1 ଦାଉଦର୍ ପିଲା ଇସ୍ରାଏଲର୍ ରାଜା ସଲ୍ମନ୍ ରାଜାର୍ ନିମାନ୍ ସିକିଆ; 2 ଗିଆନ୍ ଆରି ନିମାନ୍ ସିକିଆ ବୁଜ୍ବାକେ; ଗିଆନର୍ ବାକିଅ ଏତାଇବାକେ; 3 ନିମାନ୍ ଚାଲିଚଲନ୍, ଦରମ୍ଟା ଆରି ନିମାନ୍ ଏତାଇବାଟା ଆରି ନିଆଇ ବିସଇରେ ଗଟେକ୍ ଆଦେସ୍ ପାଲନ୍ କର୍ବାକେ ପାର୍ସି; 4 ଦରମ୍ ଲକ୍ମନ୍କେ ଜାଗର୍ତା ଆରି ଦାଙ୍ଗ୍ଡା ଲକ୍କେ ବିଦିଆ ଆରି ସବୁ ବିସଇ ଜାନି ପିଆସ୍ ଅଇଗାଲା ଆଚେ; 5 ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି; 6 ଆରି ଗଟେକ୍ ସିକିଆର୍ କାତା ଆରି ଉଦାଅରନର୍ କାତା ଆରି ଗିଆନିମନର୍ କାତା ଆରି ସେମନର୍ ମନ୍ ବିତ୍ରର୍ କାତା ବୁଜି ପାର୍ସା ।
7 ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ । 8 ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । 9 କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି । 10 ଏ ମର୍ ପିଲା, ଜଦି ପାପି ଲକ୍ମନ୍ ତକେ ପୁସ୍ଲାଇଲେ ତୁଇ ପୁସ୍ଲାଇ ଅ ନାଇଁ । 11 ସେମନ୍ କେବେ କଇବାଇ, ଆମର୍ ସଙ୍ଗ୍ ଆଉ ଆମେ ମିସି ଲକ୍ମନ୍କେ ମର୍ତେ ମାର୍ବାକେ ଜୁ, କାଇ ଦସ୍ ନ କଲା ଲକ୍ମନ୍କେ ମିସା ଦାର୍ବାକେ ଲୁଚି ରଉଁ; 12 ପାତାଲର୍ ନିଆଇଁ ମୁଇଁ ସେମନ୍କେ ମର୍ତେ ମାରି ଆରି କାଲ୍ ବିତ୍ରେ ତପି ରଇବା ଲକ୍ମନର୍ ପାରା ସେମନ୍କେ ସର୍ତେ ଲକ୍କେ କୁରୁପ୍ନାସ୍ କର୍ବି; 13 ତାର୍ପଚେ ଆମେ ସବୁ ରକାମର୍ ଦନ୍ ସଁପତି ପାଇବାର୍ ଅଇସି, ଆରି ଚରାଇ ଆନ୍ଲା ଜିନିସ୍ ପତର୍ ସଙ୍ଗେ ଆମର୍ ଗର୍ ମନ୍କେ ପୁରା ପୁରୁନ୍ କରି ଦେଉଁ, 14 ତୁଇ ଆମର୍ ଦଲ୍ ତେଇ ମିସ୍ସୁ; ଆମେ ସବୁ ଲକ୍ ମିସି କରି ଗଟେକ୍ ଅଇବାର୍ ଅଇସି । 15 ଏ ମର୍ ପିଲା, ତୁଇ ସେମନର୍ ସଙ୍ଗ୍ ସେ ବାଟେ ଜା ନାଇଁ, ସେମନର୍ ସଙ୍ଗେ ନ ଜାଇ ବିନ୍ ବାଟେ ଜା; 16 କାଇକେବଇଲେ ସେମନର୍ ପାଦ୍ କାରାପ୍ କାମ୍ କର୍ବାକେ ପାଲାଇସି ଆରି ନର୍ ମାର୍ବାକେ ଦାପ୍ରେ ମନ୍ କର୍ବାଇ। 17 କନ୍ ମିସା ଚଡଇର୍ ମୁଆଁଟେ ଜାଲ୍ ଅଡ୍ବାଟା ବେକାର୍ ଅଇ ଜାଇସି । 18 ସେମନ୍ ନିଜର୍ ନିଜର୍ ବିନାସ୍ କର୍ବାକେ ଜାଗି ରଇବାଇ ଆରି ନିଜର୍ ଜିବନ୍ ପରାନ୍କେ ଦାର୍ବାକେ ନାଜାନ୍ଲା ପାରା ଲୁଚି ରଇବାଇ । 19 ସବୁ ଦନ୍ ଆସାଇ ମନର୍ ଦସା ଅଇଲାନି ଏଟା; ସେଟା ଦନର୍ ମୁକିଆ ମନର୍ ଜିବନ୍କେ ବିନାସ୍ କର୍ସି ।
20 ଗିଆନର୍ ଲକ୍ ବାଟ୍ ଲଗେ ଅନି ଆଉଲି ଅଇ ଡାକ୍ସି; ସେ ଡେଲା ବାଟେ ଅନି ନିଜର୍ ଆଉଲି ସୁନାଇସି; 21 ସେ ଲକ୍ମନ୍କେ ସଦ୍ରେ ଡାକ୍ସି; ନଅଁର୍ ଡାଣ୍ଡେ ଜବର୍ଲକ୍ ରଇବା ଜାଗା ଲଗେ ଅନି ନିଜର୍ କାତା ଆଉଲି ଅଇ କଇସି; 22 ଏ ଅମାନିଆଁ ଲକ୍ମନ୍, କେତେ ଦିନ୍ କାରାପ୍ କାମ୍କେ ନିମାନ୍ କଇସା ? ଏ ନିନ୍ଦା କର୍ବା ଲକ୍ମନ୍, କେତେ ଦିନ୍ ନିନ୍ଦା କାତାକେ ସନ୍ତୁସ୍ଟ ଅଇ ରଇସା ? ଏ ଅବୁଦିଆ ଲକ୍ମନ୍, ଆରି କେତେ ଦିନ୍ ସିକିଆକେ ଗିନ୍ କର୍ସା ? 23 ମୁଇଁ କଇବା କାତା ସୁନି ମନ୍ ବାଉଡାଆ; ଦେକା, ମୁଇଁ ତମର୍ ଉପ୍ରେ ମର୍ ଆତ୍ମା ଡାଲିଦେବି, ମର୍ ବାକିଅ ସବୁ ତମ୍କେ ଜାନାଇବି । 24 ସେଟାର୍ପାଇଁ ମୁଇଁ ତମ୍କେ ଡାକ୍ଲି, ମାତର୍ ତମେ ସୁନାସ୍ ନାଇଁ; ମୁଇ ତମ୍କେ ଆଦର୍ କଲାକେ ମିସା ନାମାସ୍ ନାଇଁ; 25 ମାତର୍ ତମେ ମର୍ ସବୁ ସିକିଆକେ ଦିଆନ୍ ଦିଆସ୍ ନାଇଁ, ଆରି ମର୍ ଗଟେକ୍ ମିସା କଇବା କାତାକେ ମାନାସ୍ ନାଇଁ; 26 ସେଟାର୍ପାଇଁ ମୁଇଁ ମିସା ତମର୍ ବିପଦ୍ ବେଲେ ଆଁସ୍ବି, ତମ୍କେ ଦୁକ୍ ଆଇଲେ କିଜାଇତେ ରଇବି । 27 ଜେଡେବେଲେ ବାଉପବନ୍ ପାରା ତମ୍କେ ଦୁକ୍ ଆଇସି ଆରି ସୁରାଗାଲି ପାରା ତମ୍କେ ବିପଦ୍ ଆଇସି; ଜେଡେବେଲେ ଦୁକ୍ କସ୍ଟ ତମ୍କେ ଗଟ୍ସି; 28 ସେଡ୍କିବେଲେ ସେମନ୍ ମକେ ଡାକ୍ବାଇ, ମାତର୍ ମୁଇଁ ସେମନ୍କେ ପାଚାରି ନ ଦେକି; ସେଡ୍କିବେଲେ ମକେ ବେସି କଜ୍ବାଇ, ମାତର୍ ମକେ ପାଇ ନାପାରତ୍ । 29 କାଇକେବଇଲେ ସେମନ୍ ସିକିଆକେ ଗିନ୍ କଲାଇ ଆରି ସବୁବେଲର୍ ମାପ୍ରୁର୍ ବାକିଅକେ ଡରତ୍ ନାଇଁ; 30 ସେମନ୍ ମୁଇଁ କଇଲା କାଇ କାତାକେ ମିସା ମାନତ୍ ନାଇଁ ଆରି ମୁଇ ଦେବା ସିକିଆକେ ମନ୍ଦିଆନ୍ ଦେଅତ୍ ନାଇଁ । 31 ସେଟାର୍ପାଇଁ ସେମନ୍ ନିଜର୍ ନିଜର୍ କାମ୍ ଇସାବେ ଡଣ୍ଡ୍ ପାଇବାଇ, ଆରି ନିଜର୍ ନିଜର୍ କାରାପ୍ ବୁଦିର୍ ଲାଗି କୁରୁପ୍ନାସ୍ ଅଇବାଇ। 32 ଉଁ ବୁଦି ନଇଲା ଲକ୍ମନ୍ ବିପଦ୍ ବାଟେ ଇଣ୍ଡ୍ଲେ ସେମନ୍କେ ବିପଦ୍ ଆଇସି ଆରି ବୁଦି ନଇଲା ଲକ୍ମନର୍ ସୁକ୍ ପାଇବାଟାକେ ନସାଇ ଦେଇସି । 33 ମାତର୍ ଜନ୍ ଲକ୍ ମର୍ କାତା ସୁନ୍ସି, ତାକେ ବିପଦ୍ ନ ଆସେ ଆରି ସେ ନ ଡର୍ତେ ରଇସି ।