1 ଅର୍ତକସ୍ତ ରାଜାର୍ ସାସନ୍ ବେଲେ କଡେ ମସିଆର୍ ଚଇତ୍ ମାସର୍ ଏ ଗଟ୍ନା ଗଟି ରଇଲା ଜେ, ରାଜାର୍ ଲଗେ ଅଙ୍ଗୁର୍ରସ୍ ଦେବାକେ ରଇଲାବେଲେ ମୁଇ ସେ ଅଙ୍ଗୁର୍ରସ୍ ନେଇ ରାଜାକେ ଦେଲି । ଆରି ଆଗ୍ତୁ ମୁଇ ତାକର୍ ମୁଆଟେ ଦୁକ୍ ଅଇ ନ ରଇଲି । 2 ତାର୍ପଚେ ରାଜା ମକେ ପାଚାର୍ଲା, ତମେ ତା ଜର୍ ଉଆସ୍ ନାଇ, କାଇକେ ତର୍ ମୁ ସୁକାଇ ଆଚୁସୁ ? ଏଟା ମନର୍ ଦୁକ୍କେ ଚାଡ୍ଲେ ଆରି କାଇଟା ମିସା ନାଇ । ତାର୍ପଚେ ମୁଇ ବେସି ଡରି ଗାଲି । 3 ଆରି ମୁଇ ରାଜାକେ କଇଲି, ମଆ ରାଜ୍ ବେସି ଦିନ୍ ଜିଉଁ; ଜନ୍ ନଗର୍ ମର୍ ଆନିଦାଦି ମନର୍ ତପ୍ବା ଜାଗା, ସେଟା ଜେଡେବେଲେ ଉଜାଡି ଅଇ ଅଦ୍ରି ଆଚେ ଆରି ତେଇର୍ ଦୁଆର୍ ସବୁ ଜଇ ତେଇ ପଡି ମସ୍ରି ଗାଲାଆଚେ, ସେଟାର୍ପାଇଁ କାଇକେ ମର୍ ମୁ, ନ ସୁକେ ? 4 ତାର୍ପଚେ ରାଜା ମକେ କଇଲା, ତେବେ ତୁଇ କାଇ ବିସଇରେ ବାବୁଜିଆ କଲାସ୍ନି? ତେବେ ମୁଇ ସର୍ଗର୍ ପର୍ମେସରର୍ ଲଗେ ପାର୍ତନା କଲି । 5 ଆରି, ମୁଇ ରାଜାକେ କଇଲି, ଜେବେ ମଆ ରାଜାର୍ ମନ୍ ସାନ୍ତି ଅଇସି ଆରି ତର୍ ଦାସର୍ ଉପ୍ରେ ଜଦି ଅନୁଗରଅ ରଇଲେ, ତେବେ ମକେ ଜିଉଦା ଦେସେ, ମର୍ ଆନିଦାଦିମନର୍ ମସନ୍ ରଇଲା ନଅଁର୍ ତେଇ ଜିବାକେ ମକେ ଅଲପ୍ ଆଦେସ୍ କର୍, ତାର୍ପଚେ ମୁଇ ତେଇ ଜାଇ ସେଟା ତିଆର୍ କର୍ବି । 6 ସେଡ୍କିବେଲେ ରାଜା ମକେ ପାଚାର୍ଲା, ରାନି ରାଜାର୍ ଲଗେ ବସି ରଇଲା, ତୁଇ ଜାଇ କେଟ୍ବାକେ କେତେ ଦିନ୍ ଲାଗ୍ସି? ଆରି ତୁଇ କେବେ ବାଉଡି ଆଇସୁ? ଏନ୍ତାରି ପାଚାରି ରାଜା ମକେ ଜିବାକେ ମନ୍କଲା, ତାର୍ପଚେ ମୁଇ ବେଲା ବାର୍ କରାଇଲି । 7 ଆରି, ମୁଇ ରାଜାକେ କଇଲି, ଜେବେ ଜଦି ରାଜା ମର୍ ଉପ୍ରେ ସନ୍ତୁସ୍ ଅଇଲେ, ତେବେ ଗାଡ୍ ସେପାଟେ ଜିଉଦା ଦେସର୍ ଦେସ୍ ଜାଗୁଆଲ୍ ମନର୍ ଜାକ ମକେ କେଟାଇ ଦେଇତାଇ, ଏଟାର୍ପାଇ ସେମନ୍କେ ଗଟେକ୍ ଚିଟି ଲେକି ଦେସ୍ । 8 ଆରି, ମନ୍ଦିର୍ ସଙ୍ଗେ ମିସି ରଇବା ବଡ୍ ଦୁଆର୍ ଆରି ନଅଁରର୍ ପାଚୁରି ଆରି ମର୍ ଗରର୍ ପୁର୍ବା ବାଟ୍ ଡିଆଗଡିର୍ ପାଇ କାପାଟ୍ କର୍ବାକେ, ଆସପ୍କେ ଗଟେକ୍ ଚିଟି ଲେକି ଦେସ୍ ବଲିକରି କଇଲି, ସେଡ୍କିବେଲେ ରାଜା ତାର୍ ଦରମ୍ ଆତ୍ସଙ୍ଗ୍ ଗଟେକ୍ ଚିଟି ଲେକି ମକେ ଦେଲା ।
9 ତାର୍ପଚେ ମୁଇ ଗାଡ୍ ସେପାଟର୍ ଦେସ୍ ଜାଗୁଆଲ୍ ମନର୍ ଲଗେ କେଟି ସେମନ୍କେ ରାଜା ଦେଇରଇବା ଚିଟି ଦେଲି । ଆରି, ରାଜା ମର୍ ସଙ୍ଗ୍ ସେନାପତିକେ ଆରି ଗଡା ଚାଲାଉମନ୍କେ ପାଟାଇ ରଇଲା । 10 ମାତର୍ ଇସ୍ରାଇଲର୍ ଲକ୍ ମଙ୍ଗଲ୍ ଚିନ୍ତା କର୍ବାକେ ଗଟେକ୍ ଆଇଲାଆଚେ ବଲିକରି ସୁନି ଅରନିଅ ସନ୍ବଲଟ୍ ଆରି ଅମନିଅ ଦାସ୍ ଟବିଅ ଏ ଦୁଇ ଲକ୍ ବେସି ମନ୍ଦୁକ୍ କଲାଇ ।
11 ଏନ୍ତାରି ମୁଇ ଜିରୁସାଲାମେ କେଟି ତେଇ ତିନ୍ ଦିନ୍ ରଇଲି । 12 ତାର୍ପଚେ ମୁଇ ଆରି ମର୍ ସଙ୍ଗ୍ କେତେକ୍ ଲକ୍ ରାତିଆ ଉଟ୍ଲୁ; ଆରି, ମର୍ ପର୍ମେସର୍ ଜିରୁସାଲାମ୍କେ ଜାଇଟା କର୍ବାକେ ମନ୍ କରିରଇଲା, ସେଟା ମୁଇ କାକେ ମିସା ସୁନାଇ ନାଇ; ଆରି ମୁଇ ଜନ୍ ପସୁ ଉପ୍ରେ ଚଗି ରଇଲି, ସେ ପସୁକେ ଚାଡିଦେଲେ ଆରି ବିନ୍ ପସୁ ମର୍ ସଙ୍ଗ୍ ନ ରଇଲାଇ । 13 ଆରି, ମୁଇ ରାତିଆ ବାରଇ ଉପର ବାଟ୍ବାଟର୍ ନାଗ୍କୁଉଁ ଆରି କତ୍ ଗାଦିର୍ ଦୁଆର୍ ଜାକ ଗାଲି ଆରି ଜିରୁସାଲାମର୍ ବାଙ୍ଗ୍ଲା ପାଚୁରି ଆରି ଜଇଲାଗି ପଡ୍ଲାଟା ଦେକ୍ଲି । 14 ତାର୍ପଚେ ମୁଇ ରାଜା ଗରର୍ ଦୁଆରର୍ ରାଜାର୍ ପାନିଗାଦଇବା ବନ୍ଦ୍ ଜାକ ଗାଲି; ମାତର୍ ତେଇ ମୁଇ ଚଗିରଇଲା ପସୁ ଜିବାକେ ବାଟ୍ ନ ରଇଲା । 15 ତାର୍ପଚେ ମୁଇ ରାତିଆ ଗାଡ୍ ପାଲି ଇଣ୍ଡି ଇଣ୍ଡି କରି ପାଚୁରି ଦେକ୍ଲି; ତାର୍ପଚେ ମୁଇ ଉପର୍ ଜଲା ଜିବା ବାଟ୍ ବାଟେ ବୁଲିକରି ବାଉଡି ଆଇଲି । 16 ମାତର୍ ମୁଇ କନ୍ବାଟେ ଗାଲି ଆରି ମୁଇ କାଇଟା କଲି, ସେଟା ଦେସ୍ ଜାଗୁମନ୍ ନାଜାନତ୍; ଆରି, ଏବ୍କେ ଜାକ ଜିଉଦିମନ୍କେ କି ଜାଜକ୍ମନ୍କେ କି ନେତା କି ମୁକିଆ ଲକ୍ମନ୍କେ କି ଅଲ୍ଗା ବିନ୍ ରକାମ୍ କାମ୍ କରୁ ଲକ୍ମନ୍କେ ସେଟା ଜାନାଇ ନ ରଇଲି । 17 ତାର୍ପଚେ ମୁଇ ସେମନ୍କେ କଇଲି, ଆମେ କନ୍ ରକାମ୍ କାରାପ୍ କାମେ ଚକ୍ଟି ଅଇଆଚୁ, ଜିରୁସାଲାମ୍ ଜେମ୍ନ୍ତାର୍ ଉଜାଡି ଅଇ ଅଦ୍ରାଲା ଆଚେ, ଆରି ତେଇର୍ ଦୁଆର୍ ସବୁ ଜଇ ସଙ୍ଗ୍ ମସ୍ରି ଜାଇ ଆଚେ, ଏଟା ତମେ ଦେକି ଆଚାସ୍; ଆସା, ଆମେ ଜେମ୍ନ୍ତାର୍ ଆରି ନିନ୍ଦା ନ ପାଉ, ସେଟାର୍ପାଇଁ ଜିରୁସାଲାମର୍ ପାଚୁରି ତିଆର୍ କରୁ । 18 ତେବେ ମର୍ତେଇ ମର୍ ପର୍ମେସରର୍ ମଙ୍ଗଲର୍ ଆତର୍ ବିସଇ, ମିସା ମର୍ତେଇ ଏ ରାଜାର୍ କାତା ବିସଇ ମୁଇ ସେମନ୍କେ ଜାନାଇଲି । ତାର୍ପଚେ ସେମନ୍ କଇଲାଇ, ଆସା, ଆମେ ଉଟି ତିଆର୍ କରୁ। ଏନ୍ତାରି ସେମନ୍ ସେ ନିମାନ୍ କାମ୍କେ ନିଜର୍ ନିଜର୍ ଆତ୍କେ ଡାଟ୍ କଲାଇ । 19 ମାତର୍ ଅରନିଅ ସନ୍ବଲଟ୍ ଆରି ଅମନିଅ ଦାସ୍ ଟବିଅ ଆରି ଆରବିଅ ଗେସମ୍ ଏଟା ସୁନି ଆମ୍କେ କିଜାଇଲାଇ ଆରି ଗିନ୍ କରି କଇଲାଇ, ତମେ ଏଟା କାଇ କାମ୍ କଲାସ୍ନି ? ତମେ କାଇ ରାଜାର୍ ବିରୁଦେ ଉଟ୍ସା ? 20 ତେବେ ମୁଇ ଉତର୍ କରି ସେମନ୍କେ କଇଲି, ଜେ ସର୍ଗର୍ ପର୍ମେସର୍, ସେ ଆମର୍ କାମ୍ ସିଦ୍ କର୍ସି; ସେଟାର୍ପାଇଁ ତାକର୍ ଦାସ୍ ଆମେ ଉଟି ତିଆର୍ କର୍ବୁ; ମାତର୍ ଜିରୁସାଲାମେ ତମର୍ କନ୍ ମିସା ବାଗ୍ କି ଅଦିକାର୍ କି ଆଇବାଦିନ୍ମନ୍କେ ଏତାଇବା ଚିନ୍ ନାଇ ।