Publicidade

Provérbios 18

1 ଜେ ନିଜ୍‌କେ ଅଲ୍‌ଗା କର୍‌ସି, ସେ ନିଜର୍ ନିକ ଚେସ୍‌ଟା କର୍‌ସି ଆରି ସବୁ ରକାମର୍ ନିମାନ୍‌ ଗିଆନ୍ ବିରଦ୍‌ରେ ଜାଗ୍‌ଡା କର୍‌ସି । 2 ମୁର୍‌କ ଲକ୍ ବୁଦିର୍ କାତା ସୁନି ସାର୍‌ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍‌ଦା ପାଇସି । 3 ଦୁସ୍‌ଟ ଆଇଲେ ଲାଜ୍‌ ଆଇସି, ଆରି ଅପ୍‌ମାନ୍ ସଙ୍ଗ୍ ନିନ୍ଦା ଆଇସି । 4 ନର୍‌ଲକର୍ ଟଣ୍ଡେ ଅନି ବାରଇଲା କାତା ଡେଙ୍ଗ୍ ପାନି ରକାମ୍‌, ଆରି ଗିଆନ୍‌ ଚୁଆ ପାନି ଗାଲା ପାରା । 5 ଦୁସ୍‌ଟର୍ ଲକର୍ ତାଡେ ଅଇକରି ଆରି ବିଚାର୍ କର୍‌ବା ଲଗେ ଦରମ୍‌ ଲକ୍‌କେ ଅନିଆଇ କର୍‌ବାଟା ବଲ୍ ନାଇଁ । 6 ମୁର୍‌କର୍‌ ଟଣ୍ଡ୍ ଜାଟିଜଗ୍‌ଡା କରାଇସି, ଆରି ତାର୍ ମୁଉଁ ମାଡ୍‌ ‌କାଇବାକେ ଡାକ୍‌ସି । 7 ମୁର୍‌କର୍‌ ଟଣ୍ଡ୍ ତାର୍ ବିନାସ୍‌ ଅଇସି, ଆରି ତାର୍ ଟଣ୍ଡ୍ ନିଜର୍ ନିଜର୍ ଜିବନର୍ ପାନ୍ଦ୍ ରକାମ୍ । 8 କାନେ କାନେ କଇବା ଲକର୍ ବାକିଅ ଅମ୍‌ରୁତ୍‌ ରକାମ୍, ସେଟା ପେଟର୍ ଆତ୍‌ନିପଟାଇ ଜାଇସି । 9 ନିଜର୍ କାମ୍‌କେ ଜେ ଅଲସ୍ ଅଇସି, ସେ ବିନାସ୍ ଅଇବା ଲକର୍ ବାଇ । 10 ସବୁବେଲର୍ ମାପ୍‌ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍‌ ଲକ୍‌ ତେଇ ପାଲାଇ ଜାଇ ରକିଆ ପାଇବାଇ । 11 ସାଉକାର୍ ଲକର୍ ଦନ୍ ତାର୍ ଡାଟ୍‌ ନଅଁର୍, ଆରି ସେଟା ଡିସ୍‌ତେ ରଇବା ଉଚା ପାଚୁରି ପାରା । 12 ବିନାସର୍ ମୁଆଟେ ନର୍‌ଲକର୍ ମନେ ଗରବ୍‌ ଅଇସି, ଆରି ଦରମ୍‌ ଲକ୍‌କେ ସନ୍‌ମାନ୍‌ ଆଇସି । 13 ଜେ ସୁନ୍‌ବା ଆଗ୍‌ତୁ ଉତର୍ ଦେଇସି, ସେଟା ତାର୍‌ ଲଗେ ଅଗିଆନ୍‌ ଆରି ଲାଜର୍ କାତା । 14 ନର୍‌ଲକର୍ ଆତ୍‌ମା ତାର୍ କସ୍‌ଟ ସମାଲି ପାର୍‌ସି; ମାତର୍ ବାଙ୍ଗ୍‌ଲା ଆତ୍‌ମାକେ କେ ସମାଲି ପାରେ? 15 ବୁଦିମାନ୍‌ ଲକର୍ ମନ୍ ଗିଆନ୍ ଅର୍‌ଜନ୍ କର୍‌ସି; ଆରି, ଗିଆନିର୍ କାନ୍ ଗିଆନ୍ କଜ୍‌ସି । 16 ନର୍‌ଲକର୍ ଦାନ୍‌ ଦେବାଟା ତାର୍‌ପାଇଁ ବାଟ୍ ନିର୍‌ମଲ୍‌ କର୍‌ସି, ଆରି ବଡ୍‌ ଲକ୍‌ମନର୍ ଲଗେ ତାକେ ଆନ୍‌ବାଇ । 17 ଜନ୍‌ ଲକ୍ ପର୍‌ତୁମ୍ ନିଜର୍ କାରାପ୍ କାତା ଜାନାଇସି, ସେ ଦରମ୍ ଦେକାଇ ଅଇସି, ମାତର୍ ତାର୍ ସାଇପଡିସାର୍ ଲକ୍ ଆସି ତାକେ ପରିକା କର୍‌ବାଇ । 18 କେଡ୍‌ପୁଟାଇ ବିରଦ୍‌କେ ସାନ୍ତି କର୍‌ସି, ଆରି ବପୁ ଲକ୍‌ମନ୍‌କେ ଅଲ୍‌ଗା କର୍‌ସି । 19 ତମେ ସାଇପଡିସାର୍ ଲକ୍‌ମନ୍‌କେ ସାଇଜ କରା, ସେମନ୍ ତମ୍‌କେ ଗଟେକ୍ ନଅଁରର୍ ପାଚୁରି ପାରା ରକିଆ କର୍‌ବାଇ, ମାତର୍ ଜଦି ତମେ ସେମନର୍ ସଙ୍ଗେ ଲାଗାଜାଟି କଲେ ସେମନ୍ ତମର୍ ପାଇଁ କାପାଟର୍ ଗାଡା ପାକାଇ ଦେବାଇ । 20 ନର୍‌ଲକର୍ ପେଟ୍ ତାର୍ ଟଣ୍ଡର୍ ପଲ୍ ସଙ୍ଗ୍ ପେଟ୍ ପୁର୍‌ସି, ଆରି ସେ ନିଜର୍ ଟଣ୍ଡ୍‌ସଙ୍ଗ୍ ଅରଜ୍‌ଲାର୍ ଲାଗି ସାନ୍‌ତି ଅଇସି । 21 ମରନ୍ ଆରି ଜିବନ୍ ଜିବର୍ ତଲିଆ ଲଗେ ରଇବାଇ; ଜନ୍‌ ଲକ୍ ତାକେ ନିମାନ୍‌ ସଙ୍ଗ୍ ଜାନ୍‌ବାଇ, ସେମନ୍ ତାର୍ ପଲ୍ ପାଇବାଇ । 22 ଜନ୍ ଲକ୍ ମାଇଁଜି ପାଇସି, ସେ ନିମାନ୍ ଜିନିସ୍ ପାଇସି ଆରି ସବୁବେଲର୍ ମାପ୍‌ରୁର୍ ଲଗେ ଅନି ଆସିର୍‌ବାଦ୍‌ ପାଇସି । 23 କାକୁର୍‌ତି ଲକ୍ ବାବୁଜିଆ କରି ଉତର୍ ଦେଇସି; ମାତର୍ ସାଉକାଟର୍ ଲକ୍ ବଡ୍‌ପନର୍ ଉତର୍ ଦେଇସି । 24 ଜେ କି ବେସି ସାଙ୍ଗମନ୍‌କେ କଜ୍‌ସି, ସେ ନିଜର୍ ବିନାସ୍ ପାଇଁ କଜ୍‌ସି; ମାତର୍ ଗଟେ ଲାଡ୍‌ କର୍‌ବା ଲକ୍ ଆଚେ, ଜେ କି ବାଇର୍ ଲଗେ ଅନି ଅଦିକ୍ ନିଜର୍ ଲଗେ ରଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-