Publicidade

Provérbios 20

1 ଅଙ୍ଗୁର୍ ରସ୍ ନିନ୍ଦା କର୍‌ସି, ମଦ୍ ଲାଗାଜଡା କରାଇସି; ଜନ୍‌ ଲକ୍‌ମନ୍‌କି ସେଟା କାଇ କରି ବାଟ୍‌ ବାନା ଅଇବାଇ, ସେ ଲକ୍‌କେ ଅଲପ୍ ବୁଦି ଗିଆନ୍ ମିସା ନାଇଁ । 2 ରାଜା ଜେନ୍‌ତିକି ସିଅଁ ପାରା ଗୁର୍‌ମୁର୍‌ସି; ଆରି ବେସି ଗରବ୍ କର୍‌ସି, ମାତର୍ ସେ ନିଜର୍ ଜିବନର୍ ବିରୁଦେ ପାପ୍ କର୍‌ସି । 3 ଲାଗାଜଡା ଟାନେ ଅନି ଦୁରିକେ ଅଇବାଟା ଅଇଲାନି ଲକ୍‌ମନର୍ ପାଇଁ ନିକ, ମାତର୍ ବୁଦି ନ ରଇଲା ଲକ୍‌ମନ୍ ସବୁ କୁଟ୍ କାତା କଇବାଇ । 4 ବାଡୁ ଲକ୍ ବେସି ସିତ୍ କଲାନି ବଲିକରି ଅଲ୍‌ ନ ନେଏଁ, ସେଟାର୍‌ ପାଇଁ ତାସ୍ ପାଚ୍‌ବା ବେଲେ ସେ କଜି ବୁଲ୍‌ଲେ ମିସା କାଇଟା ନ ମିଲେ । 5 ଲକ୍‌ମନର୍ ମନର୍ ବାବ୍‌ନା ଡେଙ୍ଗ୍ ପାନି ପାରା, ମାତର୍ ଗିଆନି ଲକ୍ ସେଟାକେ ଡୁମି ପାର୍‌ସି । 6 ବେସି ଲକ୍‌ମନ୍ ମୁଇଁ ବେସି ନିକ୍ ବଲିକରି ନିଜର୍ ନିଜର୍ ଗୁନ୍ ଚଲନ୍ କଇ ବୁଲ୍‌ବାଇ; ମାତର୍ ସତ୍‌ ଲକ୍‌କେ କେ ପାଇ ପାର୍‌ସି ? 7 ଜନ୍ ଲକ୍ ଦରମ୍ ସଙ୍ଗେ ଚାଲିଚଲନ୍ କର୍‌ସି, ସେଟା ଦେକି କରି ତାର୍ ପିଲାଟକି ମିସା ଆସିର୍‌ବାଦ୍ ପାଇବାଇ । 8 ଜନ୍ ରାଜା ବିଚାର୍ କର୍‌ବା ସବା ଲଗେ ବସ୍‌ସି, ସେ ନିଜର୍ ଆଁକିର୍‌ କାରାପ୍ ଜିନିସ୍‌ମନ୍‌ ବାର୍‌କରାଇ ଦେଇସି । 9 ମୁଇଁ ମର୍ ମନ୍‌କେ ସୁକଲ୍‌ କରି ଆଚି, ମୁଇଁ ପାପ୍‌ ଟାନେ ଅନି ଦୁରିକେ ଅଇ ଆଚି, ବଲିକରି ଏଟା କେ କଇ ପାର୍‌ସି ? 10 ବିନ୍‌ବିନ୍‌ ରକାମର୍‌ ଗୁଣ୍ଡୁ ଆରି ବିନ୍ ବିନ୍ ରକାମର୍‌ ତାଗ୍‌ଡି ଦୁଇଟା ଜାକ ସମାନ୍ ସଙ୍ଗେ ସବୁବେଲର୍ ମାପ୍‌ରୁର୍ ଲଗେ ଗିନର୍ ବିସୟ୍ । 11 ତମର୍ କାମ୍ ନିକ ଆରି ନିମାନ୍ ସଙ୍ଗେ କଲାସ୍‌ନି କି ନାଇଁ ଗଟେକ୍ ପିଲା ମିସା ନିଜର୍ କାମର୍‌ ଲାଗି ନିଜର୍ ପରିଚଇ ଦେଇସି । 12 ସୁନ୍‌ବା କାନ୍ ଆରି ଦେକ୍‌ବା ଆଁକି ଏ ଦୁଇଟାକେ ଜାକ ସବୁବେଲର୍ ମାପ୍‌ରୁ ତିଆର୍ କଲା ଆଚେ । 13 ଗୁନ୍‌କେ ନିମାନ୍‌ ବଲି ବାବା ନାଇଁ, ନଇଁଲେ ତମେ କାକୁର୍‌ତି ଅଇସା; ତମର୍ ଆଁକି ସଙ୍ଗ୍ ନିକ ଦେକା, ସେନ୍‌ତାର୍ ଆଲେ ତମେ କାଇବା କାଦି ସାନ୍‌ତି ପାଇସା । 14 ଗେନ୍‌ବା ଲକ୍ କଇସି, ନିକଟା ନଏଁ, ନିକଟା ନଏଁ, ମାତର୍ ବାଟେ ଇଣ୍ଡ୍‌ବା ବେଲେ ବଡ୍‌ପନ୍ ଦେକାଇ ଅଇସି । 15 ସୁନା ଆଚେ ଆରି ବେସି ଦାମ୍ ରଇଲା ପାକ୍‌ନା ମିସା ଆଚେ ମାତର୍ ଗିଆନ୍ କାତା କଇବା ଟଣ୍ଡ୍ କେବେ ନ ସାର୍‌ବା ସୁନା । 16 ଅଚିନା ଲକର୍ ସଙ୍ଗେ ଜେ ମିସ୍‌ସି, ତାର୍ ବସ୍‌ତର୍ ନିଆଁ; ଆରି ଜେ କି ବିନ୍ ଦେସର୍‌ ଲକର୍ ପାଇଁ ଜାମିନ୍ ଅଇସି, ତାକେ ବାନ୍ଦା ସଙ୍ଗୁଆ । 17 କାରାପ୍ କାମ୍‌ କରି କାମାଇଲା ଦନ୍‌ସପତି ଲକ୍‌ମନ୍‌କେ କାଇଟା ପାରା ନ ଲାଗେ; ମାତର୍ ପଚେ ତାର୍ ଟଣ୍ଡେ ପାକ୍‌ନା ଗଡି ବର୍‌ତି ଅଇସି । 18 ସିକିଆର୍‌ ଲାଗି ସବୁ ବିସଇ ତିର୍‌ ଅଇସି; ଆରି, ତମେ ନିମାନ୍ ଆଦେସର୍ ଲାଗି ଜୁଇଦ୍ କରା । 19 ଜେ ଚୁଗ୍‌ଲି କାତା ଅଇକରି ବୁଲ୍‌ସି, ସେ ଚାପି ଅଇଲା କାତାକେ କଇ ବୁଲ୍‌ସି ; ସେଟାର୍‌ ପାଇଁ ଜେ ନିଜର୍ ଟଣ୍ଡ୍‌କେ ମେଲା କର୍‌ସି, ତାର୍ ସଙ୍ଗେ କାତା ବାର୍‌ତା କରା ନାଇଁ । 20 ଜେ ଜଦି ନିଜର୍ ଆୟାବାବାକେ ଆନ୍‌ଦୁରିଆ କର୍‌ସି, ତାକେ ସବୁ ଗର୍‌ ଜାକ ଆନ୍ଦାର୍ ଅଇ ଜାଇସି । 21 ପର୍‌ତୁମ୍‌ କାଇ ଆଲେ କାମ୍‌ ଦାପ୍‌ରେ ମିଲ୍‌ସି; ମାତର୍ ସେ କାମ୍ ଲଗେ ସାରାସାରି ଜାକ ଆସିର୍‌ବାଦ୍ ନ ମିଲେ । 22 ମୁଇଁ କାରାପ୍ କାମର୍ ବାଦୁଲେ ତାକେ ମୁଇଁ ଡଣ୍ଡ୍ ଦେବି, ତମେ ଏରକାମ୍ କାତା କୁଆନାଇଁ, ସବୁବେଲର୍ ମାପ୍‌ରୁକେ ସରନ୍ ପସା, ସେ ତମ୍‌କେ ଉଦାର୍ କର୍‌ସି । 23 ବିନ୍ ବିନ୍ ରକାମର୍ କେଜି ଗୁଣ୍ଡ୍‌ ସବୁବେଲର୍ ମାପ୍‌ରୁର୍ ଲଗେ ଗିନର୍ ବିସୟ୍, ଆରି ବେସି ବେକାର୍ ଗୁଣ୍ଡୁ ଦର୍‌କାର୍‌ ନାଇଁ 24 ନର୍ ଲକ୍‌ମନ୍ ସବୁବେଲର୍‌ ମାପ୍‌ରୁର୍ ଟାନେ ଅନି ଇଣ୍ଡ୍‌ବାଟା ନିମାନ୍ ଆଚେ; ତେବର୍‌ ପାଇଁ ଲକ୍‌ମନ୍‌ କେମ୍‌ତି କରି ନିଜର୍ ବାଟ୍‌କେ ବୁଜି ପାର୍‌ସି ? 25 ଏଟା ସୁକଲ୍ ବଲିକରି ଦାପ୍‌ରେ ବାବ୍‌ବାଟା ଆରି ମାନତ୍ କଲା ପଚେ ବିଚାର୍‌ କର୍‌ବା ଲକ୍‌ମନର୍ ପାଇଁ ଚାରିବେଟ୍‌ତି ପାନ୍ଦ୍ ପାରା । 26 ଗିଆନି ରାଜା ଦୁସ୍‌ଟ ଲକ୍‌ମନ୍‌କେ ତଲେ ଡୁଲାଇ ସଗଡ୍ ଚକ୍ ଚାପାଇସି । 27 ଲକ୍‌ମନର୍ ଆତ୍‌ମା ସବୁବେଲର୍ ମାପ୍‌ରୁର୍ ଉଜଲ୍, ସେଟା ମନ୍‌ବିତ୍‌ରର୍ ସବୁ ବିସୟ୍‌କେ ଦେକ୍‌ତେ ରଇସି । 28 ଦୟା ଆରି ସତ୍‌ ବିଚାର୍ ରାଜାକେ ରକିଆ କର୍‌ସି; ଆରି, ଦୟାର୍ ଲାଗି ତାର୍ ସିଆଁସନ୍‌ ସବୁ ଦିନର୍ ପାଇଁ ରଇସି । 29 ଦାଙ୍ଗ୍‌ଡା ପିଲାମନର୍ ବପୁ ସେମନର୍ ସଜାଇ ଅଇବାଟା, ଡକ୍‌ରାଲକର୍ ପାଚ୍‌ଲା ଚେଣ୍ଡି ସେମନର୍ ପାଇଁ ସୁନ୍ଦର୍‌ । 30 ଗାଗଡ୍‌କେ କସ୍‌ଟ ଦେବାଟା କାରାପ୍ ବିସଇକେ ଦୁର୍‌ କର୍‌ସି, ଆରି ଦୁକ୍‌ତେ ମାର୍‌ଲେ ମନ୍ ବିତ୍‌ରେ ବାଦି ଜାଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-