1 ଏ ମର୍ ପିଲା, ଜଦି ତୁଇ ସାଇପଡିସାର୍ ଲକ୍ମନର୍ ସଙ୍ଗେ ଲାଗାଜଡା କର୍ତେ ରଇସୁ, ଜଦି ବିନ୍ ଲକର୍ ପାଇଁ ଦାଇ ଅଇ ରଇସୁ, 2 ତେବେ ତୁଇ ନିଜର୍ କାତା ବାର୍ତା ଅଇବା ତେଇ ପାନ୍ଦେ ଦାରା ପଡି ଆଚୁସ୍ ଆରି ତର୍ କଇବା କାତା ଟାନେ ଅନି ଜାନା ପଡ୍ଲାନି । 3 ଏ ମର୍ପିଲା, ତୁଇ ଏ କାମ୍ କର୍, ନିଜ୍କେ ରକିଆ କର୍; କାଇକେବଇଲେ ତୁଇ ତର୍ ସାଙ୍ଗର୍ ଆତେ ଦାରା ପଡି ଆଚୁସ୍; ଜା, ନିଜେ ଦରମ୍ ଅଇ କରି ଉଦାର୍ ପାଇବାକେ ନିଜର୍ ସାଇର୍ ଲକ୍କେ ତର୍କେ ତର୍ ବାବୁଜିଆ କର୍ । 4 ତୁଇ ତର୍ ଆଁକି କେ ନିଦ୍ କର୍ବାକେ ଦେସ୍ ନାଇଁ, କି ତର୍ ଆଁକି ମାଟାକେ ଗୁନ୍ବାକେ ଦେସ୍ନାଇଁ । 5 ନିଜ୍କେ କଟ୍ରା ପାରା ବାନୁଆର୍ ଆତେଅନି, ଚଡଇ ପାରା ଜାଲିଆର୍ ଆତେଅନି ରକିଆ କର୍ । 6 ଏ ଅଲ୍ସୁଆ, ତୁଇ ଚାଟିମନର୍ ଲଗେ ଜା, ତାର୍ କାମ୍କେ ବାବିଦେକ୍ ଆରି ଗିଆନି ଅ । 7 ତାର୍ ବିଚାର୍ କର୍ତା କି ମୁକିଆ କି ରାଜା ନ ରଇଲେ ମିସା କେ ନ ସିକାଇଲେ ମିସା ସେ ନିଜେସେ ଜାନିକରି ଜେଟ୍ବେଲେ ନିଜର୍ ପାଇଁ କାଦି ଟୁଲିଆଇସି, 8 ଆରି, ପସଲ୍ ସମଇରେ କାଦି ଟୁଲିଆଇସି । 9 ଏ ଅଲ୍ସୁଆ, ତୁଇ କେତେ ଦିନ୍ ସଇ ରଇସୁ ? ତୁଇ କେଡେ ବେଲେ ନିଦ୍ରା ବାଙ୍ଗି ଉଟ୍ସୁ ? 10 ଆରି ଚନେକ୍ ସଇଲେ, ଆରି ଚନେକ୍ ଗୁନ୍ଲେ, ଆରି ଚନେକ୍ ସଇବାକେ ଆତ୍ଗଡ୍ ବାଙ୍ଗ୍ ମଡ୍ ଅଇଲେ, 11 ତମର୍ କାକୁର୍ତି ଚର୍ ପାରା ଅଇକରି ଆଇସି, ଆରି, ତର୍ କାକୁର୍ତିଆକେ ଆଡ୍ବା ଅଦ୍ନା ପାରା ତିଆର୍ ଅଇଲା ଲକ୍ ପାରା ଅଇ ଆଇସି । 12 କାରାପ୍ କାମ୍ କର୍ବା ଲକ୍; ଅନିଆଇ କର୍ବା ଲକ୍; ମୁଉଁକେ ବୁଲାଇକରି ଇଣ୍ଡ୍ସି; 13 ସେ ଆଁକି ମାର୍ସି, ସେ ଗଡ୍ ରମନ୍ଦ୍ସି, ସେ ଆଙ୍ଗ୍ଟି ଦେକାଇସି। 14 ତାର୍ ମନ୍ବିତ୍ରେ କୁଟ୍ ରଇସି, ସେ ସବୁବେଲେ ଲକ୍ମନ୍କେ ଅନିଆୟ୍ କର୍ବାକେ ଚିନ୍ତା କର୍ସି; ସେ କିରମାର କରାଇସି । 15 ତେବେ ତାକେ ଅଟାତ୍ ବିପଦ୍ ଗଟ୍ସି, ଆରି, ସେ କାଇ ଦଣ୍ଡ୍ ଟାନେ ଅନି ମିସା ଉଦାର୍ ପାଇ ନାପାରେ। 16 ଚଅଟା ବିସଇକେ ସବୁବେଲର୍ ମାପ୍ରୁ ଗିନ୍ କର୍ସି; ସାତ୍ଟା କାତାକେ ମିସା ସେ ଗିନ୍ କର୍ସି । 17 ଆଁକ୍ରିଆ ଲକର୍ ଆଁକି, ମିଚ୍ କଇବା ଲକର୍ ଜିବ୍ ଆରି ବିନା ଦସ୍ କରି ରଇବା ଲକ୍କେ ମାର୍ବା ଲକର୍ ଆତ୍; 18 କାରାପ୍ ଚିନ୍ତା କର୍ବା ଲକର୍ ମନ୍, କାରାପ୍ କାମ୍ କର୍ବାକେ ପାଲାଇବା ଲକର୍ ଗଡ୍; 19 ମିଚ୍ ସାକି ଜେ କି ମିଚ୍ କଇସି ଆରି ଜେ ବାଇମନର୍ ବିତ୍ରେ କିରମାର କରାଇସି ।
20 ଏ ମର୍ ପିଲା, ତୁଇ ତର୍ ବାବା କଇଲା କାତାକେ ପାଲନ୍ କର୍, ଆରି, ତର୍ ଆୟାର୍ ସିକିଆକେ ପାସ୍ରି ଦେସ୍ନାଇଁ । 21 ସେଟା ସବୁବେଲେ ତର୍ ମନ୍ ବିତ୍ରେ ରଅ, ନିଜର୍ ଗାଲାଇ ପିନ୍ଦା । 22 ତୁଇ ଇଣ୍ଡ୍ଲା ବେଲେ ସେଟା ତକେ ବାଟ୍ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍ତା ଅଇସି । 23 କାଇକେବଇଲେ ସେ ଆଦେସ୍ ଅଇଲାନି ବତି ଆରି ସେ ସିକିଆ ଉଜଲ୍ ଆରି ସିକିଆ ପାଇବାଟା ଅଇଲାନି ଜିବନର୍ ଗଟେକ୍ ବାଟ୍; 24 ସେ ତକେ ଦୁସ୍ଟ ମାଇଁଜିର୍ ଲଗେଅନି ଆରି ବିନ୍ ମାଇଁଜିର୍ ଜିବର୍ ଚଣ୍ଡିକାତା କଇବା ଟାନେ ଅନି ରକିଆ କର୍ସି । 25 ତୁଇ ତାର୍ ସୁନ୍ଦର୍କେ ଦେକିକରି ଲାଲାଇ ଅ ନାଇଁ ; ତାର୍ ଚାଆନିରେ ତୁଇ ପସି ଜାଆନାଇଁ । 26 କାଇକେବଇଲେ ଦାରି କାମର୍ ପାଇଁ ଅରନ୍ ପାନି ଅବାବ୍ ଅଇସି, ଆରି ଦାରି ମାଇଁଜି ଲକ୍ମନର୍ ବେସି ମୁଲିଅର୍ ଜିବନ୍କେ ପସାଇବାକେ ଉପାଇ କର୍ସି । 27 କେ ଜଦି କେବେ ନିଜର୍ ବୁକେ ଜୟ୍ ସଙ୍ଗଇଲେ, ତେବେ କାଇ ତାର୍ ବସ୍ତର୍ ପଡି ନ ଜାଏ ? 28 ଆରି କେ କେବେ ଲାଗ୍ବା ଇଙ୍ଗ୍ରା ଉପ୍ରେ ଇଣ୍ଡ୍ସି, ତେବେ ତାର୍ ପାଦେ କାୟ୍ ପକା ନ ଅଏ କି ? 29 ବିନ୍ ମାଇଁଜି ମନର୍ ସଙ୍ଗେ ଜନ୍ ଲକ୍ ଜାଇ ସୁଆବସା କର୍ସି, ସେ ସେ ରକାମ୍; ଜେ ତାକେ ଚିଇସି, ସେ ଡଣ୍ଡ୍ ପାଇସି । 30 ଚର୍ ବୁକ୍ଲାଗ୍ଲାନି ବଲିକରି ଜିବନ୍ ବଞ୍ଚାଇବାକେ ଜଦି ଚର୍ସି, ତେବେ ଲକ୍ମନ୍ ତାକେ ଗିନ୍ ନ କରତ୍ । 31 ମାତର୍ ସେ ଦାରା ପଡ୍ଲେ, ତାକେ ସାତ୍ ଗୁନ୍ ବାଉଡାଇ ଦେବାକେ ପଡ୍ସି; ନଇଲେ ତାର୍ ଗରର୍ ସବୁଜାକ ତାକେ ଦେବାକେ ପଡ୍ସି । 32 ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି । 33 ସେ କସ୍ଟ ଆରି ଲାଜ୍ ପାଇସି; ଆରି, ତାର୍ ଦସ୍ କେବେ ମିସା ନ ଲୁଚେ । 34 କାଇକେବଇଲେ ମାଇଁଜିର୍ ପାଇଁ ଇସାତଲା ଅଇଲେ ବେସି ରିସା ଅଇସି; ସେ ରିସା ଅଇଗାଲା ବଇଲେ କେବେ ମିସା କେମା ନ କରେ । 35 ସେ କେତେକ୍ ବାବୁଜିଆ କଲେ ମିସା ରାଜି ନ ଅଏ; କି ତକେ ବେସି ଲାଚଁ ଦେବି ବଲି କଇଲେ ମିସା ସେ ନ ମାନେ।