1 ତମେ କାରାପ୍ ଲକ୍ମନ୍କେ ରିସା କରାନାଇ, ଆରି ସେମନର୍ ସଙ୍ଗେ, ମଇତର୍ ଅଇବାକେ ମନ୍ କରାନାଇଁ । 2 କାଇକେବଇଲେ ସେମନ୍ କାରାପ୍ ଚିନ୍ତା କର୍ବାଇ, ଆରି ସେମନ୍ ବେକାର୍ କାତା କଇବାଇ । 3 ଗିଆନ୍ ରଇଲା ଲକ୍ ଗର୍ ନିମାନ୍ ସଙ୍ଗେ ତିଆର୍ କର୍ସି ଆରି ବୁଦି ଲାଗାଇ କରି ସେଟା ତିର୍ କର୍ସି; 4 ଗିଆନ୍ ସଙ୍ଗେ ତାର୍ ବାକ୍ରା ମନ୍କେ ବେସି ଦାମର୍ ଜିନିସ୍ ବର୍ତି କରି ରଇସି ଆରି ମନ୍କେ ଗାଲା ରକାମର୍ ଜିନିସ୍ ପତର୍ ସଙ୍ଗଇ ରଇସି । 5 ଗିଆନି ଲକ୍ମନ୍ ବପୁ ରଇବାଇ, ବୁଦି ରଇଲା ଲକ୍ ବୁଦି ବଡାଇସି । 6 ଅଇଲେ ମିସା ତମେ ନିମାନ୍ ସିକିଆ ପାଇ ଜୁଇଦ୍ କର୍ସା, ଆରି ବେସି ସଇନିକ୍ମନର୍ ଲାଗି ଉଦାର୍ ପାଇସା । 7 ବୁଦି ନ ରଇଲା ଲକ୍କେ ଗିଆନ୍ ବିସୟ୍ ବୁଜ୍ବାକେ ବେସି କସ୍ଟ ଲାଗ୍ସି; ଆରି ନଅଁରର୍ ସବାଇ ଅଲପ୍ ମିସା କାତା ନ ଅଏ । 8 ଜନ୍ ଲକ୍ କାରାପ୍ କର୍ବାକେ ଚିନ୍ତା କର୍ସି ତାକେ ଲକ୍ମନ୍ ବୁଦି ନଇଲାଟା ବଲିକରି କଇବାଇ । 9 ମୁର୍କ ଲକ୍ ବାବ୍ଟା ପାପ୍; ଆରି ନିଦା କାତା କଉକେ ଲକ୍ମନ୍ ଗିନ୍ କର୍ବାଇ । 10 ବିପଦ୍ ବେଲେ ତମେ ଜଦି ମୁଉଁକେ ସୁକାଇ ଦେଇସା ବଇଲେ, ତମର୍ ବପୁ ଉନା ଆଚେ ବଲିକରି ଜାନା ପଡ୍ସି। 11 ମରନ୍ବାଟେ ଜିବା ଲକ୍ମନ୍କେ ଉଦାର୍ କରା ଆରି ମରାଇବାକେ ନେଇତେ ରଇବା ଲକ୍ମନ୍କେ ରକିଆ କର୍ବାକେ ଏଲା କରାନାଇଁ । 12 ଜେବେ ଜଦି ତମେ କଇସା, ଦେକା ଆମେ ସେଟାକେ ନାଜାନୁ; ସେନ୍ତାର୍ ଆଲେ ମନର୍ କାତାକେ ଜାନ୍ବା ଲକ୍ ସେଟା ନାଜାନେ ? ଆରି ତମର୍ ଜିବନ୍କେ ଉଦାର୍ କାରିଆ କାଇ ସେଟା ନାଜାନେ? ଆରି ସେ କାଇ ସେମନ୍ କଲା କାମର୍ ବାଦୁଲେ ତାକର୍ ପାଇଁ ଉତର୍ ନ ଦେଏ ? 13 ଏ ମର୍ ପିଲା, ତୁଇ ମୁଁ କା; ସେଟା ନିମାନ୍; ଆରି ମୁଁ ରସ୍ ଚାକ୍, କାଇକେବଇଲେ ସେଟା ତମର୍ ଟଣ୍ଡ୍କେ ସୁଆଦ୍ ଲାଗ୍ସି । 14 ଗିଆନ୍ ତର୍ ଜିବନର୍ ପାଇଁ ସେରକାମ୍ ସୁଆଦ୍ ବଲିକରି ଜାନି ପାର୍ସୁ; ତମେ ସେଟାକେ ମିଲାଇଲେ ଇନାମ୍ ଆଚେ ତମର୍ ଆସା ବର୍ସା ବାଙ୍ଗି ନ ଜାଏ । 15 ଏ କାରାପ୍ ଲକ୍ମନ୍ ତମେ ଦରମ୍ ଲକ୍ ବାସା ଅଇକରି ରଇବା ଗରର୍ ବିରୁଦେ ଜାଗି ରୁଆନାଇଁ; ତାର୍ ପୁଣ୍ଡ୍ବା ଗର୍କେ ବାଙ୍ଗାଇ ଦିଆସ୍ ନାଇଁ । 16 କାଇକେବଇଲେ ଦରମ୍ ଲକ୍ମନ୍ ସାତ୍ତର୍ ତଲେ ଅଦର୍ଲେ ମିସା ଆରି ତରେକ୍ ଉଟ୍ବାଇ ମାତର୍ କାରାପ୍ ଲକ୍ମନ୍ ପିପଦେ ପଡ୍ବାଇ । 17 ତମର୍ ସତ୍ରୁ ନସ୍ଟ ଅଇଲେ ତମେ ସାର୍ଦା ଉଆ ନାଇଁ, କି ସେ କାଲେ ଅଦର୍ଲେ ମିସା ତମର୍ ମୁଁଉଁକେ ଚଁଚଲ୍ କରାନାଇଁ । 18 କେ ଜାନେ ସବୁବେଲର୍ ମାପ୍ରୁ ସେଟା ଦେକିକରି ସନ୍ତୁସ୍ ନ ଅଏ ଆରି ତାକର୍ ଲାଗି ବଲିକରି ଆମ୍କେ ରିସା ଅଇସି । 19 କାରପ୍କାମ୍ କରୁ ମନର୍ ଲାଗି ରିସା ଉଆ ନାଇଁ; ଆରି କାରାପ୍ ଲକ୍ମନ୍କେ ରିସା କରାନାଇଁ । 20 କାଇକେବଇଲେ କାରାପ୍ ଲକ୍ମନର୍ ପାଇଁ କାଇ ଇନାମ୍ ନ ମିଲେ ଆରି କାରାପ୍ ଲକ୍ମନର୍ ବାଟ୍ ବନ୍ଦ୍ ଅଇ ଜାଇସି । 21 ଏ ମର୍ ପିଲା, ସବୁବେଲର୍ ମାପ୍ରୁକେ ଆରି ରାଜାକେ ଡର୍, ଆରି ବିରଦ୍ କର୍ବା ମାଇଁଜି ମନର୍ ସଙ୍ଗେ ମିସା ନାଇଁ । 22 କାଇକେବଇଲେ ନାଜାନ୍ତେ ସେମନ୍କେ ବିପଦ୍ ଗଟ୍ସି; ଆରି ସେ ବଏଁକାର୍ ବିପଦ୍ ଆଇସି ବଲିକରି କେ ଜାନି ଆଚେ ?
23 ଏଟା ଅଇଲାନି ଗିଆନି ଲକର୍ କାତା । ବିଚାର୍ କର୍ବା ଜାଗାଇ ଗଟେକ୍ ତାଡେ ଅଇକରି କଇବାଟା ଟିକ୍ ନାଇଁ । 24 କାରାପ୍ ଲକ୍କେ, କେ ଜଦି କଇସି, ତମେ ଦରମ୍ ଲକ୍ ବଲି ତେବେ, ତାକେ ଲକ୍ମନ୍ ସାଇପ୍ ଦେବାଇ, କୁଟୁମର୍ ଲକ୍ମନ୍ ତାକେ ଗିନ୍ କର୍ବାଇ । 25 ମାତର୍ ଜନ୍ ଲକ୍ମନ୍ ତାର୍ ବୁଲ୍ପାଇଁ ନିନ୍ଦା କର୍ବାଇ, ସେମନ୍ ସାର୍ଦା ଅଇବାଇ; ଆରି ନିକ ଆସିର୍ବାଦ୍ ସେମନ୍କେ ମିଲ୍ସି । 26 ଜେ ଟିକ୍ ଉତର୍ ଦେଇସି, ସେ ଲକର୍ ଟଣ୍ଡର୍ ଉତର୍ ଚୁମା ଦେଲା ପାରା ଲାଗ୍ସି । 27 ବାଇଲେ ତମର୍ କାମ୍ କର୍ବାକେ ଚେସ୍ଟା କରା, ପଦାଇ ନିଜର୍ ପାଇଁ ସେଟା ତିଆର୍ କରା; ତାର୍ପଚେ ଗର୍ ବାନ୍ଦା । 28 ବିନା ଦସ୍ରେ ତମର୍ ସାଇପଡିସାର୍ ବିରଦ୍ରେ ସାକି ଉଆନାଇ ଆରି ତମେ ଲାଗା ଜଡା କରାନାଇଁ । 29 ସେ ମକେ ଜେନ୍ତାର୍ କଲା ଆଚେ ମୁଇଁ ମିସା ତାର୍ ପାଇଁ ସେନ୍ତାର୍ସେ କର୍ବି ବଲିମିସା ବାବାନାଇଁ ଆରି ତାର୍ କଲାକାମ୍ ଇସାବ୍ରେ ମୁଇଁ ତାକେ ଦଣ୍ଡ୍ ଦେବି ବଲିକରି କୁଆନାଇଁ । 30 ମୁଇଁ ବାଡୁ ଲକର୍ ବାଡ୍ ଆରି ବୁଦି ନଇଲା ଲକ୍ମନର୍ ଅଙ୍ଗୁର୍ ବାଡ୍ ବାଟେ ଗାଲି । 31 ଆରି ଦେକା ସେ ବାଡ୍ ବର୍ତି କାଟା ଗଚ୍ ଆଁକ୍ରି ଆଚେ ଆରି ଲାଚୁଆନି ଗଚ୍ମନ୍ ତାର୍ ଉପ୍ରେ ଡାବି ଅଇଲା ଆଚେ, ତେଇର୍ ପାକ୍ନା ପାଚୁରି ସବୁଜାକ ବସ୍ଲି ଜାଇ ଆଚେ । 32 ତାର୍ପଚେ ମୁଇଁ ନିକ କରି ଦେକ୍ଲି, ଆରି ମନ୍ ଦେଲି; ଆରି ତେଇର୍ ନିମାନ୍ ସିକିଆ ପାଇଲି । 33 ଆରି ଅଲପ୍ ସଇଲେ ଆରି ଅଲପ୍ ଡୁଲି ରଇଲେ, ଆରି ଅଲପ୍ ଗୁନ୍ ବାଙ୍ଗାଇବାକେ ଆତ୍ ଗଡ୍ ବାଙ୍ଗ୍ମଡ୍ ଅଇକରି ଅଲସ୍ ମେଲି ଅଇଲେ, 34 ଜେଡେବଲ୍ ସଇ ରଇସା, ତମର୍ କାକୁର୍ତି ଚର୍ ପାରା ଅଇକରି ଆଇସି, ଆରି, ତର୍ କାକୁରତ୍ତି ମାଙ୍ଗିକାଉ ମାଙ୍ଗ୍ତିଆ ପାରା ଅଇସି ।