1 ନିଜେ ବାବ୍ବାଟା ଲକର୍ ମନ୍ ବିତ୍ରର୍ଟା; ମାତର୍ ଜିବ୍ ଉତର୍ ଦେବାଟା ସବୁବେଲର୍ ମାପ୍ରୁର୍ ଟାନେ ଅନି ଅଇସି । 2 ନର୍ଲକର୍ ସବୁ ବାଟ୍ ନିଜର୍ ଆଁକି ତେଇ ନିକ; ମାତର୍ ସବୁବେଲର୍ ମାପ୍ରୁ ଆତ୍ମାକେ ବିଚାର୍ କର୍ସି । 3 ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି । 4 ସବୁବେଲର୍ ମାପ୍ରୁ ସର୍ତେ ବିସଇକେ ତେଇର୍ ନିଜର୍ ଉଦେସ୍ ସାଦନ୍ କର୍ବାକେ କଇଆଚେ; ଦୁସ୍ଟକେ ଡଣ୍ଡ୍ ଦେବାକେ ସଙ୍ଗଇଆଚେ । 5 ମନ୍କେ ବଡ୍ପନ୍ କର୍ବା ସବୁଲକ୍କେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି, ଆତ୍ ଦାରା ଦାରି ଅଇ ରଇଲେ ମିସା ସେ ନିଚୟ୍ ଡଣ୍ଡ୍ ପାଇସି । 6 ଦୟା ଆରି ବିସ୍ବାସ୍ରେ ପାପ୍ ସବୁ କେମା କରି ଦେଇସି, ଆରି ସବୁବେଲର୍ ମାପ୍ରୁ ବିସଇର୍ ଡର୍ ସଙ୍ଗ୍ ନର୍ଲକ୍ କାରାପ୍ କାମ୍କେ ଚାଡ୍ସି । 7 ନର୍ଲକର୍ ଇଣ୍ଡ୍ବା ବାଟ୍କେ ସବୁବେଲର୍ ମାପ୍ରୁର୍ ସାର୍ଦା ଅଇଲେ, ସେ ତାର୍ ସତ୍ରୁମନ୍କେ ସେ ତାର୍ ସଙ୍ଗ୍ ସାନ୍ତିରେ ବାସା କରାଇସି । 8 ଅନିଆଇ ସଙ୍ଗ୍ ବେସି ଅରଜ୍ଲା ତେଇଅନି, ଦରମ୍ ସଙ୍ଗ୍ ଉନା ଅରଜ୍ଲାଟା ନିକ । 9 ନର୍ଲକ୍ମନର୍ ମନ୍ ନିଜର୍ ଇଣ୍ଡ୍ବା ବାଟ୍ ବିସଇ ଜଜ୍ନା କର୍ସି; ମାତର୍ ସବୁବେଲର୍ ମାପ୍ରୁ ତାର୍ ବାଟ୍ ତିଆର୍ କର୍ସି । 10 ରାଜାର୍ ଟଣ୍ଡେ ବୁଦିର୍ କାତା ରଇସି, ତାର୍ ଟଣ୍ଡେ ଅନି ବିଚାର୍ କଲା ବେଲେ ମିଚ୍ କଇ ନାପାରେ । 11 ନିମାନ୍ ନାପ୍ବାଟା ସବୁବେଲର୍ ମାପ୍ରୁର୍ ଲଗେ ସମାନ୍ ଆରି ମୁନାଇ ରଇଲା ଗୁଣ୍ଡୁ ତାର୍ କାମ୍ । 12 କାରାପ୍ କାମ୍ କର୍ବା ରାଜାମନର୍ ଗିନର୍ ବିସଇ; କାଇକେବଇଲେ ଦରମ୍ ସଙ୍ଗ୍ ସିଆଁସନ୍ ତିର୍ ଅଇସି । 13 ନିମାନ୍ କାତା ଅଇବା ଟଣ୍ଡ୍କେ ରାଜା ସାର୍ଦା ଅଇସି, ଆରି ନିମାନ୍ ଉତର୍ ଦେଉକେ ସେମନ୍ ଲାଡ୍ କର୍ବାଇ । 14 ରାଜାର୍ ରିସା ମରନର୍ ଦୁତ୍ ପାରା; ମାତର୍ ଗିଆନି ଲକ୍ ସେଟା ସାନ୍ତି କର୍ସି । 15 ରାଜାର୍ ସାର୍ଦାର୍ ମୁଁ ଜିବନ୍ ପାରା ରଇସି, ଆରି ତାର୍ ଆସିର୍ବାଦ୍ ବର୍ସା ଚାଡ୍ଲା ବେଲର୍ ବାଦଲ୍ ପାରା । 16 ସୁନାର୍ ବାଦୁଲେ ଗିଆନ୍ ଲାବ୍ କର୍ବାଟା ନିକ, ଆରି ରୁପା ବାଦୁଲେ ନିମାନ୍ ଗିଆନ୍ ପାଇବାଟା କେତେ ନିକ ! 17 କାରାପ୍ ଚାଡ୍ବାଟା ନିମାନ୍ ଲକ୍ମନର୍ ଅସାର୍ ବାଟ୍, ଜନ୍ ଲକ୍ ନିଜର୍ ବାଟ୍ ଜାଗି ଇଣ୍ଡ୍ସି, ସେ ନିଜର୍ ଜିବନ୍ ରକିଆ କର୍ସି । 18 ଆକାର୍ ବିନାସ ଅଇବା ମୁଆଁଟେ ରଇସି, ଆରି ବଡ୍ପନିଆ ଲକର୍ ମନ୍ ବିନାସ୍ ଅଇବା ମୁଆଁଟେ ରଇସି । 19 ଆକାର୍ ଲକମନର୍ ସଙ୍ଗ୍ ଚର୍ବା ଜିନିସ୍ ବାଟା କର୍ବା ବାଦୁଲେ ନ ରଇଲା ଲକର୍ ପାରା ଅଇ ଚୁପ୍ ରଇବାଟା ନିମାନ୍ । 20 ଜନ୍ ଲକ୍ ପର୍ମେସରର୍ ବାକିଅକେ ମନ୍ଦିଆନ୍ ଦେଇସି, ସେ ଆସିର୍ବାଦ୍ ପାଇସି, ଆରି ସବୁବେଲର୍ ମାପ୍ରୁର୍ ଲଗେ ଜେ ଆସା କର୍ସି, ସେ କରମର୍ ଲକ୍ । 21 ମନ୍ ବିତ୍ରେ ବୁଦି ରଇଲା ଲକ୍ ବୁଦିମାନ୍ ଅଇ ଉଡ୍ରା ଅଇସି, ତାର୍ ଟଣ୍ଡର୍ ସୁଆଦ୍ କାତା ଗିଆନ୍ ବଡାଇସି । 22 ନିମାନ୍ ବୁଦି ପାଇ ରଇବା ଲକର୍ ପାଇଁ ଜିବନର୍ ଚୁଆ ପାରା; ମାତର୍ ମୁର୍କ ଲକ୍ମନ୍ ତାକର୍ ମୁର୍କ ବୁଦିର୍ ଲାଗି ସେମନ୍ ଡଣ୍ଡ୍ ପାଇବାଇ । 23 ଗିଆନ୍ ରଇଲା ଲକ୍ର୍ ମନ୍ ନିଜର୍ ଟଣ୍ଡ୍କେ ସିକିଆ ଦେଇସି, ଆରି ତାର୍ ଟଣ୍ଡ୍ ଗିଆନି ପାରା କାତା କଇସି । 24 ମନ୍କେ ସାର୍ଦା ଲାଗ୍ଲା କାତା ମୁଁଉଁ ଚିକନ୍ ପାରା, ସେଟା ମନ୍କେ ସୁଆଦ୍ ଲାଗ୍ସି, ଗାଗଡ୍କେ ନିମାନ୍ । 25 ନର୍ଲକର୍ ଆଁକି ଲଗେ କେତେକ୍ ବାଟ୍ ନିମାନ୍ ଡିସ୍ସି, ମାତର୍ ତାର୍ ସାରାସାରି ବେଲେ ମରନର୍ ବାଟ୍ ରଇସି । 26 କାମ୍ କର୍ବା ଲକ୍ ବୁକର୍ ପାଇଁ କାମ୍ କର୍ସି, କାଇକେବଇଲେ ତାର୍ ଟଣ୍ଡ୍ ସେଟାର୍ ପାଇଁ ତାକେ ବାଦିଅ କର୍ସି । 27 ପାପ୍ କର୍ବା ଲକ୍ ଅନିଆଇ ଚିନ୍ତା କର୍ସି, ଆରି ତାର୍ ଟଣ୍ଡ୍ ଲାଗ୍ବା ଜଇ ପାରା ରଇସି । 28 ଚୁଗ୍ଲି ଲକ୍ କିରମାର କରାଇସି, ଆରି ନିନ୍ଦା କର୍ବା ଲକ୍ ସାଙ୍ଗମନ୍କେ ବେଗ୍ଲାଇସି । 29 ନର୍ମାରୁ ନିଜର୍ ଲକ୍ମନ୍କେ କାରାପ୍ ବାଟେ ବୁଲାଇସି, ଆରି ତାକେ କାରାପ୍ ବାଟେ କାଡାଇ ନେଇସି । 30 ଜନ୍ ଲକ୍ ନିଜର୍ ଆଁକି ଟେରି ଦେକ୍ସି, ସେ କୁଟ୍ କାତା ବିସଇରେ ଏତାଇବାକେ ସେମ୍ତି ଦେକ୍ସି; ଜେ ନିଜର୍ ଦାନ୍ତ୍ କାତ୍ରି ଅଇସି, ସେ କାରାପ୍ କାମ୍ ସିଦ୍ କର୍ସି । 31 ପାଚ୍ଲା ଚେଣ୍ଡି ସୁନ୍ଦର୍ ଡିସ୍ବା ମୁକୁଟ୍, ସେଟା ଦରମ୍ ବାଟେ ମିଲ୍ସି । 32 ଜେ ଦାପ୍ରେ ରିସା ନ ଅଏ, ସେ ଜୁଇଦ୍ କାରିଆ ଟାନେଅନି ବଡ୍; ଆରି, ଜେ ନିଜର୍ ଆତ୍ମା ଉପ୍ରେ ସାସନ୍ କର୍ସି, ସେ ଦେସ୍ ଜିତ୍ଲା ଲକର୍ ଟାନେ ଅନି ନିମାନ୍ । 33 କଟାର୍ ତେଇ କେଡ୍ପୁଟାଇବାଇ, ମାତର୍ ତେଇର୍ ବିଚାର୍ ସବୁବେଲର୍ ମାପ୍ରୁର୍ ଲଗେ ଅନି ଆଇସି ।
Publicidade
Publicidade