Publicidade

Provérbios 14

1 ବୁଦି ରଇଲା ମାଇଜି ନିଜର୍ ଗର୍‌କେ ନିମାନ୍ କରି ଜତନ୍ କର୍‌ସି; ମାତର୍ ବୁଦି ନ ରଇଲା ମାଇଜି ଗର୍‌କେ ବାଙ୍ଗାଇ ଦେଇସି । 2 ଜେ ନିମାନ୍‌ ସଙ୍ଗ୍ ଚଲାଚଲ୍‌ତି କର୍‌ସି, ସେ ସବୁବେଲର୍ ମାପ୍‌ରୁକେ ଡର୍‌ସି; ମାତର୍ କାରାପ୍ ବାଟେ ଇଣ୍ଡ୍‌ବା ଲକ୍ ତାକେ ଅମାନିଅ କର୍‌ସି । 3 ମୁର୍‌କ ଲକର୍ ଟଣ୍ଡେ ଆଁକାର୍ ବୁଦି ରଇସି; ମାତର୍ ବୁଦି ରଇଲା ଲକର୍ ଟଣ୍ଡ୍ ସେମନ୍‌କେ ରକିଆ କର୍‌ସି । 4 ଜନ୍ ତେଇ ଗରୁ ନାଇଁ, ତେଇ କୁଣ୍ଡି ନାଇଁ; ମାତର୍ ଗାଇଗରୁର୍ ବପୁରେ ବେସି ଦନ୍‌ସପତି କାମାଇ ଅଇସି । 5 ସତ୍ ଲକ୍ ମିଚ୍ ସାକି ନ କଏ; ମାତର୍ ମିଚ୍ ଲକ୍ ମିଚ୍ କାତା କଇସି । 6 ନିନ୍ଦା କାତା କଉ ଗିଆନ୍ କଜ୍‌ଲେ ପାଇ ନାପାରେ; ମାତର୍ ବୁଦିମାନ୍ ଲକ୍ ଦାପ୍‌ରେ ଗିଆନ୍ ସିକ୍‌ସି । 7 ମୁର୍‌କ ଲକର୍ ଲଗେ ଗାଲେ, ତମେ ଗିଆନ୍ ଇସାବ୍‌ରେ କଇବା କାତା ସୁନି ନାପାରାସ୍‌ । 8 ଚାଲାକି ଲକ୍ ବୁଦି ଗିଆନ୍ ସଙ୍ଗେ ନିଜର୍ ବାଟ୍‌କେ ବାବ୍‌ସି ମାତର୍ ମୁର୍‌କ ଲକ୍ ଅଗିଆନ୍ ଇସାବ୍‌ରେ ନାଡାଇ ଅଇସି । 9 ବୁଦି ନ ରଇଲା ଲକ୍‌ମନ୍ ଦସ୍‌ କରି ରଇଲେ ମିସା କିଚି ନାଇଁ ବଲିକରି ବାବ୍‌ବାଇ; ମାତର୍ ନିମାନ୍‌ ଲକ୍‌ମନର୍ ଲଗେ ଆସିର୍‌ବାଦ୍ ରଇସି । 10 ନିଜର୍ ଦୁକ୍‌ ନିଜର୍ ମନ୍‌ ଜାନେ; ଆରି, ଅଚିନା ଲକ୍‌ ତାର୍ ଦୁକ୍ କସ୍‌ଟକେ ନାଜାନତ୍ । 11 ଦୁସ୍‌ଟ ଲକର୍ ଗର୍ ବାଙ୍ଗି ଜାଇସି; ମାତର୍ ଦରମ୍‌ ଲକ୍‌ମନର୍ ତମୁ ଡାକ୍‌ପୁଟା ଅଇସି । 12 ନର୍ ଲକର୍ ଆକିରେ କେତେଟା ବାଟ୍ ନିମାନ୍ ଡିସ୍‌ସି; ମାତର୍ ସାରା ସାରି ପଚେ ତେଇ ମରନ୍ ରଇସି । 13 ଆଁସ୍‌ବା ବେଲେ ମିସା ମନ୍‌ଦୁକ୍ ଅଇସି; ଆରି ସାର୍‌ଦା ସାରି ଗାଲା ପଚେ ଦୁକ୍ ଆଇସି । 14 ଜେ ଜିବନର୍‌ ବିପଦ୍ ବାଟେ ଇଣ୍ଡି ନିଜର୍ ଚାଲିଚଲନ୍ ବାବ୍‌ରେ ପୁରାପୁରୁନ୍ ଅଇସି; ମାତର୍, ନିମାନ୍ ଲକ୍ ନିଜର୍ ଲଗେ ଜେତ୍‌କି ଆଚେ ସେତ୍‌କିରେ ସାନ୍‌ତି ପାଇସି । 15 କାରାପ୍ ଲକ୍‌ମନ୍ ସବୁ ବିସଇର୍ କାତାକେ ସତ୍ ବଲିକରି ବିସ୍‌ବାସ୍ କର୍‌ବାଇ; ମାତର୍ ଚତୁର୍ ଲକ୍ ସେ ଜିବା ସବୁ ବାଟ୍‌କେ ନିମାନ୍ କରି ଦେକ୍‌ସି । 16 ବୁଦି ରଇଲା ଲକ୍‌ ଜାଗର୍‌ତା ସଙ୍ଗେ ରଇସି ଆରି କାରାପ୍ କାମ୍ କର୍‌ବାଟା ଚାଡି ଦେଇସି; ମାତର୍ ମୁର୍‌କ ଲକ୍ ବଡ୍‌ପନ୍ ଅଇ ଟେପର୍ ଅଇ ବୁଲ୍‌ବାଇ । 17 ଜେ ଦାପ୍‌ରେ ରିସା ଅଇସି,ସେ ବୁଦି ନଇଲା କାମ୍ କର୍‌ସି; ଆରି,କାରାପ୍‌ ଚିନ୍‌ତା କର୍‌ବା ଲକ୍‌ମନ୍ ବୁଦି ନଇଲା ଲକର୍ ଅବିସାପ୍ । 18 ଜାଗ୍‌ରତ୍ ନଇଲା ଲକ୍‌ମନ୍ ବୁଦି ନ ରଇଲା ପାରା ଅଦିକାର୍ ପାଇବାଇ; ମାତର୍ ଚତୁର୍ ଲକ୍ ଗିଆନର୍ ମୁକୁଟ୍ ପିନ୍ଦ୍‌ବାଇ । 19 କାରାପ୍ ଲକ୍ ନିମାନ୍ ଲକର୍ ଲଗେ ଆରି ଦୁସ୍‌ଟ ଲକ୍‌ମନ୍‌ ଦରମ୍‌ ଲକର୍ ଦୁଆରେ ଜାଇ ସରନ୍ ପସ୍‌ବାଇ । 20 କାକୁର୍‌ତି ଲକ୍ ନିଜର୍ ସାଇର୍ ଲକର୍ ଟାନେ ଇନ୍ ଅଇବାଇ; ମାତର୍ ସାଉକାର୍ ଲକ୍‌କେ ବେସି ଗତ୍‌ମଇତର୍ ରଇବାଇ । 21 ଜନ୍‌ ଲକ୍ ସାଇପଡିସାର୍‌ ଲକ୍‌ମନ୍‌କେ ନିସାର୍ କର୍‌ସି, ସେ ପାପ୍ କର୍‌ସି; ମାତର୍ ଜନ୍‌ ଲକ୍ କାକୁର୍‌ତି ଲକ୍‌କେ ଦୟା କର୍‌ସି, ସେ ଆସିର୍‌ବାଦ୍ ପାଇସି । 22 ଅନିଆଇ ଚିନ୍‌ତା କର୍‌ବା ଲକ୍‌ମନ୍ କାଇ କିଲିବିଲି ନ ଅଅତ୍‌ ? ମାତର୍ ବଲ୍ ଚିନ୍‌ତା କର୍‌ବା ଲକ୍‌ମନର୍ ପାଇଁ ଦୟା ଆରି ସତ୍‌ ରଇସି । 23 ସବୁ ରକାମର୍ କାମ୍ ତେଇ ଲାବ୍ ଆଚେ; ମାତର୍, କାମ୍ ନ କରି ଅବ୍‌କା କାତା କଇଲେ କାକୁର୍‌ତି ଅଇବାର୍ ଅଇସି। 24 ବୁଦି ରଇଲା ଲକ୍‌ମନର୍ ମୁକୁଟ୍ ସେମନର୍ ଦନ୍; ମାତର୍, ମୁର୍‌କ ଲକ୍‌ମନ୍‌କେ ଗିଆନ୍ ନାଇଁ । 25 ଜନ୍ ଲକ୍ ସତ୍‌ ସାକି କଇସି ସେ ବିନ୍ ଲକର୍ ଜିବନ୍‌କେ ରକିଆ କର୍‌ସି; ମାତର୍ ମିଚ୍‌ କାତା କଇବା ଲକ୍‌ମନ୍ ନାଡାଇ ବାଇ । 26 ସବୁବେଲର୍ ମାପ୍‌ରୁକେ ଡର୍‌ବାଟା ବିସ୍‌ବାସ୍‌ରେ ଡାଟ୍ ଅଇବାଟା; ଆରି, ତାର୍ ପିଲାମନ୍ ରଇବାକେ ଜାଗା ପାଇବାଇ । 27 ମରନର୍ ପାନ୍ଦ୍‌ଲଗେ ଅନି ରକିଆ କର୍‌ବାକେ ସବୁବେଲର୍ ମାପ୍‌ରୁକେ ଡର୍‌ବାଟା ଅଇଲାନି ଜିବନର୍ ଚୁଆ ପାନି ପାରା । 28 ଦେସ୍ ଲଗେ ଲକ୍ ଜବର୍ ଅଇଲେ ରାଜାର୍‌ ମାନ୍‌ମର୍‌ଜିତା ବଡ୍‌ସି ; ଆରି, ଲକ୍‌ମନ୍ ଉନା ଅଇ ଗାଲେ ରାଜା କୁରୁପ୍‌ନାସ୍ ଅଇ ଜାଇସି । 29 ଜେ ଦାପ୍‌ରେ ରିସା ନ ଅଏ, ସେ ବେସି ବୁଦିମାନ୍; ଆରି, ଜେ ଦାପ୍‌ରେ ରିସା ଅଇସି ସେ ବୁଦି ନଇଲା ପାରା ବଡ୍‌ପନ୍ ଅଇସି । 30 ସାନ୍‌ତିରେ ରଇବା ଲକର୍ ଗାଗଡର୍‌ ଜିବନ୍ ରକାମ୍‌; ଆରି, ଇର୍‌ସା କୁଇଲା ଆଡ୍ ରକାମ୍ । 31 ଜନ୍‌ ଲକ୍ ଦୁକିସୁକି ଲକ୍‌କେ ତେରେପେତେ କର୍‌ସି, ସେ ତାର୍‌ ଗଡ୍‌ଲା ମାପ୍‌ରୁକେ ନିନ୍ଦା କର୍‌ସି; ଆରି, ଜେ ଗରିବ୍ ଲକ୍‌କେ ଦୟା କର୍‌ସି, ସେ ସବୁବେଲର୍ ମାପ୍‌ରୁକେ ଆଲାଦ୍‌ କର୍‌ସି । 32 ଦୁସ୍‌ଟ ଲକ୍ ନିଜର୍ କାରାପ୍ କାମ୍‌ କର୍‌ବା ତେଇ ଅନି କେଦି ଦେବାଇ, ମାତର୍ ମରନ୍ ଆଇବା ବେଲେ ଦରମ୍‌ ଲକ୍‌କେ ସାଇଜ ମିଲ୍‌ସି । 33 ଗିଆନ୍ ବୁଦି ରଇଲା ଲକର୍ ମନ୍ ବିତ୍‌ରେ ରଇସି; ମାତର୍, ମୁରକ୍ ଲକର୍ ମନ୍ ବିତ୍‌ରର୍‌ ବାବ୍‌ନା ଜାନା ପଡ୍‌ସି। 34 ଦରମ୍ ଲକ୍‌ ଦେସ୍‌କେ ବଡାଇବାକେ ଚେସ୍‌ଟା କର୍‌ସି; ମାତର୍ ପାପି ଲକ୍‌ମନ୍ ଇଜତ୍ ଜିକାଇ ଅଇବାଇ । 35 ବୁଦି ରଇଲା ଦାଙ୍ଗ୍‌ଡା ରାଜାର୍ ଆସିର୍‌ବାଦ୍‌ ଲକ୍‌ ଅଇସି; ଆରି, ଜାର୍ ଲାଗି ଲାଜ୍ ଆଇସି, ତାକେ ରାଜା ରିସା ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-