Publicidade

Provérbios 27

1 ତମେ କାଲିର୍ କାତାକେ ବାବିକରି ଗରବ୍ କାତା କୁଆ ନାଇଁ; କାଇକେବଇଲେ ଗଟେକ୍ ଦିନ୍ ବିତ୍‌ରେ କାଇଟା ଗଟ୍‌ସି, ସେଟା ତମେ ନାଜାନାସ୍‌ । 2 ବିନ୍‌ ଲକ୍ ତମ୍‌କେ ଆସିର୍‌ବାଦ୍ କରତ୍ ମାତର୍ ତମେ ନିଜ୍‌କେ ନିଜେ କଇ ଉଆ ନାଇଁ; ଅଲ୍‌ଗା ଲକ୍ କଅତ୍‌, ମାତର୍ ତମେ ନିଜେ କଇ ଉଆ ନାଇଁ । 3 ପାକ୍‌ନା ଆରି ବାଲି ବେସି ଅଜନ୍‌; ମାତର୍ ବୁଦି ନ ରଇଲା ଲକ୍, ସେ ଦୁଇଟାନେ ଅନି ଅଦିକ୍ ଅଜନ୍‌ । 4 ରିସା ଅଇବାଟା ବଡେ ବଏଁକାର୍ କାକେ ମିସା ବୁଡାଇ ଦେଇସି; ମାତର୍ ବେସି ରିସା ଅଇବା ଲକର୍ ଲଗେ କେ ଟିଆଅଇ ପାର୍‌ସି ? 5 ଲୁଚ୍‌ତେ ଲାଡ୍ ଆଲାଦ୍ କର୍‌ବା ବାଦୁଲେ ସବୁର୍ ମୁଆଁଟେ ଲାଗ୍‌ବାଟା ନିକ । 6 ମଇତର୍ ଆମ୍‌କେ ନିନ୍ଦା କଲେମିସା ବିସ୍‌ବାସ୍‌ କର୍‌ବାର୍ ଅଇସି, ମାତର୍ ସତ୍‌ରୁ ଚୁମ୍‌ଲେ ମିସା ଲାଡ୍‌ମୁଆଁସ୍ ନ ରଏ । 7 ପେଟ୍‌ପୁରି ରଇବା ଲକ୍‌କେ ମୁଁ ଚିକନ୍ ମିସା ପିତା ଲାଗ୍‌ସି; ମାତର୍ ବୁକ୍ ଲାଗ୍‌ବା ଲକ୍‌କେ ପିତାଟା ମିସା ସୁଆଦ୍ ଲାଗ୍‌ସି । 8 ଜନ୍ ଲକ୍ ନିଜର୍ ଜାଗା ଚାଡିକରି ଏନେ ତେନେ ପାଲାଇ ବୁଲ୍‌ସି, ସେ ବାସା ବାନ୍ଦିକରି ଗୁଡାଇ ନ ରଇ ଉଡି ବୁଲ୍‌ବା ଚଡଇ ପାରା । 9 ଚିକନ୍ ଆରି ବାସ୍‌ନା ଜିନିସ୍‌, ମନ୍‌କେ ସାର୍‌ଦା କର୍‌ସି, ସେ ରକାମ୍ ମଇତର୍‌ ତାର୍‌ ମନ୍‌ବିତ୍‌ରେ ଅନି କଇତେ ରଇବା କାତା ନିକ ଲାଗ୍‌ସି । 10 ନିଜର୍ ବନ୍ଦୁବାନ୍ଦବ୍‌କେ ଆରି ଆୟାବାବାର୍ ବନ୍ଦୁବାନ୍ଦବ୍‌କେ ପର୍ କରାନାଇଁ; ତମ୍‌କେ ବିପଦ୍ ରଇଲେ ନିଜର୍ ବାଇଗରେ ମିସା ଜାଆ ନାଇଁ; ଦୁରେ ରଇବା ବାଇର୍ ବାଦୁଲେ ସାଇପଡିସାର୍‌ ଲକ୍‌ବାକ୍ ନିକ । 11 ଏ ମର୍‌ ପିଲା, ଗିଆନି ଅ ଆରି ମର୍ ମନ୍‌କେ ସାର୍‌ଦା କର୍, ସେନ୍‌ତାର୍ ଅଇଲେ ମକେ ନିନ୍ଦା କର୍‌ବା ଲକ୍‌ମନ୍‌କେ କଇ ପାର୍‌ବି। 12 ଚତୁର୍ ଲକ୍ ବିପଦ୍ ଆଇଲେ ସରି ଦେକିକରି ଲୁଚି ଦେଇସି; ମାତର୍ ଜାଗର୍‌ତା ନଇଲା ଲକ୍ ଆଗ୍‌ତୁ ଜାଇକରି ଦୁକ୍ କସ୍‌ଟ ପାଇସି । 13 ଅଚିନା ଲକ୍‌ମନର୍ ସଙ୍ଗେ ଜେ ଜାମିନ୍ ଅଇସି, ତାର୍ ବସ୍‌ତର୍ ମିସା ନେବାଇ; ଆରି ଜେ ଅଲ୍‌ଗା ମାଇଁଜିକେ ଆଁକି କର୍‌ସି; ତାକେ ବାନ୍ଦାକରି ସଙ୍ଗୁଆ । 14 ତମେ ତମର୍ ବନ୍ଦୁମନ୍‌କେ ସାକାଲ୍ ସାକାଲ୍ ଆଉଲି ଅଇ ନମସ୍‌କାର୍ କରି ଉଟାଇବାଟା, ସେଟା ଅବିସାପ୍ ଅଇପାର୍‌ସି । 15 ବେସି ପାନି ମାର୍‌ଲେ ଅଦର୍‌ବା ପାନି ଟପା ଆରି ଟଣ୍ଡାଇ ମାଇଁଜି, ଏ ଦୁଇ ଲକ୍ ସମାନ୍‌ସେ । 16 ଜେ ଟଣ୍ଡାଇ ମାଇଁଜିକେ ଅଟ୍‌କାଇସି, ସେ ପବନ୍‌କେ ଅଟ୍‌କାଇଲା ପାରା ଆରି ତାର୍ ଉଜା ଆତେ ଚିକନ୍ ଡାଲିଅଇ ଦାର୍‌ଲା ପାରା । 17 ଜେନ୍‌ତିକି ଲୁଆ ଲୁଆକେ ଲାଗନ୍‌ କର୍‌ସି, ସେ ରକାମ୍ ଗଟେକ୍ ଲକ୍ ମଇତରର୍ ମୁଁକେ ଚଁଚଲ୍ କରାଇସି । 18 ଜେ ଡୁମ୍‌ରି ଗଚ୍‌କେ ଜତନ୍‌ କର୍‌ସି ସେ ସିତିର୍ ପଲ୍ କାଇସି, ଜେ ନିଜର୍ ସାଉକାରର୍ କାତା ମାନିକରି ଚଲ୍‌ସି, ସେ ମାନ୍ ମର୍‌ଜିତା ପାଇସି । 19 ଜେନ୍‌ତିକି ନିର୍‌ମଲ୍ ପାନି ଟାନେ ନିଜର୍ ଚାଇଁ ଡିସ୍‌ସି, ସେ ରକାମ୍ ନିଜର୍ ଗାଗଡ୍ ଆକା ନିଜର୍ ଗାଗଡର୍ ଗୁନ୍‌ଚଲନ୍‌ ଜାନି ପାର୍‌ସି । 20 ଜେନ୍ତି କି ପାତାଲ୍ ଆରି କୁରୁପ୍‌ନାସ୍ ଅଇବା ଜାଗା କେବେ ମିସା ସାନ୍‌ତି ନାଇଁ । ସେ ରକାମ୍ ଲକ୍‌ମନର୍ ଆକିକେ ମିସା ସାନ୍‌ତି ନାଇଁ । 21 ଅର୍‌କି ଟାନେ ରୁପା, ଜାଗ୍‌ନି ଟାନେ ସୁନା ପରିକା କର୍‌ବାଇ ସେ ରକାମ୍ ଲକ୍‌ମନ୍ ଆସିର୍‌ବାଦ୍‌ ଟାନେ ପରିକା ଅଇବାଇ । 22 ତମେ ବୁଦି ନ ରଇଲା ଲକ୍‌କେ ଗଁ କୁଟ୍‌ବା କୁଟ୍‌ନିଟାନେ କୁଟ୍‌ଲେ ମିସା ତାର୍ କାରାପ୍ ବୁଦି ନ ଚାଡେ । 23 ତମେ ତମର୍ ମେଣ୍ଡା ରାସିକେ ଜାନ୍‌ବାକେ ଜାଗର୍‌ତା ଉଆ, ଆରି ତମର୍ ଗରୁ ଗଟାନି ବିସୟ୍‌ରେ ଜାନ୍‌ବାକେ ମନ୍ ଦିଆନ୍ ଦିଆସ୍ । 24 କାଇକେବଇଲେ ଦନ୍ ସଁପତି ସବୁଦିନେ ନ ରଏ ଆରି ମୁକୁଟ୍‌ କାଇ ପିଡିର୍ ଉପ୍‌ରେ ପିଡି ରଇସିକି ? 25 ଗାଁସ୍‌କେ କାଟ୍‌ଲେ ସରି କଁଲି ଗାଁସ୍ ବାରଇସି ଆରି ପର୍‌ବତ୍ ମନର୍ ଗାଁସ୍‌କେ ଟୁଲିଆଇ ଅଇସି । 26 ମେଣ୍ଡା ପିଲାମନ୍ ତମ୍‌କେ ବସ୍‌ତର୍ ଦେବାଇ ଆରି ଚେଲିମନ୍‌ ତମର୍ ବାଡର୍ ତାସ୍‌ପାରା ଅଇବାଇ । 27 ଆରି ଚେଲିଦୁଦ୍ ଏତେକ୍ ଅଇସିଜେ ଆମର୍ ଗର୍‌କୁଟୁମର୍ ସର୍‌ତେ ଲକ୍ କାଇବାଇ ଆରି ଆମର୍‌ ଚାକ୍‌ରାନି ମନର୍ ପାଇଁ ମିସା ଚଲ୍‌ବାକେ ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-