1 ମୁଇଁ ନିଜର୍ ମନେମନେ ବାବ୍ଲି, ଆସା , ମୁଇଁ ତମ୍କେ ସାର୍ଦାର୍ ସଙ୍ଗେ ପରିକା କର୍ବି; ସେଟାର୍ପାଇଁ ସୁକେ ରୁଆ; ଆରି ଦେକା, ସେଟା ମିସା ବେକାର୍ସେ । 2 ମୁଇଁ ଆଁସ୍ବା ବିସୟ୍ରେ କଇଲି, ସେଟା ଚୁଚାଇସେ; ସାର୍ଦା ବିସୟ୍ରେ କଇଲି, ସେଟା କାଇଟା ଅଇସି ? 3 ମୁଇଁ କେନ୍ତିକରି ମଦ୍କାଇକରି ମର୍ ଜିବନ୍କେ ସାନ୍ତି କର୍ବି ଆରି ଆକାସ୍ ତଲେ ନର୍ଜାତି ଲକ୍ମନର୍ ସଙ୍ଗେ ଜିଉନାକାଉନା କେନ୍ତି କର୍ବାଟା ନିକ, ଏଟା ଜାନ୍ବାଜାକ କେନ୍ତି ବାବ୍ରେ ଅଗିଆନ୍ ବାଟେ ଜିବି, ଏଟାକେ ମନେମନେ ବାବ୍ଲି, ଏ ସମଏଁ ଆକା ମର୍ମନର୍ ଗିଆନ୍ ଇସାବ୍ରେ ମକେ ବାଟ୍ ଦେକାଇତେ ରଇଲା । 4 ମୁଇଁ ନିଜର୍ ପାଇଁ ବଲିକରି ବଏଁକାର୍ ବଁଏକାର୍ କାମ୍ କଲି; ମୁଇଁ ଗର୍ମନ୍ ତିଆର୍ କଲିଆଚି; ମୁଇଁ ବେସି ଅଙ୍ଗୁର୍ ବାଡ୍ ଅରଜ୍ଲି; 5 ମୁଇଁ ନିଜର୍ପାଇଁ ଉଦିଆନ୍ ବାଡ୍ ଆରି ପୁଲ୍ ବଗିଚା ତିଆର୍ କରି, ସେ ବାଡ୍ ବିତ୍ରେ ସବୁ ରକାମର୍ ପଲ୍ମୁଲ୍ ଗଚ୍ ରପ୍ଲି; 6 ମୁଇଁ ଡଙ୍ଗ୍ରର୍ ପାଲାମନ୍କେ ପାନି ଦେବାକେ ବନ୍ଦ୍ମନ୍ ମାରାଇଲି; 7 ମୁଇଁ ଗତିଦାଙ୍ଗ୍ଡା ଦାଙ୍ଗ୍ଡିକେ ଗେନ୍ଲି ଆରି ମର୍ ଗରେ ଜନମ୍କଲା ଦାସ୍ମନ୍ ରଇଲାଇ; ଆରି ମର୍ ଆଗେ ଜିରୁସାଲାମେ ରଇବା ସବୁଲକ୍କେ ଚାଡି ମର୍ ପସୁ ରାସି ଅଦିକ୍ ରଇଲା; 8 ମୁଇଁ ରୁପା ଆରି ସୁନା, ଆରି ସବୁ ରକାମର୍ ରାଜାର୍ ଆରି ବିନ୍ବିନ୍ ଦେସ୍ ବିଦେସର୍ ନିମାନ୍ ନିମାନ୍ ଜମିବାଡି ଗେନ୍ଲି; ମୁଇଁ ଗିତ୍ ଗାଇବା ପିଲା ଟକି, ଆରି ସବୁ ଲକ୍କେ ମନ୍କେ ଗାଲାପାରା ସାନ୍ଲି ମାଇଁଜି ଆନ୍ଲି। 9 ଏ ରକାମ୍ ବାବ୍ରେ ମୁଇଁ ଜିରୁସାଲାମେ ନ ରଇବା ଆଗ୍ତୁ ଜନ୍ଲକ୍ମନ୍ ରଇଲାଇ, ସେ ଲକ୍ମନର୍ ବିତ୍ରେ ଅନି ମୁଇଁ ବଡ୍ ଆରି ବେସି ଗିଆନି ଅଇଲି; ତେବର୍ପାଇଁ ମର୍ ଗିଆନ୍ ମର୍ଲଗେ ରଇଲା । 10 ଆରି, ମର୍ ଆଁକି ଜନ୍ଟା ମନ୍କଲା ସେଟାକେ ମୁଇଁ ମନାକରି ନାଇଁ, ମର୍ମନ୍କେ ସୁକ୍ ପାଇବାଟାକେ ମନାକରି ନାଇଁ, କାଇକେବଇଲେ ମର୍ ସବୁଜାକ କସ୍ଟର୍ ଲାଗି ମର୍ମନ୍ ସାର୍ଦା କଲା; ଆରି ମର୍ ସବୁଜାକ କାମ୍କଲାଟା ଏଟା ମର୍ ଗଟେକ୍ ବାଗ୍ ରଇଲା । 11 ତେବର୍ପାଇଁ ମର୍ଆତ୍ ଜନ୍ସବୁକାମ୍ କରି ରଇଲା ଆରି ଜନ୍ଜନ୍ କସ୍ଟ କରି ମୁଇଁ ଜାଲ୍ ପୁଟାଇଅଇ କରିରଇଲି, ତେବର୍ପାଇଁ ମୁଇଁ ଦେକ୍ଲି; ଆରି, ଦେକା, ସବୁଜାକ ବେକାର୍ସେ ଆରି ନ ଡିସ୍ବା ପବନର୍ ପଚେ ପାଲାଇଲା ପାରା, ଆରି ଏ ଆକାସ୍ ତଲେ ରଇବାଟା କାଇଟା ମିସା ଲାବ୍କେ ନାଇଁ।
12 ତାର୍ପଚେ ମୁଇ ଗିଆନି, କର୍ବାଟା ଆରି ଅଗିଆନ୍କେ ଦେକ୍ବାକେ ମୁଇଁ ମନ୍ କଲି; କାଇକେବଇଲେ ଜନ୍ ଲକ୍ ରାଜାର୍ ପଚେ ଆଇସି, ସେ କାଇଟା କର୍ସି ? ଜନ୍ଟା କରାଜାଇ ଆଚେ, ସେଟାସେ ମାତର୍ । 13 ସେଟାର୍ପାଇଁ ମୁଇଁ ଦେକ୍ଲି, ଆନ୍ଦାର୍ ବାଦୁଲେ ଦିବସ୍ ନିକ, ସେରକାମ୍ସେ ମୁର୍କ ବାଦୁଲେ ଗିଆନି ନିକ । 14 ଗିଆନିର୍ ଆଁକି ସବୁବେଲେ ନିର୍ମଲ୍ ରଇସି, ଆରି ମୁର୍କ ସବୁବେଲେ ଆନ୍ଦାରେସେ ବୁଲ୍ତେ ରଇବାଇ, ଅଇଲେମିସା ସବୁଲକର୍ ପାଇଁ ଗଟେକ୍ ବିପଦ୍ ଆଇସି, ଏଟା ମୁଇଁ ଜାନିଆଚି। 15 ତେବର୍ପାଇଁ ମୁଇଁ ନିଜ୍କେ ନିଜେ ବାବ୍ଲି, ମୁର୍କର୍ଲାଗି ଜନ୍ଟା ଗଟ୍ସି, ସେରକାମ୍ ମକେମିସା ଗଟ୍ସି; ଏଲେ ମୁଇଁ କାଇକେ ଏଡେକ୍ ମାଡ୍ ଗିଆନି ଅଇଲି ? ତେବର୍ପାଇଁ ମୁଇଁ ନିଜ୍କେ ନିଜେ ବାବ୍ଲି, ଏଟା ସବୁଜାକ ବେକାର୍ସେ । 16 କାଇକେବଇଲେ ଜେନ୍ତି ମୁର୍କ ଲକର୍, ସେରକାମ୍ ଗିଆନ୍ ରଇବା ଲକର୍ ବୁଦି ସବୁବେଲେ ନ ରଏ; ଜେନ୍ତିକି ଆଇବାକାଲେ ନସ୍ଟ ଅଇ ଜାଇ ରଇବାଇ ଆ! ମୁର୍କଲକ୍ ଜେନ୍ତି ମର୍ସି, ଗିଆନି ଲକ୍ ମିସା ସେରକାମ୍ ସେ ମର୍ସି। 17 ତେବର୍ପାଇଁ ମୁଇଁ ଏ ଜିବନ୍କେ ଗିନ୍କଲି ; କାଇକେବଇଲେ ଏ ପୁର୍ତିବିସାରା ତିଆର୍ ଅଇ ରଇବାଟା ମକେ ଦୁକ୍ଦେଲା; କାଇକେବଇଲେ ସବୁଜାକ ବେକାର୍ସେ ଆରି ଏଟାମନ୍ ସବୁଜାକ ପବନର୍ ପଚେ ପାଲାଇଲା ପାରା।
18 ଆରି ବେଲ୍ ତଲେ ଜାଇ ଜାଇଟା ତାକି କରି ରଇଲି , ସେ ସବୁଜାକ କାମ୍କେ ଗିନ୍ କଲି: କାଇକେବଇଲେ ମର୍ ଆଇବା ବଁସର୍ ପାଇଁ ସେଟା ସବୁଜାକ ଚାଡିକରି ଜିବାକେ ପଡ୍ସି। 19 ଆରି ସେ ଗିଆନି ମିସା ମୁର୍କ ଅଇସି, କେଜାନେ? ଅଇଲେମିସା ପୁର୍ତିବିଟାନେ ଜନ୍ଜନ୍ଟାନେ ତାକିକରି ଗିଆନ୍ ଜାନାଇଲି, ସେ ସବୁଜାକ ମର୍, ସବୁ କସ୍ଟ କଲା ପରିସରମର୍ ପଲ୍ ମିଲ୍ସି; ସେଟା ମିସା ବେକାର୍ସେ। 20 ସେଟାର୍ପାଇଁ ପୁର୍ତିବି ଟାନେ ମୁଇଁ ଜନ୍ଜନ୍ କାମ୍ଟାନେ କସ୍ଟ କଲି, ସେ ସବୁଜାକ ବିସୟଟାନେ ନିଜର୍ ମନ୍ପରାନ୍କେ ଉନା କରାଇବାକେ ବାବ୍ଲି । 21 କାଇକେବଇଲେ ଏ ଲକ୍ ବୁଦି ଗିଆନ୍ ଆରି ବିଦିଆ ଡାଟ୍ସଙ୍ଗେ କସ୍ଟ କଲାନି; ଅଇଲେ ମିସା ଜନ୍ଲକ୍ କାମ୍ଟାନେ କସ୍ଟ ନ କରେ ସେଟା ଅଦିକାର୍ ପାଇଁ ସେ ସେଟାକେ ଚାଡିକରି ଜାଇସି। ଏଟା ବେକାର୍ସେ ଆରି ବେସି କାରାପ୍ । 22 ତେବର୍ପାଇଁ ବେଲ୍ତଲେ ନର୍ଲକ୍ ଜନ୍ଜନ୍ କସ୍ଟ କର୍ସି ଆରି ମନର୍ ଚିନ୍ତା ସଙ୍ଗେ କସ୍ଟ ପାଇସି; ସେ ସବୁଟାନେ ଅନି କାଇଟା ପାଇସି? 23 କାଇକେବଇଲେ ତାର୍ ଜିବନ୍ ସବୁବେଲେ ଦୁକ୍ରେସେ ରଇସି ଆରି ତାର୍ ଆଇସ୍ କମ୍ ଅଇଜାଇସି; ରାତିଆ ମିସା ତାର୍ ଜିବନ୍ ସୁକ୍ ନ ପାଏ। ଏଟା ମିସା ବେକାର୍ ସେ। 24 କାଇପିଇ କରି ଆରି ନିଜର୍ କସ୍ଟରେ ନିଜର୍ ଜିବନ୍କେ ସୁକ୍ ଦେବା ବାଦୁଲେ ନର୍ଜାତିକେ ଆରି କାଇ ବିସୟ୍ ମିସା ସୁକ୍ ନାଇଁ। ଏଲେମିସା ମୁଇଁ ଦେକ୍ଲି, ଏଟା ମାପ୍ରୁର୍ ଟାନେଅନି ଆକା ଅଇସି। 25 କାଇକେବଇଲେ ମର୍ ଟାନେଅନି କେ ଅଦିକ୍ ବାତ୍ପେଜ୍ କାଇସି, ଆରି ସୁକେ ରଇପାର୍ସି ? 26 ଜେନ୍ତିକି ଜନ୍ଲକ୍ ପର୍ମେସରର୍କେ ସାନ୍ତି ରଇସି, ସେ ତାକେ ବୁଦି ଗିଆନ୍ ଆରି ସାର୍ଦା ଦେଇସି; ମାତର୍ ପର୍ମେସରର୍ ଲଗେ ସାନ୍ତି ସଙ୍ଗେ ରଇବା ଲକ୍କେ ଦେବାକେ ଟୁଲିଆଇବାଇ ଆରି ମାଙ୍ଗ୍ବା ବାଦୁଲେ ପାପିଲକ୍କେ ସେ ସାନ୍ତି ଅବିସାପ୍ ଦେଇସି ଏଟା ମିସା ବେକାର୍ସେ ଆରି ସେ ପବନ୍ମିସା ଲେଉଟି ଆଇସି ମାତର୍ ।