1 ଦାଉଦର୍ ପ, ଜିରୁସାଲାମର୍ ରାଜା, ନିକ ସିକିଆ ଦେଉର୍ କାତା । 2 ସିକିଆ ଦେଉ କଇଲାନି, ବେକାର୍ ସବୁଜାକ ବେକାର୍, ସବୁଜାକ ବେକାର୍ସେ। 3 ଲକ୍ମନ୍ ବାଦଲ୍ ତଲେ ଜନ୍ଜନ୍ କାମ୍ଦାମ୍ କରି ତାକିଗାଲେ ସେଟା କାଇ ଲାବ୍ ? 4 ଗଟେକ୍ ଲକ୍ ବାରିଜାଇସି ଆରି ଅଲ୍ଗା ଗଟେକ୍ଲକ୍ ଆଇସି; ମାତର୍ ଏ ପୁର୍ତିବି ସବୁଦିନର୍ପାଇଁ ରଇସି। 5 ବେଲ୍ ଉଦ୍ସି ଆରି ବୁଡ୍ସି, ଆରି ନିଜର୍ ଉଜଡ୍ ଜାଗାଇ ଜିବାକେ ସେ ଜାଗର୍ତା ଅଇସି। 6 ପବନ୍ ଦକିନ୍ ଦିଗ୍ବାଟେ ବଇସି ଆରି ଉତର୍ ଦିଗ୍ବାଟେ ଅନି ଲେଉଟି ଆଇସି; ନିଜର୍ ବାଟ୍ବାଟେ ସବୁବେଲେ କିନ୍ଦର୍ସି ଆରି ପବନ୍ ନିଜର୍ ଜାଗାଟାନେ ବାଉଡି ଜାଇସି। 7 ଗାଡ୍ନାଲର୍ ପାନି ସବୁଜାକ ଜାଇକରି ସମ୍ଦୁରେ ମିସ୍ସି ଅଇଲେମିସା ସମ୍ଦୁର୍ ବର୍ତି ନ ଅଏ; ଗାଡର୍ ପାନିସବୁଜାକ ନିଜର୍ ନିଜର୍ ନାଲ୍ବାଟେ ଆରିତରେକ୍ ବଇଜାଇସି। 8 ସବୁଜାକ ବିସୟ୍ କାମ୍ଦାମ୍ କରି ତାକି ଆଚତ୍; ମାତର୍ ଲକ୍ମନ୍ ସେଟାକେ ବାବିନାପାରେ; ଆଁକି ଦେକ୍ବାଟାକେ କେବେ ସାନ୍ତି ନ ଅଏ, କି କାନ୍ମିସା ସୁନ୍ବାଟାକେ କେବେ ନ ସୁନିବଲିକରି ନ କଏ। 9 ଜାଇଟା ଗଟ୍ବାର୍ ଆଚେ, ସେଟା ଗଟ୍ବାଟା ଗଟ୍ସି ଆକା ଆରି ଜାଇଟା କରାଜାଇ ଆଚେ, ସେଟାସେ କରା ଜାଇସି; ଆରି, ବେଲ୍ତଲେ କାଇ ନୁଆଁ ବିସୟ୍ ମିସା ନାଇଁ । 10 ଜନ୍ ବିସୟ୍କେ ଲକ୍ମନ୍ କଇବାଇ, ଦେକା , ଏଟା ନୁଆଁଟା, ଏ ରକାମ୍ କାଇ ବିସୟ୍ ଆଚେକି? ସେ ବିସୟ୍ତା ଏଟା ନ ଅଇବା ଆଗ୍ତୁ ଅନି ଆମର୍ ଆଗର୍ କାଲେ ରଇଲା । 11 ଆଗର୍ କାଲର୍ ଲକ୍ମନର୍ ମନେ ଏତ୍ ନ ରଏ; କି ଆଗେ ଜନ୍ ଲକ୍ମନ୍ ଜାତ୍ ଅଇବାଇ, ସେମନ୍ ଆଗର୍ କାଲର୍ ଗଟ୍ନାକେ ଆରି ଏବର୍ କାଲର୍ ଗଟ୍ନାକେ ଏତାଇ ନାପାରତ୍ ।
12 ମୁଇଁ ସିକିଆ ଦେଉ, ଜିରୁସାଲାମେ ଇସ୍ରାଏଲ୍ ଦେସେ ରାଜା ଅଇ ରଇଲି । 13 ଆରି ଆକାସ୍ ତଲେ ତିଆର୍ ଅଇ ରଇବା ସବୁଜାକ ବିସୟ୍ ଗିଆନ୍ ସଙ୍ଗେ ଆଲ୍ଚନା କରାଜାଇକରି ଆରି ଜାନ୍ବା ପାଇଁ ବଲିକରି କଜ୍ଲି; ସେଟାର୍ପାଇଁ ବଲିକରି ପର୍ମେସର୍ ସେ, ନର୍ଲକ୍ ମନ୍କେ ଦାନ୍ଦାପାନ୍ଦା ଅଇବାକେ ଦେଲାଆଚେ, ଏଟା ଅଇଲାନି ବେସି ; ଦୁକର୍ କାତା। 14 ବେଲ୍ ତଲେ ତିଆର୍ କରି ରଇବା କାମ୍କେ ମୁଇଁ ନିମାନ୍ କରି ଦେକିଆଚି; ଆରି ଦେକ୍, ସବୁଜାକ ବେକାର୍ସେ , ଏଟାଗଟେକ୍ ପବନର୍ ପଚେପଚେ ପାଲାଇଲା ପାରା । 15 ଜନ୍ଟା ବାଙ୍ଗ୍ଟି ଆଚେ, ସେଟାକେ ସଲକ୍ କରା ଜାଇ ନାପାରେ, ଆରି ଜନ୍ଟା ଉନା ଆଚେ, ସେଟାକେ ଏଜାଜାଇ ନାପାରେ । 16 ମୁଇ ନିଜର୍ ମନେ ବାବିକରି କଇଲିନି, ଦେକା, ଜିରୁସାଲାମେ ମର୍ ଆଗ୍ତୁ ଅନି ରଇବା ସବୁ ଲକ୍ ମନର୍ ଟାନେ ଅନି, ମୁଇ ବେସି ଗିଆନ୍ ଅର୍ଜନ୍ କଲିଆଚି; ଆରି, ମର୍ ଗିଆନ୍ ଆରି ବିଦିଆ ଇସାବ୍ରେ ମକେ ବେସି ବାବ୍ନା ଆଚେ । 17 ତେବର୍ପାଇଁ ମୁଇଁ ଗିଆନର୍ ଗୁରୁ, ଆରି କାରାପ୍ ଆରି ଅଗିଆନି ଅଇଲେ କାଇଟା ଅଇସି ସେ ବିସୟ୍ ଜାନ୍ବାକେ ମୁଇଁ ମନ୍ଦିଆନ୍ ଦେଲି , ଏଟା ଆକା ପବନର୍ ପଚେପଚେ ପାଲାଇବାଟା ବଲିକରି ଜାନ୍ଲି । 18 କାଇକେବଇଲେ ବେସି ଗିଆନିକେ ବେସି ଦୁକ୍ ରଇସି; ଆରି, ଜେ ଗିଆନ୍ ଅଦିକ୍ ଅରଜ୍ସି, ସେ ଦୁକ୍କେ ମିସା ବଡାଇସି ।