1 ସେ ଦିନର୍ ଚବିସ୍ ଦିନେ ଇସ୍ରାଏଲର୍ ପିଲାମନ୍ ଉପାସ୍ ରଇକରି, ବାସ୍ତା ପିନ୍ଦି ଆରି ନିଜର୍ ନିଜର୍ ଉପ୍ରେ ଉପ୍ରେ ଦୁଲି ବିଚି ଅଇକରି ଗଟେକ୍ ଲଗେ ରୁଣ୍ଡ୍ଲାଇ। 2 ଆରି ଇସ୍ରାଏଲ୍ ବଁସର୍ ପର୍ଦେସିମନ୍ ସବୁର୍ ଟାନେଅନି ସେମନ୍କେ ଅଲ୍ଗା କଲା, ଆରି ଟିଆ ଅଇକରି ନିଜର୍ ନିଜର୍ ପାପ୍ ଆରି ନିଜର୍ ନିଜର୍ ଆନିଦାଦିମନ୍ କରି ରଇଲା ପାପ୍ କେମା ମାଗ୍ଲା। 3 ଆରି ସେମନ୍ କମ୍ସେ କମ୍ ତିନ୍ଗଁଟା ଟିଆ ଅଇଲାଇ, ଆରି ଲକ୍ମନ୍ ସବୁବେଲର୍ ମାପ୍ରୁ ସେମନର୍ ପର୍ମେସରର୍ ନିଅମ୍ ପୁସ୍ତକ୍ ପଡ୍ଲାଇ । ତାର୍ପଚେ ସେମନ୍ ସେ ତେଇ ଦିନର୍ ତିନ୍ଗଁଟା ଜାକ ସେମନର୍ ପାପ୍ କେମା ମାଗ୍ଲାଇ ଆରି ମୁଣ୍ଡ୍ ଆଉଜାଇ କରି ସବୁବେଲର୍ ମାପ୍ରୁ ପର୍ମେସରର୍ ଉପାସନା କଲାଇ।
4 ଆରି, ଜେସୁଅ, ବାନି, କଦ୍ମିଏଲ୍ , ସବନିଅ,ବୁନି, ସେରେବିଅ, ବାନି ଆରି କନାନି ଲେବିଅମନ୍ ଟେଜେ ଟିଆ ଅଇକରି ସବୁବେଲର୍ ମାପ୍ରୁ ତମର୍ ପର୍ମେସରର୍ ଲଗେ ଆକ୍ମାରିକରି କାନ୍ଦ୍ଲା।
5 ଜେସୁଅ,କଦ୍ମିଏଲ୍ ,ବାନି ଅସ୍ବନିଅ, ସେରେବିଅ, ଅଦିଅ, ସବନିଅ, ପତାନିଅ,ଏ ଲେବିଅମନ୍ କଇଲାଇ, ଉଟା, ପୁର୍ବେଅନି ସାରାସାରିଜାକ ତମର୍ ସବୁବେଲର୍ ମାପ୍ରୁର୍ ପର୍ମେସରର୍ ଦନିଅବାଦ୍ କରା; ଆରି ସବୁବେଲେ ଦନିଅବାଦ୍ ଆରି ତର୍ ମଇମା ଡାକ୍ପୁଟା ପାଅ ଆରି ସବୁର୍ ତେଇଅନି ବଡ୍ ଡାକ୍ପୁଟା ତର୍ ନାଉଁ ଅ। 6 ତମେ ଆକା ସବୁବେଲର୍ ମାପ୍ରୁ; ତମେ ସରଗ୍ , ଆରି ସରଗର୍ ସରଗ୍ ଆରି ତେଇରଇବା ସର୍ତେ ଦୁତ୍, ଆକାସ୍ ଆରି ଦର୍ତନିର୍ ସବୁ ଜିନିସ୍, ସମ୍ଦୁର୍ ଆରି ତେଇ ରଇବା ସବୁ ରକାମର୍ ଜିବ୍ଜନ୍ତୁ ତିଆର୍ କରି ଆଚୁସ୍ ଆରି ତୁଇ ସେ ସର୍ତେକେ ଜିବନ୍ ଦେଇ ଆଚୁସ୍ ଆରି ସର୍ଗେ ରଇବା ଦୁତ୍ମନ୍ ତକେ ଜୁଆର୍ କର୍ବାଇ। 7 ତୁଇ ଆକା ସବୁବେଲର୍ ମାପ୍ରୁ ପର୍ମେସର୍, ତୁଇ ଅବ୍ରାମ୍କେ ବାଚ୍ଲୁସ୍ ଆରି କଲ୍ଦିଅମନର୍ ଉର୍ ଦେସେ ଅନି ତାକେ ବାର୍କରାଇ ଆନି ଅବ୍ରାଆମ୍ ବଲିକରି ନାଉଁ ଦେଲୁସ୍; 8 ତୁଇ ନିଜର୍ ଇସାବ୍ରେ ତାର୍ ମନ୍ ବିତ୍ରର୍ ବିସ୍ବାସ୍କେ ଦେକ୍ଲୁସ୍, ଆରି କିଣାନିଅ, ଇତିଅ, ଇମରିଅ, ପରିସିଅ, ଜିବୁସିଅ ଆରି ଗିର୍ଗାସିଅ ଲକ୍ମନର୍ ଦେସ୍ ଦେବାକେ, କଇବାକେ ଗାଲେ ତାର୍ ବଁସ୍କେ ଦେବାକେ କାତା ଦେଇ ରଇଲୁସ୍, ଆରି ଏବେ ତର୍ କଇଲା ବାକିଅକେ ସପଲ୍ କରିଆଚୁସ୍; କାଇକେବଇଲେ ତୁଇ ଦରମ୍ରେ ଜିତ୍ବା ଲକ୍ । 9 ତୁଇ ମିସର୍ ଦେସେ ଆମର୍ ଆନିଦାଦିମନର୍ ଦୁକ୍ କସ୍ଟକେ ଦେକି ପାର୍ଲୁସ୍ ଆରି ସୁପ୍ ସାଗରର୍ ଲଗେ ସେମନର୍ କାନ୍ଦ୍ବାଟା ସୁନ୍ଲୁସ୍ । 10 ଆରି, ପାର ରାଜା ଆରି ତାର୍ ସର୍ତେ ଦାସ୍ମନ୍ ଆରି ତାର୍ ଦେସର୍ ସବୁଲକର୍ ପାଇଁ ବିନ୍ ବିନ୍ ରକାମ୍ ଆରି କାବା ଅଇଜିବା କାମ୍ ଜାନାଇଲୁସ୍; କାଇକେବଇଲେ ମିସର୍ ଦେସର୍ ଲକ୍ ସେମନର୍ ବିରୁଦେ ଗଉରବ୍ କର୍ବାଟା ତୁଇ ଜାନ୍ଲୁସ୍; ସେଟାର୍ପାଇଁ ତୁଇ ଆଜିକେ ଜାକ ତର୍ ନାଉଁକେ ସବୁଦିନର୍ ପାଇ ଉଡ୍ରା କରି ଆଚୁସ୍। 11 ଆରି, ତମେ ସେମନର୍ ମୁଆଟେ ସମ୍ଦୁର୍କେ ଦୁଇବାଗ୍ କଲୁସ୍, ତାର୍ପଚେ ସେମନ୍ ସୁକ୍ଲା ବୁଏଁ ଇଣ୍ଡ୍ଲା ପାରା ସମ୍ଦୁର୍ ତେଇ ଇଣ୍ଡି ଗାଲାଇ; ମାତର୍ ଡେଙ୍ଗ୍ ପାନିତେଇ ପାକ୍ନା ବୁଡ୍ଲା ପାରା ମିସରର୍ ଲକ୍କେ ବୁଡାଇ ଦେଲୁସ୍ । 12 ଆରି ଦିନ୍ବେଲା ବାଦଲ୍ ଡାବି ସିତ୍ଲି କରାଇଲୁସ୍ ଆରି ରାତିଆ ସେମନ୍ ଇଣ୍ଡ୍ବାବେଲ ଉଜଲ୍ ଅଇବାକେ ଜଇ ଉଜଲ୍ ପାଟାଇ ଇଣ୍ଡାଇଲୁସ୍ । 13 ଆରି ସିନଇ ଡଙ୍ଗ୍ରେ ସର୍ଗେ ଅନି ଉତ୍ରି ଆସି ସେମନର୍ ସଙ୍ଗ୍ କାତା ଅଇଲୁସ୍ ଆରି ସେମନ୍କେ ନିମାନ୍ ସାସନ୍ କର୍ବାଟା ଆରି ସତ୍ରେ ନିଅମ୍, ନିକ ଚଲାଚଲ୍ତି କର୍ବା ବିଦି ଆରି ଆଦେସ୍ ଦେଲୁସ୍; 14 ଆରି, ସେମନ୍କେ ତର୍ ସୁକଲ୍ ବିସ୍ରାମ୍ ଦିନ୍ ନାମ୍ବାକେ ଏତାଇ ଦେଲୁସ୍ ଆରି ତର୍ ଦାସ୍ ମସାର୍ ଆତେ ସେମନ୍କେ ଆଦେସ୍ ଆରି ନିଅମ୍ ଆରି ବିଦି ଦେଲୁସ୍; 15 ଆରି, ସେମନ୍ ବୁକେ ରଇଲାବେଲେ ସର୍ଗେଅନି କାଇବାକେ କାଦି ପାଟାଇଲୁସ୍ ଆରି ସେମନ୍କେ ସସ୍ ଲାଗ୍ଲାକେ ପାକ୍ନାଇ ଅନି ପାନି ବାର୍କରାଇ କୁଆଇଲୁସ୍, ଆରି ସେମନ୍କେ ଜନ୍ ଦେସ୍ ଦେବାକେ କାତା ଦେଇ ରଇଲୁସ୍, ସେ ଦେସେ ନେଇ ଅଦିକାର୍ କର୍ବାକେ ଆଦେସ୍ ଦେଲୁସ୍ । 16 ମାତର୍ ସେମନ୍ ଆରି ଆମର୍ ଆଗ୍ତୁର୍ ଆନିଦାଦିମନ୍ ନିଜ୍କେ ବଡ୍ପନ୍ ଅଇଲାଇ ଆରି ନିଜେ ନିଜ୍କେ ବପୁ ଦେକାଇଲାଇ ଆରି ତର୍ ଆଦେସ୍କେ ସୁନତ୍ ନାଇ । 17 ଆରି ସେଟା ନାମ୍ବାକେ ମନ୍ କରତ୍ ନାଇ, କି ତମେ ସେମନର୍ ମୁଆଟେ କାବା ଅଇଜିବା କାମ୍ କଲାଟା ଏତାଅତ୍ ନାଇ; ମାତର୍ ନିଜ୍କେ ବପୁ ଦେକାଇଲାଇ ଆରି ମିସର୍ ଦେସେ ଗତିଦାଙ୍ଗ୍ଡା ରଇଲା ତେଇ ଆର୍ତରେକ୍ ବାଉଡି ଜିବାକେ ତାକର୍ ତାକର୍ ବିତ୍ରେ ଆଉଲି ଅଇକରି ଗଟେକ୍ ଲକ୍କେ ମୁକିଆ କରି ବାଚ୍ଲାଇ; ଅଇଲେ ମିସା ତୁଇ ସେମନ୍କେ କେମା ଦେବାକେ ମନ୍ କଲୁସ୍, ତୁଇ ଦୟା କାରିଆ, ଆଲାଦ୍ କାରିଆ, ରିସା ନ ଅଉସ୍ ଆରି ସାନ୍ତି ସଙ୍ଗ୍ ରଇବା ପର୍ମେସର୍ ତୁଇ, ଏଟାର୍ପାଇ ସେମନ୍କେ ତର୍ ଲଗେଅନି ଚାଡୁସ୍ ନାଇ । 18 ଉଁ, ଜେଡେବଲ୍ ସେମନ୍ ଗଟେକ୍ ସୁନାର୍ ବାଚିର୍ ପୁତ୍ଲା ତିଆର୍ କଲାଇ ଆରି ଜନ୍ ଦେବ୍ତା ତକେ ମିସର୍ ଦେସେଅନି ବାର୍କରାଇ ଆନ୍ଲା, ସେ ଅଇଲାନି ଏଟା, ଏ କାତା କଇ ସେମନ୍ ବେସି ରିସା ଅଇଜିବା କାମ୍ମନ୍ କଲାଇ; 19 ସେବେଲେ ତୁଇ ସେମନ୍କେ ନିଜ୍କେ ଦୟା ଅଇକରି ମରୁବାଲି ଜାଗାଇ ଚାଡୁସ୍ ନାଇ; ସେମନ୍କେ ବାଟ୍ ଦେକାଇବାକେ ଦିବ୍ସେ ବାଦଲ୍ ଡାବିକରି ସିତ୍ଲି କରାଇଲୁସ୍ ଆରି ସେମନ୍ ରାତିଆ ଆନ୍ଦାର୍କେ ଇଣ୍ଡ୍ବାକେ ଜଇର୍ ଉଜଲ୍ ଦେକାଇଲୁସ୍ । 20 ଆରି, ସେମନ୍କେ ସିକାଇବାକେ ତର୍ ନିଜର୍ ମଙ୍ଗଲ୍ମଇ ଆତ୍ମା ଦେଲୁସ୍ ଆରି ସେମନ୍କେ ମାନା କାଦି କାଇବାକେ ମିସା ଉନା କରୁସ୍ ନାଇ ଆରି ସେମନର୍ ସସ୍ ଚାଡାଇବାକେ ପାକ୍ନାଇ ଅନି ପାନି ବାର୍କରାଇ କୁଆଲୁସ୍ । 21 ଚାଲିସ୍ ବରସ୍ ଜାକ ସେମନ୍କେ ତୁଇ ମରୁବାଲି ଜାଗାଇ ଦେକାରକା କଲୁସ୍, ସେମନ୍କେ କାଇଟା ମିସା ଉନା କରୁସ୍ ନାଇ; ସେମନର୍ ଲୁଗାପଚିଆ ପାଟେ ନାଇ କି ସେମନର୍ ଗଡ୍ ପୁଲେ ନାଇ କି ଅଲପ୍ମିସା ପାଦେ ଗାଅ ଅଏ ନାଇ । 22 ଆରି, ତୁଇ ସେମନ୍କେ ବିନ୍ବିନ୍ ରାଇଜ୍ ଆରି କୁଟୁମ୍ ଦେଲୁସ୍ ଆରି ସେମନର୍ ବାଗ୍ ଇସାବେ ସେମନ୍କେ ତିଆର୍ କଲୁସ୍; ସେଟାର୍ପାଇଁ ସେମନ୍ ସିଅନ୍ ଦେସ୍, କଇବାକେ ଗାଲେ, ଇସେବାନ୍ ରାଜାର୍ ଦେସ୍ ଆରି ବାସନର୍ ଅଗ୍ ରାଜାର୍ ଦେସ୍କେ ଚାଡାଇ ନିଜର୍ କଲାଇ । 23 ଆରି ସେମନର୍ ପିଲାଜିଲାକେ ଆକାସର୍ ତାରାପାରା ଅଦିକ୍ କଲାସ୍ ଆରି ଜନ୍ଦେସ୍ ସେମନ୍ ନିଜର୍ କର୍ବାକେ ଜିବାଇ ବଲିକରି ତୁଇ ସେମନର୍ ଆନିଦାଦିମନ୍କେ କଇ ରଇଲୁସ୍, ସେ ଦେସେ ସେମନ୍କେ ଆନ୍ଲୁସ୍ । 24 ଏ ରକାମ୍ ସେ ଲକ୍ମନ୍ ସେ ଦେସେ ଜାଇକରି ଚାଡାଇ କରି ବାସା ଅଇଲାଇ, ଆରି ତମେ ସେମନର୍ ସାମ୍ନାଇ କିଣାନ୍ ଦେସେ ବାସାଅଇ ରଇଲା ଲକ୍ମନ୍କେ ମାର୍ଲାସ୍ ଆରି ସେମନ୍ ଜେନ୍ତାରିକି ତମର୍ ଇସାବ୍ରେ ଚାଲ୍ବାଇ,ସେଟାର୍ପାଇଁ ବଲିକରି ସେମନ୍କେ, ଆରି ସେମନର୍ ରାଜାମନ୍କେ ଆରି ଦେସ୍ବିତ୍ରେ ବାସାଅଇ ରଇଲା ବିବିନ୍ ରକାମର୍ କୁଟୁମ୍କେ ସେମନର୍ ଆତେ ସର୍ପି ଦେଲାସ୍। 25 ତେବର୍ ପାଇ ସେମନ୍ ପାଚୁରି ବିତ୍ରେ ରଇବା ନଅଁର୍ ଆରି ନିମାନ୍ ବୁମିଦାରି ଅଇଲାଇ, ସବୁରକାମର୍ ଦିନ୍ସୁ ସଙ୍ଗେ ସଜାଅଇ ରଇବା ଗର୍, କୁଇଁକାଲ୍, ଅଙ୍ଗୁର୍ବାଡ୍, ଜିତ୍ ଗଚ୍ ଆରି ବେସି ପଲ୍ଦାର୍ବା ଗଚ୍ମନ୍ ଚାଡାଇ କରି ଦାରି ଅଇଲାଇ; ସେଟାର୍ପାଇଁ ସେମନ୍ କାଇକାଇ କରି ସାନ୍ତି ପାଇଲାଇ ଆରି ମଟାରଟା ଅଇଲାଇ ଆରି ତମେଦେଇ ରଇବା ସେ ବଡ୍ ମଙ୍ଗଲର୍ ଦାନ୍କେ ବେସି ସାର୍ଦା ଅଇଲାଇ। 26 ଏଲେ ମିସା ସେମନ୍ ତର୍ କାତାକେ ମାନତ୍ନାଇ ଆରି ତର୍ ନିଅମ୍କେ ବିରଦ୍ କଲାଇ, ଆରି ତର୍ ଜନ୍ ବବିସତ୍ ବକ୍ତାମନ୍ ତର୍ ଲାଗି ଆରିତରେକ୍ ବାଉଡାଇ ଆନ୍ବାକେ ସେମନର୍ ବିରୁଦେ ଚେତ୍ନା ଦେଲାଇ, ସେମନ୍କେ ମାର୍ଲାଇ ଆରି ନିନ୍ଦା କାତା କଇଲାଇ। 27 ତେବର୍ପାଇ ତୁଇ ସେମନ୍କେ ବିରଦି ଲକ୍ମନର୍ ଆତେ ସର୍ପି ଦେଲୁସ୍କେ, ସେମନ୍ ସେମନ୍କେ ଦୁକ୍ଦେଲାଇ; ମାତର୍ ସେମନ୍କେ ଦୁକ୍ ଆଇଲାକେ ତର୍ ଲଗେ ଆସି କାନ୍ଦ୍ଲାଇକେ, ତମେ ସର୍ଗେ ଅନି ସେଟା ସୁନ୍ଲାସ୍; ଆରି ଆମର୍ ବେସିର୍ ଦୟା ଇସାବ୍ରେ ଉଦାର୍ କାରିଆ ଇସାବ୍ରେ ବାଚ୍ଲାସ୍ ଆରି ବିରଦି ଲକ୍ମନର୍ ଆତେ ଅନି ସେମନ୍କେ ରକିଆ କଲାଇ। 28 ମାତର୍ ସେମନ୍ କେତେଦିନ୍ ପୁଣ୍ଡ୍ଲାପଚେ ଆରିତରେକ୍ ତର୍ ବିରୁଦେ ଆରି କାରାପ୍ କାମ୍ମନ୍ କଲାଇ; ତେବର୍ପାଇ ତୁଇ ସେମନ୍କେ ସତ୍ରୁମନର୍ ଆତେ ସର୍ପି ଦେଲୁସ୍। ସେମନ୍ ସେମନ୍କେ ସାସନ୍ କଲାଇ, ଅଇଲେ ମିସା ଜେବେ ସେମନ୍ ବାଉଡି ଆସିକରି ତର୍ ଲଗେ କାନ୍ଦ୍ଲାଇ, ସେଡ୍କିବେଲେ ତୁଇ ସର୍ଗେ ଅନି ସୁନ୍ଲୁସ୍; ଆରି ବେସିତର୍ ତର୍ ଦୟାରେ ସେମନ୍କେ ଉଦାର୍ କଲୁସ୍; 29 ଆରିତରେକ୍ ସେମନ୍କେ ନିଜର୍ ନିମାନ୍ ବାଟେ ଆନ୍ବାକେ ସେମନର୍ ଲଗେ ସାକିଅ ଦେଲାସ୍; ଅଇଲେ ମିସା ସେମନ୍ ଗରବ୍ ସଙ୍ଗେ କାତାବାର୍ତା କଲାଇ ଆରି ତର୍ କାତା କାନ୍ ଡେରତ୍ ନାଇନି, ମାତର୍ ଜନ୍ଟାକି ନର୍ଲକ୍ ପାଲ୍ଲେସେ ବଁଚ୍ସି, ତୁଇ ସେ ସାସନର୍ ବିରୁଦେ ପାପ୍ କଲାସ୍ , ଆରି ନିଅମ୍କେ ମାନତ୍ ନାଇ ଆରି ନିଜର୍ ନିଜର୍ ଗର୍ବ୍ ଦେକାଇଲାଇ ଆରି ସୁନ୍ବାକେ ରାଜି ଅଅତ୍ ନାଇ। 30 ଅଇଲେ ମିସା ବେସି ବରସ୍ ଜାକ ସେମନ୍ର କାତା ସୁନ୍ଲାସ୍ ଆରି ନିଜର୍ ଆତ୍ମାର୍ ଲାଗି ତର୍ ବବିସତ୍ ବକ୍ତାମନ୍କେ ପାଟାଇ କରି ସେମନର୍ ବିରୁଦେ କଇଲୁସ୍; ମାତର୍ ସେମନ୍ ସୁନ୍ବାକେ ରାଜି ଅଅତ୍ ନାଇ; ସେଟାର୍ପାଇଁ ତୁଇ ସେମନ୍କେ ଅଲ୍ଗା ଦେସର୍ କୁଟୁମ୍ ଲକର୍ ଆତେ ସର୍ପି ଦେଲୁସ୍। 31 ଅଇଲେ ମିସା ତମେ ବେସି ଦୟା କର୍ବାର୍ ଲାଗି ସେମନ୍କେ ନସ୍ଟ କରାସ୍ ନାଇ , କି ସେମନ୍କେ ଚାଡାସ୍ ନାଇ କାଇକେ ବଇଲେ ତମେ ସାନ୍ତି କାରିଆ ଆରି ଦୟା କାରିଆ ପର୍ମେସର୍ ଆକା। 32 ସେଟାର୍ପାଇଁ ପର୍ମେସର୍, ବଡ୍ସକ୍ତି କାରିଆ କାବା ଅଇଜିବା ପର୍ମେସର୍, ତୁଇ ନିଅମ୍ ଆରି ଦୟାକେ ପାଲନ୍ କଲୁସ୍ନି, ଅସୁରିଅ ରାଜାମନର୍ ବେଲେ ଅନି ଆଜିକେ ଜାକ ଆମ୍କେ , ଆମର୍ ରାଜାମନର୍ ଉପ୍ରେ, ମୁକିଆମନର୍ ଉପ୍ରେ ,ଜାଜକ୍ମନର୍ ଉପ୍ରେ, ବବିସତ୍ବକ୍ତା,ଆନିଦାଦିମନର୍ ଉପ୍ରେ ତର୍ ସବୁ ଲକ୍ମନର୍ ପାଇ ଜନ୍ଜନ୍ ଦୁକ୍କସ୍ଟ ଆଇଲା ଆଚେ, ସେଟାମନ୍ ସବୁ ତର୍ ଆଁକି ଲଗେ ସାନ୍ ନ ଡିସ। 33 ଅଇଲେ ମିସା ଆମର୍ପାଇଁ ଜାଇ ଜାଇଟା ଗଟ୍ଲା ଆଚେ, ସେ ସବୁଜାକ ତେଇ ତର୍ ଆକା ଦାଇ; କାଇକେବଇଲେ ତୁଇ ସତ୍ ବାବ୍ରେ ଦେକାରକା କରିଆଚାସ୍, ମାତର୍ ଆମେ କାରାପ୍ କାମ୍ କରିଆଚୁ। 34 ଆରି ଆମର୍ ରାଜାମନ୍ ଆମର୍ ମୁକିଆମନ୍,ଜାଜକ୍ମନ୍ କି ଆମର୍ ଆନିଦାଦିମନ୍ ମିସା ତର୍ ନିଅମ୍ ପାଲନ୍ କରତ୍ ନାଇ, କି ତୁଇ ଜନ୍ସବୁ ବାକିଅ ଆରି ସାକିଅ ଇସାବ୍ରେ ସେମନର୍ ଲଗେ ସାକି ଦେଲା ସେଟାକେ ମିସା ସୁନି କରି ନାମତ୍ ନାଇ। 35 ସେଟାର୍ପାଇଁ ସେମନ୍ ନିଜର୍ ରାଇଜ୍ମନ୍କେ, ସେମନ୍କେ ତର୍ ଦେଇ ରଇବା ବଡ୍ମଙ୍ଗଲମଇର୍ ଲାଗି ଆରି ସେମନର୍ ମୁଆଟେ ତର୍ ସର୍ପିଦେଇ ରଇବା ଅସାର୍ ଜାଗାଇ ଆରି ଉର୍ବର୍ ଦେସେ ତର୍ ସେବା କରତ୍ ନାଇ, କି ନିଜର୍ ନିଜର୍ ପାପ୍ କାମେ ଅନି ବାଉଡତ୍ ନାଇ। 36 ଦେକା, ଆଜି ଆମେ ଗତି ଦାଙ୍ଗ୍ଡା ଅଇଆଚୁ , ଆରି ତୁଇ ଆମର୍ ଆନିଦାଦିମନ୍କେ ଜନ୍ ଦେସର୍ ପଲ୍ ଆରି ନିମାନ୍ କାଦି କାଇବାକେ ଦେଇ ରଇଲାସ୍, ଦେକା, ସେ ଦେସେ ଆମେ ଗତି ଦାଙ୍ଗ୍ଡା ଅଇଆଚୁ। 37 ଆରି ଆମର୍ ପାପ୍ କଲା କାମର୍ ଲାଗି ତୁଇ ଜନ୍ ରାଜାମନ୍କେ ଆମର୍ ପାଇ ତିଆର୍ କରି ଆଚୁସ୍, ସେମନର୍ ପାଇ ସେ ଦେସେ ବେସି ପଲ୍ କାମାଇ ଆଚେ; ଆରି ଆମର୍ ଗାଗ୍ଡେ ଆରି ଆମର୍ ପସୁମନର୍ ଉପ୍ରେ ତାର୍ ଅଦିକାର୍ ଆଚେ,ଆରି ଆମେ ବେସି ଦୁକ୍ଟାନେ ଆଚୁ; 38 ଅଇଲେମିସା ଏଟାମନ୍ ସବୁ ଗଟ୍ଲେ ମିସା ଆମେ ଗଟେକ୍ ସବୁବେଲର୍ ନିଅମ୍ କରି ସେଟାକେ ଲେକି ଆଚୁ , ଆରି ଆମର୍ ମୁକିଆମନ୍, ଆମର୍ ଲେବିଅମନ୍ ଆରି ଆମର୍ ମୁକିଅ ଜାଜକ୍ମନ୍ ସେଟାକେ ସିଲ୍ ମାରି ଆଚତ୍ ।