Publicidade

Provérbios 10

ସଲ୍‌ମନର୍ ନିମାନ୍ ସିକିଆ

1 ସଲ୍‌ମନର୍ ସିକିଆ । ଗିଆନି ପିଲା ବାବାର୍ ନାଉଁ ରକ୍‌ସି; ମାତର୍ ବୁଦି ନଇଲା ପିଲା ଗର୍‌କେ ଦୁକ୍ ଆନ୍‌ସି । 2 କାରାପ୍ କାମ୍ କରି ଅରଜ୍‌ଲା ଦନ୍ କାଇ କାମ୍‌କେ ନ ଦେଏ; ମାତର୍ ଦରମ୍ ମରନ୍ ଲଗେଅନି ଉଦାର୍ କର୍‌ସି । 3 ସବୁବେଲର୍ ମାପ୍‌ରୁ ଦରମ୍ ଲକ୍‌କେ କେବେ ମିସା ବୁକେ ନ ସୁଆଏ; ମାତର୍ ଦୁସ୍‌ଟ ଲକ୍ କାଇ କାମ୍ କଲେ ମିସା ବଡ୍ ଅଇ ନାପାରେ । 4 ଜନ୍‌ ଲକ୍ ଅଲ୍‌ସୁଆ ଅଇ କାମ୍ କର୍‌ସି, ସେ କାକୁର୍‌ତି ଅଇସି; ମାତର୍ ଜନ୍‌ ଲକ୍ କସ୍‌ଟ କରି କାମାଇସି ସେ ସାଉକାର୍ ଅଇସି । 5 ଜେଟ୍‌ ଦିନେ ଜେ ଦନ୍ ଅରଜି ସଙ୍ଗଇସି, ସେ ବୁଦିମାନ୍ ଲକ୍‌; ମାତର୍ ତାସ୍‌ବାସ୍ କାଟାକାଟି କର୍‌ବା ବେଲେ ଜେ ବାଡୁ ଅଇ ସଇ ରଇସି, ସେ ଲକ୍ କାକୁର୍‌ତି ଅଇସି । 6 ଦରମ୍‌ ଲକ୍‌କେ ଆସିର୍‌ବାଦ୍ ଆଇସି; ମାତର୍ ଦୁସ୍‌ଟ ଲକର୍ ଟଣ୍ଡ୍‌ କାରାପ୍‌ କାତା ଡାବ୍‌ସି । 7 ଦରମ୍‌ ଲକ୍‌କେ ଏତାଇବାଟା କେଡେକ୍ ନିମାନ୍‌, ମାତର୍ ଦୁସ୍‌ଟର୍ ନାଉଁ ଲୁଚି ଜାଇସି । 8 ଜାର୍ ମନ୍ ବିତ୍‌ରେ ଗିଆନି ଆଚେ, ସେ କାତା ମାନ୍‌ସି; ମାତର୍ ବୁଦି ନ ରଇଲା ଲକ୍ କୁରୁପ୍‌ନାସ୍ ଅଇବାଇ । 9 ଦରମ୍‌ ଲକ୍ ନ ଡର୍‌ତେ ଇଣ୍ଡ୍‌ସି, ମାତର୍ ଉପ୍‌ରି କାତା କଇବା ଲକ୍‌ ଦାରା ପଡ୍‌ସି । 10 ଜେ ସତ୍ କାତାକେ ଲୁଚାଇବାକେ ଆଁକି ମାର୍‌ସି, ସେ ଦୁକ୍ ପାଇସି, ଆରି, ବୁଦି ନ ରଇଲା ବକୁଆ ବିନସ୍‌ଟ ଅଇସି । 11 ଦରମ୍‌ ଲକର୍ ଟଣ୍ଡ୍‌ ଅଇଲାନି ଜିବନର୍ ଜର୍‌ନା ପାନି ପାରା, ମାତର୍ ଦୁସ୍‌ଟଲକ୍ କାରାପ୍‌ କାତା ଡାବ୍‌ସି। 12 ଇଁଙ୍ଗ୍‌ସା ଲାଗାଜାଟି କରାଇସି, ମାତର୍ ଆଲାଦ୍ ସବୁ ଅଦରମ୍‌କେ ଡାବାଇ ଦେଇସି । 13 ନିମାନ୍ ଆଲ୍‌ଚନା କର୍‌ବା ଲକର୍ ଟଣ୍ଡେ ଗିଆନ୍ ରଇସି, ମାତର୍ ବୁଦି ନଇଲା ଲକର୍‌ ପିଟିର୍‌ ପାଇଁ ଡାଙ୍ଗ୍ । 14 ଗିଆନି ଲକ୍‌ମନ୍ ବିଦିଆ ସିକ୍‌ବାଇ, ମାତର୍ ବୁଦି ନ ରଇଲା ଲକର୍ ଟଣ୍ଡ୍ କେଟ୍‌ଲେ ବିନାସ୍ ଅଇଲା ପାରା । 15 ସାଉକାର୍ ଲକର୍ ଦନ୍ ତାର୍ ନଅଁର୍‌କେ ଡାଣ୍ଟ୍ କର୍‌ସି, କାକୁର୍‌ତି ଲକ୍‌ମନ୍‌କେ କାକୁର୍‌ତି ସେମନ୍‌କେ ବିନାସ୍ କର୍‌ସି । 16 ଦରମ୍‌ ଲକର୍ କାମ୍ ଜିବନ୍‌ ରଇଲା ପାରା, ମାତର୍‌ ଅଦରମ୍‌ ଲକର୍ କାମାଇଲାଟା ପାପ୍ । 17 ନିମାନ୍ ସିକିଆ ଜେ ମାନ୍‌ସି, ସେ ତାର୍ ଜିବନର୍‌ ନିମାନ୍ ବାଟେ ଇଣ୍ଡ୍‌ସି; ମାତର୍ ଜେ ସିକିଆକେ ଦଦାପେଲା କର୍‌ସି, ସେ କାରାପ୍ ବାଟେ ଜାଇସି । 18 ଜେ ଇଁସା କର୍‌ବାଟାକେ ଲୁଚାଇସି, ତାର୍ ଟଣ୍ଡେ ଅନି ମିଚ୍‌ କାତା ବାରଇଲାନି; ଆରି, ଜେ ନିନ୍ଦା କାତା କଇସି, ସେ ମୁର୍‌କ ଲକ୍ । 19 ବେସି କାତା କଇବା ଲକର୍ ତେଇ ଅଦରମ୍‌ ପୁରାପୁରୁନ୍ ଅଇ ରଇସି, ମାତର୍‌ ଜେ ନିଜର୍ ନିଜର୍ ଟଣ୍ଡ୍‌କେ ଲାଗାମ୍ ଲାଗାଇବାଇ, ସେ ବୁଦିଆ ଲକ୍‌ । 20 ଦରମ୍‌ଲକର୍ ଜିବ୍ ନିମାନ୍ ରୁପା ପାରା, ମାତର୍ ଦୁସ୍‌ଟ ଲକର୍ ମନ୍ ମୁଲିଅ ନାଇଁ । 21 ଦରମ୍‌ ଲକର୍ ଟଣ୍ଡ୍ ବେସି ଲକ୍‌କେ ଲାଲନ୍‌ପାଲନ୍ କର୍‌ସି, ମାତର୍ ବୁଦି ନ ରଇଲା ବକୁଆ ଲକର୍ ଲାଗି ଲକ୍‌ମନ୍ ମର୍‌ବାଇ । 22 ସବୁବେଲର୍ ମାପ୍‌ରୁର୍ ଆସିର୍‌ବାଦର୍ ଲାଗି ଲକ୍ ସାଉକାର୍ କର୍‌ସି, ମାତର୍ ତାର୍ ସଙ୍ଗେ ଦୁକ୍ କସ୍‌ଟ ନ ଦେଏ। 23 ଗିଆନ୍ ନଇଲା ଲକ୍ କାରାପ୍ କାମ୍‌ କରି ସାର୍‌ଦା ଅଇସି, ମାତର୍ ଗିଆନି ଲକ୍ ଗିଆନ୍ ପାଇ କରି ସାର୍‌ଦା କର୍‌ସି । 24 ଦୁସ୍‌ଟ ଲକ୍ ଜାଇଟା ବାବ୍‌ସି, ସେଟା ସେ ତାକେ ଗଟ୍‌ସି, ମାତର୍ ଦରମ୍‌ ଲକର୍ ମନ୍‌ ଜାଇଟା ବାବ୍‌ସି ସେ ସେଟା ପାଇସି । 25 ସୁରାଗାଲି ଆଇଲେ ଦୁସ୍‌ଟ ଲକ୍ ସେ ଲଗେ ନ ରଏ, ମାତର୍ ଦରମ୍‌ଲକ୍ ସବୁବେଲର୍‌ ପାଇଁ କୁନାଦି ପାରା ଟିଆ ଅଇସି । 26 ଜେନ୍ତାର୍‌ ଦାନ୍ତ୍‌କେ ଆମଟ୍ ପାନି ଲାଗ୍‌ଲେ ଆରି ଆକିକେ ଦୁଆଁ ଅଇଲେ, ସେ ରକାମ୍ ପାଟାଇଲା ଲକ୍‌ମନର୍ ଲଗେ ଅଲ୍‌ସୁଆ ସମାଲି ନାପାରେ। 27 ସବୁବେଲର୍ ମାପ୍‌ରୁର୍ ବିସଇକେ ଡର୍‌ଲେ ଦିନ୍ ବଡାଇସି, ମାତର୍ ଦୁସ୍‌ଟ ଲକର୍ ବରସ୍ ଉନା କର୍‌ସି । 28 ଦରମ୍‌ ଲକର୍ ଆସା ସାଇସାର୍‌ଦା ଅଇସି, ମାତର୍ ଦୁସ୍‌ଟ ଲକର୍ ଆସା ବାଙ୍ଗି ଜାଇସି । 29 ସବୁବେଲର୍ ମାପ୍‌ରୁର୍ ବାଟ୍ ଦରମ୍‌ ଲକ୍‌ମନର୍‌ ପାଇଁ ଡାଣ୍ଟ୍ ନଅଁର୍‌; ମାତର୍ କାରାପ୍‌ କାମ୍ କର୍‌ବା ଲକ୍‌ମନର୍ ଲଗେ ସେଟା ବିନାସ୍‌ ଅଇବାଟା । 30 ଦରମ୍‌ ଲକ୍‌କେ କେବେ ମିସା ଦେସେ ଅନି ନ କେଦତ୍‌; ମାତର୍ ଦୁସ୍‌ଟ ଲକ୍‌ମନ୍ ଦେସେ ବାସା ଅଇ ନାପାରତ୍‌ । 31 ଦରମ୍‌ ଲକର୍ ଟଣ୍ଡେ ଅନି ଗିଆନ୍ କାତା ବାରଇସି, ମାତର୍ କୁଟ୍ କାତା କଉମନର୍ ଜିବ୍ ବିନାସ୍ ଅଇସି । 32 ଦରମ୍‌ ଲକର୍ ଟଣ୍ଡ୍ ନିମାନ୍ କାତା କଇସି, ମାତର୍ ଦୁସ୍‌ଟ ଲକର୍ ଟଣ୍ଡ୍ କୁଟ୍‌ କାତା କଇସି ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-