1 ଜନ୍ ଲକ୍ କାତା ମାନ୍ସି, ସେ ଗିଆନ୍କେ ନିମାନ୍ ବଲ୍ ପାଇସି; ମାତର୍ ଜେ କାତା ନ ମାନେ, ସେ ପସୁ ସମାନ୍ । 2 ସତ୍ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଆସିର୍ବାଦ୍ ପାଇସି, ମାତର୍ କାରାପ୍ ଚିନ୍ତା କର୍ବା ଲକ୍ ଦସି ଅଇସି । 3 କରାପ୍ କାମର୍ ଲାଗି କେମିସା ଚୁପ୍ଚାପ୍ ନ ଅତ୍, ମାତର୍ ଦରମ୍ ଲକର୍ ମୁଲ୍ କେବେ ମିସା ନ ଉଟ୍କେ । 4 ବୁଦିରଇଲା ମାଇଁଜି ନିଜର୍ ମୁନୁସର୍ ମୁକୁଟ୍ ପାରା; ମାତର୍ ବୁଦି ନଇଲା ମାଇଁଜି ତାର୍ ମୁନୁସ୍କେ ନସ୍ଟ କର୍ସି। 5 ଦରମ୍ଲକର୍ ବାବ୍ନା ନିକ; ମାତର୍ କାରାପ୍ ଲକ୍ମନର୍ ସିକିଆ ଟିକ୍ ନାଇଁ । 6 ଦୁସ୍ଟ ଲକ୍ମନ୍ ମର୍ତେ ମାର୍ବାକେ ଜାଗିରଉଁ ବଲିକରି କାତା ବାର୍ତା ଅଇବାଇ, ମାତର୍ ଦରମ୍ ଲକ୍ମନର୍ କାତା ବାର୍ତା ସେମନ୍କେ ରକିଆ କର୍ସି । 7 ଦୁସ୍ଟ ଲକ୍ମନ୍କେ ବେଟି ପିଙ୍ଗି ଦେଇସି ଆରି ନ ରଅତ୍ନି, ମାତର୍ ଦରମ୍ ଲକ୍ମନର୍ ଗର୍ ସବୁବେଲର୍ ପାଇଁ ରଇସି । 8 ନର୍ଲକ୍ ନିଜର୍ ନିମାନ୍ ବୁଦିର୍ଲାଗି ବଲ୍ରେ ରଇବାଇ, ମାତର୍ ଜେକି ତାର୍ ମନ୍ବିତ୍ରେ କୁଟ୍କାତା ବାବ୍ସି, ସେ ନସ୍ଟ ଅଇ ଜାଇସି । 9 ଜନ୍ ଲକର୍ ଲଗେ କାଦି ନାଇ ଆରି ନିଜ୍କେ ନିଜେ ଆସିର୍ବାଦ୍ କର୍ତେ ରଇସି, ସେ ଲକର୍ ବାଦୁଲେ ଜନ୍ ଲକ୍କେ ଅଲ୍ଗା ଲକ୍ମନ୍ ଗିନ୍ କର୍ବାଇ ଆରି ଦାଙ୍ଗ୍ଡା ଆଚେ ସେ ଲକ୍ କରମ୍ଟା । 10 ଦରମ୍ଲକ୍ ନିଜର୍ ପସୁର୍ ଜିବନ୍କେ ଲାଡ୍ ମୁଆଁସ୍ କର୍ସି, ମାତର୍ କାରାପ୍ ଲକ୍ ଗିନ୍ କର୍ସି । 11 ଜେ କି ନିଜର୍ ଜମି ତେଇ ବେସି ଚାସ୍ କାମ୍ କର୍ସି, ସେ ବେସି କାଦିକଣ୍ଡା କାମାଇସି; ମାତର୍ ଜେ ବେକାର୍ରେ ବୁଲିବୁଲି କରି ରଇସି, ସେ ବୁଦି ନଇଲାଟା । 12 କାରାପ୍ ଲକ୍ ବାଡୁଲକର୍ ଜାଲ୍କେ ମନ୍ କର୍ବାଇ; ମାତର୍ ଦରମ୍ ଲକର୍ ମୁଲ୍ ପଲ୍ ଦାର୍ସି । 13 ଦୁସ୍ଟ ଲକ୍ ତାର୍ ଟଣ୍ଡର୍ କାରାପ୍ କାତାର୍ ଲାଗି ପାନ୍ଦ୍ ତେଇ ଅଦର୍ସି, ମାତର୍ ଦରମ୍ ଲକ୍ ଦୁକ୍ କସ୍ଟ ଟାନେ ଅନି ରକିଆ ପାଇସି । 14 ନର୍ଲକ୍ ନିଜର୍ ଟଣ୍ଡର୍ ନିମାନ୍ କାତା ବାର୍ତାର୍ ଲାଗି ନିମାନ୍ ସଙ୍ଗେ ସନ୍ତୁସ୍ ପାଇବାଇ, ଆରି ନର୍ଲକ୍ ଜନ୍ଟା କରି ରଇସି ତାର୍ ବାଦୁଲେ ତାକେ ଦିଆ ଅଇସି । 15 ବୁଦି ନ ରଇଲା ଲକର୍ ବାଟ୍ ତାର୍ ପାଇଁ ଟିକ୍, ମାତର୍ ଜେ ଗିଆନି, ସେ ଗିଆନର୍ କାତାକେ ନିମାନ୍ ସଙ୍ଗେ ସୁନ୍ସି । 16 ବୁଦି ନଇଲା ଲକ୍ ଦାପ୍ରେ ରିସା ଅଇସି; ମାତର୍ ଚତୁର୍ ଲକ୍ ଲାଜ୍କେ ଲୁଚାଇସି । 17 ସତ୍ କାତା କଇବାଲକ୍ ଦରମ୍ କାତା କଇସି; ମାତର୍ ମିଚ୍ରେ ସାକିଦେଉ ମିଚ୍ କାତା କଇସି । 18 କାର୍ କାର୍ କାତା ବାର୍ତା କାଟ୍ରା ସଙ୍ଗେ କାଟ୍ଲା ପାରା ଲାଗ୍ସି; ମାତର୍ ବୁଦି ରଇଲା ଲକର୍ ଜିବ୍ ନିମାନ୍ କାତା କଇସି । 19 ସତ୍ କାତା କଇବା ଟଣ୍ଡ୍ ସବୁବେଲେ ରଇସି; ମାତର୍ ମିଚ୍ କଇବା ଜିବ୍ ଅଲପ୍ ଦିନ୍ ରଇସି । 20 କାରାପ୍ ବାବ୍ନା କର୍ବା ଲକର୍ ମନେ ମିଚ୍ ରଇସି; ମାତର୍ ସାନ୍ତିର୍ କାତା କଇବା ଲକର୍ ଲଗେ ସାର୍ଦା ରଇସି । 21 ଦରମ୍ ଲକର୍ ପାଇଁ କାଇମିସା ବିପଦ୍ ନ ଗଟେ; ମାତର୍ ଦୁସ୍ଟ ଲକ୍ କାରାପ୍ କାମ୍ ଟାନେ ମିସ୍ବାଇ । 22 ମିଚ୍ କଇବା ଲକର୍ ଟଣ୍ଡ୍କେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ମାତର୍ ଜନ୍ ଲକ୍ମନ୍ ସତ୍ କାତା କଇବାଇ, ସେମନ୍ ତାର୍ ସାର୍ଦାର୍ ଲକ୍ମନ୍ । 23 ଚତୁର୍ ଲକ୍ ଗିଆନ୍କେ ଲୁଚାଇସି; ମାତର୍ ମୁର୍କ ଲକର୍ ମନ୍ କାରାପ୍ କାତା କଇସି । 24 କାମ୍ କର୍ବାଲକ୍ ସାସନ୍ କରାଇସି; ମାତର୍ ଅଲ୍ସୁଆ ଲକ୍ ବେଟି କଟ୍ସି। 25 ଚିନ୍ତା ଲକ୍କେ ନସାଇ ଦେଇସି; ମାତର୍ ନିମାନ୍ କାତା ତାକେ ସାର୍ଦା କରାଇସି । 26 ଦରମ୍ ଲକ୍ ସାଇପଡିସାର୍ ଲକ୍କେ ବାଟ୍ ଦେକାଇସି; ମାତର୍ କାରାପ୍ ଲକର୍ ବାଟ୍ ସେମନ୍କେ ଅଲ୍ଗା ବାଟେ ନେଇସି । 27 ଅଲ୍ସୁଆ ଲକ୍ ବେଟ୍ କରି ମାର୍ଲା ପସୁର୍ ମାଉଁସ୍କେ ନ ରାନ୍ଦେ; ମାତର୍ କାମ୍ଦାମ୍ କର୍ବା ଲକ୍ ବେସି ଦନ୍ସପତି କାମାଇସି । 28 ଦରମ୍ ଲକ୍ ଗାଲାବାଟେ ଜିବନ୍ ରଇସି; ଆରି, ସେ, ସେ ବାଟେ ଗାଲେ ମିସା ମରନ୍ ନ ରଏ ।
Publicidade
Publicidade