1 ମୁଇ ପାଚୁରି ଟେକ୍ଲି ଆରି କନ୍ତେଇ ମିସା ବସ୍ଲେ ନାଇ, ଏ ବିସଇ ମର୍ ବିରଦି ଲକ୍ ସନ୍ବଲଟ୍ ଆରି ଟବିଅ ଆରି ଆରବିଅ ଗେସମ୍ ଆରି ବିନ୍ ବିରଦି ଲକ୍କେ ମିସା ସୁନ୍ଲାଇ; ସେ ବେଲାଇ ମୁଇ ନଅରେ ପୁର୍ବା ବାଟେ କାପାଟ୍ ପିଡାଇ ନ ରଇଲି । 2 ସେଡ୍କିବେଲେ ସନ୍ବଲଟ ଆରି ଗେସମ୍ ତାକର୍ ଲକ୍କେ ମର୍ ଲଗେ କବର୍ ପାଟାଇକରି କଇଲା, ଆଉ, ଆମେ ସର୍ତେ ଲକ୍ ଅନ ପଦାର୍ ଗଟେକ୍ ଜାଗା ଲଗେ ଟୁଲ୍ ଅଉଁ । ମାତର୍ ସେମନ୍ ମର୍ ଅନିଆଇ କର୍ବାକେ ବିଚାର୍ କର୍ତେ ରଇଲାଇ । 3 ତାର୍ପଚେ ମୁଇ ସେମନର୍ ଲଗେ ଲକ୍ ପାଟାଇ କଇଲା, ମୁଇ ଗଟେକ୍ ନିମାନ୍ କାମ୍ କଲିନି, ସେଟାର୍ପାଇଁ ଉତ୍ରି ଆସି ନାପାରେ ; କାମ୍ ଚାଡି କରି ତମର୍ ଲଗେ ଉତ୍ରି ଆସି କରି କାଇକେ ତେବାଇବି ? 4 ଏ ରକାମ୍ ସେମନ୍ ମର୍ ଲଗେ ଚାର୍ତର୍ ଲକ୍ ପାଟାଇଲାଇ; ମାତର୍ ମୁଇ ସେମନ୍କେ ଗଟେକ୍ ରକାମ୍ସେ ଉତର୍ ଦେଲି । 5 ତାର୍ପଚେ ସନ୍ବଲଟ୍ ତାର୍ ଦାସର୍ ଆତେ କଣ୍ଡେକ୍ ଚିଟି ଲେକି ପାଁଚ୍ ତର୍ ମର୍ ଲଗେ ପାଟାଇଲା । 6 ତେଇ ଏ ରକାମ୍ ଲେକା ଅଇରଇଲା, କୁଟୁମର୍ ଲକ୍ମନର୍ ଏ ରକାମ୍ ଆଉଲି ଅଇଲାଇନି, ଆରି ଗେସମ୍ ଏ କାତା କଇଲାନି ଜେ, ତୁଇ ଆରି ଜିଉଦିମନ୍ ମିସିକରି ରାଜାର୍ ବିରଦି କର୍ବାକେ ବିଚାର୍ କଲାସ୍ନି; ସେଟାର୍ପାଇଁ ତମେ ତେଇ ପାଚୁରି ଟେକ୍ଲାସ୍ନି; ଏ ଇସାବେ ତୁଇ ରାଜା ଅଇବାକେ ଇଚା କଲୁସ୍ନି । 7 ଆରି, ଜିଉଦାଇ ଗଟେକ୍ ରାଜା ଆଚେ ବଲିକରି ତର୍ ବିସଇରେ ଜିରୁସାଲାମେ ଉଡ୍ରା କର୍ବାକେ ତୁଇ ବାବବାଦିମନ୍କେ ବାଚି ଆଚୁସ୍; ଏ ଉଡ୍ରା କଲାଟା ରାଜା କବର୍ ଆଇଲା, ଏଟାର୍ପାଇ , ଏବେ ଆସା, ଆମେ ସର୍ତେ ଲକ୍ ମିସି କରି ଉପାଇ ପାଁଚୁ ।
8 ତାର୍ପଚେ ମୁଇ ତାର୍ଲଗେ କବର୍ ପାଟାଇ କଇଲି, ତମେ ଜାଇଟା କର୍ବାକେ କଇଲାସ୍ନି, ସେ ରକାମ୍ କାମ୍ କେବେ ମିସା କରି ନ ଅଏ; ତମେ ଅବ୍କା ତମର୍ ମନେସେ ବାବ୍ଲାସ୍ନି ।
9 ଏ କାମ୍ କଲେ ସେମନର୍ ଆତ୍ ଦୁର୍ବଲ୍ ଅଇଲେ ସେମନ୍ ସାରାଇ ନାପାରତ୍ ବଲିକରି ଆମ୍କେ ତେରେପେତେ କଲାଇ; ଏଟାରର୍ପାଇ ଏ ପର୍ମେସର୍, ମକେ ଡାଟ୍ କର୍ ।
10 ତାର୍ପଚେ ମଏଟବେଲର୍ ନାତି ଦଲାଇଅର୍ ପିଲା, ଜନ୍ ସମଇଅର ପାର୍ତନା ଗରେ ବନ୍ଦ୍ରଇଲା, ମୁଇ ତାର୍ ଗରେ ଗାଲି, ତେବେ ସେ କଇଲା, ଆମେ ପର୍ମେସରର୍ ଗରେ, ମନ୍ଦିର୍ ବିତ୍ରେ ରୁଣ୍ଡୁ ଆରି ମନ୍ଦିରର୍ ଦୁଆର୍ ସବୁ ବନ୍ଦ୍ କରୁ; କାଇକେକି ସେମନ୍ ତମ୍କେ ମାର୍ବାକେ ଆଇବାଇ; ରାତ୍ଆ ସେମନ୍ ତମ୍କେ ମାର୍ବାକେ ଆଇବାଇ।
11 ତେଇ ମୁଇ କଇଲି, ମର୍ ପାରା ଲକ୍ କାଇ ପାଲାଇବି? ମର୍ ରକାମ୍ ଅଇ ଜିବନ୍ ଜିଆଇବାକେ ଜେ ରନ୍ଦିର୍ ବିତ୍ରେ ଜାଇସି, ଏ ରକାମ୍ କେ ଆଚେ? ମୁଇଁ ବିତ୍ରେ ନ ଜାଇ ।
12 ମାତର୍ ମୁଇ ଚିନ୍ଲି, ଆରି ଦେକା, ପର୍ମେସର୍ ତାକେ ପାଟାଇ ନ ରଇଲା, ଏଲେ ମିସା ସେ ମର୍ ବିରୁଦେ ଏ ବବିସତ୍ ବାକିଅ ପର୍ଚାର୍ କଲା; ଆରି, ଟବିଅ ଆରି ସନ୍ବଲଟ୍ ତାକେ କୁଲି ଦେଇ ରଇଲା । 13 ମୁଇ ଜେନ୍ତାର୍ ଡର୍ବି ଆରି ସେ କାମ୍ କରି ପାପ୍ କର୍ବି, ଆରି ସେମନ୍ ଜେନ୍ତାର୍ ମକେ ବାର୍କରାଇବାକେ ମର୍ କାରାପ୍ ବିସଇ ପାଇବାଇ, ଏ ସବୁର୍ ପାଇ ତାକେ କୁଲି ଦିଆ ଅଇତେ ରଇଲା ।
14 ଏ ମର୍ ପର୍ମେସର୍, ଟବିଅ ଆରି ସନ୍ବଲଟର୍ ଏ ସବୁ କାମ୍ ଇସାବେ ଏମନ୍କେ , ଆରି ମକେ ଡରାଇବାକେ ଇଚା କଲାଇ ଜେ ନଅଦିଆ ବବିସତ୍ବକ୍ତି ଆରି ଅଲ୍ଗା ବବିସତ୍ବକ୍ତା, ଏମନ୍କେ ଏତାଆ ।
15 ତାର୍ପଚେ ପଚାସ୍ ଦୁଇ ଦିନ୍ ବିତ୍ରେ ଇଲୁଲ୍ ମାସର୍ କଡେ ପାଞ୍ଚ୍ ଦିନେ ପାଚୁରି ସାର୍ଲା । 16 ଆରି, ଆମର୍ ସତ୍ରୁ ସବୁଲକ୍ ଏଟା ସୁନ୍ଲାକେ, ଏରକାମ୍ ଅଇଲା ଜେ, ଆମର୍ ଚାରିବେଡ୍ତିର୍ ଅଲ୍ଗା ଦେସର୍ ସବୁ ଲକ୍ ଡରିଗାଲାଇ ଆରି ସେମନର୍ ମୁଆଟେ ଲାଜ ଅଇ ଗାଇଲାଇ, କାଇକେକି ଏ କାମ୍ ଜେ ଆମର୍ ପର୍ମେସରର୍ ବାଟେ ଅନି ଅଇଲା, ଏଟା ସେମନ୍ ବୁଜ୍ଲାଇ । 17 ଆରି, ସେବେଲେ ଜିଉଦାର୍ ନେତାମନ୍ ଟବିଅ ଲଗେ କେତେକ୍ ଚିଟି ଲେକି ପାଟାଇଲାଇ ଆରି ଟବିଅର ଅଲଗା ଚିଟିମନ୍ ସେମନର୍ ଲଗେ ଆଇଲା । 18 କାଇକେବଇଲରେ, ସେ ଆରର୍ ପିଲା, ସକନିଅର୍ ଜୁଆଁଇ ଅଇଲାକେ ଆରି ତାର୍ ପିଲା ଜିଅଅନନ୍ ବେରିକିଅର୍ ପିଲା ମସୁଲମର୍ ଟକିକେ ବିବା ଅଇ ରଇଲାକେ ଜିଉଦାର୍ ବିତ୍ରେ ଅନେକ୍ ତାର୍ ବାଟେ ପର୍ମାନ୍ କରି ରଇଲାଇ । 19 ଆରି, ସେମନ୍ ତାର୍ ନିମାନ୍ କାମର୍ କାତା ମକେ କଇଲା ଆରି ମର୍ କାତା ସବୁ ତାକେ ଜାନାଇଲାଇ । ଆରି, ମକେ ଡରାଇବାକେ ଟବିୟ ବେସି ଚିଟିମନ୍ ପାଟାଇଲା ।