1 କେ ନ କେଦ୍ଲେ ମିସା ଦୁସ୍ଟ ଲକ୍ ପାଲାଇସି; ମାତର୍ ଦରମ୍ ସଙ୍ଗେ ରଇବା ଲକ୍ ସିଅଁ ପାରା ବିସ୍ବାସ୍ ଅଇକରି ଟିଆ ଅଇ ରଇସି । 2 ଦେସ୍ ବିତ୍ରେ ଅଦରମ୍ ବଡି ଜିବାକେ ବେସି ମୁକିଆମନ୍ ଅଇଲାଇନି; ମାତର୍ ବୁଦିଗିଆନ୍ ରଇଲା ଲକ୍ମନ୍ ଆଇତେ ରଇଲେ ସେ ଦେସ୍ ସବୁଦିନେ ନିକ ସଙ୍ଗେ ଚାଲ୍ସି । 3 ଜନ୍ କାକୁର୍ତିଆ ଲକ୍ ଗରିବ୍ ଲକର୍ ଜିନିସ୍କେ ଚରାଇ ଆନ୍ସି, ସେ ତାସ୍ବାସ୍ ନସ୍ଟ କରି ଦେବା ବର୍ସା ପାନି ପାରା; ତେଇ କାଇବା ପିଇବାକେ ମିସା ନ ମିଲେ । 4 ନିଅମ୍ ନ ମାନ୍ବା ଲକ୍ମନ୍ କାରାପ୍ ଲକ୍ମନ୍କେ ଆସିର୍ବାଦ୍ କର୍ବାଇ, ଆରି ଆଦେସ୍ ମାନ୍ବା ଲକ୍ମନ୍ ସେମନର୍ ସଙ୍ଗେ ବିରଦ୍ ଅଇବାଇ । 5 କାରାପ୍ ଲକ୍ମନ୍ ନିଆୟ୍ ବୁଜି ନାପାରତ୍ ମାତର୍ ସବୁବେଲର୍ ମାପ୍ରୁକେ ମାନ୍ତେ ରଇବା ଲକ୍ମନ୍ ସବୁ ବିସୟ୍ ବୁଜ୍ବାଇ । 6 ଦୁଇଟା ବାଟ୍ ବାଟେ ଇଣ୍ଡ୍ବା କୁଟ୍ଆଲ୍ ଲକ୍ ସାଉକାର୍ ଅଇବା ବାଦୁଲେ ନିଜର୍ ସତ୍ ବୁଦିରେ ଚାଲିକରି ଗରିବ୍ ରଇବାଟା ନିକ । 7 ଜେ ନିଅମ୍ ମାନ୍ସି, ସେ ଗିଆନି ଲକ୍; ଆରି ଜେ କାଉରାମନର୍ ସଙ୍ଗେ ମଇତର୍ ଅଇସି, ସେ ନିଜର୍ ବାବାକେ ଲାଜ୍ କରାଇସି। 8 ଜନ୍ ଲକ୍ ଅଡି ସଙ୍ଗେ ଦନ୍ ଅରଜ୍ସି ସେ କାକୁର୍ତି ଲକର୍ ପାଇଁ ଦୟା କର୍ବାକେ ଅରଜ୍ସି । 9 ଜନ୍ ଲକ୍ ନିଅମ୍ କାତା ସୁନ୍ବାକେ ମନ୍ ନ କରେ, ସେ ପାର୍ତନା କର୍ବାକେ ଗିନ୍ ଗର୍ସି । 10 ଜନ୍ ଲକ୍ ଦରମ୍ ଲକ୍କେ କାରାପ୍ ବାଟେ ନେବାକେ ଚେସ୍ଟା କର୍ସି, ସେ ସତ୍ରେ କାଲେ ଅଦର୍ସି; ମାତର୍ ଦରମ୍ ଲକ୍ ଆସିର୍ବାଦ୍ ପାଇସି। 11 ସାଉକାର୍ ଲକ୍ ତାର୍ ଇସାବ୍ରେ ଗିଆନି ବଲିକରି ବାବ୍ତେ ରଇସି; ମାତର୍ ବୁଦି ରଇଲା କାକୁର୍ତିଆ ଲକ୍ ସାଉକାର୍ ଲକର୍ ମନ୍ ବିତ୍ରର୍ କାତା ଜାନ୍ସି । 12 ଦରମ୍ ଲକ୍ ଜିତ୍ଲେ ସରି ଡାକ୍ପୁଟା ଅଇସି; ମାତର୍ କାରାପ୍ ଲକ୍ମନ୍ ଉନତି ଅଇଲେ ସରି ଲକ୍ମନ୍ ନିଜ୍କେ ଲୁଚାଇ ବାଇ 13 ଜେ ନିଜର୍ ପାପ୍କେ ମନ୍ବିତ୍ରେ ଲୁଚାଇସି, ସେ କେମା ନ ପାଏ; ମାତର୍ ଜନ ଲକ୍ ମାନିକରି ଚାଡ୍ସି, ସେ ଦୟା ପାଇସି । 14 ଜନ୍ ଲକ୍ ସବୁବେଲେ ଡର୍ସି, ସେ କେଡେ କରମର୍ ଲକ୍; ମାତର୍ ଜେ ନିଜର୍ ମନ୍କେ ଡାଟ୍ କର୍ସି, ସେ ବିପଦେ ପଡ୍ସି । 15 ଜେନ୍ତିକି ଅଡ୍ରି ବୁଲ୍ବା ସିଅଁ ବାଗ୍ ଆରି ପାଲାଇ ବୁଲ୍ବା ବାଲୁ ପାରା, କାକୁର୍ତିଆ ମନର୍ ପାଇଁ ଗଟେକ୍ କାରାପ୍ ସାସନ୍ କାରିଆ ସେ ରକାମ୍ । 16 ଜନ୍ ମୁକିଆକେ ବୁଦିଗିଆନ୍ ନ ରଏ, ସେ ଅଦିକ୍ ଅନିଆଇ କର୍ସି, ମାତର୍ ଜେ ଦେବାକେ ଲବ୍ ନ କରେ, ସେ ବେସି ଦିନ୍ ବଁଚ୍ସି । 17 ଜନ୍ ଲକ୍ କନ୍ଆଲେ ଲକ୍କେ ମାର୍ଲା ବଲିକରି ଦସି ଅଇସି, ସେ କାଲେ ଅଦର୍ସି; ତାକେ କେ ମିସା ରକିଆ କରାନାଇଁ । 18 ଜନ୍ ଲକ୍ ନିମାନ୍ ବାଟେ ଇଣ୍ଡ୍ସି, ସେ ଉଦାର୍ ପାଇସି; ମାତର୍ ଜେ କାରାପ୍ ବାଟେ ଜାଇସି ସେ ଅଟାତ୍ କୁରୁପ୍ନାସ୍ ଅଇ ଜାଇସି । 19 ନିଜର୍ ଜମିଟାନେ ଜେ ବେସି ତାସ୍ କାମ୍ କର୍ସି ସେ ଲକ୍ ବେସି କାଦି କଣ୍ଡା ପାଚାଇସି; ଆରି ଜେ, କାରାପ୍ ଲକର୍ ସଙ୍ଗେ ଜାଇସି, ସେ ବେସି କାକୁର୍ତି ଅଇ ଜାଇସି । 20 କାତା ମାନ୍ବା ଲକ୍ ବେସି ଆସିର୍ବାଦ୍ ପାଇସି; ମାତର୍ ଜେ ସାଉକାର୍ ଅଇବାକେ ବେସି ଚେସ୍ଟା କର୍ସି, ସେ ଡଣ୍ଡ୍ ପାଇବାଟା ପାଇସି ଆକା । 21 ଲକର୍ ମୁଉଁକେ ଦେକି କରି ବିଚାର୍ କର୍ବାଟା ବଲ୍ ନାଇଁ କି ଅଲପର୍ ଆସାର୍ ପାଇଁ କାରାପ୍ କାମ୍ କର୍ବାଟା ବଲ୍ ନାଇଁ । 22 କାରାପ୍ ବାବ୍ନାର୍ ଲକ୍ ଦନ୍ ସଁପତିର୍ ପଚେ ପାଲାଇବାଇ, ମାତର୍ ତାକେ କେବେ ଆଲେ ମିସା କାକୁର୍ତି ଅଇବି ବଲିକରି ନାଜାନେ । 23 ଲକ୍କେ ଚିକନ୍ ଚାକାନ୍ କାତା କଇବା ବାଦୁଲେ ନିକ ଅଅ, ବଲିକରି ନିନ୍ଦା କର୍ବା ଲକ୍ ସାରା ସାରି ପଚେ ଅଦିକ୍ ଆସିର୍ବାଦ୍ ପାଇସି । 24 ଜେ ନିଜର୍ ଆୟାବାବାର୍ ଜିନିସ୍ ଚରାଇ ନେଇକରି କଇସି, ସେ ଟାନେ କାଇ ପାପ୍ ନାଇଁ, ସେଟା ସବୁ ଜାକ ନସ୍ଟ ଅଇଜାଇସି । 25 ବେସି ଆସା କର୍ବା ଲକର୍ ଜିବନ୍ ଲାଗା ଜଡା କରାଇସି, ମାତର୍ ଜେ ସବୁବେଲର୍ ମାପ୍ରୁକେ ଆସା ବର୍ସା କର୍ସି ସେ ଗାଗଡ୍ ଅଇସି । 26 ଜେ ନିଜ୍କେ ଆସାବର୍ସା କର୍ସି, ସେ କାରାପ୍ ଲକ୍; ମାତର୍ ଜେ ବୁଦିଗିଆନ୍ ଇସାବ୍ରେ ଚାଲାବୁଲା କର୍ସି, ସେ ରକିଆ ପାଇସି । 27 ଗରିବ୍ ଲକ୍କେ ଜେ ଦାନ୍ ଦେଇସି, ତାକେ କେବେ ମିସା ଉନା ନ ଅଏ; ମାତର୍ ଜେ ଦେକ୍ଲା ନ ଦେକ୍ଲା ପାରା ଅଇସି ସେ ଅବିସାପ୍ ପାଇସି । 28 କାରାପ୍ ଲକ୍ ସାଉକାର୍ ଅଇଲେ, ଲକ୍ମନ୍ ନିଜ୍କେ ଲୁଚାଇବାଇ; ମାତର୍ ସେମନ୍ କୁରୁପ୍ନାସ୍ ଅଇଲେ, ଦରମ୍ ଲକ୍ମନ୍ ଅଦିକ୍ ଅଇବାଇ ।
Publicidade
Publicidade