Publicidade

Provérbios 13

ଗିଆନି ପିଲା

1 ବୁଦି ରଇଲା ପିଲା ତାର୍ ବାବାର୍ କାତାକେ ମାନ୍‌ସି; ମାତର୍ ବୁଦି ନଇଲା ପିଲା ବାବାର୍ କାତାକେ ନ ମାନେ । 2 ନର୍‌ଲକ୍ କଇବା ନିମାନ୍‌ କାତାଇ ଅନି ଆସିର୍‌ବାଦ୍ ପାଇସି; ମାତର୍ ବିସ୍‌ବାସେ ବିସ୍ ଦେବା ଲକର୍ ଜିବନ୍ ଦୁକ୍ ପାଇସି । 3 ଜନ୍‌ ଲକ୍ ବାବିଚିନ୍‌ତି କରି କଇସି, ସେ ନିଜର୍ ଜିବନ୍‌କେ ରକିଆ କର୍‌ସି; ମାତର୍ ଜେ, ବାବିଚିନ୍‌ତି କରି କାତା ନ କଏ, ସେ କୁରୁପ୍‌ନାସ୍ ଅଇ ଜାଇସି । 4 ବାଡୁଲକ୍ କେତେକ୍ ବାବ୍‌ଲେ ମିସା କାଇଟା ନ ମିଲେ, ମାତର୍ କାମ୍ କର୍‌ବା ଲକର୍ ଜିବନ୍ ସାର୍‌ଦାରେ ରଇସି । 5 ଦରମ୍ ଲକ୍ ମିଚ୍‌ କାତାକେ ଗିନ୍‌ ଅଇସି; ମାତର୍ ଦୁସ୍‌ଟ ଲକ୍ ବେସି ଗନ୍ଦ୍ ପାରା, ଆରି ସେ ଲାଜ୍ ପାଇସି । 6 ଦରମ୍ ନିମାନ୍ ବାଟ୍ ବାଟେ ଇଣ୍ଡ୍‌ବା ଲକ୍‌କେ ରକିଆ କର୍‌ସି; ମାତର୍ କାରାପ୍ ପାପି ଲକ୍‌କେ ଉଲ୍‌ଟାଇ ପାକାଇସି । 7 କେ ନିଜ୍‌କେ ସାଉକାର୍‌ ବଲିକରି ଦେକାଇ ଅଇସି, ମାତର୍ ତାକେ କାଇଟା ମିସା ନ ରଏ; ଜେ କି କାକୁର୍‌ତି ପାରା ଅଇ ରଇସି, ତାକେ ବେସି ଦନ୍ ସଁପତି ରଇସି । 8 ନର୍‌ଲକ୍‌ ଜିବନ୍ ବଁଚାଇବା ବାଦୁଲେ ତାର୍ ଦନ୍‌ସପତି ଦେଇ ପାର୍‌ସି; ମାତର୍ କାକୁର୍‌ତି ଲକ୍ ଦମ୍‌କାଇଲେ ମିସା ନ ସୁନେ । 9 ଦରମ୍‌ ଲକର୍ ଦିପ୍‌ ଲାଗ୍‌ତେ ରଇସି; ମାତର୍ ଦୁସ୍‌ଟ ମନର୍‌ ଦିପ୍‌ ଲିବି ଜାଇସି । 10 ଆଁକାର୍ କିରମାର ଉବ୍‌ଜାଇସି; ମାତର୍ ନିମାନ୍ କାତା ସୁନ୍‌ବା ଲକର୍ ଲଗେ ଗିଆନ୍ ଆଚେ । 11 ଲନ୍ଦ୍‌ପନ୍ଦ୍‌ କରି ଅରଜ୍‌ଲା ଦନ୍‌ ସଁପତି ନସ୍‌ଟ ଅଇ ଜାଇସି, ମାତର୍ ନିଜେ କସ୍‌ଟ କରି କାମାଇଲା ଦନ୍ ଅଦିକ୍ ଅଇସି । 12 ଆସା କଲାଟା ଅଲ୍‌ସମ୍ ଅଇଲେ ବେସି କସ୍‌ଟ ଲାଗ୍‌ସି; ମାତର୍ ଆସା କଲାଟା ପୁରାପୁରୁନ୍ ଅଇଲେ ଜିବନ୍ ରଇଲା ଗଚ୍ ପାରା ଲାଗ୍‌ସି । 13 ଜନ୍‌ ଲକ୍ ପର୍‌ମେସରର୍ ବାକିଅକେ ଅମାନିଆଁ କର୍‌ସି, ସେ ନିଜର୍ ଉପ୍‌ରେ ଦୁକ୍ ଆନ୍‌ସି ମାତର୍‌ ଜେ ସିକିଆକେ ଡର୍‌ସି, ସେ ପୁରୁସ୍‌କାର୍‌ ପାଇସି । 14 ମରନର୍ ପାନ୍ଦେ ଅନି ରକିଆ କର୍‌ବାକେ ବୁଦି ରଇଲା ଲକର୍ ନିଅମ୍ ଜିବନର୍ ଚୁଆ ପାନି ପାରା । 15 ବୁଦି ରଇଲା ଲକର୍ କାମ୍‌ ଆସିର୍‌ବାଦ୍‌ ଅଇସି, ମାତର୍ ବିସ୍‌ବାସେ ବିସ୍ ଦେଉର୍‌ ବାଟ୍ କସ୍‌ଟ । 16 ସବୁ ଚତୁର୍ ଲକ୍ ବୁଦି ଗିଆନ୍ ସଙ୍ଗେ କାମ୍ କର୍‌ସି; ମାତର୍ କାରାପ୍ ଲକ୍ ସବୁ କାତାକେ କଇ ବୁଲ୍‌ସି । 17 କାରାପ୍‌ କବର୍‌ କଉ ବିପଦେ ପଡ୍‌ସି; ମାତର୍ ନିମାନ୍ କବର୍‌ କଉ ନିମାନ୍ ରଇସି । 18 ଜନ୍‌ ଲକ୍ ସିକିଆକେ ନ ମାନେ, ସେ କାକୁର୍‌ତି ଅଇସି ଆରି ଲାଜ୍ ପାଇସି; ମାତର୍ ଜେ କାତା ମାନ୍‌ସି, ସେ ମାନ୍ ମର୍‌ଜିତା ପାଇସି । 19 ନିଜର୍ ମନସ୍‌କାମନା ସିଦ୍‌ ଅଇଲେ ମନ୍‌କେ ସୁଆଦ୍ ଲାଗ୍‌ସି; ମାତର୍, ଦୁସ୍‌ଟ ଲକ୍ କାରାପ୍ ଅବିଆସ୍‌କେ ଚାଡ୍‌ବାକେ ଗିନ୍ କର୍‌ବାଇ । 20 ବୁଦି ରଇଲା ଲକର୍ ସଙ୍ଗେ ବାଟ୍ ଇଣ୍ଡା, ତେବେ ତମେ ବୁଦି ଗିଆନ୍ ସିକ୍‌ସା; ମାତର୍ ମୁର୍‌କ ଲକର୍‌ ସଙ୍ଗ୍‌ ଚାଲାବୁଲା କଲେ ଦୁକ୍‌ ପାଇସା । 21 ପାପି ମନର୍ ପଚେ କାରାପ୍ ରଇସି; ମାତର୍ ଦରମ୍‌ ଲକ୍‌ମନ୍‌କେ ଆସିର୍ ବାଦର୍ ଇନାମ୍ ମିଲ୍‌ସି । 22 ନିମାନ୍ ଲକ୍ ନିଜର୍ ନାତି ମନର୍ ପାଇଁ ଅଦିକାର୍ ଚାଡି ଜାଇସି; ମାତର୍ ପାପିମନର୍ ଦନ୍‌କେ ଦରମ୍‌ ଲକର୍ ପାଇଁ ରଇସି । 23 କାକୁର୍‌ତି ଲକ୍ ତାସ୍‌ବାସ୍ କଲେ ବେସି ପାଚ୍‌ସି ମାତର୍ ଅନିଆଇ କରି ତାସ୍‌ବାସ୍ କଲେ ସବୁଜାକ ବୁଡି ଜାଇସି । 24 ଜେ କି ଡାଙ୍ଗ୍‌ ସଙ୍ଗ୍ ମାର୍‌ବାକେ ଇଚା ନ କରେ, ସେ ତାର୍ ପିଲାଟକିକେ ଲାଡ୍‌ ମୁଆଁସ୍ କରେ ନାଇଁ; ମାତର୍ ଜେ କି ତାର୍ ପିଲାକେ ଲାଡ୍ କର୍‌ସି ସେ ସବୁବେଲେ ତାର୍ ପିଲାଟକିକେ ସାସ୍‌ତି ଦେଇସି । 25 ଦରମ୍‌ ଲକ୍ ମନ୍ ପୁର୍‌ତେ କାଇସି, ମାତର୍ ପାପି ଲକ୍ ଜେତ୍‌କି କାଇଲେ ମିସା ମନ୍ ସୁସ୍‌ତା ନାଇଁ ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-