1 ନିମାନ୍ ନଇଁଲା କେଜିକେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି । ମାତର୍ ଗୁଣ୍ଡୁ ତାର୍ ନିକଟା । 2 ଆଁକାର୍ ଆଇଲେ ଲାଜ୍ ଲାଗ୍ସି; ମାତର୍ ଦରମ୍ ଲକର୍ ଲଗେ ଗିଆନ୍ ରଇସି । 3 ଦରମ୍ ଲକ୍ମନର୍ ବୁଦି ସେମନ୍କେ ବାଟ୍ ଦେକାଇସି, ମାତର୍ ବିସ୍ବାସେବିସ୍ ଦେଇ କୁଟ୍ କାତା କଉମନ୍କେ ବିନାସ୍ କର୍ସି । 4 ରିସାର୍ ଦିନେ ଦନ୍ କାଇ କାମ୍କେ ନ ଦେଏ, ମାତର୍ ଦରମ୍ ମରନ୍ ଲଗେଅନି ରକିଆ ପାଇସି । 5 ସାଦୁ ଲକର୍ ଦରମ୍ ତାକେ ବାଟ୍ ଦେକାଇସି, ମାତର୍ ଦୁସ୍ଟ ନିଜର୍ କାରାପ୍ କାମର୍ ଲାଗି କୁରୁପ୍ନାସ୍ ଅଇ ଜାଇସି । 6 ସାଦୁ ଲକର୍ ଦରମ୍ ସେମନ୍କେ ଉଦାର୍ କର୍ସି, ମାତର୍ ବିସ୍ବାସେ ବିସ୍ଦେଉମନ୍ ନିଜର୍ ନିଜର୍ କାରାପ୍ ଅବିଆସ୍ ତେଇ ଦାରା ପଡ୍ବାଇ । 7 ଦୁସ୍ଟ ଲକ୍ ମଲେ ତାର୍ ଆସା ନସ୍ଟ ଅଇ ଜାଇସି , ଆରି କାରାପ୍ ଲକ୍ମନର୍ ଆସା ବର୍ସା ବିନସ୍ଟ ଅଇ ଜାଇସି । 8 ଦରମ୍ ଲକ୍ ଦୁକ୍ କସ୍ଟ ଲଗେଅନି ଉଦାର୍ ପାଇସି, ମାତର୍ କରାପ୍ ଲକ୍ ଦୁକ୍ କସ୍ଟ ପାଇସି । 9 ଦରମ୍ ନଇଁଲା ଲକ୍ ନିଜର୍ ସାଇପଡିସାର୍ ଲକ୍ମନ୍କେ ନସ୍ଟ କର୍ସି, ମାତର୍ ଦରମ୍ ଲକ୍ ତାର୍ ନିଜର୍ ଗିଆନ୍ ସଙ୍ଗ୍ ଉଦାର୍ ପାଇସି । 10 ଦରମ୍ ଲକ୍ ଡାକ୍ପୁଟା ଅଇଲେ , ନଅଁରର୍ ଲକ୍ ସାର୍ଦା ଅଇବାଇ; ମାତର୍, କରାପ୍ ଲକ୍ ବିନାସ୍ ଅଇଲେ, ସାର୍ଦା ଅଇବାଇ । 11 ଦରମ୍ଲକର୍ ଆସିର୍ବାଦ୍ରେ ନଗର ଡାକ୍ପୁଟା ଅଇସି, ମାତର୍ ଦୁସ୍ଟ ଲକର୍ ଲାଗି ସେଟା ବିନାସ୍ ଅଇସି । 12 ଜେ କି ନିଜର୍ ସାଇ ପଡିସାର୍ ଲକ୍ମନ୍କେ ଗିନ୍ କର୍ସି, ସେ ବୁଦି ନଇଁଲାଟା; ମାତର୍ ବୁଦି ରଇଲା ଲକ୍ ଚୁପ୍ଚାପ୍ ଅଇ ରଇସି । 13 ଜେ ବକୁଆ ଅଇ ବୁଲ୍ସି, ସେ ନିଜର୍ ମନ୍ ବିତ୍ରର୍ କାତାକେ ଉଗାଲି ଦେଇସି, ଜେ ବିସ୍ବାସ୍ ସଙ୍ଗେ ରଇସି, ସେ ତାର୍ ମନ୍ ବିତ୍ରର୍ କାତାକେ ଲୁଚାଇସି । 14 ଟିକ୍ ବୁଜାମାନା ନ ରଇଲେ ଲକ୍ମନ୍ ବିନାସ୍ ଅଇବାଇ, ଆରି ବେସି ଲକ୍ ସିକିଆ ଦେଉମନ୍ ରଇଲେ ଲକ୍ମନ୍ ନିମାନ୍ ସଙ୍ଗେ ରଇବାଇ । 15 ଅଚିନା ଲକର୍ ପାଇଁ ଜେ ଜାମିଦାର୍ ଅଇସି, ସେ ସତ୍ସେ କସ୍ଟ ପାଇସି; ମାତର୍ ଜାମିଦାର୍ ଅଇବାକେ ଜେ ନିଚେ, ସେ ସାନ୍ତି ସଙ୍ଗ୍ ରଇସି । 16 ମାପ୍ରୁର୍ ଲଗେ ଆସିର୍ବାଦ୍ ପାଇଲା ମାଇଁଜି ସନ୍ମାନ୍ ପାଇସି, ମାତର୍ ଲବ୍ରା ଲକ୍ମନ୍ ଦନ୍ସପତିକେ ଜାଗ୍ରତ୍ କରି ସଙ୍ଗଇବାଇ । 17 ଦୟା କର୍ବା ଲକ୍ ନିଜର୍ ଜିବନ୍କେ ନିମାନ୍ କର୍ସି; ମାତର୍ ଜେ ମୁର୍କ ଲକ୍, ସେ ନିଜର୍ ଗାଗଡ୍କେ କସ୍ଟ ଦେଇସି । 18 ଦୁସ୍ଟ ଲକ୍ ମିଚ୍ କାତାକେ କଇ ବୁଲ୍ସି, ମାତର୍ ଜେ ଦରମର୍ କାତା କଇ ବୁଲ୍ସି, ତାକେ ସତ୍ରେ ଇନାମ୍ ପାଇସି । 19 ଜନ୍ ଲକ୍ ଦରମ୍ରେ ସତ୍ ଅଇକରି ରଇସି, ସେ ଜିବନ୍ ପାଇସି; ମାତର୍ କାରାପ୍ କାମ୍ କର୍ବାକେ ଜେ ଜାଇସି, ସେ ନିଜ୍କେ ମରନ୍ ଆନ୍ସି । 20 କୁଟିଆଲ୍ କାତା କଇବା ଲକ୍ମନ୍କେ ସବୁବେଲର୍ ମାପ୍ରୁ ଗିନ୍ କର୍ସି, ମାତର୍ ଦରମ୍ ଲକ୍ମନ୍କେ ସେ ସାର୍ଦା ଅଇସି । 21 କାରାପ୍ ଲମ୍ମନ୍ ଆତ୍ ଦାରା ଦାରି ଅଇଲେ ମିସା ଡଣ୍ଡ୍ ପାଇବାଟା ପାଇବାଇ, ମାତର୍ ଦରମ୍ ଲକର୍ କୁଟୁମ୍ ରକିଆ ପାଇବାଇ । 22 ଗୁସ୍ରିର୍ ନାକେ ଜେନ୍ତିକି ସୁନାର୍ ନାତ ଜେନ୍ତାରି, ସେରକାମ୍ ନିକ ବିଚାର୍ ନ କର୍ବା ସୁନ୍ଦ୍ରି ମାଇଁଜି । 23 ଦରମ୍ ଲକ୍ ବାବ୍ଲା କାମ୍ ପୁରା ପୁରୁନ୍ ଅଇସି, ମାତର୍ କରାପ୍ କାମ୍ କର୍ବା ଲକ୍ମନର୍ ବାବ୍ନା ପୁରାପୁରୁନ୍ ନ ଅଏ । 24 କେ କେ ନିମାନ୍ କାମ୍ କର୍ବାକେ ବେସି କର୍ଚ କରି ବଡ୍ ଲକ୍ ଅଇବାଇ, ଆରି କେ କେ ବେସି କର୍ଚ ନ କରି ଲବ୍ରା ଅଇ ମିସା ତାକର୍ ଅବାବ୍ ଅଇସି । 25 ଜନ୍ ଲକ୍ ଦୁକି ସୁକି ଲକ୍ମନ୍କେ ଦାନ୍ ଦେଇସି, ସେ ଲକ୍ ଆସିର୍ବାଦ୍ ପାଇସି, ଆରି ଜେ ବିନ୍ ଲକ୍କେ ପାନି ଚିଚ୍ସି, ସେ ନିଜେ ପାନି ଚିଚି ଅଇସି । 26 କାଦିକଣ୍ଡାକେ ଜେ ଟୁଲିଆଇ କରି ଚାପି ସଙ୍ଗଇସି, ତାକେ ଲକ୍ମନ୍ ସାଇପ୍ ଦେବାଇ, ମାତର୍ ଜନ୍ ଲକ୍ ସେଟା ବିକ୍ବାଇ, ତାର୍ ଉପ୍ରେ ଆସିର୍ବାଦ୍ ଆଇସି । 27 ଜନ୍ ଲକ୍ ଜତନ୍ ସଙ୍ଗେ ବିନ୍ ଲକ୍କେ ଉପ୍କାର୍ କର୍ବାକେ ଇଚା କର୍ସି, ସେ ଆସିର୍ବାଦ୍ ପାଇସି , ଆରି ଜନ୍ ଲକ୍ ବିନ୍ ଲକର୍ ପାଇଁ କାରାପ୍ ଚିନ୍ତା କର୍ବାକେ ଚେସ୍ଟା କର୍ସି, ତାର୍ ବାବ୍ନା ତାକେସେ ଗଟ୍ସି । 28 ଜେ ନିଜର୍ ଦନ୍ସପତିକେ ଆସା କରି ରଇସି, ସେ କୁରୁପ୍ ନାସ୍ ଅଇ ଜାଇସି; ମାତର୍ ଦରମ୍ ଲକ୍ କଅଁଲା ପତର୍ ପାରା ଦପ୍ଦପା ଅଇ ରଇସି। 29 ଜେ ନିଜର୍ ଗରର୍ ଲକ୍କେ ଦୁକ୍ ଦେଇସି, ସେ ପବନ୍ ପାରା ଅଇ ବୁଲ୍ସି; ଆରି, ବୁଦିଗିଆନ୍ ନ ରଇଲା ଲକ୍ ଗିଆନି ଲକର୍ ଦାଙ୍ଗ୍ଡା ଅଇସି । 30 ଦରମ୍ ଲକର୍ କାମ୍ ଜିବନ୍ ଦେବା ଗଚ୍ ପାରା, ଆରି ଜେ ଗିଆନି, ସେ ଅଲ୍ଗା ଲକ୍ମନର୍ ଆତ୍ମାକେ ପାଇସି । 31 ଦେକା,ପୁର୍ତିବି ତେଇ ଦରମ୍ ଲକ୍ସେ ଉଦାର୍ ପାଇଲାଇନି, ତେବେ ଦୁସ୍ଟ ଲକ୍ ଆରି ପାପ୍ କଲା ଲକ୍ମନ୍ କାଇ ଉଦାର୍ ନ ପାଅତ୍ କି?
Publicidade
Publicidade