1 ତାର୍ପଚେ ଜିଉଦି ବାଇମନର୍ ବିରଦେ ଲକ୍ମନର୍ ଆରି ସେମନର୍ ମାଇଜିମନର୍ ବେସି ଆଉଲି ଅଇ ନିନ୍ଦା କରି କଇଲାଇ । 2 କାଇକେବଇଲେ କେ କେ କଇଲାଇ, ଆମେକ୍, ଆମର୍ ପିଲା ଆରି ଟକିମନ୍ ବେସି ଲକ୍ ଆଚୁ; ସେଟାରପାଇ, ଆମ୍କେ କାଦି ମିଲ, ଆମେ କାଇ ଜିଉଁ । 3 ଆରି ମିସା ଆରି କେ କେ କଇଲାଇ, ଆମେମନ୍ ନିଜର୍ ନିଜର୍ ତାସ୍ ବାଡ୍ ଆରି ଅଙ୍ଗୁର୍ ବାଡ୍ ଆରି ଗର୍ ବାନ୍ଦାପାକାଇ ଆଚୁ, ଆମ୍କେ ତାସ୍ ମିଲ, କାଇକେବଇଲେ ଏଟା ଦୁର୍ବିକ୍ ସମଇ । 4 ଆରି, କେତେଲକ୍ କଇଲାଇ, ଆମେ ରାଜ୍ ସିସ୍ତୁ ପାଇ ନିଜର୍ ନିଜର୍ ତାସ୍ ବାଡ୍ ଆରି ଅଙ୍ଗୁର୍ ବାଡ୍ ବାନ୍ଦା ସଙ୍ଗଇ ଡାବୁ ରୁନ୍ କଲୁ ଆଚୁ । 5 ମାତର୍ ଆମର୍ ଗାଗଡ୍ ଆମର୍ ବାଇମନର୍ ଗାଗଡ୍ ସମାନ୍, ଆମର୍ ପିଲାମନ୍ ସେମନର୍ ପିଲାମନର୍ ସମାନ୍; ଆରି ମିସା ଦେକା, ଆମେ ନିଜର୍ ନିଜର୍ ପିଲା ଆରି ଟକିମନ୍କେ ଦାସ୍ ଅଇବାକେ ବିକ୍ବାକେ ଆନିଆଚୁ, ଆରି ଆମର୍ ଟକିମନର୍ ବିତ୍ରେ ଅନି କେ କେ ଦାସିମନ୍ ରଇଲା ଜାଗାଇ ଆନିଅଇ ସାର୍ଲାଇବେ; ଆରି, ଆମର୍ କାଇଟା ମିସାନାଇ; କାଇକେବଇଲେ ଅଲ୍ଗା ଲକ୍ମନ୍ ଆମର୍ ତାସ୍ବାଡ୍ ଆରି ଅଙ୍ଗୁର୍ ବାଡ୍ ବାନ୍ଦା ଦାର୍ଲାଇ ଆଚତ୍ ।
6 ସେଡ୍କିବେଲେ ମୁଇ ସେମନର୍ ରଦନ୍ ଆରି ଏ କାତାସବୁ ସୁନି ବେସି ରିସା ଅଇଲି। 7 ଆରି, ମୁଇ ମର୍ ମନେ ଏତାଇଲି, ଆରି ନେତାମନର୍ ଆରି ଅଦିକାରିମନର୍ ସଙ୍ଗ୍ ଜୁକ୍ତିକରି ସେମନ୍କେ କଇଲି, ତମେ ସବୁଲକ୍ ନିଜର୍ ନିଜର୍ ବାଇମନର୍ ଲଗେଅନି କଲନ୍ତର୍ ନେଲାସ୍ନି । ସେଟାର୍ପାଇଁ ମୁଇ ସେମନର୍ ବିରଦେ ନିଆଇବସାଇଲି । 8 ଆରି, ମୁଇ ସେମନ୍କେ କଇଲି, ଆମର୍ ଜିଉଦିବାଇମନ୍ ଅଲ୍ଗା ଦେସର୍ ପାକେ ବିକି ଅଇରଇଲାଇ, ଆମେ ସେମନ୍କେ ନିଜର୍ ବପୁ ଇସାବ୍ରେ ମୁକ୍ଲାଇ ଆଚି, ଏବେ ତମେ କାଇ ଆରିତରେକ୍ ବିକ୍ସା ? ଆରି ସେମନ୍ କାଇ ମର୍ ଲଗେ ବିକି ଅଇବାଇ ? ତାର୍ପଚେ ସେମନ୍ ଚୁପ୍ ଅଇ ଗାଲାଇ, କାଇ ବଲିମିସା କଇ ନାପାର୍ ଲାଇଁ ।
9 ଆରି, ମୁଇ ସେମନ୍କେ କଇଲି, ତମେ ଜନ୍ କାମ୍ କଲାସ୍ନି, ସେଟା ଟିକ୍ ନାଇଁ, ଏଟା ନିମାନ୍ ନାଇ, ଆମର୍ ସତ୍ରୁ ଅଲ୍ଗା ଦେସର୍ ଅଦିକାର୍ ପାଇ ଆମର୍ ପର୍ମେସରର୍ ତେଇ ଡରି କାତା ଅଇବାଟା କାଇଟା ତମର୍ ଟିକ୍ ନାଇ 10 ଅଇଲେମିସା ମୁଇ, ମର୍ ବାଇମନ୍ ଆରି ମର୍ ଦାଙ୍ଗ୍ଡାମନ୍ ଅଡି ସଙ୍ଗ୍ ସେମନ୍କେ ଡାବୁ ଆରି କାଦି ଦେଲୁନି । ମୁଇ ଗୁଆରି କଲିନି, ଆମେ ଏ ଅଡି ମାଙ୍ଗ୍ବାଟା ଚାଡି ଦେବୁ । 11 ମୁଇ ଗୁଆରି କଲିନି, ତମେ ସେମନର୍ ଚାସ୍ କଲା ବାଡ୍, ସେମନର୍ ଅଙ୍ଗୁର୍ ବାଡ୍, ସେମନର୍ ଜିତ୍ ବାଡ୍ ଆରି ସେମନର୍ ଗର୍ ,ଆରି ସେମନର୍ ଡାବୁ ଆରି କାଦି ଅଙ୍ଗୁର୍ ରସ୍ ଆରି ଚିକନ୍ ତମେ ଜେତେକ୍ ନେଇ ଆଚାସ୍, ସେଟା ସେମନ୍କେ ଆଜି ବାଉଡାଇ ଦିଆସ୍ । 12 ସେଡ୍କିବେଲେ ସେମନ୍ କଇଲାଇ, ଆମେ ସେମନ୍କେ ବାଉଡାଇ ଦେବୁ ଆରି ସେମନ୍କେ କାଇଟା ମିସା ନ ମାଙ୍ଗୁ; ତୁଇ ଜନ୍ତି କଇଲୁସ୍ନି ଆମେ ସେନ୍ତାରି କର୍ବୁ । ସେଟାର୍ପାଇଁ ମୁଇ ଜାଜକ୍ ମନ୍କେ ଡାକି ଏ ଆଦେସ୍ ଇସାବେ ସେମନ୍ ଜେନ୍ତାର୍ କାମ୍ କର୍ବାଇ, ସେଟାର୍ ପାଇଁ ସେମନ୍କେ ପର୍ମାନ୍ କରାଇଲି । 13 ଅଇଲେମିସା ସେମନ୍କେ ମୁଇ ମର୍ ପଚିଆ ପାପ୍ଡିକରି କଇଲି, କେ ଜଦି ଏ ପର୍ମାନ୍ ନ ନାମ୍ଲେ, ପର୍ମେସର୍ ତାର୍ ଗର୍ ଆରି ତାର୍ କଲା କାମର୍ ଜେନ୍ତାରି କି ପାପ୍ଡି ଦେଇସି; ସେନ୍ତାରି ପାପଡ୍ ଆରି ସାରି ଜାଅ। ସେଡ୍କିବେଲେ ତେଇ ରଇଲା ସର୍ତେ ଲକ୍ "ଆମେନ୍" କଇଲାଇ । ତାର୍ପଚେ ଲକ୍ମନ୍ ସେ ସପତ୍ ଇସାବେ କାମ୍ କଲାଇ ।
14 ଆରି, ମୁଇ ଜିଉଦା ଦେସେ ସେମନର୍ ମୁକିଆ ବାଚି ଅଇରଇଲା ବେଲେଅନି, କଇବାକେ ଗାଲେ, ଅର୍ତକସ୍ତ ରାଜାର୍ ସାସନ୍ କର୍ବାବେଲର୍ କଡେ ବରସ୍ ତେଇଅନି ତିରିସ୍ ଦୁଇ ବରସ୍ ଜାକ ବାର ବରସ୍ ପତେକ୍ ମୁଇ ମର୍ ବାଇମନର୍ ମୁକିଆ କାଦି କାଉ ନାଇ । 15 ମାତର୍ ମର୍ ଆଗ୍ତୁ ରଇଲା ମୁକିଆମନର୍ କାମ୍ଦାମ୍ ମୁଇ ଲକ୍ମନ୍କେ ବଇବାକେ ପଡ୍ଲା, ସେମନ୍ ଚାଲିସ୍ ସେକଲ୍ ରୁପା ଆରି ବିନ୍ ଲକର୍ ଲଗେଅନି କାଦି ଆରି ଅଙ୍ଗୁର୍ ରସ୍ ନେଲାଇ; ଅବ୍କା ସେତ୍କିସେ ନାଇ ସେମନର୍ ଉପ୍ରେ ସାସନ୍ ମିସା କଲାଇ; ମୁଇ ପର୍ମେସର୍କେ ଡରିକରି ସେନ୍ତାର୍ କାମ୍ କଲି ନାଇ । 16 ଆରି ମୁଇ ଏ ପାଚୁରି କାମ୍ କର୍ବାକେ ଲାଗିସେ ରଇଲି ଆରି ଆମେ କାଇମିସା ଜାଗା ଗେନୁ ନାଇ; ଆରି, ମର୍ ଦାଙ୍ଗ୍ଡାମନ୍ ସେ କାମେସେ ଲାଗିକରି ରଇଲାଇ । 17 ଅଇଲେମିସା ଆମର୍ ଚାରିବେଟ୍ତିର୍ ବିନ୍ବିନ୍ ଦେସ୍ମନର୍ ଆଇଲା ଲକ୍ମନ୍କେ ଚାଡିଦେଲେ ଜିଉଦି ଆରି ମୁକିଆମନ୍ ସଏ ପଚାସ୍ ଲକ୍ କାଇଲାଇ । 18 ସେ ବେଲେ ଦିନ୍କେ ଗଟେକ୍ ପସୁ ଆରି ଚଅଟା ମେଣ୍ଡା ମାରି ରାନ୍ଦ୍ତେ ରଇଲାଇ; ଆରି ମର୍ ପାଇ କେତେକ୍ ଚଡଇ ମାଉଁସ୍ ରାନ୍ଦ୍ତେ ରଇଲାଇ ଆରି ଦସ୍ ଦିନ୍କେ ତରେକ୍ ଅଙ୍ଗୁର୍ ରସ୍ ଦିଆ ଅଇତେ ରଇଲା; ଅଇଲେମିସା ମୁଇ ଏ ଦେସର୍ ଲକ୍ମନ୍କେ କାଦିକଣ୍ଡା ମାଙ୍ଗି ନାଇ, କାଇକେବଇଲେ ଏ ଲକର୍ ଉପ୍ରେ ଏ ସର୍ତେ କାମ୍ ବଜ୍ ଚାପାଇ ଅଇରଇଲା । 19 ଏ ମର୍ ପର୍ମେସର୍, ମୁଇ ଏ ଲକ୍ମନ୍କେ ଜାଇ ଜାଇ କାମ୍ କରି ଅଚି, ମର୍ ମଙ୍ଗ୍ଲର୍ ପାଇ ସେଟା ଏତାଉ ।