Publicidade

Provérbios 9

ଗିଆନ୍ ଆରି ଅଗିଆନି

1 ଗିଆନ୍ ନିଜର୍ ଗର୍ ତିଆର୍‌ କରିଆଚେ, ସେ ସାତ୍‌ଟା କୁମ୍ ତିଆର୍ କରି ଆଚେ; 2 ସେ ନିଜର୍ ପସୁମନ୍‌କେ ବିନାସ୍ କରିଆଚେ; ସେ ନିଜର୍ ଅଙ୍ଗୁର୍‌ ରସ୍ ମିସାଇ ଆଚେ; ସେ ନିଜର୍ ଟେବୁଲ୍ ମିସା ସଜାଇ ଆଚେ । 3 ସେ ନିଜର୍ ଦାସିମନ୍‌କେ ପାଟାଇ ଆଚେ, ସେ ନଗରର୍ ସବୁର୍ ତେଇଅନି ଉଚା ରଇଲା ଜାଗାଇ ଅନି ଡାକି କଇସି, 4 "ଜନ୍‌ ଲକ୍ ଅବୁଜା, ସେ ଲକ୍ ଏ ଲଗେ ଆସା" ଆରି, ଜନ୍‌ ଲକ୍‌କେ ବୁଦି ନାଇଁ, ତାକେ ସେ କଇସି, 5 "ଆସା, ମର୍ କାଦି କା ଆରି ମିସ୍‌ଲା ଅଙ୍ଗୁର୍‌ ରସ୍ କା । 6 ଏ ବୁଦି ନଇଲା ଲକ୍‌ମନ୍, ବୁଦି ନଇଲା ଲକ୍‌ମନର୍ ସଙ୍ଗ୍ ଚାଡି କରି ଜିବନ୍ ରକିଆ କରା; ଆରି, ନିମାନ୍ ବାଟେ ଇଣ୍ଡା ।" 7 ଜେ ନିନ୍ଦା କରୁକେ ସିକିଆ ଦେଇସି, ସେ ନିଜେ ଲାଜ୍‌ ଅଇସି; ଆରି, ଜେ ଦୁସ୍‌ଟକେ ଜୁକ୍‌ତି କର୍‌ସି, ସେ ନିଜେ ବଦ୍‌ଲାମ୍‌ ଅଇସି । 8 ନିନ୍ଦା କର୍‌ବା ଲକ୍‌କେ ଜୁକ୍‌ତି କରା ନାଇଁ, କଲେ, ସେ ତମ୍‌କେ ଗିନ୍ କର୍‌ସି, ଗିଆନିକେ ଜୁକ୍‌ତି କରା, ତେବେ ସେ ତମ୍‌କେ ଲାଡ୍ କର୍‌ସି । 9 ଗିଆନ୍ ଲକ୍‌କେ ସିକିଆ ଦେଲେ, ସେ ଅଦିକ୍ ଗିଆନ୍‌ ଅଇସି, ଆରି, ଦରମ୍‌ ଲକ୍‌କେ ସିକିଆ ଦେଲେ, ସେ ଜବର୍ ସିକିତ୍ ଅଇସି । 10 ସବୁବେଲର୍ ମାପ୍‌ରୁର୍ ବିସଇର୍‌ ଡର୍‌ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍‌ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି । 11 କାଇକେବଇଲେ ମର୍ ଲାଗି ତମର୍ ଦିନ୍ ବଡ୍‌ସି, ଆରି, ତମର୍ ଆୟୁସର୍ ବରସ୍ ଅଦିକ୍ ଅଇସି । 12 ତମେ ଗିଆନି ଅଇଲେ, ନିଜର୍ ପାଇଁ ଗିଆନି ଅଇସା; ଜଦି ବିନ୍ ଲକ୍‌କେ ନିନ୍ଦା କର୍‌ସା, ତେବେ ନିଜେ ସେଟା ଚାପାଇ ଅଇସା । 13 ଗିଆନ୍ ନଇଲା ମାଇଁଜି ବେସି ଟଣ୍ଡାଇ ଅଇସି; ତାକେ ବୁଦି ନାଇଁ, ସେ କାଇଟା ନାଜାନେ । 14 ସେ ତାର୍ ଗରର୍ ବାଟ୍ ଡିଆଗଡି ଆରି ନଅଁରର୍ ଉଚା ଜାଗାଇ ଅଚ୍‌ନା ପାକାଇ ବସି ରଇସି । 15 ସେ ବାଟେ ସିଦା ଇଣ୍ଡି ଜିବା ସର୍‌ତେ ଲକ୍‌ମନ୍‌କେ ଡାକି କରି କଇସି, 16 "ଜାକେ ବୁଦି ନାଇଁ, ସେ ଏ ଲଗେ ଆସ" ବୁଦି ନଇଲା ଲକ୍‌ମନ୍‌କେ ସେ ଏ କାତା କଇସି, 17 "ଚରାଇ ଆନ୍‌ଲା ପାନି ବେସି ସୁଆଦ୍‌ ଆରି ଲୁଚାଇ କରି କାଇଲା କାଦି ବେସି ସୁଆଦ୍ ।" 18 ମାତର୍ ସେ ଲକ୍ ନାଜାନେ ଜେ, ମଲା ଲକ୍‌ମନ୍ ତେଇ ରଇବାଇ, ଆରି, ସେ ଡାକ୍‌ବା ଲକ୍‌ମନ୍ ପାତାଲ୍‌ପୁରର୍‌ ଡେଙ୍ଗ୍ କାଲ୍‌ ଜାଗାଇ ଆଚତ୍,

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-