Publicidade

Neemias 4

ସଜାଡ୍‌ବା ତେଇ ଲକ୍‌ମନ୍‌ର ବିରଦ

1 ମାତର୍ ଆମେ ପାଚୁରି ଟେକ୍‌ଲୁନି ବଲି ସୁନିକରି ସନ୍‌ବଲଟ୍‌କୁପିତ୍ ବେସି ରିସାଅଇ ଜିଉଦିମନ୍‌କେ ଇଜତ୍‌ ଜିକ୍‌ଲା। 2 ଆରି ସେ ନିଜର୍ ବାଇମନ୍‌କେ ଆରି ସମରିଅ ସନିଅଦଲର୍ ସଙ୍ଗ୍‌ମିସି ଏନତାର୍ ବଲିକରି କଇଲାଇ, ଏ ଅମାନିଆ ଜିଉଦିମନ୍ କାଇଟା କଲାଇନି ? ସେମନ୍‌କାଇ ଗଡ୍‌ବନ୍ଦି କରି ରଇବାଇ ? ସେମନ୍‌କାଇ ବଲିଦାନ୍ ଦେବାଇ? ସେମନ୍‌କାଇ ଗଟେକ୍ ଦିନେ ସାରାଇଦେବାଇ ? ସେମନ୍‌କାଇ କୁଡ୍‌କାଣା ଅନି ଦୁଦ୍ ବାର୍‌କରାଇ ପାକ୍‌ନା ବେଟିକରି ଜିବନ୍ କର୍‌ବାଇ?

3 ସେ ସମଏ ଅମନିଅ ଟବିଅ ତାର୍ ପାକେ ରଇଲା, ଆରି ସେ କଇଲା, ସେମନ୍ ଜାଇଟା ଜାଇଟା ତିଆର୍‌ କଲାଇନି, କଲିଆ ଚଗିଗାଲେ ସେମନର୍ ପାକ୍‌ନା ପାଚୁରି ବାଙ୍ଗାଇ ପାକାଇସି । 4 ଏ ଆମର୍ ପର୍‌ମେସର୍, ସୁନ୍, କାଇକେବଇଲେ ଚାଡି ଦେଇ ଆଚୁ; କାଇକେ ଆମ୍‌କେ ଲାଜ୍‌କରାବାକେ ଚାଡିଦେଇ ଆଚୁସ୍, ସେମନର୍ ଦୁକ୍ ସେମନର୍ ନିଜର୍ ମୁଣ୍ଡେ ପାକାଆ ଆରି ସେମନ୍‌କେ ବିଦେସେ ବନ୍ଦି କରି ଆରି ସେମ୍‌ନର ଜିନିସ୍ ଚର୍‌ବାକେ ସର୍‌ପି ଦେସ୍, 5 ଆରି ସେମନର୍ ପାପ୍ ଡାବା ନାଇ ଆରି ତମର୍ ଲଗେ ଅନି ସେମନର୍ ପାପ୍‌ ପାସର୍‌ ନାଇ; କାଇକେବଇଲେ ତିଆର୍ କରୁମନର୍ ମୁଆଟେ ସେମନ୍ ତମ୍‌କେ ରିସା କରି ଆଚତ୍ । 6 ଏ ପାରା ଆମେ ପାଚୁରି ତିଆର୍‌କଲୁ ଆରି ତେଇର୍ ଉଚାର୍ ଅଦା ପତେକ୍ ସର୍‌ତେ ପାଚୁରି ଗଟେତେଇ ମିସାଇ ଅଇଲା, ତେବେ କାମ୍ କର୍‌ବାକେ ଲକ୍‌ମନର୍ ମନ୍ ରଇଲା ।

7 ମାତର୍ ଜିରୁସାଲାମ୍ ପାଚୁରିର୍ ସଜାଡବା କାମ୍ କରି ଗାଲିନି, ଆରି ବାଙ୍ଗ୍‌ଲା ଜାଗା ସବୁ ବନ୍ଦ୍ ଅଇବକେ ଲାଗ୍‌ଲାନି, ଏଟା ସୁନି ସନ୍‌ବଲଟ୍‌ ଆରି ଟବିଅ, ଆରି ଆରବିଅମନ୍ ଆରି ଅମନିଅମନ୍ ଆରି ଅସ୍‌ଦଦିଅମନ୍ ବେସି ରିସା ଅଇଲାଇ । 8 ଆରି ସେ ସବୁଲକ୍ ଜିରୁସାଲାମେ ଜାଇ ସେ ବିରଦେ ଜୁଦ୍ କର୍‌ବାକେ ଆରି ସେ ଲଗେ କିରଜାଟି ଉବ୍‌ଜାଇ ବାକେ ପାଁଚଲାଇ । 9 ମାତର୍ ଆମେ ସେମନର୍ ପାଇ ଆମର୍ ପର୍‌ମେସରର୍ ଲଗେ ପାର୍‌ତନା କଲୁ ଆରି ରାତିଦିନ୍‌ଜାକ ସେମନର୍ ବିରୁଦେ ଜାଗି ରଇଲୁ ।

10 ସେଡ୍‌କିବେଲେ ଜିଉଦା କଇଲା,ତିଆର୍ କରୁମନର୍ ବପୁ ସାରିଗାଲା ଆଚେ, ଆରି କେତେକ୍ ବାଙ୍ଗ୍‌ଲା କୁଡ୍ ଆଚେ; ସେଟାର୍‌ପାଇଁ ଆମେ ପାଚୁରି ତିଆର୍ କରି ନାପାର୍‌ଲୁନି ।

11 ଆରି, ଆମର୍‌ ବିରଦିମନ୍ କଇଲାଇ, ଆମେ ସେମନର୍ ଲଗେ କେଟି କରି ସେମନ୍‌କେ ମାରୁ ଆରି ସେମନର୍ କାମ୍ ବନ୍ଦ୍ କର୍‌ବା ଜାକ ସେମନ୍ ନାଜାନତ୍ କି ନ ଦେକତ୍ । 12 ଆରି, ସେମନର୍‌ ଲଗର୍ ଜିଉଦିମନ୍ ସବୁ ଜାଗାଇଅନି ଆସି ଆମ୍‌କେ ଦସ୍‌ତର୍ କଇଲାଇ, ତମ୍‌କେ ଆମର୍ ବାଟେ ବାଉଡି ଆଇବାକେ ଅଇସି । 13 ତେବେ ମୁଇ ପାଚୁରି ପଚ୍‌ବାଟେ କେ ନଇଲା ମେଲା ଜାଗାଇ ଲକ୍‌ମନ୍‌କେ ସେମନର୍ କୁଟୁମ୍‌ ଇସାବେ ସେମନର୍ କାଣ୍ଡା ଆରି ବର୍‌ଚା ଆରି ଦୁନୁ ସଙ୍ଗ୍ ବାଚ୍‌ଲି ।

14 ତାର୍‌ପଚେ ମୁଇ ଦେକ୍‌ଲି ଆରି ଉଟି କୁଲିନ ଜାତିର୍ ଲକ୍‌କେ ଆରି ମୁକିଆମନ୍‌କେ ଆରି ଅଲ୍‌ଗା ଲକ୍‌ମନ୍‌କେ କଇଲି; ତମେ ସେମନର୍‌ ବିସଇରେ ଡରାନାଇ; ମାପ୍‌ରୁକେ ଏତାଆ, ସେ ଡାକ୍‌ପୁଟା ଆରି ଡରାନାଇ; ଆରି ତମେ ନିଜର୍ ନିଜର୍ ବାଇମନ୍, ଆରି ବଇନିମନ୍, ନିଜର୍ ନିଜର୍ ମାଇଁଜିମନ୍‌ ଆରି ଗରର୍ ପାଇ ଜୁଇଦ୍ କରା ।

ଆରିତରେ କାମ୍‌ ଆରାମ କଲାଇ

15 ତାର୍‌ପଚେ ଆମର୍ ସତ୍‌ରୁମନର୍ ଜଜ୍‌ନା ଆମ୍‌କେ ଜାନାଇ ଆଚତ୍ ଆରି ପର୍‌ମେସର୍ ସେଟା ସପଲ୍ କରେନାଇ, ଏଟା ସେମନ୍ ସୁନ୍‌ଲାକେ, ଆମେ ସବୁଲକ୍ ପାଚୁରିତେଇ ନିଜର୍ ନିଜର୍ କାମ୍‌କେ ବାଉଡି ଗାଲୁ ।

16 ଆରି ସେଦିନେ ଅନି ଆମର୍ ଦାସ୍‌ମନର୍ ଅଦାକାମ୍ କଲାଇ ଆରି ସେମନର୍ ଅଦେକ୍ ବର୍‌ଚା, ଆଡ୍‌ବା ଅଦ୍‌ନା, ଦୁନୁ, ଆରି ଜୁଇଦ୍ ବସତର୍ ଦାରି ରଇଲାଇ; ଆରି, ଅଦିକାରିମନ୍ ଜିଉଦାର୍ ସବୁ କୁଟୁମର୍ ପଚେ ରଇଲାଇ। 17 ଜନ୍‌ଲକ୍ ପାଚୁରି ତିଆର୍ କଲାଇ ଆରି ଜନ୍‌ଲକ୍ ବଜ୍ ବଇଲାଇ, ସେମନ୍ ଦିରେ ଦିରେ ବଜ୍ ଉଟାଇଲାଇ ଆରି ସବୁଲକ୍ ଗଟେ ଆତେ କାମ୍ କଲାଇ ଆରି ଗଟେ ଆତେ ଅସ୍‌ତର୍ ଦାର୍‌ଲାଇ; 18 ଆରି, କାମକରୁମନ୍‌ ସବୁଲକ୍ ନିଜର୍ ନିଜର୍ ଆଁଟାଇ କାଣ୍ଡା ବାନ୍ଦି ଗାତ୍‌ଲାଇ । ଆରି, ମଇରି ପୁକ୍‌ବାଲକ୍ ଆମର୍ ପାକେ ରଇଲା । 19 ତାର୍‌ପଚେ ଆମେ ନେତାମନ୍‌କେ ଆରି ଅଦିକାରି ମନ୍‌କେ ଆରି ଅଲ୍‌ଗା ଲକ୍‌ମନ୍‌କେ କଇଲୁ, କାମ୍ ବେସି ବଜ୍ ଆରି ବେସିକସ୍‌ଟ, ଆରି ଆମେ ପାଚୁରି ଉପ୍‌ରେ ଅଲ୍‌ଗା ଅଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ଲଗେ ଅନି ଦୁରିକେ ଆଚୁ; 20 ସେଟାର୍‌ପାଇଁ କନ୍‌ମିସା ଜାଗାଇ ମଇରିର୍ ସବଦ୍ ସୁନ୍‌ସା, ସେ ଜାଗାଇ ଅନି ଆମର୍ ପାକେ ଆଇସା; ଆମର୍ ପର୍‌ମେସର୍ ଆମର୍‌ ସପଟ୍‌ଅଇ ଜୁଦ୍‌କର୍‌ସି । 21 ଅନ୍ତାରି ଆମେ ସେ କାମେ କତାକ୍‌ଲୁ‌, ଆରି ବେଲ୍ ଉଦ୍‌ଲାବେଲେ ଅନି ତାରା ଡିସ୍‌ବା ପତେକ୍ ସେମନର୍ ଅଦାଲକ୍ ବର୍‌ଚା ଦାର୍‌ଲାଇ । 22 ସେଡ୍‌କିବେଲେ ଆମେ ଲକ୍‌ମନ୍‌କେ ଆରି କଇଲୁ, ସବୁଲକ୍ ରାତି ବେଲେ ନିଜର୍ ନିଜର୍ ଦାସ୍ ମନର୍‌ସଙ୍ଗ୍ ଜିରୁସାଲେମ୍ ବିତ୍‌ରେ ରଅତ୍, ତାର୍‌ପଚେ ସେମନ୍ ରାତିବେଲେ ଆମର୍ ଜାଗୁଆଲ୍ ଅଇ ପାର୍‌ବାଇ ଆରି ଦିନ୍‌ବେଲେ କାମ୍ କରିପାର୍‌ବାଇ । 23 ଏରକାମ୍ ଆମେ କି ଆମର୍ ବାଇମନ୍ କି ଆମର୍ ଦାସ୍‌ମନ୍ କି ଆମର୍ ପଚେ ରଇବା ଜାଗୁଆଲ୍‌ମନ୍ କେ ମିସା ନିଜର୍ ବସ୍‌ତର୍ ନ ବେଟ୍‌ଲୁ, ସବୁଲକ୍ ନିଜର୍ ନିଜର୍ ଅସ୍‌ତର୍ ସସ୍‌ତର୍‌ ସଙ୍ଗ୍ ପାନି ପାକେଗାଲୁ ।

Veja também

Publicidade
Neemias
Ver todos os capítulos de Neemias
Bíblia Online Bíblia Online

Bíblia Online • Versão: 2026-06-15_21-32-39-