1 ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । 2 କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍ସି । 3 ଦୟା ଆରି ସତ୍ ତମ୍କେ ଚାଡି ନ ଦେଅ; ନିଜର୍ କଁଟେ ମିସ୍ତେ ବାନ୍ଦା ଆରି ନିଜର୍ ମନର୍ ପାଟା ଲଗେ ଲେକା । 4 ସେନ୍ତି କଲେ, ତମେ ପର୍ମେସରର୍ ଆରି ନର୍ଲକର୍ ଆଁକି ଲଗେ ଅନି ଆସିର୍ବାଦ୍ ପାଇସା ଆରି ନିମାନ୍ ବିଚାର୍ କର୍ସା । 5 ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ । 6 ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି । 7 ତମେ ନିଜେ ନିଜେ ଗିଆନି ଉଆ ନାଇଁ; ସବୁବେଲର୍ ମାପ୍ରୁକେ ଡରା ଆରି କାରାପ୍ ଲଗେ ଅନି ଦୁରିକେ ରୁଆ । 8 ସେଟା କଲେ ତମର୍ ଗାଗଡର୍ ପାଇଁ ନିକ ଅଇସି ଆରି ଆଡର୍ ପାଇଁ ରସ୍ ପାରା ଅଇସି । 9 ତମେ ତମର୍ ଦନ୍ ଆରି ସବୁ ପର୍ତୁମ୍ ପଲ୍ଲା ପଲ୍ ସବୁବେଲର୍ ମାପ୍ରୁକେ ଦେଇ ଆଲାଦ୍ କରା । 10 ତାର୍ପଚେ ତମର୍ ବଣ୍ଡାର୍ ଗରେ ବେସି ଦନ୍ସଁପତି ଅଇସି ଆରି ତମର୍ ଅଙ୍ଗୁର୍ କୁଣ୍ଡେ ନୁଆ ଅଙ୍ଗୁର୍ ରସ୍ ପୁରୁନ୍ ଅଇ ଉଚ୍ଲି ଜାଇସି । 11 ଏ ମର୍ ପିଲା, ସବୁବେଲର୍ ମାପ୍ରୁର୍ ସାସନ୍କେ ପାସର୍ ନାଇଁ ଆରି ତାର୍ ସାସନ୍ରେ ଅମାନିଅ ଅ ନାଇ । 12 କାଇକେବଇଲେ ବାବା ତାର୍ ଲାଡର୍ ପିଲାକେ, ଜେନ୍ତି ମାରିଦାରି କରି ଡରାଇସି ସେ ରକାମ୍ ସବୁବେଲର୍ ମାପ୍ରୁ ତାର୍ ଲାଡର୍ ପିଲାକେ ସାସନ୍ କର୍ସି । 13 ଜନ୍ ଲକ୍ ବୁଦି ଗିଆନ୍ ସିକ୍ସି, ସେ କେଡେ କରମର୍ ଲକ୍ । 14 କାଇକେବଇଲେ ରୁପାର୍ ବେପାର୍ ଟାନେ ଅନି ତାର୍ ବେପାର୍ ନିମାନ୍, ଆରି ନିମାନ୍ ସୁନା ଲଗେଅନି ତାର୍ ମୁଲିଅ ଅଦିକ୍ । 15 ଗିଆନ୍ ମୁକ୍ତା ଟାନେ ଅନି ଅଦିକ୍ ଦାମ୍, ଆରି ତମର୍ କାଇମିସା ମୁଲିଅର୍ ଜିନିସ୍ ତାର୍ ପାରା ଅଇବାକେ ଜଗିଅ ନାଇଁ । 16 ତାର୍ ଉଜା ଆତେ ବେସି ଆଇସ୍ ଅଇସି, ତାର୍ ଡେବ୍ରି ଆତେ ଦନ୍ ସଁପତି ଆରି ସନ୍ମାନ୍ ରଇସି । 17 ତାର୍ ବାଟ୍ ସବୁ ନିମାନ୍ ବାଟ୍ ଆରି ତାର୍ ସବୁ ରାସ୍ତା ସୁସ୍ତା । 18 ଜନ୍ଲକ୍ ତାର୍ ଲଗେ ଜିବାଇ, ସେମନର୍ ପାଇଁ ସେ ଜିବନର୍ ଗଚ୍ ପାରା; ଜନ୍ ଲକ୍ ସେଟା ଦାରି ସଙ୍ଗଇବାଇ, ସେମନ୍ କରମର୍ ଲକ୍ । 19 ସବୁବେଲର୍ ମାପ୍ରୁ ଗିଆନ୍ ସଙ୍ଗ୍ ପୁର୍ତିବି ତିଆର୍ କଲା, ସେ ବୁଦି ସଙ୍ଗେ ଆକାସ୍ ମଣ୍ଡଲ୍ ସୁସ୍ତିର୍ କଲା । 20 ତାର୍ ଗିଆନ୍ରେ ଡେଙ୍ଗ୍ ଜାଗାଇ ଅନି ପାନି ଉଚ୍ଲି ବାରଇସି, ଆରି, ମେଗ୍ ଲଗେ ଅନି କାକର୍ ଟପା ଅଇ ଅଦର୍ସି । 21 ଏ ମର୍ ପିଲା, ଏ ସବୁ ତମେ ପାସ୍ରା ନାଇଁ, ତମେ ଗିଆନ୍ ଆରି ତାର୍ ପୁରାପୁରୁନ୍ ପିଆସ୍ କଲା ଇଜତ୍ ରକିଆ କର୍ । 22 ସେଟା ତର୍ ପାରାନର୍ ଜିବନ୍ ଆରି ସେଟା ତର୍ ପାଇଁ ଗାଲାର୍ ମାଲି ଅଇସି । 23 ସେନ୍ତାର୍ ଆଲେ ତମେ ନିଜର୍ ବାଟେ ନ ଡର୍ତେ ଇଣ୍ଡ୍ସା, ଆରି, ତମର୍ ଗଡ୍ ଜୁଟିଆଇ ନ ଅଏ । 24 ସଇଲା ବେଲେ ତମ୍କେ କସ୍ଟ ନ ଅଏ, ଉଁ, ତମେ ସଇସା ଆରି ତମେ ନିମାନ୍ ସଙ୍ଗ୍ ନିଦ୍ ଆଇସି । 25 ଅଟାତ୍ ଉବଜ୍ବା ଦୁକ୍କେ କି ଦୁସ୍ଟମନ୍ ବିନାସ୍ କର୍ବା ଜଜ୍ନାକେ ଡରା ନାଇଁ । 26 କାଇକେବଇଲେ ସବୁବେଲର୍ ମାପ୍ରୁ ତମର୍ ସାଆବର୍ସା ଅଇସି, ସେ ତମର୍ ବିପଦ୍ ବେଲେ ରକିଆ କର୍ସି । 27 ଜଦି ଗଟେକ୍ ଲକ୍କେ ଉପ୍କାର୍ କର୍ବା ସକ୍ତି ତମର୍ ଆତେ ରଇଲେ, ଦାନ୍ କର୍ବା ଲକ୍ମନ୍କେ ମନା କରା ନାଇଁ । 28 ଜଦି ନିଜର୍ ଲଗେ ଜିନିସ୍ ରଇଲେ, ଜାଆ, ଆରିତରେକ୍ ଆସା, ମୁଇ କାଲିକେ ଦେବି, ଏନ୍ତାରି ବଲି ତମର୍ ସାଇପଡିସାର୍ ଲକ୍କେ କୁଆ ନାଇଁ । 29 ତମର୍ ସାଇର୍ ଲକ୍ ତମର୍ ପାକେ ନ ଡର୍ତେ ବାସା ଅଇ ରଇଲେ ତାକର୍ ବିରୁଦେ ଅନିସ୍ଟ ଚିନ୍ତା କରା ନାଇଁ । 30 କେ ଜଦି ତମର୍ କେତି ନ କଲେ, ଚୁଚାଇ ତାକର୍ ସଙ୍ଗ୍ ବିରଦ୍ କରା ନାଇଁ । 31 ଗଣ୍ଡ୍ଗଲ୍ କର୍ବା ଲକ୍ମନ୍କେ ରିସା ଉଆ ନାଇଁ, ଆରି, ତାକର୍ କନ୍ ମିସା ବାଟ୍କେ ଇଣ୍ଡା ନାଇଁ । 32 କାଇକେବଇଲେ କାରାପ୍ ଲକ୍ମନ୍କେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି, ମାତର୍ ଦରମ୍ ଲକ୍ମନର୍ ତେଇ ମାପ୍ରୁ ସାର୍ଦା ଅଇସି । 33 ପାପ୍ କଲା ଗରେ ସବୁବେଲର୍ ମାପ୍ରୁର୍ ଅବିସାପ୍ ରଇସି, ମାତର୍ ସେ ଦରମ୍ ଲକ୍ ବାସା ଅଇଲା ଗର୍କେ ଆସିର୍ବାଦ୍ କର୍ସି । 34 ଏଲେ ମିସା ସେ ନିନ୍ଦା କର୍ବା ଲକ୍ମନ୍କେ ନିନ୍ଦା କର୍ସି, ମାତର୍ ସେ ଦରମ୍ ଲକ୍ମନ୍କେ ଆସିର୍ବାଦ୍ କର୍ସି । 35 ଗିଆନି ଲକ୍ମନ୍ ସନ୍ମାନର୍ ଅଦିକାରି ଅଇବାଇ, ମାତର୍ ଗିଆନ୍ ନ ରଇଲା ଲକ୍ମନର୍ ଲାଜ୍ମର୍ଜିତା ଜାଇସି ।
Publicidade
Provérbios 3
ବେଣ୍ଡିଆ ପିଲାମନ୍କେ ସିକିଆ
Veja também
Publicidade