1 ଲମୁଏଲ୍ ରାଜାର୍ କାତା; ଆରି, ତାର୍ ଆୟା ତାକେ ଜାଇଟା ସିକାଇ ରଇଲା, ସେ ସିକିଆ ।
2 ଏ ମର୍ ପିଲା, ମର୍ ପେଟର୍ ପିଲା,
ଏ ମର୍ ମାନତ୍ କରି ମାଙ୍ଗି ରଇବା ପିଲା, ମୁଇଁ ତକେ କାଇଟା ବଲିକରି କଇବି ?
3 ତୁଇ ମାଇଁଜି ମନ୍କେ ନିଜର୍ ବପୁ ଦେସ୍ନାଇଁ,
ଆରି ରାଜାମନ୍ ସେବାଟେ ଜାଇକରି ଜେନ୍ତି କୁରୁପ୍ନାସ୍ ଅଇବାଇ, ସେ ବାଟେ ଜାଆ ନାଇଁ ।
4 ଏ ଲମୁଏଲ୍, ରାଜାମନର୍ ଅଙ୍ଗୁର୍ ରସ୍ କାଇବାଟା ଟିକ୍ନାଇଁ, ରାଜାମନର୍ କାଇବା ନିଅମ୍ ନାଇଁ;
ଆରି ସାସନ୍ କାରିଆମନ୍ ଅଙ୍ଗୁର୍ ରସ୍ କନ୍ତି ଆଚେ ବଲିକରି ପାଚାର୍ବାଟା ମିସା ଟିକ୍ନାଇଁ ।
5 ସେମନ୍ କାଇଲେ, ନିଅମ୍ ପାସ୍ରି ଜାଇକରି
ଦୁକିସୁକି ଲକ୍ମନର୍ ବିଚାର୍ କର୍ବାଟା କାରାପ୍ କରି ଦେବାଇ।
6 ମର୍ବୁ ବଲ୍ବା ଲକ୍କେ ମଦ୍ ଦିଆସ୍
ଆରି ମନ୍ ବିତ୍ରେ ଦୁକ୍ ରଇବା ଲକ୍ମନ୍କେ ଅଙ୍ଗୁର୍ ରସ୍ ଦିଆସ୍ ।
7 ସେ ଲକ୍ କାଇ କରି ନିଜର୍ ଦୁକ୍ କସ୍ଟକେ ପାସ୍ରି ଜାଅ,
ଆରି ନିଜର୍ ମନ୍ ବିତ୍ରେ ଦୁକ୍ କସ୍ଟ ନ ବଗ ।
8 ଗୁଲା ଲକର୍ ବାଟେ
ଆରି ଟୁରା ଟୁରି ଲକର୍ ବାଟେ ଅଇକରି, କାତା କୁଆ ।
9 ଆଉଲି ଅଇ ସତ୍ ବିଚାର୍ କର୍,
ଆରି ଦୁକି ଆରି ଗରିବ୍ ଲକ୍ମନର୍ ନିମାନ୍ ବିଚାର୍ କର୍ ।
10 ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି । 11 ମୁନୁସର୍ ମନ୍ ତାର୍ ଲଗେ ଆକା ଆସା ବର୍ସା କର୍ସି, ଆରି ସେ କାଇ କାମ୍ କଲେ ମିସା ଉନା ନ ଅଏ । 12 ସେ ତାର୍ ଜିଇବା କାଇବା ଜାକ ତାର୍ ମୁନୁସ୍କେ କାଇ କସ୍ଟ ନ ଦେଇ ଉନତି କର୍ସି । 13 ସେ ମେଣ୍ଡା ରମ୍ ଆରି ମସିନା କଜି ସୁସ୍ତା ସଙ୍ଗେ ନିଜର୍ ଆତେ କାମ୍ କର୍ସି । 14 ସେ ବେପାର୍ବାଟ୍ କର୍ବା ଜାଜ୍ ପାରା; ସେ ଦୁର୍କେ ଅନି ନିଜର୍ କାଦିକଣ୍ଡା କଜି ଆନ୍ସି । 15 ଆରି ସେ ସାକାଲ୍ ସାକାଲ୍ ଉଟ୍ସି ଆରି ନିଜର୍ ଗରର୍ ସବୁକେ କାଇବାକେ ଦେଇସି ଆରି ଚାକ୍ରାନି ମନ୍କେ କାମ୍ ତିଆର୍ସି । 16 ସେ ବାଡର୍ ବିସଇ ଟିକିନିକି ବୁଜି କରି ଗେନ୍ସି, ସେ ନିଜେ ବାଡେ, ଅଙ୍ଗୁର୍ ମାଲ୍ ରପ୍ସି । 17 ସେ ନିଜର୍ ଆଁଟା ଡାଟ୍ କର୍ବାକେ ବାନ୍ଦି ଅଇସି ଆରି ନିଜର୍ ଆତେ ବପୁ ଲାଗାଇସି। 18 ସେ ବେବାର୍ ବାଟ୍ କରି ଲାବ୍ କର୍ସି, ସେଟା ସେ ବୁଜ୍ଜି; ଆରି, ରାତିର୍ବେଲେ ତାର୍ ଗରର୍ ଦିପ୍ ନ ଲିବାଏ । 19 ସେ ନିଜର୍ ଆତେ ସୁତା ବେଟ୍ସି ଆରି ଲୁଗା ବୁନ୍ସି । 20 ସେ ଦୁକି ଲକ୍ମନ୍କେ ଲବ୍ ନ କର୍ତେ ଦେଇସି ଆରି କାକୁର୍ତି ଲକ୍ମନ୍କେ ଜିବନ୍ ଦୁକାଇସି । 21 ସେ ବେସି ସିତ୍କେ ମିସା ନିଜର୍ ଗର୍କୁଟୁମର୍ ଲାଗି ବଲିକରି ନ ଡର୍ତେ କାମ୍ କର୍ସି; କାଇକେବଇଲେ ତାର୍ ସବୁ ଗର୍କୁଟୁମର୍ ଲକ୍ମନ୍ ଉସୁମ୍ ବସ୍ତର୍ ପିନ୍ଦ୍ବାଇ। 22 ସେ ନିଜର୍ ପାଇଁ କାବ୍ରା ଚିତ୍ରା ରଙ୍ଗ୍ର ବସ୍ତର୍ ବୁନ୍ସି, ଆରି ସେ ଦବ୍ଲା ଜିନ୍ଜିନା ପାତଲ୍ ଲୁଗା ଆରି ଜାମ୍କଲିଆ ରଙ୍ଗର୍ ବସ୍ତର୍ ପିନ୍ଦ୍ସି । 23 ତାର୍ ମୁନୁସ୍ ଦେସର୍ ନେତାମନର୍ ସଙ୍ଗେ ନଅଁରର୍ ଦୁଆରର୍ ସଦର୍ ଦାଣ୍ଡେ ବସି ରଇଲା ବେଲେ ଜାନା ପଡ୍ସି । 24 ସେ ଦବ୍ଲା ବସ୍ତର୍ ତିଆର୍ କରି ବିକ୍ସି, ଆରି ବେବାରିମନ୍କେ ଆଁଟାବେଡା ମିସା ବିକ୍ସି । 25 ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । 26 ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି । 27 ସେ ନିଜର୍ ଗର୍କୁଟୁମର୍ ଚାଲିଚଲନ୍କେ ମନ୍ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ । 28 ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି; 29 ବେସି ଦାଙ୍ଗ୍ଡି ମନର୍ ଲଗେ ଗୁନ୍ଚଲନ୍ ଆଚେ, ମାତର୍ ସେ ସର୍ତେ ଦାଙ୍ଗ୍ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍ । 30 ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି । 31 ତାର୍ କଲାକାମର୍ ଆସିର୍ବାଦର୍ ପଲ୍ ତାକେସେ ଦିଆସ୍, ଆରି ତାର୍ ନିଜର୍ କାମ୍ ଇସାବ୍ରେ ନଅଁରର୍ ଦୁଆରେ ତାକେ ଆସିର୍ବାଦ୍ କରା ।