1 ଜନ୍ କାକୁର୍ତି ଲକ୍ ନିଜେ ସିଦ୍ ଅଇବାକେ ଇଣ୍ଡ୍ସି, ସେ କୁଟିଆଲ୍ ଆରି ମୁର୍କ ଲକର୍ ଟାନେ ଅନି ନିମାନ୍ । 2 ମାତର୍ ଜିବନ୍ରେ ବୁଦି ନଇଲେ ନିମାନ୍ ନାଇଁ; ଆରି, ଜେ ଦାପ୍ରେ ପାଦ୍ ପାକାଇସି, ସେ ପାପ୍ କର୍ସି । 3 ନର୍ଲକର୍ ଉଲ୍ଟା ବୁଦିର୍ ଲାଗି ତାର୍ ଇଣ୍ଡ୍ବା ବାଟ୍ ଉଲ୍ଟା ଅଇସି, ଆରି ତାର୍ ମନ୍ ସବୁବେଲର୍ ମାପ୍ରୁର୍ ବିରଦ୍ରେ ରିସା ଅଇସି । 4 ଦନ୍ ବେସି ସାଙ୍ଗାରିମନ୍କେ କଜ୍ସି; ମାତର୍ କାକୁର୍ତି ଲକ୍ ନିଜର୍ ସାଙ୍ଗାରିମନର୍ ତେଇଅନି ଅଲ୍ଗା ଅଇସି । 5 ମିଚ୍ ସାକି ଦେବା ଲକ୍ ଡଣ୍ଡ୍ ପାଇସି; ଆରି ମିଚ୍ କାଆ କଇବା ଲକ୍ ରକିଆ ପାଇ ନାପାରେ । 6 ବେସି ଲକ୍ ସାଇଜ କର୍ବା ଲକର୍ ଆସିର୍ବାଦର୍ ପାଇଁ ପାର୍ତନା କର୍ବାଇ, ଆରି ବେସି ଲକ୍ ଦାନ୍ ଦେବା ଲକର୍ ସଙ୍ଗାରି ଅଇବାଇ । 7 କାକୁର୍ତି ବାଇର୍ ସବୁ ବାଇମନ୍ ତାକେ ଗୁର୍ନା କର୍ବାଇ; ତାର୍ ସାଙ୍ଗମନ୍ ତାର୍ ଲଗେ ଅନି ଦୁରିକେ ନ ଜାଅତ୍ ! ସେ ମିସ୍ବାକେ ଚେସ୍ଟା କର୍ସି, ମାତର୍ ସେମନ୍ ତେଇ ନ ରଅତ୍ । 8 ଜନ୍ ଲକ୍ ବୁଦି ପାଇସି, ସେ ନିଜର୍ ଜିବନ୍କେ ଲାଡ୍ କର୍ସି; ଜେ ବିବେଚନା ରକିଆ କର୍ସି, ସେ ଆସିର୍ବାଦ୍ ପାଇସି । 9 ମିଚ୍ ସାକି ଦେଉ ଡଣ୍ଡ୍ ପାଇସି; ଆରି, ମିଚ୍ କଉ ବିନାସ୍ ଅଇସି । 10 ମୁର୍କର୍ ଚଲାଚଲ୍ତି ନିକ ନଏ; ସାଉକାର୍ମନର୍ ଉପ୍ରେ ଦାଙ୍ଗ୍ଡାମନ୍ ସାସନ୍ କର୍ବାଟା ନିମାନ୍ ବିସଇ ନଏ । 11 ନର୍ଲକର୍ ନିମାନ୍ ବୁଦି ତାକେ ରିସା ନ ଅଇବାକେ ସାନ୍ତି କର୍ସି; ଆରି, ଦସ୍ ଚାଡ୍ବାଟା ତାର୍ ପାଇଁ ନିମାନ୍ 12 ରାଜାର୍ ରିସା ସିଅଁବାଗ୍ ଅଡର୍ଲା ପାରା; ମାତର୍ ତାର୍ ଦୟା ଗାଁସ୍ ଉପ୍ରେ ରଇଲା କାକର୍ ପାରା । 13 ମୁର୍କ ପିଲା ତାର୍ ବାବାକେ ଦୁକ୍ କରାଇସି; ଆରି ମାଇଁଜିର୍ ସଙ୍ଗ୍ କିରମାର ଅଇବାଟା ତିପ୍ଲା ପାନି ପାରା । 14 ଗର୍ ଆରି ଦନ୍ ଆନିଦାଦିମନର୍ ଲଗେ ଅନି ପାଇବାର୍ ଅଦିକାର୍; ମାତର୍ ବୁଦି ମତି ମାଇଁଜି ମାପ୍ରୁର୍ ଲଗେ ଅନି ପାଇବାଇ । 15 ଅଲ୍ସୁଆ ଲକ୍କେ ଗୁନ୍ ଡାବି ଅଇ ଆଇସି; ଆରି, ଅଲ୍ସୁଆ ଲକ୍ ବୁକେ ମର୍ସି । 16 ମାପ୍ରୁର୍ ଆଦେସ୍ ମାନ୍ବା ଲକ୍ ନିଜର୍ ଜିବନ୍ ରକିଆ କର୍ସି; ମାତର୍ ନିଜର୍ ବାଟ୍ ବିସଇରେ ଜେ ଜାଗ୍ରତ୍ ନ ଅଏ, ସେ ମର୍ସି । 17 ଜେ କାକୁର୍ତି ଲକ୍କେ ଦୟା କର୍ସି, ସେ ସବୁବେଲର୍ ମାପ୍ରୁକେ ରୁନ୍ ଦେଇସି; ଆରି, ସେ ତାର୍ ନିମାନ୍ କାମର୍ ପଲ୍ ବାଉଡାଇ ଦେଇସି । 18 ନିଜର୍ ପିଲାକେ ସାସନ୍ କରା, କାଇକେବଇଲେ ତାର୍ ଉପ୍ରେ ତମର୍ ଆସା ଆଚେ; ଆରି, ତମର୍ ମନ୍ ତାକେ ବିନାସ୍ କର୍ବାକେ ଇଚା ନ କର । 19 ବେସି ରିସା ଅଇବା ଲକ୍ ସାସ୍ତି ପାଇସି, କାଇକେବଇଲେ ତମେ ତାକେ ଗଟେକ୍ ତର୍ ରକିଆ କଲେ, ସେଟା ତମ୍କେ ଆରିତରେକ୍ କର୍ବାକେ ପଡ୍ସି । 20 ସାରାସାରି ବେଲେ ତମେ ଜେମ୍ତିକି ଗିଆନ୍ ବାନ୍ ଉଆ, ସେଟାର୍ ପାଇଁ ଆଦେସ୍କେ ସୁନା ଆରି ନିମାନ୍ ସିକିଆ ମାନା । 21 ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି । 22 ନର୍ଲକର୍ ବାବ୍ନା ତାର୍ ଦୟା ରକାମ୍ ଆରି ମିଚ୍ କଇଲା ଲକର୍ ଲଗେ ଅନି କାକୁର୍ତି ଲକ୍ ବଡ୍ । 23 ସବୁବେଲର୍ ମାପ୍ରୁର୍ ବିସଇକେ ଡରି ଜିବନ୍ ଜାପନ୍ କର୍ବାଟା, ସେଟା ଜନ୍ ଲକର୍ ପାକେ ରଇସି, ସେ ସାନ୍ତିରେ ବାସା କର୍ସି; ବିପଦ୍ ତାର୍ ଲଗେ ନ ଜାଏ । 24 ଅଲସୁଆ ନିଜର୍ ତାଲା ତେଇ ଆତ୍ ବୁଡାଇଲେ, ଆରି ତରେକ୍ ସେଟା ତାର୍ ଟଣ୍ଡେ ନେବାକେ ମୁଲ୍କେ ଇଚା ନ କରେ । 25 ନିନ୍ଦା କରୁକେ ଡାଙ୍ଗ୍ ସଙ୍ଗ୍ ମାର୍ଲେ, ବୁଦି ନଇଲା ଲକ୍ ଜାଗର୍ତା ସଙ୍ଗ୍ ସିକିଆ ପାଇସି; ମାତର୍ ବୁଦି ରଇଲା ଲକ୍କେ ସିକିଆ ଦେଲେ, ସେ ଗିଆନ୍ ବୁଜ୍ସି । 26 ଜନ୍ ପିଲା ତାର୍ ବାବାର୍ ଦନ୍ ନସ୍ଟ କର୍ସି, ଆରି ଆୟାକେ କେଦି ଦେଇସି, ସେ ଲାଜ୍ ଆରି ଅପ୍ମାନ୍ ଅଇସି। 27 ଏ ମର୍ ପିଲା, ଜନ୍ ସିକିଆ ତକେ ଗିଆନର୍ କାତାଇ ଅନି ତକେ ବୁଲ୍କାଇସି, ସେଟା ନ ସୁନ୍ । 28 ମିଚ୍ ସାକି ନିଆଇକେ ନିନ୍ଦା କର୍ସି ଆରି ଦୁସ୍ଟର୍ ଟଣ୍ଡ୍ ଅଦରମ୍କେ ବେସି ଇଚା କର୍ସି। 29 ନିନ୍ଦା କର୍ବା ଲକର୍ ପାଇଁ ଡଣ୍ଡ୍ ଆରି ମୁର୍କ ଲକର୍ ପିଟି ପାଇଁ ମାଡ୍ ତିଆର୍ ଅଇ ଆଚେ ।
Publicidade
Publicidade