟା କସ୍ଟ ଆକା । 8 ଉଁ, ଜେବେ ଗଟେକ୍ ଲକ୍ ବେସି ବରସ୍ ବଁଞ୍ଚ୍ସି, ତେବେ ସେ ସବୁର୍ ପାଇଁ ସାର୍ଦା କର; ମାତର୍ ଆନ୍ଦାର୍କେ ସେ ମନେ ରକି ରଅ, କାଇକେବଇଲେ ସେ ଦିନ୍ମନ୍ ବେସି ଅଇସି । ଜନ୍ ଜନ୍ଟା ଗଟ୍ସି, ସେ ସବୁଜାକ ବେକାର୍ସେ ।
9 ଏ ଦାଙ୍ଗ୍ଡାମନ୍, ତମେ ଦାଙ୍ଗ୍ଡାବେଲେ ସାର୍ଦା କରା ଆରି ଦାଙ୍ଗ୍ଡା ବେଲେ ତମର୍ ମନ୍ ନିକ ରଅ, ଆରି ତମର୍ ମନ୍ ନିକ ରଅ ଆରି ଦେକି ଚାଇଁ କରି ଚାଲା; ମାତର୍ ପର୍ମେସର୍ ଏ ସବୁ ବିସୟ୍କେ ନେଇକରି ଗଟେକ୍ ଦିନେ ବିଚାର୍ ଜାଗାଇ ଡାକ୍ସି, ସେଟାର୍ପାଇଁ ତମେ ଜାଗର୍ତା ସଙ୍ଗେ ରୁଆ। 10 ସେଟାର୍ପାଇଁ ନିଜର୍ ମନ୍କେ ରିସା କରାନାଇଁ ଆରି ତମର୍ ଗାଗଡ୍କେ ଦୁକ୍ ଦୁର୍ କରା; କାଇକେବଇଲେ ଦାଙ୍ଗ୍ଡା ବେଲର୍ ଜିବନ୍ ବେକାର୍ସେ ।