1 ଜାଟିଜଗ୍ଡା ଅଇ ରଇବା ଗରେ କାଦି ପୁରାପୁରୁନ୍ ରଇଲେ ସାନ୍ତି ନାଇଁ ମାତର୍ କଣ୍ଡେକ୍ ସୁକ୍ଲା ରୁଟି କାଇଲେ ନିକ୍ । 2 ଜନ୍ ଦାସ୍ ବୁଦି ସଙ୍ଗ୍ ଚଲ୍ସି, ସେ ଲାଜ୍ ଅଇଲା ପିଲାର୍ ଉପ୍ରେ ସାସନ୍ କର୍ସି, ଆରି ବାଇମନର୍ ସଙ୍ଗେ ଅଦିକାରର୍ ବାଗ୍ ପାଇସି । 3 ରୁପାର୍ ଆରି ସୁନାକେ ଜଇ ତେଇ ପରିକା ଅଇସି; ମାତର୍ ସବୁବେଲର୍ ମାପ୍ରୁ ନର୍ଲକର୍ ମନ୍କେ ପରିକା କର୍ସି । 4 କାରାପ୍ କାମ୍ କର୍ବା ଲକ୍ ଦୁସ୍ଟର୍ ଟଣ୍ଡର୍ କାତା ସୁନ୍ସି, ଆରି ମିଚ୍ କଉ ବିନାସ୍ କରୁର୍ ଜିବର୍ କାତାକେ କାନ୍ ଡେର୍ସି । 5 ଜନ୍ ଲକ୍ ଗରିବ୍ ଲକ୍କେ ଦେକି ଆଁସ୍ସି, ସେ ତାର୍ ତିଆର୍ କଲା ମାପ୍ରୁକେ ନିନ୍ଦା କର୍ସି; ଆରି, ବିପଦ୍ବେଲେ ଜେ ସାର୍ଦା କର୍ସି, ସେ ନ ପିଟ୍ତେ ଡଣ୍ଡ୍ ପାଇସି । 6 ପିଲାମନର୍ ପିଲାମନ୍ ଡକ୍ରା ଲକ୍ମନର୍ ମୁଣ୍ଡର୍ ମୁକୁଟ୍; ଆରି, ପିଲାମନର୍ ଡାକ୍ପୁଟା ଅଇଲାନି ସେମନର୍ ଆନିଦାଦିମନ୍ । 7 ଗଟେକ୍ ବୁଦି ନଇଲା ଲକର୍ ଲଗେ ନିମାନ୍ କାତା କଇବାଟା ଟିକ୍ ନାଇଁ, ସେ ରକାମ୍ ଗଟେକ୍ ସାସନ୍ କରୁମନ୍ ମିଚ୍ କାତା କଇବାଟା ଅଦିକ୍ ଟିକ୍ ନଏଁ । 8 ଲାଁଚ୍ ଦେଇତେ ରଇବା ଲକ୍ର୍ ଆଁକି ତେଇ ଲାଞ୍ଚ୍ ଦେବାଟା ବେସି ମୁଲିଅର୍ ପାକ୍ନା ରକାମ୍, ସେମନ୍ ଜେନେ ବୁଲ୍ଲେ ମିସା ସେମନ୍ ସିଦ୍ ଅଇସି । 9 ଜେ ପାପ୍କେ କେମା ଦେଇସି, ସେ ଲାଡ୍ କଜ୍ସି; ମାତର୍ ଜେ ତର୍କେ ତର୍ ଗଟେକ୍ କାତା ବାର୍କର୍ସି, ସେ ତମର୍ ମିତ୍ରମନ୍କେ ବେଗ୍ଲାଇସି । 10 ମୁର୍କକେ ସଏ ମାଡ୍ ମାର୍ଲେ ଜେତ୍କି ବୁଦି ରଇଲା ଲକ୍କେ ପଦେକ୍ କଇଲେ ଅଦିକ୍ ବାଦ୍ସି । 11 ଦୁସ୍ଟ ଲକ୍ କିରମାର କଜ୍ସି, ତେବେ ତାର୍ ବିରଦ୍ରେ କାରାପ୍ ଲକ୍କେ କବର୍ ପାଟାଇସି । 12 ବୁଦି ନ ରଇ ବୁଡିଜାଇ ରଇବା ମୁର୍କର୍ ସାମ୍ନାଇ ଜିବା ବାଦୁଲେ, ଗଟେ ପିଲା ଚରିଅଇ ରଇବା ବାଲୁର୍ ସାମ୍ନାଇ ଜିବାଟା ନିକ୍ । 13 ଜନ୍ ଲକ୍ ନିମାନ୍ ବାଦୁଲେ କାରାପ୍ କର୍ସି, ତାର୍ ଗରେ କାରାପ୍ କେବେ ନ ଚାଡେ । 14 କିରମାରର୍ ଆରାମ୍ ଅଇବାଟା ଗଟେକ୍ ଲକ୍ ବନ୍ଦ୍ କାଟି ପାନି ଚାଡି ଦେଲା ପାରା; ସେଟାର୍ ପାଇଁ କିର ଉବଜ୍ବା ଆଗ୍ତୁ ଜୁଗ୍ତି କରା ନାଇଁ । 15 ଜେ ଦସିକେ ନିର୍ଦସ୍ କର୍ସି ଆରି ଜେ ଦରମ୍ ଲକ୍କେ ଦସ୍ ଦାର୍ସି, ସେ ଦୁଇ ଲକ୍ ମିସା ସବୁବେଲର୍ ମାପ୍ରୁର୍ ଲଗେ ସମାନ୍ସେ ଡଣ୍ଡ୍ ପାଇବାଇ । 16 ଗିଆନ୍ ଗେନ୍ବାକେ ମୁର୍କର୍ ଆତେ କାଇକେ ଦନ୍ ରଇସି ? ତାକେ ତା ବୁଦି ନାଇଁ । 17 ସାଙ୍ଗ ସବୁବେଲେ ଲାଡ୍ କର୍ସି, ମାତର୍ ବାଇର୍ ଦୁକ୍ ବେଲେ ସାଇଜ କର୍ବାକେ ଜନମ୍ ଅଇ ରଇସି । 18 ବୁଦି ନଇଲା ଲକ୍ ବାଦ୍ ମାରି ନିଜର୍ ସାଇପଡିସାର୍ ଲକର୍ ଲଗେ ଦାଇ ଅଇସି । 19 ଜେ କିରମାର ଅଇବାଟା ସାର୍ଦା ଅଇସି, ସେ ଅପ୍ରାଦ୍କେ ମିସା ସାର୍ଦା ଅଇସି; ଆରି, ଜେ କି ନିଜର୍ ଡାଣ୍ଡ୍କେ ଡେଙ୍ଗ୍ କର୍ସି, ସେ ବିନାସ୍ କଜ୍ସି । 20 ଜାର୍ କୁଟିଆଲ୍ ମନ୍ ଆଚେ, ସେ ଆସିର୍ବାଦ୍ ନ ପାଏ, ଆରି, ଜାର୍ ଜିବ୍ କାରାପ୍ କାତା କଇସି ସେ ବିପଦ୍ ଲଗେ ଅଦର୍ସି । 21 ମୁର୍କକେ ଜନମ୍ କର୍ବା ଲକ୍ ନିଜର୍ ଦୁକ୍ ଜମାଇସି; ଆରି, ମୁର୍କର୍ ବାବା ସାର୍ଦା ନ ଅଏ । 22 ସାର୍ଦାର୍ ରଇଲା ମନ୍ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍ମା ଆଡ୍ମନ୍କେ ସବୁ ସୁକାଇ ପାକାଇସି । 23 ଦୁସ୍ଟ ଲକ୍ ବିଚାରର୍ ବାଟ୍ ବାଙ୍ଗ୍ଟି କର୍ବାକେ ଆଟାଇଅନି ଲାଞ୍ଚ୍ ନେଇସି । 24 ବୁଦିମାନ୍ ଲକର୍ ଆଁକି ଲଗେ ଗିଆନ୍ ରଇସି, ମାତର୍ ମୁର୍କର୍ ଆଁକି ଲଗେ ପୁର୍ତିବିର୍ ମରୁ ବୁଇଁ ଲଗେ ରଇସି । 25 ମୁର୍କ ପିଲା ତାର୍ ବାବାର୍ ଦୁକ୍ ଆରି ତାର୍ ଆୟାର୍ ଦୁକର୍ କାରଣ୍ ଅଇସି । 26 ଦରମ୍ ଲକ୍କେ କସ୍ଟ ଦେବାର୍ ଆରି ମୁକିଆ ଲକ୍ମନ୍କେ ସେମନର୍ ଦରମ୍ ଦେକି ଡଣ୍ଡ୍ ଦେବାଟା ଟିକ୍ ନାଇଁ । 27 ଜେ କି ଅଲପ୍ କାତା କଇସି, ତାର୍ ବୁଦି ରଇସି; ଆରି, ଜାର୍ ସାନ୍ତି ଆତ୍ମା, ସେ ବୁଦିମାନ୍ । 28 ଅଗିଆନି ଲକ୍ ଚୁପ୍ ଅଇଲେ, ଗିଆନ୍ ଲକ୍ ବଲି ଏଜା ଅଇସି; ଆରି, ସେ ନିଜର୍ ଟଣ୍ଡ୍ ମୁଦା କଲେ, ବୁଦି ରଇଲା ଲକ୍ ବଲି ଏଜା ଅଇସି ।
Publicidade
Publicidade