Publicidade

Provérbios 22

1 ବେସି ଦନ୍‌ସଁପ୍‌ତି ବାଦୁଲେ ନାଉଁ ଅରଜ୍‌ବାଟା ନିକ, ଆରି ସୁନା ରୁପା ବାଦୁଲେ ଲାଡ୍ ମୁଆଁସ୍ ଆରି ଆସିର୍‌ବାଦ୍ ପାଇବାଟା ନିକ । 2 ସାଉକାର୍ ଲକ୍ ଆରି ଗରିବ୍‌ ଲକ୍ ଗଟେକ୍ ଲଗେ ମିସ୍‌ବାଇ; କାଇକେବଇଲେ ସବୁବେଲର୍ ମାପ୍‌ରୁ ସର୍‌ତେ ଲକ୍‌କେ ତିଆର୍‌ କଲା ଆଚେ । 3 ଚତୁର୍ ଲକ୍ ବିପଦ୍ ଆଇଲେ ସରି ଲୁଚି ଦେବାଇ; ମାତର୍ ମୁର୍‌କ ଲକ୍ ଆଗ୍‌ତୁ ଜାଇ କସ୍‌ଟ ପାଇବାଇ । 4 ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍‌ରୁର୍ ବିସୟ୍‌କେ ଡର୍‌ବା ଇନାମର୍ ଦନ୍ ଆରି ମାନ୍ ମର୍‌ଜିତା ସଙ୍ଗେ ଜିଉନା କର୍‌ବାଟା। 5 କୁଟିଆଲ୍ କାତା କଉମନର୍ ବାଟେ କାଟା ଆରି ପାନ୍ଦ୍ ରଇସି; ଜେ ନିଜର୍ ଜିବନ୍‌କେ ରକିଆ କର୍‌ସି ସେ ସବୁର୍ ତେଇ ଅନି ଦୁରିକେ ରଇସି । 6 ପିଲାମନ୍‌କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍‌; ତେବର୍‌ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍‌ରି ନ ଜାଅତ୍‌ । 7 ସାଉକାର୍‌ ଲକ୍ ଗରିବ୍ ଲକ୍‌କେ ସାସନ୍ କର୍‌ସି, ଆରି ରୁନି ଅଇକରି ତାର୍‌ ଲଗେ ଗତି କଟ୍‌ସି । 8 ଜେ କାରାପ୍‌ ବିଅନ୍ ବୁନ୍‌ସି, ସେ ବିପଦର୍ ତାସ୍ କାଟ୍‌ସି ଆରି ତାର୍ ରିସାର୍ ଡାଙ୍ଗ୍‌ ବାଙ୍ଗି ଜାଇସି। 9 ଜେ ଦୟା ସଙ୍ଗେ ଦେକ୍‌ସି, ସେ ଆସିର୍‌ବାଦ୍ ପାଇସି; କାଇକେବଇଲେ ତାର୍ କାଇବା କାଦି, ବୁକେ ସସେ ରଇଲା ଲକ୍‌କେ ବାଟାକରି ଦେଇସି । 10 ନିନ୍ଦା କାତା କଉମନର୍ ସଙ୍ଗେ ରୁଆ ନାଇଁ, ତେଇ କୁନ୍ଦି ଉବଜ୍‌ସି, ଆରି, ବିରଦି ଆରି ଲାଜ୍ ପାଇବାଟା ବନ୍ଦ୍‌ ଅଇସି । 11 ଜନ୍ ଲକର୍ ମନ୍ ବିତ୍‌ରେ ନିମାନ୍‌ ରଇସି, ଜାର୍ ଟଣ୍ଡେ ଅନି ଆସିର୍‌ବାଦର୍ କାତା ବାରଇସି, ତାକେ ରାଜା ମିସା ମଇତର୍ ଅଇସି। 12 ସବୁବେଲର୍ ମାପ୍‌ରୁର୍ ଆଁକି ଗିଆନି ଲକ୍‌କେ ରକିଆ କର୍‌ସି, ମାତର୍ ବିସ୍‌ବାସେ ବିସ୍ ଦେଉ ମନର୍ କାତାକେ ଲେଉଟାଇ ଦେଇସି। 13 ବାଡୁ ଲକ୍ କଇସି, ବାଇଲେ ସିଅଁ ବାଗ୍ ଜାଗି ଆଚେ; ମୁଇଁ ବାଟେ ମରିଜିବି। 14 ଦାରି ମାଇଜିକେ ଆଁକି ପାକାଇବାଟା ଡେଙ୍ଗ୍ କାଲ୍‌ ପାରା, ସବୁବେଲର୍ ମାପ୍‌ରୁକେ ଗିନ୍ କର୍‌ବା ଲକ୍ ସେ କାଲେ ଅଦର୍‌ବାଇ । 15 ପିଲାମନର୍ ଲଗେ ଗିଆନ୍ କାତା ନ ରଏ ତେବର୍ ପାଇଁ ଡାଙ୍ଗ୍‌ ସଙ୍ଗେ ମାରି ସିକାଇଲେ ସେ କାରାପ୍ କାତାମନ୍ ଚାଡି ଦେଇସି । 16 ଜନ୍ ଲକ୍ ନିଜେ ସାଉକାର୍ ଅଇବି ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଟକାବଣ୍ଡା କର୍‌ସି; ଆରି ଜେ ସାଉକାର୍‌ ଲକ୍‌କେ ଦାନ୍ କର୍‌ସି, ତାକେ ସବୁବେଲେ ଉନାସେ ଅଇସି ।

ତିରିସ୍‌ଟା ଗିଆନ୍ କାତା

17 ତମେ କାନ୍ ଡେରି କରି ଗିଆନି ଲକର୍ କାତାକେ ସୁନା; ଆରି ମର୍ ଗିଆନ୍‌କେ ମନ୍‌ଦିଆନ୍ ଦିଆସ୍‌ । 18 ଜେନ୍‌ତିକି ତମେ ସେ ସିକିଆକେ ମନ୍ ବିତ୍‌ରେ ରକ୍‌ଲେ ଆରି ତମେ ତମର୍ ଟଣ୍ଡେ ଅନି ଗିଆନର୍ କାତା କଇଲେ, ସେଟା ସାର୍‌ଦା ଅଇସି । 19 ସବୁବେଲର୍ ମାପ୍‌ରୁର୍ ଲଗେ ତମର୍ ଆସା ବର୍‌ସା ରଇସି ସେଟାର୍‌ପାଇଁ ବଲିକରି ମୁଇଁ ଆଜି ସେ ସବୁ କାତାକେ ଜାନାଇଲିନି । 20 ମୁଇ ତମର୍ ଲଗେ ତିରିସ୍‌ଟା ଗିଆନର୍ କାତା ଲେକ୍‌ଲି ଇତି ନିମାନ୍ ବୁଦି ଆରି ଗିଆନ୍ ପୁରାପୁରୁନ୍ ଆଚେ, 21 ଜେନ୍‌ତିକି ତମେ ସେମନ୍‌କେ ସତ୍‌ ବାବ୍‌ରେ ଉତର୍ ଦେଇ ପାର୍‌ସା, ସେଟାର୍‌ ପାଇଁ କାଇ ମୁଇଁ ତମର୍‌ ପାଇଁ ଦଦାପେଲା ଅଇ ଗିଆନ୍ ସିକ୍‌ବାକେ ନିମାନ୍‌ ବାକିଅ ଲେକି ନାଇଁ ? 22 ଗରିବ୍ ବଲିକରି ଗରିବ୍ ଲକର୍ ଦନ୍‌ସପତିକେ ଚାଡାଆ ନାଇଁ, ନଗରର୍ ଦୁଆରେ ଦୁକି ଲକ୍‌ମନର୍ ଜିନିସ୍‌କେ ଚାଡାଆ ନାଇଁ । 23 କାଇକେବଇଲେ ସବୁବେଲର୍ ମାପ୍‌ରୁ ତାକର୍ ବାଟେ ଅଇକରି ବିରଦ୍ କର୍‌ସି, ଆରି ଜନ୍ ଲକ୍‌ମନ୍ ସେମନର୍ ଦନ୍ ସଁପତିକେ ଚାଡାଇବାଇ, ସେମନର୍ ଜିବନ୍‌କେ ସବୁବେଲର୍ ମାପ୍‌ରୁ ନେଇ ଜାଇସି । 24 ଟେପ୍‌ରିଆ ଲକର୍ ସଙ୍ଗେ ମଇତର୍‌ ଉଆ ନାଇଁ ଆରି ରିସା ଅଇବା ଲକର୍‌ ସଙ୍ଗେ ବାଟ୍ ଇଣ୍ଡା ନାଇଁ; 25 ସେନ୍‌ତାର୍ କଲେ, ତମେ ମିସା ତାର୍ ଅବିଆସ୍ ସିକି କରି ତମର୍ ନିଜର୍ ପାଇଁ ପାନ୍ଦ୍ ଅଡ୍‌ଲା ପାରା ଅଇସା । 26 ଜନ୍ ଲକ୍‌ମନ୍ ବାଦ୍‌ ମାର୍‌ବାଇ ଆରି ରୁନ୍ ଲାଗାଇ ଅଇବାଇ ସେମନର୍‌ ପାରା ତମେ ଉଆ ନାଇଁ । 27 ତେବେ ତମର୍‌ ଲଗେ ଦେବାକେ କାଇଟା ନାଇଁ, ସେନ୍‌ତାର୍ ଆଲେ ସେ କାଇକେ ତମର୍ ଅଚାଇଲା ଅଚ୍‌ନାକେ ନେଇସି ? 28 ତମର୍ ଆନିଦାଦିମନ୍ ପୁର୍‌ବେ ଜନ୍ ଇଡି ବାନ୍ଦି ଆଚତ୍ ସେଟାକେ ଗୁଚାଆ ନାଇଁ । 29 ତମେ କାଇ କାକେ ନିଜର୍ ବେବାର୍‌ ବାଟ୍‌ ଟାନେ ତର୍‌ବର୍ ଅଇବାଟା ଦେକି ଆଚାସ୍ ? ସେ ରାଜାମନର୍ ମୁଆଟେ ଟିଆ ଅଇସି । ସେ ଗରିବ୍ ଲକର୍ ଲଗେ ଟିଆ ନ ଅଏ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-