Publicidade

Provérbios 21

1 ରାଜାର୍ ମନ୍‌ପରାନ୍ ସବୁବେଲର୍ ମାପ୍‌ରୁର୍ ଆତେ ଜର୍‌ନା ପାନି ପାରା ରଇସି; ସେ ଜନ୍ ବାଟେ ମନ୍‌ କଲେ ସେବାଟେ ଜାଇସି । 2 ଲକ୍‌ମନ୍ ନିଜର୍ ଇଚାରେ ଚାଲା ବୁଲା କର୍‌ବାଇ, ମାତର୍ ସବୁବେଲର୍ ମାପ୍‌ରୁ ମନର୍ କାତାକେ ଜାନେ । 3 ବଲି ସରପ୍‌ବା ବାଦୁଲେ ନିଆଇ ନିକ ଆରି ନିମାନ୍ ବାବ୍‌ନାକେ ସବୁବେଲର୍ ମାପ୍‌ରୁ ବେସି ମନ୍‌ କର୍‌ସି । 4 କାରାପ୍ ଲକ୍‌ମନର୍ ପାଇଁ ଉଜଲ୍ ପାରା ଆରି ଆଁକାର୍ ଇସାବ୍‌ରେ ଦେକ୍‌ବାଟା ଆରି ବଡ୍‌ପନ୍ ମନ୍, ଅଇଲାନି ପାପ୍‌ । 5 ନିମାନ୍ ଜଜ୍‌ନା ସଙ୍ଗେ କାମ୍ କଲେ ଦନ୍ ସଁପତି ବେସି ଅଇସି; ମାତର୍ ତର୍‌ବର୍ ଅଇକରି କାମ୍‌କଲେ ନସି ଜାଇସି । 6 ଟକାବଣ୍ଡା କରି ଅର୍‌ଜି ରଇଲା ଦନ୍‌ସପତି ଦାପ୍‌ରେ ନସ୍‌ଟ ଅଇଜିବା ଦୁଉଁରି ଆନ୍ଦାର୍‌ ପାରା, ଜନ୍ ଲକ୍‌ମନ୍ ତାର୍‌ପଚେ ଜିବାଇ, ସେମନ୍ ମରନ୍ କଜ୍‌ବାଇ । 7 କାରାପ୍ ଲକ୍‌ମନର୍ ଉତ୍‌ପାତ୍‌ ସେମନ୍‌କେ ଉଡାଇ ନେଇସି; କାଇକେବଇଲେ ସେମନ୍ କାରାପ୍‌ କାମ୍ କର୍‌ବାକେ ମନ୍‌ କର୍‌ବାଇ । 8 ପାପ୍‌କାମ୍ କର୍‌ବା ଲକ୍‌ମନ୍ କାରାପ୍ ବାଟେ ଜିବାଇ, ମାତର୍ ଦରମ୍‌ ଲକର୍ ବାଟ୍‌ ନିକ । 9 ଟଣ୍ଡାଇ ମାଇଜି ସଙ୍ଗେ ମେଡ୍‌ଗରେ ରଇବା ବାଦୁଲେ ଗଟେକ୍ ମେଡ୍ ଗର୍ ଉପ୍‌ରର୍‌ କନେ ବାସାଅଇ ରଇବାଟା ନିକ । 10 କାରାପ୍‌ ଲକର୍ ବୁଦି ଲକ୍‌ମନ୍‌କେ କୁଟ୍ ପାଞ୍ଚ୍‌ସି, ଆରି ତାର୍‌ଲାଗି ବଲିକରି ସାଇପଡିସାର୍‌ ଲକ୍‌ମନ୍ କାଇ ଆସିର୍‌ବାଦ୍‌ ନ ଅଅତ୍‌ 11 କୁଟ୍‌ କଇବା ଲକ୍‌କେ ଡଣ୍ଡ୍ ଦେଲେ ଅମାନିଆଁ ଲକ୍ ବାବ୍‌ସି ମକେ ବେସି ବୁଦି ଆଚେ ବଲକରି; ଆରି ଗିଆନିକେ ବୁଜାଇ ଦେଲେ, ସେ ପଣ୍ଡିତ୍ ଅଇସି । 12 ଦରମ୍ ଲକ୍ କାରାପ୍‌ ଲକର୍ ଗର୍‌ ବିସୟ୍ ନେଇକରି ଆଲ୍‌ଚନା କର୍‌ବାଇ; କାରାପ୍ ଲକ୍‌ମନ୍ କେନ୍‌ତି ଅଇକରି କୁରୁପ୍‌ନାସ୍ ଅଇବାଇ, ସେ ବିସୟ୍ ନେଇକରି ନିମାନ୍‌ ଆଲ୍‌ଚନା କର୍‌ବାଇ । 13 ଜନ୍‌ ଲକ୍ କାକୁର୍‌ତି ଲକ୍‌ମନର୍ କାତା ନ ସୁନେ, ସେ ମିସା କେବେଆଲେ ଡାକ୍‌ସି, ମାତର୍ କାଇ ବଲିକରି ଉତର୍ ନ ପାଏ । 14 କେ ନାଜାନ୍‌ତେ ଦାନ୍‌ ଦେଲେ ରିସା ସାନ୍‌ତି ଅଇସି; ମାତର୍ ଅଟି ଲଗେ ଚିପାଇ କରି ଲାଚଁ ଦେଲେ ଅଦିକ୍ ରିସା ମିସା ସାନ୍‌ତି ଅଇସି । 15 ଦରମ୍ ସଙ୍ଗେ ଚାଲାବୁଲା କର୍‌ବାଟା ଦରମ୍ ଲକର୍ ପାଇଁ ସାର୍‌ଦାର୍ ବିସୟ୍; ମାତର୍ ସେଟା କାରାପ୍‌ କାମ୍ କରୁମନର୍ ପାଇଁ କୁରୁପ୍‌ନାସ୍ ଅଇ ଜିବାଟା । 16 ଜେ ନିକ ବାଟ୍‌କେ ଚାଡିକରି କାରାପ୍ ବାଟେ ଜାଇସି, ସେ ମଲା ଲକ୍‌ମନର୍ ଦଲେ ରଇସି । 17 ଜେ ସୁକ୍ କଜ୍‌ସି, ସେ କାକୁର୍‌ତି ଅଇସି; ଆରି ଜେ ଅଙ୍ଗୁର୍ ରସ୍ ଆରି ଚିକନ୍‌କେ ନିମାନ୍‌ ବଲ୍‌ସି, ସେ କେବେ ମିସା ସାଉକାର୍ ନ ଅଏ । 18 ଦୁସ୍‌ଟ ଲକ୍‌ମନ୍ ନିମାନ୍ ଲକ୍‌ମନ୍‌କେ କସ୍‌ଟ ଦେବାକେ ଚେସ୍‌ଟା କର୍‌ତେ ରଇବାଇ ମାତର୍ ସେ କସ୍‌ଟ ତାକର୍ ନିଜର୍ ଉପ୍‌ରେ ଆଇସି । 19 ଟଣ୍ଡାଇ ମାଇଁଜି ଆରି ରିସା ଅଇବା ମାଇଁଜି ସଙ୍ଗେ ଜିଉନା କର୍‌ବା ବାଦୁଲେ ଗଟେକ୍ ଚିମ୍‌ରା ଜାଗାଇ ଜାଇ ବାସା କର୍‌ବାଟା ନିକ । 20 ଗିଆନି ଲକର୍ ଗରେ ବେସି ଦନ୍‌ସପତି ଆରି ଚିକନ୍ ରଇସି ମାତର୍ କାରାପ୍ ଲକ୍ ସେଟା ସବୁଜାକ ନସ୍‌ଟ କରି ଦେଇସି । 21 ଜନ୍‌ ଲକ୍ ଦରମ୍ କାମ୍ ଆରି ଦୟାରେ ରଇସି, ସେ ଜିବନ୍‌ରେ ଆରି ଦରମ୍ ଟାନେ ମାନ୍‌ମର୍‌ଜିତା ପାଇସି । 22 ଗିଆନି ଲକ୍ ବପୁ ରଇଲା ନଅଁରେ ମିସା ଚଗି ପୁରି ପାର୍‌ସି, ମାତର୍‌ ତେଇର୍ ବପୁ ରଇବା ଲକ୍‌ମନ୍ ସବୁ ଡରି ଜିବାଇ । 23 ଜେ ନିଜର୍ ଟଣ୍ଡ୍‌କେ ଆରି ଜିବ୍‌କେ କଇବା ତେଇ ଅନି ରକିଆ କର୍‌ସି , ସେ ନିଜର୍ ଦୁକ୍ କସ୍‌ଟ ତେଇ ଅନି ତାର୍ ଜିବନ୍‌କେ ରକିଆ କର୍‌ସି । 24 ଆଁକ୍‌ରିଆ ଲକ୍‌ ଆରି ବଡ୍‌ପନିଆଁ ଲକ୍‌ ନିନ୍ଦା କର୍‌ବା ନାଉଁରେ ଡାକ୍‌ପୁଟା ଅଇସି, ସେ ମର୍‌ କାମ୍‌ସେ ଟିକ୍ ବଲିକରି କାମ୍ କର୍‌ସି । 25 ଅଲ୍‌ସୁଆ ଆସାକରି କଲାକାମ୍ ସବୁ ମରନ୍ ବାଟେ ନେଇସି; କାଇକେବଇଲେ ତାର୍ ଆତ୍ କାମ୍ କର୍‌ବାକେ ମନ୍ ନ କରେ । 26 କେତେକ୍ ଲକ୍‌ ଦିନ୍‌ସାରା ବେସି ଦାନ୍ ଦେବାକେ ଲବ୍ କର୍‌ବାଇ; ମାତର୍ ଦରମ୍ ଲକ୍ ଦାନ୍‌ ଦେବାକେ, ଲବ୍ ନ କରତ୍ । 27 କାରାପ୍‌ ଲକ୍‌ମନର୍ ବଲିଦାନ୍ ଗିନ୍ କର୍‌ସି, ମାତର୍ ସେଟା କାରାପ୍ ବାବ୍‌ନା ସଙ୍ଗେ ଆନ୍‌ଲେ ସେଟା ଅଦିକ୍ ଗିନ୍ କର୍‌ସି । 28 ମିଚ୍‌ରେ ସାକି ଦେବା ଲକ୍ କୁରୁପ୍ ନାସ୍ ଅଇଜାଇସି; ମାତର୍ ଜନ୍ ଲକ୍ ନିମାନ୍ ସଙ୍ଗେ ସୁନ୍‌ସି, ସେ କଇଲା କାତା ଆକା ସତ୍‌ ଅଇସି । 29 କାରାପ୍‌ ଲକ୍ ମୁଁଉଁକେ ପୁଲାଇ କରି ରଇସି, ମାତର୍ ଦରମ୍‌ ଲକ୍ ନିଜର୍ ବାଟ୍‌କେ ନିମାନ୍ କର୍‌ସି । 30 ସବୁବେଲର୍ ମାପ୍‌ରୁର୍‌ ବିରୁଦେ କାଇଟା ମିସା ନାଜାନେ କି ବୁଦି ଗିଆନର୍‌ କାଇ ଜଜ୍‌ନା ମିସା କାମ୍ ନ ଦେଏ । 31 ଜୁଇଦ୍ କର୍‌ବାକେ ଗଡାମନ୍‌କେ ସଜାଇବାର୍ ଅଇସି; ମାତର୍ ସବୁବେଲର୍ ମାପ୍‌ରୁର୍ ଇଚା ରଇଲେ ଆକା ଜିତି ଅଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-