Publicidade

Provérbios 23

1 ଜେଡେବେଲେ ତମେ ସାସନ୍ କରୁମନର୍ ସଙ୍ଗେ କାଇବାକେ ବସ୍‌ସା, ସେଡ୍‌କିବେଲେ ତମର୍ ମୁଆଟେ କେ ଆଚେ, ତାକେ ନିମାନ୍‌ ସଙ୍ଗେ ଆଲ୍‌ଚନା କରି ଦେକା । 2 ଜେବେ ତମେ ବଡ୍ ସାଉଆର୍ ଅ ବେସି କାଉରା ଅଇସା, ତମେ ନିଜର୍ ଟଟ୍‌ରି ନିଜେ କାଟି ସଙ୍ଗଇସା । 3 ତାର୍ ସୁଆଦ୍ ସାଗ୍‌ବାତ୍‌କେ ଲାଲ୍ ଗୁଟା ନାଇଁ; କାଇକେବଇଲେ ସେଟା ତମର୍ ପାଇଁ ନାଡାଇବା କାଦି । 4 ସାଉକାର୍ ଅଇବାକେ ନିଜର୍ ଗାଗଡ୍‌କେ କସ୍‌ଟ ଦିଆସ୍‌ ନାଇଁ; ଆରି ନିଜର୍ ବୁଦିରେ ଚାଲାକି ଉଆ ନାଇଁ । 5 ଜାଇଟା ନାଇଁ, ସେଟାକେ ଦେକ୍‌ବାକେ ତମେ କାଇ ତମର୍ ଆକିକେ ଦେକାଇସା କି ? ଜେଡେବେଲେ ତମେ ସେଟାକେ ଦେକ୍‌ସା ସେଡ୍‌କିବେଲେ ସେଟା ଲୁଚି ଜାଇସି । କାଇକେବଇଲେ ସେଟା ଗିଦ୍‌ପାରା ନିଜର୍ ଡେନାକେ ପେଙ୍ଗାରି କରି ଆକାସେ ଉଡି ଜାଇସି । 6 କାରାପ୍ ଇସାବ୍‌ରେ ଦେକ୍‌ବା ଲକର୍ କାଦି କାଆ ନାଇଁ, ଆରି ତାକର୍ ସାଗ୍ ସୁଆଦ୍ ବଲିକରି ଲାଲ୍‌ସା ଉଆ ନାଇ; 7 କାଇକେବଇଲେ ତାର୍ ମନେ ଜେନ୍‌ତାର୍ ବାବ୍‌ତେ ରଇସି, ସେ ରକାମ୍; ସେ କାଆପିଆ କରା ବଲିକରି କଇସି ସତ୍‌କାତା, ମାତର୍ ତମ୍‌କେ ଉପର୍ ମନ୍‌କେ କଇତେ ରଇସି । 8 ତମେ ଜନ୍ ଜିନିସ୍ କାଇ ଆଚାସ୍, ସେଟା ବାରଇସି; ଆରି ତମର୍ ଟଣ୍ଡର୍ ବଚନ୍‌କେ ଆରାଇସା। 9 କାରାପ୍ ଲକର୍‌ କାନ୍ ଲଗେ ତମେ କାଇ କାତା କୁଆ ନାଇ, ଜେନ୍‌ତିକି ସେ ତମର୍ ବାକିଅକେ ପାଲ୍‌ତୁ ବାବ୍‌ସି । 10 ପୁରୁବ୍ କାଲେ ବାନ୍ଦ୍‌ଲା ଇଡିକେ ଗୁଚାଇ କରି ବାନ୍ଦା ନାଇଁ, ଆରି ଆୟା ବାବା ନ ରଇବା ଲକର୍ ଜମିକେ ମର୍‌ଟା ବଲିକରି କୁଆ ନାଇଁ । 11 କାଇକେବଇଲେ ସେମନର୍ ଉଦାର୍ କାରିଆ ବପୁଟା; ସେ ତମର୍ ସଙ୍ଗେ ସେମନ୍‌କେ କରି ରଇବା କାମର୍ ବାଦୁଲେ ବାଦ୍‌ଲା ନେଇସି । 12 ନିମାନ୍ ସିକିଆକେ ମନ୍‌ଦେଇ ସୁନା ଆରି ବୁଦି ଗିଆନର୍ କାତାକେ କାନ୍ ଡେରି କରି ମନ୍‌ଦିଆନ୍ ଦେଇ ସୁନା । 13 ପିଲାକେ ସାସ୍‌ତି ଦେବାକେ ଏଲା କରାନାଇଁ, ତମେ ତାକେ ଡାଙ୍ଗ୍‌ ସଙ୍ଗେ ମାର୍‌ଲେ ସେ ନ ମରେ । 14 ତମେ ସିକାଇବାକେ ତାକେ ଡାଙ୍ଗ୍‌ ସଙ୍ଗେ ମାର୍‌ସା ଆରି ଏ ପାତାଲେ ଅନି ତାର୍ ଜିବନ୍‌କେ ରକିଆ କର୍‌ସା । 15 ଏ ମର୍ ପିଲା ତୁଇ ସିକିତ୍‌ ଅଇଲେ, ମର୍‌ ମନ୍ ବେସି ସାର୍‌ଦା ଅଇସି । 16 ଉଁ, ତୁଇ ସବୁ ଗିଆନର୍ କାତା କଇଲେ ମର୍ ମନ୍‌ପରାନ୍ ବେସି ସାର୍‌ଦା ଅଇସି। 17 ତର୍ ମନ୍ ପାପ୍ କର୍‌ବା ଲକ୍‌କେ ରିସା ଅ ନାଇଁ, ଆରି ତୁଇ ସବୁ ଦିନେ ସବୁବେଲର୍ ମାପ୍‌ରୁକେ ଡରି କରି ରଅ । 18 କାଇକେବଇଲେ ତମର୍ ପାଇଁ ସତ୍‌ରେ ଇନାମ୍ ଆଚେ ଆରି ତମେ ଆସା କଲାଟା ବାଙ୍ଗି ନ ଜାଏ । 19 ଏ ମର୍ ପିଲା, ସୁନ୍‌, ଗିଆନ୍ ଅରଜ୍ ଆରି ତର୍ ମନ୍‌କେ ସତ୍ ବାଟେ ନେ । 20 ଅଙ୍ଗୁର୍ ରସ୍ କାଇବାକେ ମନ୍ କର୍‌ନାଇଁ ଆରି ମାଉଁସ୍ କାଉରା ମନର୍ ସଙ୍ଗେ ସଙ୍ଗ୍‌ସାତି ଅ ନାଇଁ । 21 କାଇକେବଇଲେ ମାତୁଆଲ୍ ଆରି କାଉରା ମନ୍ ଗରିବ୍ ଅଇବାଇ; ଆରି ଗୁନ୍‌ବା ଲକ୍‌ମନ୍‌କେ ଚିର୍‌ଲା ବସ୍‌ତର୍ ପିନ୍ଦାଇସି । 22 ତମ୍‌କେ ଜନମ୍ ଦେଇ ରଇବା ଆୟାବାବାର୍ କାତାକେ ମାନା, ଆରି ଆୟାବାବା ବୁଡାବୁଡି ଅଇଲେ ସରି ସେମନ୍‌କେ ଅରିଆନ୍ କରାନାଇଁ । 23 ସତ୍‌କେ ଗେନା, ସେଟାକେ ବିକା ନାଇଁ ଗିଆନ୍ ଆରି ନିମାନ୍ ସିକିଆ ଆରି ନିକ ବାବ୍‌ନାକେ ଗେନା । 24 ଦରମ୍ ରଇଲା ପିଲାର୍ ଆୟାବାବା ବେସି ସାର୍‌ଦା ଅଇବାଇ, ଆରି ଗିଆନ୍ ପିଲାର୍ ଆୟାବାବା ତାର୍ ପାଇଁ ବଲିକରି ବେସି ସାର୍‌ଦା ଅଇବାଇ । 25 ତର୍ ଆୟାବାବା ବେସି ସାର୍‌ଦା ଅଅତ୍‌, ତକେ ଗର୍‌ବେ ଦାରି ରଇଲା ଆୟା ସାର୍‌ଦା ଅଅ । 26 ଏ ମର୍ ପିଲା, ତର୍ ମନ୍ ମର୍‌ ଲଗେ ରଅ, ଆରି ତୁଇ ମର୍ ଇସାବ୍‌ରେ ଚାଲା ବୁଲା କରି ସାର୍‌ଦା ଅ । 27 କାଇକେବଇଲେ ପାଦ୍‌ରି ମାଇଁଜି ଡେଙ୍ଗ୍‌ କାଲେ ଅଦ୍‌ରାଇ ଦେଇସି, ଆରି ପାଦ୍‌ରି ମାଇଁଜି ଚିପୁଙ୍ଗି କୁଇଁକାଲ୍ ପାରା। 28 ଆରି ଚର୍‌ମନର୍ ପାରା ଜାଗିକରି ରଇସି, ଆରି ଲକ୍‌ମନ୍‌କେ ବିସ୍‌ବାସେ ବିସ୍ ଦେବାକେ କଇସି । 29 କାର୍ ଦୁକ୍‌ ? କାର୍ ଅସାନ୍‌ତି ? କାର୍ ଲାଗାଜଡା ? ସବୁବେଲେ କାର୍‌ ନିନ୍ଦା କାତା ? କାର୍ ବିନା ଦସେ ନସ୍‌ଟ ? କାର୍‌ ବନି ପାରା ଆଁକି ? 30 ଜନ୍‌ ଲକ୍‌ମନ୍ ଅଙ୍ଗୁର୍ ରସ୍ କାଇବାକେ ବେସି ସମୟ୍‌ ବସି ରଇବାଇ, ଜନ୍ ଲକ୍‌ମନ୍ ମଦ୍ କାଇବାକେ କଜି ବୁଲ୍‌ବାଇ । 31 ସେମନର୍ ଅଙ୍ଗୁର୍ ରସ୍ ରଙ୍ଗ୍‌ ଅଇଲେ ଆରି ଗିଲାସେ ଜୁଲ୍‌କାଇଲେ ସଅଜ୍‌ରେ ଟଟ୍‌ରି ବିତ୍‌ରେ ଜାଇସି, ତମେ ତାକେ ଦେକା ନାଇଁ । 32 ସାରା ସାରି ପଚେ ତମ୍‌କେ ନାଙ୍ଗ୍‌ସାପ୍ ପାରା ଟକ୍‌ସି ଆରି ବିସ୍ ସାଁପ୍‌ ପାରା ତମ୍‌କେ ନସ୍‌ଟ କର୍‌ସି । 33 ତମର୍ ଆଁକି ଅଲ୍‌ଗା ଜିନିସ୍ ମନ୍‌କେ ଦେକ୍‌ସି ଆରି ତମର୍ ମନ୍‌ କୁଟ୍ କାତା କଇସା। 34 ଆରି ତମେ ସମ୍‌ଦୁର୍ ମଜାଇ ସଇବା ଲକ୍ ନଇଲେ ଜାଜର୍ କୁଟ୍ ଉପ୍‌ରେ ସଇବା ଲକ୍ ପାରା ଅଇସା। 35 ତମେ କଇସା , ସେମନ୍ ମକେ ମାର୍‌ଲାଇ, ମାତର୍ ମକେ କଣ୍ଡିଆ କାବ୍‌ରା ଅଏ ନାଇଁ, ସେମନ୍ ମକେ ମାର୍‌ଲାଇ, ମାତର୍ ମୁଇଁ ଜାନି ନାପାର୍‌ଲି; ମୁଇଁ କେବେ ଉଟ୍‌ବି ? ଆରି ସେମନ୍‌କେ କଜ୍‌ବି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-