1 ସେ ଦିନେ ସେମନ୍ ଲକ୍ମନର୍ ଲଗେ ମସାର୍ ବଇ ଲଗେଅନି ପଡ୍ଲାଇ; ଆରି, ସେ ତେଇ ଏନ୍ତାରି ଲେକା ଅଇରଇଲା ଜେ, ଅମ୍ନିଅ ଆରି ମଆବିଅ ଲକ୍; ବେସି ବରସ୍ ପର୍ମେସରର୍ ଲକର୍ ଦଲ୍ ବିତ୍ରେ ନ ପୁରତ୍, 2 କାଇକେବଇଲେ ସେମନ୍ କାଇବାକେ କାଦି ଆରି ପାନି ଦାରି ଇସ୍ରାଇଲର୍ ଲକ୍କେ ଜାଇ ମିସତ୍ ନାଇ, ମାତର୍ ସେମନ୍କେ ଅବିସାପ୍ ଦେବାକେ, ବିଲିଅମ୍କେ ଡାକି ନେଇକରି କୁଲି ଦେଲାଇ; ଅଇଲେମିସା ଆମର୍ ପର୍ମେସର୍ ସେ ଅବିସାପ୍କେ ବଦ୍ଲାଇ କରି ଆସିର୍ବାଦ୍ କଲା । 3 ସେଡ୍କିବେଲେ ସେମନ୍ ଏ ବେବସ୍ତା ସୁନି ଇସ୍ରାଇଲର୍ ଲକର୍ ବିତ୍ରେ ଅନି ମିସି ରଇଲା ଲକ୍ମନ୍କେ ବେଗ୍ଲାଇ ଦେଲା ।
4 ଏଟାର୍ ଆଗ୍ତୁ ଆମର୍ ପର୍ମେସରର୍ ଗରର୍ କାମ୍ କରୁ ମୁକିଆ ଇଲିଆସିବ୍ ଜାଜକ୍ ଟବିଅର୍ କୁଟୁମ୍ ଅଇବାର୍ ଲାଗି 5 ତାର୍ ପାଇ ଗଟେକ୍ ବଡ୍ ଗର୍ ତିଆର୍ କରି ରଇଲା, ଆରି ଲକ୍ମନ୍ ଲେବିଅମନର୍ ପାଇ ସେ ଜାଗାଇ ବକିଅ ନଇବେଦିଅ, ଦୁପ୍ ଆରି କଣ୍ଡିମନ୍ ଆରି ଆଦେସ୍ ଇସାବେ ଲେବିଅ ଆରି ଗିତ୍ ଗାଇବା ଲକ୍ ଆରି ଜାଗୁଆଲ୍ମନର୍ ପାଇ ଦସ୍ମାଉଁସ୍, ଅଙ୍ଗୁର୍ ରସ୍ ଆରି ଚିକନର୍ ଦସ୍ ମାଉସ୍; ଆରି, ଜାଜକ୍ମନର୍ ପାଇ ପର୍ତୁମ୍ ପସଲ୍ ସଙ୍ଗ୍ଇତେ ରଇଲାଇ । 6 ମାତର୍ ମୁଇ ସେ ବେଲାଇ ଜିରୁସାଲାମେ ନ ରଇଲି, କାଇକେବଇଲେ ବାବିଲର୍ ଅର୍ତକସ୍ତ ରାଜାର୍ ସାସନର୍ ତିରିସ୍ ଦୁଇ ବରସେ ମୁଇ ରାଜାର୍ ଲଗେ ଗାଲି ଆରି କେତେ ଦିନ୍ ଗାଲାପଚେ ରାଜାକେ ଜିବାକେ ଆଦେସ୍ ମାଙ୍ଗ୍ଲି । 7 ତାର୍ପଚେ ମୁଇ ଜିରୁସାଲମେ ଆସି ଇଲିଆସିବ୍ , ଟବିଅରର୍ ପାଇ ପର୍ମେସରର୍ ଗରର୍ ପାଲି ଗଟେକ୍ ବାକ୍ରା ତିଆର୍ କରି ଜନ୍ ଅନିଆଇ କରି ରଇଲାଇ, ସେଟା ମୁଇ ବୁଜ୍ଲି । 8 ତାର୍ପଚେ ମକେ ବେସି ଦୁକ୍ ଲାଗ୍ଲା; ଏଟାର୍ ପାଇଁ ମୁଇ ସେ ବାକ୍ରାଇ ଅନି ଟବିଅର୍ ସର୍ତେ ଜିନିସ୍ ବାର୍କରାଇ ଦେଲି । 9 ତାର୍ପଚେ ମୁଇ ଆଦେସ୍ କଲାକେ, ସେ ଲକ୍ମନ୍ ବାକ୍ରାମନ୍ ସୁଚି କଲାଇ; ତାର୍ପଚେ ମୁଇ ଆର୍ତରେକ୍ ପର୍ମେସରର୍ ଗରର୍ ଜିନିସ୍ ଆରି ବକିଅ ନଇବେଦିଅ ଆରି ଦୁପ୍ ଆନ୍ଲି । 10 ଆରି, ମୁଇ ଦେକ୍ଲି ଜେ, ଲେବିଅମନର୍ ବାଗ୍ ସେମନ୍କେ ଦିଆ ନ ଅଇ ରଇଲା; ସେଟାର୍ ପାଇ କାମ୍ କର୍ବା ଲେବିଅମନ୍ ଆରି ଗିତ୍ ଗାଇବା ସର୍ତେ ଲକ୍ମନ୍ ନିଜର୍ ନିଜର୍ ଜାଗାଇ ଉଟି ଜାଇ ରଇଲାଇ ।
11 ତାର୍ପଚେ ପର୍ମେସରର୍ ଗର୍ କାଇକେ ଦୁର୍ବଲ୍ କରି ଆଚତ୍? ଏ କାତା କଇ ମୁଇ ସିକିଆ ଦେଉମନର୍ ସଙ୍ଗ୍ ଜୁଗ୍ତି କଲି, ଆରି, ମୁଇ ସେମନ୍କେ ଗଟେକ୍ ଲଗେ ଟୁଲିଆଇ କରି ନିଜର୍ ନିଜର୍ କାମ୍ କର୍ବାକେ ବାଚ୍ଲି । 12 ତାର୍ପଚେ ଜିଉଦାର୍ ସର୍ତେ ଲକ୍ ପର୍ମେସରର୍ ଗୁଦାମ୍ ଗରେ ସେମନର୍ ତାସ୍ କଲାଟା ଆରି ଅଙ୍ଗୁର୍ ରସ୍ ଆରି ଚିକନର୍ ଦସ୍ମାଉଁସ୍ ଆନ୍ଲାଇ ।
13 ତାର୍ପଚେ ମୁଇ ସେମନର୍ ବିତ୍ରେଅନି ସେଲିମିଅ ଜାଜକ୍ ଆରି ସାଦକ୍କେ ଆରି ସିକିତ୍ ଲକ୍କେ ଆରି ଲେବିଅମନର୍ ବିତ୍ରେ ଅନି ପଦାଇଅକେ ଗୁଦାମ୍ ଗରର୍ ମୁକିଆ କଲି; ତାକର୍ ତଲେ ମତ୍ନିଅର୍ ନାତି ସକୁରର୍ ପିଲା ଆନନ୍ ରଇଲା; କାଇକେବଇଲେ ସେମନ୍ ବିସ୍ବାସ୍ରେ କାମ୍ କର୍ବା ଲକ୍ ବଲିକରି ଇସାବ୍ ଅଇ ରଇଲାଇ, ଏଟାର୍ ପାଇ ତାର୍ ବାଇମନ୍କେ ବାଟା କରିଦେବା କାମ୍ ସେମନର୍ ଅଇଲା। 14 ଏ ମର୍ ପର୍ମେସର୍, ଏ ବିସଇରେ ମକେ ଏତାଉ, ଆରି ମୁଇ ମର୍ ପର୍ମେସରର୍ ଗର୍ ଆରି ତେଇ ଚଲାଚଲ୍ତି ପାଇଁ ଜାଇ ଜାଇଟା କରି ଆଚି, ମୁଇଁ କଲା ସେ କାମ୍ ପାସର୍ ନାଇଁ ।
15 ସେବେଲେ ଜିଉଦା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ବିସ୍ରାମ୍ ଦିନେ ଅଙ୍ଗୁର୍ ରସ୍ ପିଲାଇବାଟା ଆରି ବିଡା ବାନ୍ଦି ଆନ୍ବାଟା ଆରି ଗଦ ଉପ୍ରେ ଲାଦି ଆନ୍ବାଟା, ଆରି ବିସ୍ରାମ୍ ଦିନେ ଅଙ୍ଗୁର୍ ରସ୍, ଅଙ୍ଗୁର୍ ପଲ୍ ଆରି ଡୁମ୍ରି ପଲ୍ ଆରି ସର୍ତେ ରକାମର୍ ଜିନିସ୍ ଜିରୁସାଲାମେ ବଇ ଆନ୍ବାଟା ମୁଇ ଦେକ୍ଲି; ଆରି, ଜନ୍ ଦିନେ ସେମନ୍ ଜିନିସ୍ ବିକାବିକ୍ରି କଲାଇ, ସେ ଦିନେ ସେମନର୍ ବିରୁଦେ ସେମନ୍କେ ଚେତାଇ ଦେଲି । 16 ଅଇଲେ ମିସା ନଅଁରେ ସରିଅ ଲକ୍ମନ୍ ବାସା କରି ରଇଲାଇ, ସେମନ୍ ମାଚ୍ ଆରି ସବୁ ରକାମର୍ ଜିନିସ୍ ଆନି ବିସ୍ରାମ୍ ଦିନେ ଜିଉଦାର୍ ଲକ୍ମନର୍ ଲଗେ ଆରି ଜିରୁସାଲାମ୍ ତେଇ ବିକ୍ତେ ରଇଲାଇ । 17 ତାର୍ପଚେ ମୁଇ ଜିଉଦାର୍ ମନ୍ଦିର୍ କାମ୍ କର୍ବା ନେତାମନର୍ ସଙ୍ଗ୍ ଜୁଗ୍ତି କରି ସେମନ୍କେ କଇଲି, ତମେ ବିସ୍ରାମ୍ ଦିନ୍କେ ଅସୁକଲ୍ କରି ଏଟା କାଇକେ କାରାପ୍ କାମ୍ କଲାସ୍ନି? 18 ତମର୍ ଆନିଦାଦିମନ୍ କାଇ ଏନ୍ତାରି କାମ୍ କରତ୍ ନାଇ କି? ଆରି, ସେଟାର୍ ପାଇଁ ଆମର୍ ପର୍ମେସର୍ କାଇ ଆମର୍ ଉପ୍ରେ ଆରି ଏ ନଅଁର୍ ଉପ୍ରେ ଏନ୍ତାରି ଅମଙ୍ଗଲ୍ ଗଟାଏ ନାଇ କି? ଅଇଲେ ମିସା ବିସ୍ରାମ୍ ଦିନ୍ ଅସୁକଲ୍ କରି ଇସ୍ରାଇଲର୍ ଉପ୍ରେ ଅଦିକ୍ ରିସା କଲାସ୍ନି । 19 ଏଟାର୍ ପାଇଁ ବିସ୍ରାମ୍ ଦିନର୍ ଆଗ୍ତୁ ଆନ୍ଦାର୍ ଅଇବାକେ ଗାଲା ବେଲେ ମୁଇ ଜିରୁସାଲାମର୍ ସର୍ତେ କାପାଟ୍ ଡାବ୍ବାକେ ଆଦେସ୍ ଦେଲି, ଆରି ବିସ୍ରାମ୍ ଦିନ୍ ନ ସାର୍ବା ଜାକ ଉଗାଡ୍ବାକେ ଆଦେସ୍ ଦେଇ ନାଇ; ଆରି, ବିସ୍ରାମ୍ ଦିନେ କାଇମିସା ଜିନିସ୍ ବଇ ନ ଆନ୍ବାକେ ମର୍ ଦାସ୍ ମନର୍ ବିତ୍ରେଅନି କେତେକ୍ ଲକ୍କେ ବାଟେ ଜାଗ୍ବାକେ ବାଚ୍ଲି । 20 ତାର୍ପଚେ ଆରି ସବୁ ରକାମର୍ ଜିନିସ୍ ଆରି ବିକାବିକ୍ରି କରୁମନ୍ ଦିନେକ୍ ଦୁଇଦିନ୍ ପାରା ଜିରୁସାଲାମର୍ ବାଇରେ ରାତି ସଇଲାଇ । 21 ତାର୍ପଚେ ମୁଇ ସେମନର୍ ବିରୁଦେ ସାକି ଦେଇ କରି ସେମନ୍କେ କଇଲି, ତମେ କାଇକେ ପାଚୁରି ପାଲି ରାତିସାରା ସଇ ରଇଲାସ୍? ତମେ ଜଦି ଆରିତରେକ୍ ଏନ୍ତାରି କଲେ ମୁଇ ତମ୍କେ ଦାର୍ବି । ସେ ଦିନେଅନି ସେମନ୍ ଆରି ବିସ୍ରାମ୍ ଦିନେ ପାର୍ତନା କର୍ବାକେ ଆସତ୍ ନାଇ । 22 ଏଟାର୍ ପାଇଁ ମୁଇ ଲେବିଅମନ୍କେ ବିସ୍ରାମ୍ ଦିନେ ସୁକଲ୍ କର୍ବାକେ ନିଜର୍ ନିଜର୍ ପାଇଁ ସୁଚି କର୍ବାକେ ଆରି ଆସି ବାଟ୍ ଜାଗ୍ବାକେ ଆଦେସ୍ ଦେଲି । ଏ ମର୍ ପର୍ମେସର୍, ମର୍ ପାଇ ମିସା ଏତାଅ ଆରି ତର୍ ଦୟା ସଙ୍ଗେ ମକେ ରକିଆ କର୍ ।
23 ସେବେଲେ ମିସା ଜନ୍ ଜିଉଦିମନ୍ ମଆବ୍ ଦେସର୍ ମାଇଜିମନ୍କେ ବିବା ଅଇ ରଇବା ଲକ୍ ଅସ୍ଦଦ୍,ଆରି ଅମନ୍, ସେମନ୍କେ ମୁଇ ଦେକ୍ଲି । 24 ଆରି, ସେମନ୍ର୍ ପିଲାମନ୍ ବିତ୍ରେଅନି ଅଦେକ୍ ଲକ୍ ଅସ୍ଦଦ୍ ବାସା କାତାବାର୍ତା ଅଇଲାଇ ଆରି ଜିଉଦା ବାସା କାତା ବାର୍ତା ଅଇ ନାପାର୍ ଲାଇ, ମାତର୍ ସର୍ତେ ଗସ୍ଟିର୍ ଲକ୍ ନିଜର୍ ବାସା ଇସାବେ କାତା ଅଇଲାଇ । 25 ତାର୍ପଚେ ମୁଇ ସେମନ୍କେ ଜୁଗ୍ତି କଲି ଆରି ସେମନ୍କେ ଅବିସାପ୍ ଦେଲି ଆରି ସେମନ୍କେ କେତେକ୍ ଲକ୍କେ ମାର୍ଲି ମିସା ଆରି ସେମନର୍ ମୁଣ୍ଡର୍ ଚେଣ୍ଡି ଦାରି ଜିକାଟାନା କରି ପାକାଲି, ଆରି ପର୍ମେସରର୍ ନାଉଁରେ ପର୍ମାନ୍ କରାଇ କଇଲି, ତମେ ସେମନର୍ ପିଲାମନ୍କେ ତମର୍ ଟକିମନ୍କେ ବିବା କରି ଦିଆସ୍ ନାଇ, କି ସେମନର୍ ପିଲାମନ୍କେ ମିସା ତାକର୍ଟାମନ୍ ଆନା ନାଇ । 26 ଇସ୍ରାଇଲର୍ ରାଜା ସଲମନ୍ କାଇ ଏନ୍ତାରି କାମ୍ କରି ପାପ୍ କରି ନ ରଇଲା କି? ଏତେକ୍ ଗସ୍ଟି ବିତ୍ରେ ତାର୍ ପାରା ରାଜା କେ ମିସା ନ ରଇଲାଇ, ସେ ପର୍ମେସରର୍ ଗଟେକ୍ ବେସି ଆଲାଦର୍ ଲକ୍ ଅଇରଇଲା, ଆରି ପର୍ମେସର୍ ତାକେ ଇସ୍ରାଇଲର୍ ରାଜା କରି ରଇଲା; ମାତର୍ ବିନ୍ ଦେସର୍ ମାଇଜିମନ୍ ତାକେ ପାପ୍ କରାଇଲାଇ । 27 ତମେ ବିନ୍ ଦେସର୍ ମାଇଜିମନ୍କେ ବିବା କର୍ବାର୍ ଲାଗି ଆମର୍ ମାପ୍ରୁର୍ ବିରୁଦେ ଅମାନିଆ ଅଇକରି ଏନ୍ତାରି ବଡ୍ପାପ୍ କର୍ବାକେ ଆମେ କାଇ ତମର୍ କାତା ସୁନ୍ତେ ରଇବୁ କି? 28 ସେବେଲେ ଇଲିଆସିବ୍ ବଡ୍ ଜାଜକର୍ ନାତି ଜିଅଆଦାର୍ ଗଟେକ୍ ପିଲା ଅରନିଅ ସନ୍ବଲ୍ଟରର୍ ଜୁଆଁଇ ଅଇରଇଲା, ସେଟାର୍ ପାଇଁ ମୁଇ ତାକେ ବାର୍କରାଇ ଦେଲି ।
29 ଏ ମର୍ ପର୍ମେସର୍ , ସେମନ୍କେ ଅଲପ୍ ଏତାଅ, କାଇକେବଇଲେ ସେମନ୍ ତାକର୍ ଜାଜକ୍ ପଦ୍କେ ଆରି ଲେବିଅମନର୍ ନିଅମ୍କେ କିର୍ତି ରକି ଆଚତ୍ । 30 ଏ ରକାମ୍ ମୁଇ ବିନ୍ ଦେସର୍ ସର୍ତେ ଲକ୍କେ ସୁକଲ୍ କଲି ଆରି ସର୍ତେ କାମ୍ ଇସାବେ ଜାଜକ୍ମନର୍ ଆରି ଲେବିଅମନର୍ କାମ୍ କର୍ବାକେ ଆରାମ୍ କଲି; 31 ଆରି, ଟିକ୍ ବେଲାଇ ଗଚ୍ ଆରି ପର୍ତୁମ୍ ପଲ୍ଲା ପଲ୍ର ଉପ୍ଆର୍ ସଙ୍ଗ୍ଇବାକେ ଲକ୍ ବାଚ୍ଲି । ଏ ମର୍ ପର୍ମେସର୍, ଇନାମ୍ ପାଇ ମକେ ଏତାଉ ।