1 ତାର୍ପଚେ ଇଲିଆସିବ୍ ବଡ୍ ଜାଜକ୍ ଆରି ତାର୍ ଜାଜକ୍ ବାଇମନ୍ ଉଟି ମେଣ୍ଡାଦୁଆର୍ ଗଡ୍ଲାଇ; ସେଟା ସୁକଲ୍ କରି ତେଇର୍ କାପାଟ୍ ସବୁ ତିଆର୍ କଲାଇ; ଅମିଆ ଦୁର୍ଗ ଆରି ଅନନେଲ୍ ଦୁର୍ଗ ଜାକ ସେମନ୍ ସୁକଲ୍ କଲାଇ । 2 ସେ ଲଗେ ଜିରିଅର୍ ଲକ୍ମନ୍ ଗଡ୍ଲାଇ ଆରି, ସେମନର୍ ଲଗେ ଇମ୍ରିର୍ ପିଲା ସକୁର୍ ତିଆର୍ କଲା। 3 ଆରି, ଅସ୍ନାଅର୍ ପିଲାମନ୍ ମାଚ୍ ଦୁଆର୍ ତିଆର୍ କଲା; ସେମନ୍ ତେଇର୍ କାଡି ଚାଡାଇଲାଇ ଆରି ତେଇର୍ କାପାଟ୍ ଆରି କିଲି ଆରି ଗାଡା ସବୁ ତିଆର୍ କଲାଇ । 4 ଆରି, ସେମନର୍ ଲଗେ ଅକସର୍ ନାତି ଉରିଅର୍ ପିଲା ମରେମତ୍ କାମ୍ କଲା। ଆରି, ସେମନର୍ ଲଗେ ମସେସବେଲର୍ ନାତି ବେରିକିଅର୍ ପିଲା ମସୁଲମ୍ କାମ୍ କଲା, ଆରି, ସେମନର୍ ଲଗେ ବାନାର୍ ପିଲା ସାଦକ୍ କାମ୍ କଲା । 5 ଆରି ସେମନର୍ ଲଗେ ତକଇଅ ଲକ୍ମନ୍ କାମ୍ କଲାଇ; ମାତର୍ ସେମନର୍ ଦଲର୍ କୁଲିନ୍ ଜାତି ନିଜର୍ ନେତାମନର୍ କାମ୍ କର୍ବାକେ ଦେଅତ୍ ନାଇ । 6 ଆରି, ପାସେଅର୍ ପିଲା ଜିଅଆଦା ଆରି ବସଦିଆର୍ ପିଲା ମସୁଲମ୍ ପୁର୍ନା ଦୁଆରର୍ ଜିରନ୍ ସସ୍କାର୍ କଲାଇ; ସେମନ୍ ତେଇ ଦୁଲାମ୍ ଚଗାଇଲାଇ, ଆରି ତେଇର୍ କାପାଟ୍, ଗାଡା ଆରି କାବ୍ଜା ମନ୍ ଲାଗାଇ ଲାଇ। 7 ଆରି, ସେମନର୍ ଲଗେ ଗିବିନିଅ, ମଲାଟିଅ, ମରାନତିଅ, ଜାଦନ୍, ଗିବିଅନ୍ ଆରି ମିସ୍ପାର୍ ନଅଁରର୍ ମୁକିଆ ରଇଲା, ଏମନର୍ ଗାଡ୍ ସେପାଟର୍ ଦେସ୍ମନର୍ ସିଆଁସନ୍ମନ୍କେ ନିଜର୍ କଲାଇ। 8 ତାର୍ଲଗେ ସୁନାତିଆର୍ କରୁମନ୍, ଅରଅର୍ ପିଲା ଉସିଏଲ୍ କାମ୍ କଲାଇ। ଆରି, ସେ ଲଗେ ଆତ୍ ଦେକୁମନର୍ ବିତ୍ରେଅନି ଅନାନିଅ ସଜାଡ୍ଲା, ଆରି ସେମନ୍ ଅସାର୍ ପାଚୁରି ଜାକ ଜିରୁସାଲାମ୍କେ ଡାଟ୍କଲାଇ 9 ସେମନର୍ ଲଗେ ଜିରୁସାଲାମର୍ ସବୁଜାକ ଦେସର୍ ଅଦାବାଗର୍ ମୁକିଆ ଉରୁର୍ ପିଲା ରପାଆ କାମ୍ କଲା। 10 ଆରି ସେମନର୍ ଲଗେ ଅରୁମପର୍ ପିଲା ଜିଦାଇଅ ନିଜର୍ ଗର୍ ମୁଆଟେ ସଜାଡ୍ଲାଇ । ତାର୍ଲଗେ ଅସ୍ବନିଅର୍ ପିଲା ଅଟୁସ୍ ସଜାଡ୍ଲା । 11 ଆରିମର ପିଲା, ମଲ୍କିଅ ଆରି ପଅତ୍ମଆବର୍ ପିଲା ଅସୁବ୍ ବିନ୍ ଗଟେକ୍ ବାଗ୍ ଆରି ଡେଙ୍ଗ୍ ଚୁଲି ସଜାଡ୍ଲାଇ। 12 ତାର୍ଲଗେ ଜିରୁସାଲମ୍ ପର୍ଦେସର୍ ଅଦାବାଗର୍ ମୁକିଆ ଅଲଏସର୍ ପିଲା ସଲୁମ୍ ଆରି ତାର୍ ଟକିମନ୍ ସଜାଡ୍ଲାଇ। 13 ଆନୁନ୍ ଆରି ସାନଅର୍ ଲକ୍ମନ୍ ଜଲାଇ ଜିବା ଦୁଆର ସଜାଡ୍ଲାଇ; ସେମନ୍ ସେଟାକେ ଗଡ୍ଲାଇ ଆରି ତେଇ କାପାଟ୍, ଗାଡା ଆରି କାବ୍ଜାମନ୍ ସବୁ ଲାଗାଇଲାଇ, ଆରି କତର୍ ଦୁଆର୍ ଜାକ ପାଚୁରିର୍ ଅଜାର୍ ଆତ୍ ଜାକ ଡାଟ୍ କଲା । 14 ଆରି, ବେତ୍ ଅକେରମ୍ ପର୍ଦେସର୍ ମୁକିଆ ରେକବର୍ ପିଲା ମଲ୍କିଅ କତଦୁଆରର୍ ସଜାଡ୍ଲା; ସେଟାକେ ସେ ଗଡ୍ଲା ଆରି ତେଇ କାପାଟ୍, ଉଡୁକା ଆରି ଗାଡା ସବୁ ଲାଗାଇଲା। 15 ଆରି, ମିସ୍ପା ଦେସର୍ ମୁକିଅ କଲ୍ଅସିର୍ ପିଲା ସଲୁନ୍ ଚୁଆର୍ ଦୁଆରର୍ ତିଆର୍ କଲା; ସେ ସେଟା ଗଡି ଡାବାଇଲା ଆରି ତେଇର୍ କାପାଟ୍, ଉଡୁକା ଆରି ଗାଡା ସବୁ ଲାଗାଇଲା, ଆରି ଦାଉଦ୍ ନଗରେ ଅନି ତଲ୍କେ ଜିବା ପାଉଚ୍ ଜାକ ରାଜାର୍ ବଗିଚା ଲଗର୍ ସେଲା ବନ୍ଦେ ପାଚୁରି ତିଆର୍ କଲା। 16 ତାର୍ଲଗେ ବେତ୍ ସୁର୍ ପର୍ଦେସର୍ ଅଦାବାଗର୍ ମୁକିଆ ଅସ୍ବୁକର୍ ପିଲା ନିଇମିଆବ ଦାଉଦର୍ କବର୍ ମୁଆଟ୍ ଜାକ ଆରି ତିଆର୍ ଅଇରଇବା ବନ୍ଦ୍ ଜାକ ଆରି ଜୁଇଦ୍କରୁ ମନ୍ର୍ ଗର୍ ଜାକ ତିଆର୍ କଲାଇ।
17 ତାର୍ଲଗେ ଲେବିଅମନ୍, କଇବାକେ ଗାଲେ, ବାନିର୍ ପିଲା ରଉମ୍ ତିଆର୍ କଲା । ତାର୍ଲଗେ କିଇଲା ପର୍ଦେସର୍ ଅଦାବାଗର୍ ମୁକିଆ ଅସବିଅ ନିଜର୍ ଦେସ୍ ଇସାବ୍ରେ ତିଆର୍ କଲା। 18 ତାର୍ଲଗେ ସେମନର୍ ବାଇମନ୍,କଇବାକେ ଗାଲେ କିଇଲା ଦେସର୍ ଅଦାବାଗର୍ ମୁକିଆ ଏନାଦଦାର୍ ପିଲା ବବଇ ତିଆର୍ କଲା । 19 ତାର୍ଲଗେ ମିସ୍ପାରର୍ ମୁକିଆ ଜେସୁଅର୍ ପିଲା ଏସର୍ ପାଚୁରିର୍ ବାକ୍ ଲଗର୍ ପାଟାଗାରେ ଜିବା ଗାଟି ବାଟର୍ ମୁଆଟେ ଅଲ୍ଗା ଗଟେକ୍ ବାଗ୍ ତିଆର୍ କଲାଇ। 20 ସେ ଲଗେ ସବ୍ଅର୍ ପିଲା ବାରୁକ୍ ଜନି କରି ପାଚୁରିର୍ ବାକ୍ରଡ୍ ଲଗେଅନି ଇଲିଆସିବ୍ ବଡ୍ ଜାଜକର୍ ଗରର୍ ଦୁଆର୍ ଜାକ ଅଲ୍ଗା ଗଟେକ୍ ବାଗ୍ ତିଆର୍ କଲା। 21 ତାର୍ପଚେ ଅକକସର ନାତି ଉରିଅର୍ ପିଲା ମରେଅତ୍ ଇଲିଆସିବର୍ ଗରର୍ ଦୁଆର୍ ଲଗେଅନି ଇଲିଆସିବର୍ ଗର୍ଜାକ; ଅଲ୍ଗା ଗଟେକ୍ ବାଗ୍ ତିଆର୍ କଲା।
22 ଆରି, ତାର୍ପଚେ ମରୁବାଲି ବୁଏଁ ବାସା ଅଇରଇବା ମୁକିଅ ଜାଜକ୍ମନ୍ ତିଆର୍ କଲାଇ। 23 ସେମନର୍ ପଚେ ବିନିଆମିନ୍ ଆରି ଅସୁବ୍ ନିଜର୍ ଗର୍ ମୁଆଟେ ତିଆର୍ କଲାଇ । ସେମନର୍ପଚେ ଅନନିଅର୍ ନାତି ମାସେଅର୍ ପିଲା ଅସ୍ରିଅ ତାର୍ ନିଜର୍ ଗର୍ ଲଗେ ତିଆର୍ କଲାଇ । 24 ତାର୍ପଚେ ଏନାଦଦ୍ର ପିଲା ବିନୁଇ ଅସ୍ରିଅର୍ ଗରେଅନି ପାଚୁରିର୍ ବାକ୍ ଆରି କନ୍ ଜାକ ଗଟେକ୍ ବାଗ୍ ତିଆର୍ କଲା 25 ଉସଇର୍ ପିଲା ପାଲାଲ୍ ପାଚୁରିର୍ ବାକର୍ ମୁଆଟେ ଜାଗୁଆଲ୍ ଗର୍ ଲଗର୍ ଉଚ୍ ରାଜାମେଡର୍ ଲଗେ ବାଇରର୍ ଦୁର୍ଗ ଲଗେ ତିଆର୍ କଲାଇ । ତାର୍ପଚେ ପରିଅସର୍ପ ପଦାଇଅ ତିଆର୍ କଲା। 26 ସେଡ୍କିବେଲେ ସେବାକାମ୍ କର୍ବା ଲକ୍ମନ୍ ପାନିଜିବା ବାଟ୍ର ପୁରୁବ୍ଦିଗର୍ ମୁଆଟ୍ ଜାକ ଆରି ବାଇରର୍ ସାରାସାରି ଦୁର୍ଗ ଜାକ ଅପଲ ତେଇ ବାସା କର୍ତେ ରଇଲାଇ।
27 ତାର୍ପଚେ ତକଇଅମନ୍ ବାଇରର୍ ଡେଙ୍ଗ୍ ମେଡ୍ ଗର୍ ଜାକ ଅପଲର୍ ପାଚୁରି ଜାକ ଅଲ୍ଗା ଗଟେକ୍ ବାଗର୍ ସଜାଡ୍ଲାଇ। 28 ବଡ୍ ଜାଜକ୍ମନ୍ ସର୍ତେ ଲକ୍ ନିଜର୍ ନିଜର୍ ଗର୍ ମୁଆଟେ ଗଡା ବାନ୍ଦ୍ବା ବାଟର୍ ଉପର୍ ତାଡେ ସଜାଡ୍ଲାଇ 29 ସେମନର୍ ପଚେ ଇମେରର୍ ପିଲା ସାଦକ୍ ନିଜର୍ ଗର୍ ମୁଆଟେ ସଜାଡ୍ଲାଇ । ଆରି, ତାର୍ପଚେ ପୁରୁବ୍ ଦିଗର୍ ଜାଗୁଆଲ୍ମନ୍ ସକନିଅର୍ ପିଲା ସମଇଅ ସଜାଡ୍ଲାଇ ।
30 ତାର୍ପଚେ ସେଲିମିଅର୍ ପିଲା, ଅନାନିଅ ଆରି ସାଲପର୍ ଚନମର୍ ପିଲା ଆନୁନ୍ ଅଲ୍ଗା ଗଟେକ୍ ବାଗେ ତିଆର୍ କଲା। ତାର୍ପଚେ ବେରିକିଅର୍ ପିଲା, ମସୁଲମ୍ ନିଜର୍ ରଇବା ଗର୍ ମୁଆଟେ ସଜାଡ୍ଲାଇ । 31 ତାର୍ପଚେ ମଲକିଅ ନାଉଁର୍ ଗଟେକ୍ ସୁନାତିଆର୍ କରୁ ଅମିପକଦ୍ ଦୁଆରର୍ ସବୁଜାକ ସେବା କାମକରୁମନ୍ ଆରି ବେବାରିମନର୍ ଗର୍ଜାକ, ଆରି କନର୍ ଗାଟି ଜାକ ସଜାଡ୍ଲାଇ। 32 ଆରି କନର୍ ଗାଟି ଆରି ମେଣ୍ଡାକୁଡିଆର୍ ମଜାଇ ସୁନା ତିଆର୍କରୁ ଆରି ବେବାରିମନ୍ ସଜାଡ୍ଲାଇ।