1 ସୁଆଲ୍ ସୁତର୍ ସଙ୍ଗେ କାତା କଇଲେ ରିସାକେ ସାନ୍ତି କର୍ସି; ମାତର୍ ଦାକା ପୁକା ଦେଇ କଇବା କାତା ରିସା କରାଇସି । 2 ଗିଆନି ଲକର୍ କାତା ସୁନ୍ଲେ ଲକ୍ମନ୍ ଅଦିକ୍ ଗିଆନି ଅଇବାଇ, ମାତର୍ ବକୁଆ ମନର୍ ଟଣ୍ଡେ ବକୁଆ କାତା ବାରଇସି । 3 ସବୁବେଲର୍ ମାପ୍ରୁର୍ ଆଁକି ସବୁ ବାଟ୍ ତେଇ ଦରମ୍ ଲକ୍କେ ଆରି ଅଦରମ୍ ଲକ୍କେ ଦେକ୍ତେ ରଇସି । 4 ସାନ୍ତି ଲକର୍ ଜିବ୍ ଜିବନର୍ ଗଚ୍ ରକାମ୍; ମାତର୍, କୁଟ୍ କଇବା ଲକର୍ ଜିବ୍ ଜିବନ୍କେ କସ୍ଟ ଦେଇସି । 5 ବୁଦି ନ ରଇଲା ଲକ୍ ନିଜର୍ ବାବାର୍ କାତାକେ ନ ମାନେ; ମାତର୍ ଜେ ସିକିଆ ମାନ୍ସି, ସେ ଗିଆନ୍ ଅରଜ୍ସି । 6 ଦରମ୍ ଲକର୍ ଗରେ ବେସି ଦନ୍ସଁପତି ରଇସି; ମାତର୍ ଦୁସ୍ଟ କାରାପ୍ କାମ୍ କରି ଅରଜ୍ଲା ଦନ୍ ଦୁକ୍ ଦେଇସି । 7 ଗିଆନି ଲକର୍ ଟଣ୍ଡ୍ ବୁଦିର୍ କାତା କଇସି; ମାତର୍ ମୁର୍କ ଲକର୍ ଟଣ୍ଡ୍ ନିକ କାତା ନ କଏ । 8 ଦୁସ୍ଟ ଲକର୍ ବଲିଦାନ୍ ସବୁବେଲର୍ ମାପ୍ରୁର୍ ଲଗେ ଗିନର୍ ବିସଇ ଅଇସି; ମାତର୍ ଦରମ୍ ଲକର୍ ପାର୍ତନାକେ ମାପ୍ରୁ ସାର୍ଦା ଅଇସି । 9 ଦୁସ୍ଟ ଇଣ୍ଡ୍ବା ବାଟ୍କେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ମାତର୍ ଦରମ୍ ବାଟେ ଇଣ୍ଡ୍ବା ଲକ୍କେ ସେ ଲାଡ୍ କର୍ସି । 10 ବିପଦ୍ ବାଟେ ଇଣ୍ଡ୍ବା ଲକ୍କେ ଦୁକ୍ ଗଟ୍ସି; ମାତର୍, ଜନ୍ ଲକ୍ କଇଲା କାତାକେ ନ ମାନେ, ସେ ମର୍ସି । 11 ପାତାଲ୍ ଆରି ବିନାସ୍ ଜାଗା ସବୁବେଲର୍ ମାପ୍ରୁର୍ ମୁଆଁଟେ ଲୁଚି ନ ରଏ; ସେନ୍ତାର୍ ଆଲେ ନର୍ ଲକର୍ ମନ୍ କାଇ ତାର୍ତେଇ ଅନି ଅଦିକ୍ ନ ଅଏ ? 12 ନିନ୍ଦା କର୍ବା ଲକ୍ ନିମାନ୍ ସିକିଆକେ ନ ସିକେ, ସେ ବୁଦି ରଇଲା ଲକର୍ ଲଗେ ନ ଜାଏ । 13 ସାର୍ଦାର୍ ମନ୍ ଆଁସି ଆଁସି ରଇସି; ମାତର୍ ମନ୍ ବିତ୍ରେ ଦୁକ୍ ରଇଲେ ମନ୍ ବାଙ୍ଗି ଜାଇସି । 14 ବୁଦି ରଇଲା ଲକର୍ ମନ୍ ଗିଆନ୍କେ କଜ୍ସି; ମାତର୍ ମୁର୍କ ଲକର୍ ଟଣ୍ଡ୍ ଅଗିଆନ୍ କେ କାଦି ପାରା କାଇସି । 15 ଦୁକି ଲକ୍ ସବୁବେଲେ କସ୍ଟ ପାଇସି; ମାତର୍ ଜାର୍ ଲଗେ ମନ୍ ନିମାନ୍ ରଇଲେ କି ନ ରଇଲେ ମିସା ଚଚଲ୍ ରଇସି ସେ ସବୁବେଲେ କାଇସି । 16 ଅସାନ୍ତିରେ ବେସି ସପ୍ଁତି ଅରଜ୍ବା ବାଦୁଲେ ସବୁବେଲର୍ ମାପ୍ରୁକେ ଡରିକରି ଅଲପ୍ ସପ୍ଁତି କାମାଇବାଟା ନିକ । 17 ରିସା ସଙ୍ଗ୍ ମଟା ସଟା ରଇଲା ପସୁ ମାଉଁସ୍ କାଇବା ବାଦୁଲେ ଲାଡ୍ଆଲାଦ୍ ସଙ୍ଗେ ଗଟେକ୍ ଜାଗାଇ ସାଗ୍ଡାଲ୍ କାଇବାଟା ନିକ । 18 ରିସା ଲକ୍ କିରମାର ଉବ୍ଜାଇସି; ମାତର୍ ଦରମ୍ ଲକ୍ କିରମାର ଅଇବାଟାକେ ଚୁପ୍ଚାପ୍ କରାଇସି । 19 ଅଲସ୍ ଲକର୍ ବାଟ୍ କାଟା ବାଡ୍ ପାରା, ମାତର୍ ସତ୍ ଦରମ୍ ଲକର୍ ବାଟ୍ ବେସି ଅସାର୍ କରା ଜାଇସି । 20 ବୁଦି ରଇଲା ପିଲା ନିଜର୍ ବାବାକେ ସାର୍ଦା କରାଇସି ; ମାତର୍ କାରାପ୍ ପିଲା ନିଜର୍ ଆୟାକେ ଦୁକ୍ ଦେଇସି। 21 ବୁଦି ନଇଲା ଲକ୍ କାରାପ୍କେ ସାର୍ଦା ଅଇସି; ମାତର୍ ବୁଦି ରଇଲା ଲକ୍ ନିଜେ ଇଣ୍ଡ୍ବା ବାଟ୍କେ ନିମାନ୍ କର୍ସି । 22 ଟିକ୍ ବୁଜାମାନା ନ ରଇଲେ ଲକ୍ମନ୍ ବିନାସ୍ ଅଇବାଇ, ଆରି ବେସି ନିମାନ୍ ସିକିଆ ଦେବା ଲକ୍ ରଇଲେ ଲକ୍ମନ୍ ନିମାନ୍ ସଙ୍ଗେ ରଇବାଇ । 23 ନିଜର୍ ଟଣ୍ଡେ ଅନି ଉତର୍ ଦେଲେ ଲକ୍ମନ୍କେ ସାର୍ଦା ଲାଗ୍ସି, ମାତର୍ ଦର୍କାର୍କେ ଆଇବା ବେଲେ କାତା କଇବାଟା କେତେକ୍ ନିମାନ୍ ! 24 ଗିଆନି ଲକ୍ମନ୍ ତଲେ ରଇବା ପାତାଲ୍କେ ଚାଡ୍ବାକେ ବୁଦିଆ ଲକର୍ ପାଇଁ ଜିବନର୍ ବାଟ୍ ଉପ୍ରେ । 25 ବଡ୍ପନ୍ ଲକର୍ ଗର୍କେ ସବୁବେଲର୍ ମାପ୍ରୁ କୁରୁପ୍ନାସ୍ କରି ଦେଇସି; ମାତର୍ ରାଣ୍ଡି ମାଇଜିର୍ ପାଚୁରିକେ ନ ବସ୍ଲାଏ; 26 କାରାପ୍ କାତାକେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ମାତର୍ ନିମାନ୍ କାତା କଇଲେ ସାର୍ଦା ଅଇସି। 27 ଲବ୍ରା ଲକ୍ ନିଜର୍ ଲକ୍ମନ୍କେ ଦୁକ୍ ଦେଇସି, ମାତର୍ ଜେ ଲାଚ୍ଁ ନ ମାଗେ, ସେ ବଞ୍ଚ୍ସି । 28 ଦରମ୍ ଲକ୍ ବାବିଚିନ୍ତି କରି ଉତର୍ ଦେଇସି; ମାତର୍ ଦୁସ୍ଟ ଲକ୍ ନ ବାବିଚିନ୍ତି କରି ଏନେ ତେନେ କାତା କଇସି । 29 ସବୁବେଲର୍ ମାପ୍ରୁ କାରାପ୍ ଲକର୍ ଲଗେ ଅନି ଦୁରିକେ ରଇସି; ଆରି ଦରମ୍ ଲକର୍ ପାର୍ତନା ସେ ସୁନ୍ସି । 30 ଚଚଲ୍ ମୁଁ ରଇଲେ ମନ୍କେ ସାର୍ଦା କର୍ସି; ଆରି, ନିମାନ୍ କାତା ଗାଗଡ୍କେ ବପୁ କର୍ସି । 31 ଜନ୍ ଲକ୍ ଜିବନ୍ ପାଇବା କାତାକେ ସୁନ୍ସି, ସେ ଗିଆନି ମନର୍ ଲଗେ ବାସା ଅଇ ରଇସି । 32 ଜନ୍ ଲକ୍ କାତା ନ ମାନେ, ସେ ନିଜର୍ ଜିବନ୍କେ ଗିନ୍ କର୍ସି; ମାତର୍ ଜେ ସିକିଆକେ ସୁନ୍ସି, ସେ ବୁଦି ପାଇସି । 33 ସବୁବେଲର୍ ମାପ୍ରୁକେ ଡର୍ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍ସି ।
Publicidade
Publicidade