1 ଗିଆନି ଲକ୍ର୍ ପାରା କେ ଆଚେ? ଆରି କେ, ଗଟେକ୍ ବିସଇକେ ବାବିଚିନ୍ତିକରି ଜାନ୍ଲାନି? ନର୍ଲକର୍ ଗିଆନ୍ ତାର୍ କାତା ବାର୍ତା ଟାନେ ଅନି ଜାନା ପଡ୍ସି ଆରି ତାର୍ ଟଣ୍ଡେଅନି କାରାପ୍ କାତା କଇବାକେ ନ ବାରଏ। 2 ତମେ ରାଜାର୍ କାତାକେ ମାନା, ମୁଇଁ ଏନ୍ତାର୍ ବଲିକରି ସିକିଆ ଦେବି ଆରି ପର୍ମେସରର୍ ଲଗେ ସପତ୍ନେବା ବାଦୁଲେ ସେନ୍ତାରି କରା । 3 ତାର୍ଲଗେ ଅନି ଦୁରିକେ ଜିବାକେ ମନ୍କରାନାଇଁ, କାଇ କାରାପ୍କାମ୍ କର୍ବାକେ ମନ୍କରା ନାଇଁ; କାଇକେବଇଲେ ସେ ଜାଇଟା ଇଚା କର୍ସି, ସେଟାସେ କର୍ସି। 4 ଜେନ୍ତିକି ରାଜାର୍ କାତାବାର୍ତା ମନ୍କେ ବାଦ୍ଲାପାରା ଲାଗ୍ସି; ଆରି ତମେ କାଇଟା କଲାସ୍ନି ବଲିକରି, ତାକେ କେ ଜାନାଇ ଦେଇସି? 5 ଜନ୍ଲକ୍ କାତା ମାନିକରି ଚାଲ୍ସି; ସେ କାଇ କାମ୍କେ ମିସା ବାବି ବିଚାରି କରି କର୍ସି; କାରାପ୍ ଲକ୍ମନର୍ ମନର୍କାତା ଆରି ବୁଲିବୁଲିକରି ରଇବାଟା ସେ ବିଚାର୍ କର୍ସି । 6 କାଇକେବଇଲେ ସବୁଲକର୍ ପାଇଁ ସମୟ୍ ଆରି ବୁଦିବିଚାର୍ ଆଚେ; ଜେନ୍ତିକି ଲକ୍ମନର୍ ଦୁକ୍ ତାର୍ପାଇଁ ବେସି; 7 କାଇକେବଇଲେ କାଇଟା ଗଟ୍ସି, ସେ ନିଜେ ମିସା ଜାନି ନାପାରେ ଆରି କେନ୍ତା ବିପଦ୍ ଆଇସି, ଏକାତା କେ ତାକେ ଜାନାଇଁ ଦେଇସି? 8 ପୁଣ୍ଡା ଅଟ୍କାଇ କରି ସଙ୍ଗଇବାକେ ପୁଣ୍ଡା ଅଟ୍କାଇକରି ସଙ୍ଗଇବାକେ କାର୍ ମିସା ଅଦିକାର୍ ନାଇଁ, କି ମର୍ବାଦିନ୍କେ କେମିସା ଅଟ୍କାଇ କରି ରକିନାପାରେ ଅଇଲେମିସା ସେ ଜୁଇଦ୍କେ ଚାଡାନାଇଁ, କି କାରାପ୍ କାମେ ମାତି ରଇବା ଲକ୍କେ ସେ କାରାପ୍ କାମ୍ ଉଦାର୍ ନ କରେ ।
9 ଏଟାମନ୍ ସବୁ ଦେକ୍ଲି ଆଚି ଆରି ପୁର୍ତିବିଟାନେ ସବୁଜାକ କାମ୍ କରାଜାଇସି, ତେଇ ମୁଇଁ ମନ୍ଦେଲି ଆଚି; କେବେକେବେ ଗଟେକ୍ ଲକ୍ ଅଲ୍ଗା ଲକର୍ କାରାପ୍ କାମ୍ କର୍ବାକେ ଚିନ୍ତା କର୍ବାଇ। 10 ଆରି, କାରାପ୍ ଲକ୍ମନ୍କେ ମସ୍ନେ ତପିଅଇ କରି ମିସା ଅଲ୍ଗାଲକ୍ କେଟ୍ଲେ; ଆରି ବେସିକାମ୍ କର୍ବା ଲକ୍ମନ୍ ସୁକଲ୍ ଜାଗାଇ ଗାଲାଇ ଆରି ନଗରେ ଅନି ଅଲ୍ଗା ଅଇଲେ; ଏଟା ବେକାର୍ସେ। 11 କାରାପ୍ କାମ୍ କଲେ ମିସା ଦାପ୍ରେ ଡଣ୍ଡ୍ ନ ଦେବାର୍ ଲାଗି ଲକ୍ମନ୍ କରାପ୍ କାମ୍ କର୍ବାକେ ନ ଚାଡତ୍ । 12 ଏଲେମିସା ପାପିଲକ୍ ସଏ ତର୍ କାରାପ୍କାମ୍ କରି ମିସା ଅଦିକ୍ ଦିନ୍ ବଁଞ୍ଚ୍ସି, ଅଇଲେମିସା ମୁଇଁ ଟିକ୍ବାବ୍ରେ ଜାନି ଆଚି, ପର୍ମେସର୍କେ ଡରିକରି ରଇବାଇ ସେମନ୍ ଜନ୍କାମ୍ କଲେମିସା ସିଦ୍ଅଇସି । 13 ମାତର୍ କାରାପ୍ ଲକର୍ କାମ୍ ସିଦ୍ ନ ଅଏ, କି ସେ ନିଜର୍ ଚାଇଁପାରା ନିଜର୍ ବଇସ୍କେ ବଡାଇ ନାପାରେ; କାଇକେବଇଲେ ସେ ପର୍ମେସର୍କେ ନ ଡରେ । 14 ପୁର୍ତିବି ଟାନେ ଏଟା ଗଟେକ୍ ବେକାର୍ କାମ୍ ଦେକ୍ଲି କେବେକେବେ ଦରମ୍ ଲକ୍କେ କାରାପ୍ ଲକର୍ ଲାଗି କସ୍ଟ ମିଲ୍ସି, ଆରି କେବେକେବେ ଦରମ୍ ଲକର୍ ଲାଗି କାରାପ୍ ଲକ୍କେ କସ୍ଟ ମିଲ୍ସି; ମୁଇଁ କଇଲିନି, ଏଟାମନ୍ ସବୁ ବେକାର୍ସେ । 15 ତେବର୍ ପାଇଁ ମୁଇଁ ସାର୍ଦାର୍ ମଇମା କଲି, କାଇକେବଇଲେ କାଇବା ପିଇବାଟା ଆରି ସାଇସାର୍ଦା କର୍ବାଟାକେ ଚାଡିକରି ଆର୍ କାଇ ବିସୟ୍ ମିସା ଏ ଲକ୍ମନ୍କେ ପୁର୍ତିବିଟାନେ ନିମାନ୍ ନାଇଁ; ତେବେ ସେ ପୁର୍ତିବି ତଲେ ପର୍ମେସର୍ତେଇ ଅନି ଆଇଲା ତାର୍ ବଇସ୍ ବିତ୍ରେ ଜେ ଜେ କସ୍ଟ କର୍ସି, ସେ ସବୁତେଇ ଏଟା ସେ ତାର୍ ସଙ୍ଗ୍ ଅଇସି । 16 ଜେଡେବେଲେ ମୁଇଁ ଗିଆନର୍ ବିସୟ୍ ଜାନ୍ବାକେ ଆରି ପୁର୍ତିବିଟାନେ ତିଆର୍ ଅଇଲାଟାକେ ଦେକ୍ବାକେ ମନ୍ଦେଲି; କାଇକେବଇଲେ ଦିନ୍ରାତି ଜାକେ ନିଦ୍ନାଇଁ, ସେନ୍ତାରି ଲକ୍ମିସା ଆଚତ୍; 17 ସେବେଲେ ମୁଇଁ ପର୍ମେସରର୍ ନିମାନ୍ କାମ୍ ବିସୟ୍ରେ ଜାନ୍ଲି ଜେ, ନର୍ଲକ୍ ପୁର୍ତିବିଟାନେ କୁଟ୍କୁଟା କାମ୍ କରିମିସା କାମର୍ ପଲ୍ ପାଇ ନାପାରେ; କାଇକେବଇଲେ ସେଟା କଜ୍ବାକେ ନର୍ଲକ୍ କେତେକ୍ କସ୍ଟ କଲେମିସା ସେଟାକେ ମିଲାଇ ନାପାରେ; ଆରି ଗିଆନି ଲକ୍ ସେଟା ଜାନ୍ବାକେ ବଲିକରି ଚିନ୍ତା କଲେମିସା ତାର୍ ବିସୟ୍କେ ଜାନି ନାପାରେ ।