1 ଏ ନିମାନ୍ ସିକିଆ ଆକା ସେ ସଲ୍ମନ୍ ଲେକ୍ଲା ଆରି ଜିଉଦାର୍ ରାଜା ଇଜକିଅର୍ ଲକ୍ମନ୍ ସେଟା ଦେକି କରି ଲେକି ରଇଲାଇ । 2 ଏ ବିସଇକେ ଲୁଚାଇ କରି ସଙ୍ଗଇବାଟା ଅଇଲାନି ପର୍ମେସରର୍ ଗଉରବ୍; ମାତର୍ ଏ ବିସଇର୍ ପଚେ ଜିବାଟା ରାଜାର୍ ଗଉରବ୍ । 3 ସରଗ୍ ଜେନ୍ତି ଉଚ୍ ଆରି ପୁର୍ତିବି ଜେନ୍ତି ଡେଙ୍ଗ୍ ସେ ରକାମ୍ ରାଜାର୍ ମନ୍ ବିତ୍ରର୍ କାତାକେ ବୁଜ୍ବାଟା ବେସି କସ୍ଟ । 4 ରୁପାକେ ମୁର୍କି ଦାରି ରଇଲାଟାକେ ବେଟି ଦିଆସ୍, ତେବେ ସୁନାରିର୍ ପାଇଁ ଗଟେକ୍ କଣ୍ଡି ବାରଇସି । 5 ରାଜାର୍ ମୁଆଟେ ଅନି କାରାପ୍ ଲକ୍ମନ୍କେ କେଦି ଦିଆସ୍, ତେବର୍ପାଇଁ, ତାର୍ ସିଆଁସନ୍ ଦରମ୍ ସଙ୍ଗ୍ ତିର୍ ଅଇ ରଇସି । 6 ରାଜାର୍ ମୁଆଟେ ନିଜ୍କେ ବଡ୍ ବଲିକରି ଦେକାଇ ଉଆ ନାଇଁ, ଆରି ମୁକିଆ ଲକର୍ ଜାଗାଇ ଟିଆ ଉଆ ନାଇଁ । 7 କାଇକେବଇଲେ ମାନ୍ମର୍ଜିତା ପାଇବା ଲକ୍କେ ତମର୍ ଆଁକି ଦେକି ଆଚେ, ତାର୍ ମୁଆଟେ ତମେ ଇନ୍ ଅଇବା ବାଦୁଲେ ଇତି ଆଉ ବଲି ତମ୍କେ କଇବାଟା ବଲ୍ । 8 ମାଡ୍ଗଲ୍ ଅଇଲେ କରଟ୍ ଗରେ ଦାପ୍ରେ ଜାଆ ନାଇଁ, ନଇଲେ ସାରାସାରି ପଚେ ତମର୍ ସାଇପଡିସାର୍ ଲକ୍ମନ୍ ଲାଜ୍ କଲେ ତମେ କାଇଟା କର୍ସା ? 9 ନିଜର୍ ସାଇପଡିସାର୍ ଲକର୍ ସଙ୍ଗ୍ ଲାଗାଜାଟି ଅଇଲେ ନିଜର୍ ନିଜର୍ ବିତ୍ରେ ରାଜିମନା ଉଆ, ଆରି ଅଲ୍ଗା ଲକର୍ କାତାକେ ଏନେତେନେ କଇ ବୁଲା ନାଇଁ । 10 ନଇଲେ ସୁନ୍ବା ଲକ୍ ତମ୍କେ ଇଜତ୍ ଜିକ୍ବାଇ, ତମର୍ ଇଜତ୍ ଆରି ନ ରଏନି । 11 ଗଟେକ୍ ନିମାନ୍ ଇସାବ୍ରେ ଡିସ୍ତେ ଅରିବା ବୁଦି ଅଇଲାନି ରୁପାର୍ ତାଲାଇ ସୁନାର୍ ବାନାକାବ୍ରା ପାରା । 12 ସୁନାର୍ କାନର୍ ଜୁଲ୍ପି ଆରି ନିମାନ୍ ସୁନାର୍ ମାଲି ଜେନ୍ତି, ମାନ୍ସି, ମନ୍ ଦିଆନ୍ ଦେବା ଲକର୍ କାନ୍ ଲଗେ ଗିଆନ୍ବାନ୍ ଲକର୍ ଲଗେ କାରାପ୍ ଲକ୍ ସେ ରକାମ୍ । 13 ପସଲ୍ ସମୟର୍ କାକର୍ ଜେନ୍ତି ପାକାଇସି, କବର୍ ପାଟାଇବା ଲକର୍ ପାଇଁ ବିସ୍ବାସ୍ ଦୁତ୍ ସେ ରକାମ୍; କାଇକେବଇଲେ ସେ ନିଜର୍ ସାଉକାରର୍ ଜିବନ୍କେ ସୁସ୍ତା କର୍ସି । 14 ବର୍ସା ଆଇବା ମେଗ୍ ଆରି ପବନ୍ ଜେନ୍ତି, ନିଜର୍ ଦାନ୍ ଦେବା ଟାନେ ମିଚ୍ କଉ ବଡ୍ପନିଆଁ ସେ ରକାମ୍ । 15 ସାସ୍ ଦାରି କରି ସାସନ୍ କାରିଆକେ ସାନ୍ତି ମାନାଇବାକେ, ଆରି କଉଁଲ୍ ଜିବ୍ ଆଡ୍ ବାଙ୍ଗାଇସି । 16 ତମେ କାଇ ମୁଁ, ମିଲାଇ ଆଚାସ୍ ? ତମ୍କେ ଜେତ୍କି ଦର୍କାର୍, ସେତ୍କି କାଆ; ଜଦି ବେସି କାଇସା ବଇଲେ ବାତି କର୍ସା । 17 ତମେ ତମର୍ ସାଇ ବଡିସାର୍ ଗରେ ଜାଇ ଲାଗା ନାଇଁ । ନଇଲେ ସେ ତମ୍କେ ରିସା ଅଇକରି ଗିନ୍ କର୍ସି। 18 ସାଇପଡିସାର୍ ବିରଦେ ଜେ ମିଚ୍ ସାକି ଦେଇସି, ସେ ଟେଙ୍ଗ୍ ଆରି କାଣ୍ଡା ଆରି ତିପ୍ତିପା କାଣ୍ଡ୍ ରକାମ୍; 19 ବାଙ୍ଗ୍ଲା ଦାତ୍ ଆରି ମଚ୍କି ଜାଇରଇବା ଗଡ୍ ଜେନ୍ତି, ଦୁକ୍କସ୍ଟ ବେଲେ ବିସ୍ବାସେବିସ୍ ଦେଉକେ ବିସ୍ବାସ୍ କର୍ବାଟା ସେ ରକାମ୍ । 20 ସିତ୍ବେଲେ ବସ୍ତର୍ ବେଟି ସଙ୍ଗଇବାଟା ଜେନ୍ତାରି ଆରି ଗାଉତେଇ ନୁନ୍ ଲାଗାଇଲେ ଜେନ୍ତାରି, ଦୁକର୍ ଲକର୍ ଲଗେ ଗିତ୍ ଗାଇବାଟା ସେନ୍ତାରି । 21 ତମର୍ ସତ୍ରୁ ବୁକେ ରଇଲେ, କାଇବାକେ ଦିଆସ୍; ଆରି, ତାକେ ସସ୍ ଲାଗ୍ଲାନି ବଇଲେ ପାନି କାଇବାକେ ଦିଆସ୍ । 22 ସେନ୍ତି କଲେ ତାର୍ ମୁଣ୍ଡେ ଜୟ୍ ଆଙ୍ଗ୍ରା ଡାଲ୍ସା, ତେବେ ସବୁବେଲର୍ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । 23 ଜେନ୍ତିକି ଉତର୍ ଦିଗର୍ ପବନ୍ ପାନି ମାରାଇସି, ସେମ୍ତି ଚୁଗ୍ଲି କାତା କଇବା ଲକର୍ ଜିବ୍ ଜଗ୍ଡା କରାଇସି । 24 ଟଣ୍ଡାଇ ମାଇଁଜି ସଙ୍ଗେ ଗଟେକ୍ ଗରେ ବାସା ଅଇବା ବାଦୁଲେ ଚାତ୍ ଉପ୍ରେ ଗଟେକ୍ କନେ ବାସା ଅଇ ରଇବାଟା ନିକ । 25 ସସ୍ ଲାଗ୍ବା ଜିବନ୍କେ କାକର୍ ପାନି ଦେଲେ ଜେନ୍ତିକି ଆଇ ଲାଗ୍ସି, ଦୁର୍ ଦେସର୍ ସୁବ୍କବର୍ ସେ ରକାମ୍ । 26 ଗଲିଆ ପାନିର୍ କୁଣ୍ଡ୍ ଆରି କାରାପ୍ ଜର୍ନା ପାନି ଜେନ୍ତି, କାରାପ୍ ଲକର୍ ଲଗେ ନସ୍ଟ ରଇବା ଦରମ୍ ଲକ୍ ସେମ୍ତି । 27 ବେସି ମୁଁ କାଇବାଟା ଜେନ୍ତିକି ନିକ ନାଇଁ, ସେ ରକାମ୍ ଲକ୍ମନ୍ ମୁଇଁ ନିଜେ ନିକ ଆଚି ବଲିକରି କଇବାଟା ନିକ ନାଇଁ । 28 ଜନ୍ ଲକ୍ ନିଜ୍କେ ସାମାଲି ନାପାରେ, ସେ ଲକ୍ ବାଙ୍ଗିଜାଇ ରଇବା ପାଚୁରି ନଇଲା ନଅଁର୍ ପାରା ।
Publicidade
Provérbios 25
ସଲ୍ମନର୍ ଜବର୍ ନିମାନ୍ ସିକିଆ
Veja também
Publicidade