Publicidade

Neemias 1

ଜିରୁସାଲାମେ ଅନି କବର୍‌

1 ଅକଲିଅର୍‌ ପିଲା ନିଇମିଆର୍ ବାକିଅ । କଡେ ମସିଆର୍ କିସ୍‌ଲେବ୍ ମାସେ ସୁସନ୍ ନାଉଁର୍ ରାଜ୍‌ଦାନି ତେଇ ମୁଇ ରଇଲି । 2 ତାର୍‌ପଚେ ଅନାନି ନାଉଁର୍ ମର୍ ବାଇମନର୍ ବିତ୍‌ରେ ଅନି ଗଟେକ୍ ଲକ୍ ଆରି ଜିଉଦା ତେଇଅନି କେତେକ୍ ଲକ୍ ଆଇଲାଇ; ସେମନ୍‌କେ ମୁଇ ଜନ୍ ଲକ୍‌ମନ୍ ବାବିଲ୍ ଦେସେ ରଇଲା ଜିଉଦିମନର୍ ଆରି ଜିରୁସାଲମ୍ ବିସଇରେ ପାଚାର୍‌ଲି । 3 ସେଡ୍‌କିବେଲେ ସେମନ୍ ମକେ କଇଲାଇ, ଜେଲ୍‌ଗରେ ବନ୍ଦି ରଇଲା ଲକ୍‌ମନ୍ ବେସି ଦୁକ୍ ସଙ୍ଗେ ଆଚତ୍; ଆରି ଜିରୁସାଲମର୍ ମନ୍ଦିର୍ ବାଙ୍ଗି ଗାଲାଆଚେ ଆରି ସର୍‌ତେ ଦୁଆର୍ ବନ୍ଦ୍ ଜଇ ଲାଗି ପଡି ଗାଲାଆଚେ ।

ନିଇମିଆର୍ ପାର୍‌ତନା

4 ତାର୍‌ପଚେ ମୁଇ ଏ କାତା ସୁନି, ବେସି କାନ୍ଦି ପାକାଇଲି ଆରି କେତେକ୍ ଦିନ୍ ଜାକ ବେସିମନ୍‌ଦୁକ୍ କରି ରଇଲି; ଆରି ତାର୍‌ପଚେ ସର୍‌ଗର୍ ପର୍‌ମେସରର୍ ଲଗେ ଉପାସ୍ ରଇ ପାର୍‌ତନା କରି କଇଲି, 5 ଏ ସବୁବେଲର୍ ମାପ୍‌ରୁ, ସର୍‌ଗର୍ ପର୍‌ମେସର୍ ମୁଇ ଗୁଆରି କଲିନି, ତୁଇ ବେସି ବଡ୍ ଆରି ସଗ୍‌ତି ରଇଲା ପର୍‌ମେସର୍, ଜନ୍‌ ଲକ୍‌ମନ୍ ତକେ ଆଲାଦ୍ କଲାଇନି ଆରି ତର୍ ଆଦେସ୍ ମାନ୍‌ଲାଇନି, ସେମନର୍ ଲଗେ ତୁଇ ନିଅମ୍ ଆରି ଦୟା ଦେକାଇତେ ରଇସୁ; 6 ମୁଇ ତର୍ ଲଗେ ଇସ୍‌ରାଇଲର୍ ଲକ୍ କଲା ପାପର୍‌ କେମା ମାଗ୍‌ଲିନି ଆରି ତର୍ ଏ ଦାସ୍ ଦିନ୍‌ରାତି ତର୍ ଗୁଆରି କରି ପାର୍‌ତନା କଲିନି, ତର୍ ଏ ଦାସର୍ ପାର୍‌ତନା ସୁନ୍‌ବାକେ ତର୍ କାନ୍ ଆରି ତର୍ ଆଁକି ଉଗାଡି ଅ; ମୁଇ ଆରି ମର୍ ବଁସର୍ ଆନିଦାଦିମନ୍ ମିସା ପାପ୍ କରିଆଚୁ । 7 ଆମେ ତର୍ ବିରୁଦେ ବେସି ପାପ୍ କାମ୍‌ମନ୍ କରିଆଚୁ ଆରି ତୁଇ ତର୍ ଦାସ୍ ମସାକେ ଜନ୍ ନିଅମ୍‌ ଆରି ବିଦି ଆରି ସାସନ୍ ଆଦେସ୍ କରି ରଇଲୁସ୍, ସେଟାମନ୍ ଆମେ ମାନୁ ନାଇ । 8 ତୁଇ ତର୍ ଦାସ୍ ମସାକେ ଆଦେସ୍ ଦେଇ କଇ ରଇଲୁସ୍, ତମେ ସତ୍‌ ସଙ୍ଗ୍ ନ ଇଣ୍ଡ୍‌ଲେ, ମୁଇ ତମ୍‌କେ ବିନ୍ ବିନ୍ କୁଟୁମ୍ ମନ୍‌କେ ପାଟାଇବି । 9 ମାତର୍ ତମେ ଜେଡେବଲ୍‌ ମର୍ ବାଟେ ମନ୍ ବାଉଡାଇସା ଆରି ମର୍ ନିଅମ୍ ଇସାବେ ଇଣ୍ଡି ସେ ଇସାବେ କାମ୍ କଲେ, ତେବେ ତମର୍ ତାକ୍‌ଲା ପୁଣ୍ଡ୍‌ଲା ଲକ୍‌ମନ୍ ଆକାସ୍ ତଲେ ଜନ୍ ଜାଗାଇ ରଇଲେ ମିସା ମୁଇ ସେମନ୍‌କେ ଟୁଲିଆଇବି ଆରି ମୁଇ ସେମନ୍‌କେ ଜନ୍ ଦେସ୍ ଦେବିବଲିକରି କଇଆଚି ସେ ଜାଗାଇ ନେବି; ଗୁଆରି କଲିନି, ତର୍ ସେ କଇରଇଲା କାତା ଏତାଅ । 10 ଏ ମନ୍ ତର୍ ଦାସ୍ ଆରି ତର୍ ଲକ୍‌ମନ୍, ତୁଇ ଏ ଲକ୍‌ମନ୍‌କେ ତର୍ ବଡ୍ ବପୁ ଆରି ସଗତ୍ ସଙ୍ଗ୍ ଉଦାର୍ କରିଆଚୁସ୍‌ । 11 ଏ ସବୁବେଲର୍ ମାପ୍‌ରୁ, ଗୁଆରି କଲିନି, ଜନ୍ ଲକ୍‌ମନ୍ ତର୍ ନାଉଁ ସୁନିକରି ଡରି ସାର୍‌ଦା ଅଇବାଇ, ଏବେ ତର୍ ଏ ଦାସର୍ ପାର୍‌ତନା ଆରି ଦାସ୍‌ମନର୍ ପାର୍‌ତନା କର୍‌ବା ତେଇ ଦିଆନ୍ ଦେସ୍; ଆରି ପାର୍‌ତନା କଲିନି, ଆଜି ତର୍ ଦାସର୍ କାମ୍ ସିଦ୍ କର୍, ଆରି ଏ ଲକ୍‌କେ ଦୟା କର୍ । ସେବେଲେ ମୁଇ ରାଜାର୍ କାଇବା କାଦି ଚାକ୍‌ବା ଲକ୍ ଅଇରଇଲି ।

Veja também

Publicidade
Neemias
Ver todos os capítulos de Neemias
Bíblia Online Bíblia Online

Bíblia Online • Versão: 2026-06-15_21-32-39-