Publicidade

Provérbios 5

ବେବିଚାର୍ ବିରୁଦେ ସିକିଆ

1 ଏ ମର୍ ପିଲା, ମୁଇ କଇବା ଗିଆନ୍‌ କାତାକେ ମନ୍‌ ଦିଆନ୍ ଦେସ୍‌, ମୁଇ କଇବା ବୁଦିର୍‌ କାତାକେ କାନ୍ ଡେରି କରି ସୁନ୍, 2 ଜେନ୍‌ତିକି ତୁଇ ପିଆସ୍ ଅଇଲାଟା ରକିଆ କରି ପାରୁସ୍‌, ଆରି ତମର୍ ଟଣ୍ଡ୍ ବୁଦି ଗିଆନର୍ କାତା କଇ ପାର୍‌ସି । 3 କାଇକେବଇଲେ ପାଦ୍‌ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍‌ ଚିକି ଜାଇତେ ରଇସି । 4 ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍‌ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। 5 ସେ ମରନ୍‌ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍‌ନେ ସେ ଅଦର୍‌ସି; 6 ସେଟାର୍‌ପାଇଁ ସେ ତାର୍ ଜିବ୍‌ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍‌ରେ ଉପ୍‌ରେ ଅଇସି, ମାତର୍ ସେ ସେଟା ନାଜାନେ। 7 ସେଟାର୍‌ପାଇଁ ଏ ମର୍ ପିଲାମନ୍, ମର୍ କାତାକେ ସୁନା ଆରି ମର୍‌ କଇଲା ବାକିଅକେ ପାସ୍‌ରି ଜାଆ ନାଇଁ । 8 ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । 9 କେଜାନେ ଅଲ୍‌ଗା ଲକ୍‌ମନ୍ ତମର୍ ଇଜତ୍‌ ଜିକ୍‌ବାଇ ଆରି ବେଣ୍ଡିଆ ବେଲେ ମୁର୍‌କ ଲକ୍‌ମନ୍ ତକେ ମର୍‌ତେ ମାର୍‌ବାଇ । 10 କେଜାନେ ଚିନା ଜାନା ନଇଲା ଲକ୍‌ମନ୍ ତମର୍ ବପୁ ସଙ୍ଗେ ମିସ୍‌ବାଇ ଆରି ତମର୍ ଅରଜ୍‌ଲା ଦନ୍‌କେ ବିନ୍‌ ଦେସ୍‌ମନର୍ ଗରେ ସଙ୍ଗଇବାଇ; 11 ଆରି ତର୍ ବଇସ୍ ସାରି ଆଇବା ସମୟ୍‌ରେ ତର୍ ମାଉସ୍ ଆରି ଗାଗଡ୍‌ ନସ୍‌ଟ ଅଇ ଆଇସି, ତୁଇ କେଜାନେ କାନ୍ଦ୍‌ସୁ, 12 ଆରି କଇସୁ, ମୁଇ ସିକିଆ କେନ୍‌ତି ଗିନ୍‌ କଲି! ଆରି, ମର୍ ମନ୍ ନିମାନ୍ କାତାକେ କେନ୍‌ତି ସୁନେ ନାଇଁ ! 13 ମୁଇଁ ମର୍ ମାସଟର୍ ମନର୍ କାତା ନ ମାନ୍‌ଲି ଆରି ଜନ୍‌ଲକ୍‌ ମନ୍ ମକେ ସିକିଆ ଦେଲାଇ, ସେମନର୍ କାତାକେ ମୁଇଁ ନ ସୁନ୍‌ଲି, 14 ମୁଇଁ କୁଟୁମ୍‌ ଆରି ମଣ୍ଡଲିର୍‌ ସବୁ ରକାମ୍‌ ଟାନେ ଅରିଆନ୍‌ରେ ପଡ୍‌ଲି । 15 ତୁଇ ନିଜର୍ ଆଣ୍ଡିର୍ ପାନି କା, ଆରି ନିଜର୍ କୁଇଁ କାଲର୍ ପାନି କା । 16 ତର୍ ଜର୍‌ନା ପାନି କାଇ ବାଆରେ ଏନେ ତେନେ ବିଚି ଅଇସି ? ଆରି ରାଜାର୍ ଡାଣ୍ଡ୍‌ବାଟେ କାଇ ଗାଡ୍ ବଇ ଜାଇସି ? 17 ସେଟା ମାତର୍ ତର୍‌ଟା ଅଅ, ତମର୍ ଅଚିନା ଲକ୍‌ମନ୍‌କେ ନ ଅ । 18 ତମର୍ ଜର୍‌ନା ପାନି ଦନିଅ ଅ, ଆରି, ତୁଇ ଦାଙ୍ଗ୍‌ଡା ବେଲେ ବିବା ଅଇଲା ମାଇଜିର୍ ସଙ୍ଗେ ସାର୍‌ଦା କର୍ । 19 ଆଲାଦର୍‌ ସୁନ୍ଦର୍ ଡଙ୍ଗରର୍ କଟ୍‌ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍‌ତି କର; ଆରି, ତାର୍ ଆଲାଦ୍‌ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । 20 ଏ ମର୍ ପିଲା, ଅଲ୍‌ଗା ମାଇଁଜି ମନ୍‌କେ ତୁଇ କାଇକେ ଲାଲ୍‌ସା କଲୁସ୍‌ନି ? ଆରି ଅଲ୍‌ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍‌ସୁ ? 21 କାଇକେବଇଲେ ନର୍‌ଲକ୍ କାଇଟା କଲାନି କାଇଟା ନାଇଁ ସେଟା ସବୁବେଲର୍ ମାପ୍‌ରୁ ଦେକ୍‌ଲାନି ଆରି ସେ ତାର୍‌ ସବୁ ବାଟ୍ ସମାନ୍ କର୍‌ସି । 22 ଦୁସ୍‌ଟ ଲକର୍ ଅପ୍‌ରାଦ୍ ନିଜର୍‌ଟା ନିଜ୍‌କେ ଦାର୍‌ସି, ସେ ନିଜେ ପାପ୍‌ କଲା ପାନ୍ଦେ ପଡ୍‌ସି । 23 ସେ ବୁଦି ଗିଆନ୍ ନ ସିକି କରି ମରି ଜାଇସି, ଆରି ନିଜର୍ କାରାପ୍ ବୁଦିର୍ ଲାଗି ନସ୍‌ଟ ଅଇ ଜାଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-