1 ଜାକିରର୍ ପିଲା ଆଗୁରର୍ କାତାର୍ ଅରତର୍ ବିସଇ । ସେ ନର୍ଲକ୍ ଇତିଏଲ୍କେ, କଇବାକେ ଗାଲେ ଇତିଏଲ୍ ଆରି ଉକଲ୍କେ କଇସି, 2 କଇବାକେ ଗାଲେ ମୁଇଁ ଗଟେକ୍ ନର୍ଲକର୍ ବିତ୍ରେ ଅନି ଗଟେକ୍ ବୁଦି ନଇଁଲା ଲକ୍ ପାରା, ଆରି ମକେ ନର୍ଲକର୍ ପାରା ବୁଜ୍ବା ସକ୍ତି ନାଇଁ । 3 ମୁଇଁ କାଇ ବୁଦି ଗିଆନ୍ ସିକି ନାଇଁ, କି କାଇ ଦରମ୍ ବିସଇରେ ମୁଇଁ ସିକି ନାଇଁ । 4 କେ ସର୍ଗେ ଜାଇ କରି ଉତ୍ରି ଆଇଲା ଆଚେ ? କେ ନିଜର୍ ଆତ୍ ମୁଟାଇ ପବନ୍କେ ଦାରିଆଚେ ? କେ ନିଜର୍ ଲୁଗା ସଙ୍ଗେ ପାନିକେ ବାନ୍ଦି ରକି ଆଚେ କି ? କେ ପୁର୍ତିବିକେ ସନ୍ଦିକରି ଆଚେ? ତାର୍ ନାଉଁ କାଇ ନାଉଁ? ଆରି ତାର୍ ପିଲାର୍ ନାଉଁ କାଇ ନାଉଁ ? ଜଦି ଜାନୁସ୍ ତେବେ କଅ! 5 ପର୍ମେସରର୍ ସବୁ ବାକିଅକେ ପରିକା କରି ସିଦ୍ ଅଇଲା ଆଚେ; ଜନ୍ ଲକ୍ମନ୍ ତାକେ ଆସା ବର୍ସା କର୍ବାଇ, ସେ ସେମନର୍ ଆଡ୍ନା ପାରା । 6 ମାପ୍ରୁର୍ ବାକିଅତେଇ କାଇଟା ମିସା ମିସାଆ ନାଇଁ, ମିସାଇଲେ ସେ ତମ୍କେ ନିନ୍ଦା କର୍ସି, ଆରି ତମେ ମିଚ୍ କାତା କଇବା ଲକ୍ ବଲିକରି ଜାନା ପଡ୍ସା । 7 ମୁଇଁ ତମର୍ ଲଗେ ଏ ଦୁଇଟା ବର୍ ମାଙ୍ଗିଆଚି, ମୁଇଁ ମର୍ବା ଆଗ୍ତୁ ମକେ ସେଟା ଦେବାକେ ମନା କର୍ନାଇଁ । 8 କାରାପ୍ କାତା ଆରି ମିଚ୍ କାତା କଇବାକେ ମର୍ ଟଣ୍ଡେ ଦେଏ ନାଇଁ; ମକେ ବେସି ଗରିବ୍ କି ସାଉକାର୍ କର୍ ନାଇଁ, ମର୍ ବାଗେ ଜେତ୍କି ଆଚେ, ସେତ୍କି ଦେଇକରି ପର୍ତି ପାଲନ୍ କର୍। 9 ଜଦି ଦନ୍ ଅଦିକ୍ ଅଇଲେ ତକେ ପାସ୍ରି ଜାଇକରି, ସବୁବେଲର୍ ମାପ୍ରୁ କେ? ବଲିକରି କଇବି ଆରି ଗରିବ୍ ଅଇଲେ ଚରି କର୍ବି ଆରି ମର୍ ପର୍ମେସରର୍ ନାଉଁକେ ମିଚ୍ ବଲିକରି କଇବି । 10 କନ୍ ମିସା ଦାସ୍କେ ମାଲିକର୍ ମୁଆଁଟେ କାଇବଲିକରି କୁଆ ନାଇଁ, ନଇଁଲେ ତମ୍କେ ଅବିସାପ୍ ଦେଇସି ଆରି ତମେ ଦସି ବଲାଇ ଅଇସା । 11 ଜେ ନିଜର୍ ବାବାକେ ଅବିସାପ୍ ଦେଇସି, ଆରି ନିଜର୍ ଆୟାକେ ଆସିର୍ବାଦ୍ ନ କରତ୍, ଏ ରକାମ୍ କେତେ ଲକ୍ମନ୍ ଆଚତ୍ । 12 ନିଜେ ଦେକ୍ବା ଇସାବ୍ରେ ନିକ, ଏ ରକାମ୍ ଗଟେକ୍ ବଁସ୍ ଆଚତ୍, ଏବ୍କେ ଜାକ ସେମନ୍ ନିଜର୍ ମୁର୍କିକେ ଦଇ ଅଅତ୍ ନାଇଁ । 13 ଏ ରକାମ୍ ଗଟେକ୍ ବଁସ୍ ଆଚତ୍, ସେମନ୍ ନିଜର୍ ଇସାବ୍ରେ ବେସି ବଡ୍ ବଲିକରି ବାବ୍ବାଇ ! ଆରି ସେମନ୍ ଅଲ୍ଗା ଲକ୍ମନ୍କେ ଆଁକି ବଡ୍ ବଡ୍ କରି ଦେକ୍ଲାଇନି । 14 ପୁର୍ତିବିର୍ ତେଇ ଜେନ୍ତି ଲକ୍ମନ୍ ଆଚତ୍ ଦୁକିସୁକି ଲକ୍ମନ୍କେ ମରାଇବାକେ, ଜନ୍ ଲକ୍ମନର୍ ଦାନ୍ତ୍ ବିସ୍ ରକାମ୍ ଆରି ତିପ୍ତିପା କାଟ୍ରା ପାରା, ଏ ରକାମ୍ ବଁସ୍ ଆଚତ୍ । 15 ଜଁକ୍କେ ଦୁଇଟା ଟକି ଆଚତ୍, ସେମନ୍ କଇବାଇ ଦିଆ, ଦିଆ ବଲିକରି । ଏନ୍ତାରି ତିନ୍ଟା ଜିନିସ୍ ଆଚତ୍, କେବେ ମିସା ସାନ୍ତିନାଇଁ, ଆରି ଚାର୍ଟା ଜିନିସ୍ କେବେ ମିସା ନ କଅତ୍, ବେସି ଅଇଲା ବଲିକରି । 16 ମସନ୍ ଆରି ବାଞ୍ଜିମାଇଜି ସାନ୍ତିରେ ରଇ ନାପାରତ୍; ସୁକ୍ଲା ବୁଏଁ ଜେତେକ୍ ପାନି ରକଇଲେ ମିସା ଆରି ଜୟ୍, ନ କଏ, ବେସି ଅଇଲା ବଲିକରି। 17 ଜନ୍ ଆଁକି ନିଜର୍ ବାବାକେ ଇଜତ୍ ଜିକ୍ସି ଆରି ଆୟାର୍ କାତାକେ ନ ମାନେ, ତାକେ କୁଆମନ୍ ଆସି କାଇ ପାକାଇବାଇ ଆରି ଗିଦଲ୍ ଚଡଇପିଲାମନ୍ ସେମନ୍କେ କାଇ ପାକାଇବାଇ । 18 ତିନ୍ଟା କାତାକେ ମକେ କାବା ଲାଗି ଗାଲା, ମାତର୍ ଚାର୍ଟା କାତାକେ ମୁଇଁ ଜାନି ନାପାର୍ଲି; 19 ଆକାସେ ଗିଦଲ୍ ଚଡଇ ପାରା ଉଡ୍ବାଟା, ପାକ୍ନା ବିତ୍ରେ ସାଁପ୍ ପୁର୍ବାଟା, ସମ୍ଦୁରେ ଜାଆଜ୍ ଜିବାଟା, ଦାଙ୍ଗ୍ଡି ଟକିର୍ ଲଗେ ଦାଙ୍ଗ୍ଡାମନ୍ ଜିବାଟା । 20 ସେ ରକାମ୍ ଦାରି ମାଇଁଜିର୍ କାମ୍, ସେ କାଇ କରି ମୁଁ ପୁଚି ଦେଇ କରି କଇସି, ମୁଇଁ କାଇ ମିସା କାରାପ୍ କାମ୍ କରି ନାଇଁ । 21 ତିନ୍ଟା ବିସଇର୍ ଅଜନ୍ରେ ପୁର୍ତିବି ଦୁଲ୍ଦୁଲି ଜାଇସି, ଆରି ଚାର୍ଟା ବିସଇର୍ ବଜ୍କେ ମିସା, ସେ ସମାଲି ନାପାରେ; 22 ଗଟେ ଦାଙ୍ଗ୍ଡା ରାଜା ଅଇଲେ ତାର୍ ଦାଇତ୍ ସମାଲି ନାପାରେ ଆରି ଗଟେକ୍ ମୁର୍କ କାଦି କାଇ କରି ସାନ୍ତି ରଇ ନାପାରେ; ଗଟେକ୍ ଇଚା ନଇଲା ମାଇଜିକେ ବିବା ଅଇଲେ ମିସା ସେନ୍ତାରି ସେ ତାର୍ ବଜ୍; 23 ଦାସି ମାଲିକ୍ନି ଅଇସି ଏଟା ତାର୍ କାମ୍ । 24 ପୁର୍ତିବି ତେଇ ଚାର୍ଟା ଜିବ୍ଜନ୍ତୁ ଆଚତ୍ ସେମନ୍ ବେସି ଗିଆନି । 25 ଚାଟିମନ୍ ଦୁର୍ବଲ୍ଟା ମନ୍, ଅଇଲେ ମିସା ଜେଟ୍ବେଲେ କାଦି ଟୁଲିଆଇବାଇ । 26 ସିମା ମୁସା ବପୁ ନାଇଁ, ଅଇଲେ ମିସା ସେମନ୍ ପାକ୍ନା ତେଇ ନିଜର୍ ନିଜର୍ ଗର୍ ତିଆର୍ କର୍ବାଇ । 27 ଚିଟ୍କାମନର୍ ରାଜା ନାଇଁ, ଅଇଲେ ମିସା ମାନ୍ଦା ମାନ୍ଦା ଅଇ ଜିବାଇ । 28 ଜିଟିପିଟିକେ ଆତ୍ ସଙ୍ଗ୍ ଦାରି ଅଇସି, ଅଇଲେ ମିସା ସେ ରାଜାର୍ ମେଡ୍ ଗରେ ବାସା ଅଇ ରଇସି । 29 ଆରି ତିନ୍ଟା ଜିବ୍ଜନ୍ତୁ ସୁନ୍ଦର୍ ବାବ୍ରେ ଇଣ୍ଡ୍ବାଇ, ଆରି ଚାର୍ଟା ପସୁ ମିସା ସୁନ୍ଦର୍ ସଙ୍ଗେ ଇଣ୍ଡ୍ବାଇ; 30 ସିଅଁ ସବୁ ପସୁ ମନର୍ ବିତ୍ରେ ଅନି ବେସି ବପୁ ସେଟାର୍ ପାଇଁ ସେ କାକେ ମିସା ନ ଡରେ । 31 ଗାଲି ଗାଞ୍ଜା; ଚେଲି ଆରି ରାଜା, କାର୍ ବିରଦ୍ରେ ମିସା ନ ଉଟତ୍ । 32 କେବେ ଜଦି ତମେ ବଡ୍ ଅଇବାକେ କାରାପ୍ କାମ୍ କର୍ତେ ରଇସା, ନଇଲେ ଅଲ୍ଗା ଲକ୍କେ କାରାପ୍ ବାବ୍ତେ ରଇସା, ସେନ୍ତାର୍ ଆଲେ ତମର୍ ଟଣ୍ଡ୍କେ ଚୁପ୍ କରି ଦିଆସ୍ । 33 କାଇକେବଇଲେ ଜେନ୍ତିକି ଦୁଦ୍କେ ଆଁଟାଲେ କିର୍ସା ବାରଇସି ଆରି ନାକ୍କେ ରେତ୍ଲେ ବନି ବାରଇସି, ସେ ରକାମ୍ ରିସା ଲକ୍କେ ରିସା କଲେ ଲାଗାଜଡା କରାଇସି ।
Publicidade
Publicidade