1 ଜେଟ୍ମାସେ ଜେନ୍ତିକି କାକର୍ ପାକାଇସି ଆରି ତାସ୍ ପାଚ୍ବା ବେଲେ ବର୍ସା ମାରାଇସି ସେରକାମ୍ କାରାପ୍ ଲକ୍କେ ମାନ୍ ମର୍ଜିତା ନ ମିଲେ । 2 ଅବିସାପ୍ ତମ୍କେ କେତି କରି ନାପାରେ, ଜଦି ତମେ ସେଟା ପାଇବାକେ ଜଗିଅ ନଇଁଲେ । ସେମନ୍ ଗର୍ ଚେଟିଆ ଚଡଇ ଆରି ତାରାଲି ଚଡଇମନର୍ ପାରା ଉଡି ଜିବାଇ ଆରି କେବେ ମିସା ସୁସ୍ତା ନ ଅଅତ୍ । 3 ଗଡାକେ ମାର୍ବାକେ କର୍ଡା ଦର୍କାର୍; ମାଇଗଦକେ ଲାଗାମ୍ ଲାଗାଇବାର୍, ମୁର୍କ ଲକର୍ ପିଟିକେ ଟେଙ୍ଗ୍ ଦର୍କାର୍ । 4 କାରାପ୍ ଲକ୍କେ ତାର୍ କାରାପ୍ କାତାର୍ ପାଇଁ ଉତର୍ ଦିଆସ୍ ନାଇଁ, ଉତର୍ ଦେଲେ ତମେ ମିସା ତାର୍ ପାରାସେ ଅଇସା । 5 ମୁର୍କ ଲକ୍କେ କେନ୍ତି କଇଲେ ସେନ୍ତିସେ ଉତର୍ ଦିଆସ୍ ନଇଲେ ମୁଇଁ ବେସି ଗିଆନିଟା ବଲିକରି କଇସି । 6 ମୁର୍କ ଲକ୍କେ ଜେ କବର୍ କଇବାକେ ପାଟାଇସି ସେ ନିଜର୍ ଗଡେ ନିଜେ କୁରାଡି ମାରି ଅଇ ଦୁକ୍ ପାଇସି । 7 ଚଟା ଲକର୍ ଗଡ୍ ଜେନ୍ତି ଲିଡ ଲାଡା, ମୁର୍କ ଲକର୍ ଟଣ୍ଡେ ସେନ୍ତାରି ସିକିଆ । 8 ଜେନ୍ତିକି ଗପେନା ତେଇ ପାକ୍ନା ପୁରାଇଲେ ମାର୍ସି, ସେ ରକାମ୍ ମୁର୍କ ଲକ୍କେ ମାନ୍ ମର୍ଜିତା ଦେବାଟା । 9 ମାତୁଆଲ୍ ଲକ୍ ଦାରି ରଇବା କାଟା ଜେନ୍ତି, କାରାପ୍ ଲକର୍ ଟଣ୍ଡର୍ ସିକିଆ ମିସା ସେ ରକାମ୍ । 10 ବାନୁଆଁ ଜେନ୍ତି ସବୁକେ ମାରି କରି ଚିନ୍ଚତର୍ କରି ଦେଇସି ସେରକାମ୍ ସେ ଲକ୍, ଜେ କାରାପ୍ ଲକ୍କେ ବୁତି ଦେଇସି ଆରି ଜେ ବାଟେ ଜିବା ଲକ୍କେ ମିସା ଡାକିକରି ବୁତି ଦେଇସି । 11 କୁକୁର୍ ଜେନ୍ତି ବାତି କରି ଆରିତରେକ୍ କାଇସି, ସେ ରକାମ୍ ତର୍କେ ତର୍ କାରାପ୍ କାମ୍ କର୍ବା ଲକ୍ । 12 ଜେ କି ମୁଇଁ ନିଜ୍କେ ନିଜେ ଚତୁର୍ ବଲି ବାବ୍ଲାନି, ସେ ରକାମ୍ ଲକ୍କେ ତମେ ଦେକି ଆଚାସ୍ କି ? ତାର୍ ଟାନେ ଅନି ମୁର୍କ ଲକର୍ ଟାନେ ବେସି ଆସା ଆଚେ । 13 ବାଡୁ ଲକ୍ କଇସି, ବାଟେ ସିଅଁ ବାଗ୍ ଆଚେ, ଡେଲା ବାଟେ ସିଅଁ ବାଗ୍ ଆଚେ । 14 ଜେନ୍ତି କାବ୍ଜା ସଙ୍ଗେ କାପାଟ୍ ଏନେ ତେନେ ଅଇସି, ସେ ରକାମ୍ ବାଡୁ ଲକ୍ ଅଚ୍ନାଇ ସଇକରି ଅଲସ୍ ମେଲି ଅଇତେ ରଇସି । 15 ବାଡୁଲକ୍ ତାଲାଇ ବାତ୍ ଚକ୍ଟିକରି ଟଣ୍ଡେ କାଇବାକେ ମିସା କସ୍ଟ ଲାଗ୍ସି । 16 ସାତ୍ଟା ନିକ ଗିଆନି ବାବିବିଚାରି କରି ଉତର୍ ଦେବା ଲକର୍ ଟାନେ ଅନି ମିସା ବାଡୁଲକ୍ ମୁଇଁ ଗିଆନି । 17 ଜନ୍ ଲକ୍ ଇଣ୍ଡ୍ବା ବାଟେ ଜାଉଁ ଜାଉଁ ନିଜର୍ ଚିନାଜାନା ନ ରଇଲା ଲକର୍ ସଙ୍ଗେ ଲାଗାଜଡା ଅଇବାକେ ରିସା ଅଇସି, ସେ କୁକୁରର୍ କାନ୍ ଦାରୁ ପାରା ଅଇସି । 18 ଜୟ୍ ଲାଗି ରଇବା କାଣ୍ଡ୍ ଆରି ମର୍ବା କାଣ୍ଡ୍ ପିଙ୍ଗ୍ତେ ରଇବା ବାୟାଲକ୍ ଜେନ୍ତି । 19 ନିଜର୍ ସାଇ ପଡିସାର୍ ଲକ୍କେ ଜେ ଏନେତେନେ କଇକରି ନାଡାଇସି, ମୁଇଁ ତକେ ମଜା କର୍ତେ ରଇଲି ସେ ଲକ୍ ସେ ରକାମ୍ । 20 ଦାରୁ ସାରିଗାଲେ ଜୟ୍ ଲିବି ଜାଇସି, କାନ୍ମତ୍ରା ନ ରଇଲେ ଲାଗାଜଡା ଅଇବାଟା କମି ଜାଇସି । 21 ଜେନ୍ତିକି ରାଗ୍ରଗା ଜୟ୍ ଇଙ୍ଗ୍ରାକେ ଆଙ୍ଗାର୍ ଆରି ଜୟ୍କେ ଦାରୁ ଲଡା, ସେ ରକାମ୍ ଲାଗାଜଡା ଅଦିକ୍ କର୍ବାକେ ଟେପ୍ରିଆ ଲକ୍ ଦର୍କାର୍ । 22 ଚଣ୍ଡିକାତା କଇବା ଲକର୍ କାତା ଅମ୍ରୁତ୍ ପାରା ଲାଗ୍ସି, ସେଟା ଆତ୍ନି ପଟା ବିତ୍ରେ ଜାଇସି । 23 ଉପ୍ରେ ସୁଆଦ୍ ମୁଦୁର୍ କାତା କଇସି ମାତର୍ ମନ୍ବିତ୍ରେ କାରାପ୍ ବାବ୍ନା ବାବ୍ଟା ଜେନ୍ତି, ରୁପା ଟାନେ ଲାଗାଇ ରଇବା ମାଟି ଆଣ୍ଡି ସେ ସେମ୍ତି। 24 ଗିନ୍କର୍ବା ଲକ୍ ନିଜର୍ ଟଣ୍ଡେ ଆଁକାର୍ ବାବ୍ସି, ଆରି ମନ୍ ବିତ୍ରେ କୁଟ୍ ପାଁଚ୍ସି । 25 ସେ ସୁଆଦ୍ ମୁଦୁର୍ କାତା କଇଲେ ତାର୍ କାତାକେ ଦାରା ନାଇଁ, କାଇକେବଇଲେ ତାର୍ ଲଗେ ସାତ୍ଟା ଗିନର୍ ବିସଇ ରଇସି । 26 ତାର୍ ରିସା କପଟ୍କେ ଜାନ୍ଲେ ଆକା ତାର୍ କାରାପ୍ କାତା ସୁବୁ ଲକର୍ ମୁଆଁଟେ ଜାନା ପଡ୍ସି । 27 ଜେ ଅଲ୍ଗା ଲକର୍ ପାଇଁ କାଲ୍ କୁନ୍ସି ସେ କାଲେ ସେସେ ଅଦର୍ସି; ଜେ ପାକ୍ନା ଗୁଡ୍ଗୁଡାଇସି ସେ ପାକ୍ନା ତାକେସେ ଚାପ୍ସି । 28 ମିଚ୍ କଇବା ଜିବ୍ ଅଲ୍ଗା ଲକ୍କେ ମିସା ନସ୍ଟ କର୍ସି ଆରି ନିଜ୍କେ ଗିନ୍ କର୍ସି; ଆରି ଉପ୍ରେ ଉପ୍ରେ ଚିକନ୍ ଚାକାନ୍ କାତା କଇସି ମାତର୍ ବିତ୍ରେ ବିତ୍ରେ କୁଟ୍ ପାଁଚ୍ସି ।
Publicidade
Provérbios 26
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.