1 ଆରି, ସବୁଲକ୍ ଗଟେକ୍ ଅଇକରି ପାନିଦୁଆର୍ ନାଉଁର୍ ଡେଲାବାଟେ ରୁଣ୍ଡ୍ଲାଇ; ଆରି ସବୁବେଲର୍ ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମସା ଜନ୍ ପୁସ୍ତକ୍ ଆନ୍ବାକେ ଆଦେସ୍ ଦେଇ ରଇଲା, ସେଟା ଆନ୍ବାକେ ସେମନ୍ ଏଜ୍ରା ସିକିତ୍ ଲକ୍କେ କଇଲା । 2 ତେଇ ସାତ୍ ମାସର୍ ପର୍ତୁମ୍ ଦିନେ ଏଜ୍ରାର୍ ମୁକିଅ ଜାଜକ୍ ମୁନୁସ୍ମନ୍ ଆରି ମାଇଜି ସବୁ ଜେତେକ୍ଲକ୍ ସୁନିକରି ବୁଜି ପାର୍ବାଇ, ସେଟା ସର୍ତେ ସବୁର୍ ମୁଆଟେ ସେ ବେବସ୍ତା ବଇ ଆନ୍ଲାଇ । 3 ସେଟାର୍ପାଇଁ ସେ ପାନିଦୁଆର୍ ନାଉଁର୍ ମୁଆଟର୍ ଡେଲାବାଟେ ମାଇଜି ମୁନୁସ୍ମନ୍ ଜେତେକ୍ ଲକ୍ ସୁନିକରି ବୁଜି ପାର୍ବାଇ ସେ ସବୁଲକର୍ ମୁଆଟେ ସାକାଲେ ଅନି ମୁଇଦାନ୍ ଜାକ ସେ ବଇକେ ପଡ୍ଲା; ଆରି, ସେ ସବୁ ଲକ୍ମନ୍ ସୁନ୍ ପାରା ସେ ପୁସ୍ତକ୍ ପଡ୍ଲା ।
4 ଆରି, ଏଜ୍ରା ସିକିତ୍ ଲକ୍କେ ସେ କାମର୍ ପାଇ ଗଚ୍ ସଙ୍ଗ୍ ତିଆର୍ କଲା ଟେଜ୍ ଉପ୍ରେ ଟିଆଅଇଲା; ଆରି ଦକିନ୍ ଦିଗେ ତାର୍ଲଗେ ମତତିଅ, ସେମା, ଅନାଅ, ଉରିଅ, ଇଲ୍କିଅ, ଆରି ମାସେଅ ଟିଆ ଅଇଲାଇ; ଆରି ତାର୍ ଉଜାବାଟେ ପଦାଅ, ମିସାଏଲ୍, ମଲ୍କିଅ, ଅସୁମ୍, ଅସ୍ବଦାନା, ଜିକରିଅ ଆରି ମସୁଲମ୍ ଟିଆ ଅଇଲାଇ। 5 ତାର୍ପଚେ ଏଜ୍ରା ସବୁର୍ ମୁଆଟେ ସେ ବଇକେ ବେଟ୍ଲା; କାଇକେ ବଇଲେ ସେ ସବୁର୍ଟାନେ ଅନି ଉପ୍ରେ ଟିଆଅଇ ରଇଲା; ଆରି, ସେ ନିଅମର୍ ପୁସ୍ତକ୍ ବେଟ୍ବା ବେଲେ ସବୁ ଲକ୍ ଟିଆଅଇ ରଇଲାଇ। 6 ତାର୍ପଚେ ଏଜ୍ରା ଡାକ୍ପୁଟା ସବୁବେଲର୍ ମାପ୍ରୁକେ ଦନିଅବାଦ୍ କଲା। ଆରି ସବୁ ଲକ୍ଜାକ ଆତ୍ ଉପ୍ରେ ଟେକିକରି ଆମେନ୍,ଆମେନ୍ ବଲିକରି ଉତର୍ ଦେଲାଇ; ଆରି ସେମନର୍ ନିଜର୍ ନିଜର୍ ମୁଁକେ ଲୁଆଁଇ କରି ସବୁବେଲର୍ ମାପ୍ରୁକେ ଜୁଆର୍ କଲାଇ। 7 ଆରି, ଜେସୁଅ ଆରି ବାନି ଆରି ସେରେବିଅ, ଜାମିନ୍, ଅକବ୍, ସବ୍ତଅ, ଅଦିଅ, ମାସେଅ, କଲିଟ, ଅସ୍ରିଅ, ଜସାବଦ୍, ଆନନ୍, ପଲାଅ, ଆରି ଲେବିଅମନ୍ ଲକ୍ମନ୍କେ ନିଅମ୍ ବୁଜାଇ ଦେଲାଇ; ଆରି ଲକ୍ମନ୍ ନିଜର୍ ନିଜର୍ ଜାଗା ଲଗେ ଟିଆଅଇ ରଇଲାଇ।
8 ଆରି ସେମନ୍ ନିମାନ୍ ସଙ୍ଗେ ପର୍ମେସରର୍ ନିଅମ୍ ପୁସ୍ତକ୍ ପଡ୍ଲାଇ ଆରି ସେମନ୍ ସିତିର୍ ଅରତ୍ ବୁଜାଇ ଦେଲାଇ, ତେବର୍ପାଇ ଲକ୍ମନ୍ ସିତିର୍ ଅରତ୍ ବୁଜି ପାର୍ଲାଇ।
9 ଆରି ସାସନ୍କାରିଆ ନିଇମିଆ ଆରି ସିକିତ୍ ଆରି ଏଜ୍ରା ଜାଜକ୍ ଆରି ଲକ୍ମନ୍କେ ସିକିଆ ଦେଉ ଲେବିଅମନ୍ ସବୁ ଲକ୍କେ କଇଲାଇ, ଆଜିର୍ ଦିନ୍ ସବୁବେଲର୍ ମାପ୍ରୁ ତମର୍ ପର୍ମେସରର୍ ନାଉଁରେ ସୁକଲ୍ ଦିନ୍; ଦୁକ୍ କରାନାଇ କି ମାରିଚପି ଅଇ କାନ୍ଦା ନାଇ। କାଇକେବଇଲେ ନିଅମର୍ ବାକିଅ ସୁନ୍ଲାକେ, ସବୁ ଲକ୍ଜାକ କାନ୍ଦ୍ଲାଇ। 10 ଆରି ନିଇମିଆ ସେମନ୍କେ କଇଲା, ନିଜର୍ ନିଜର୍ ବାଟେ ଜାଆ, ନିକ ଜିନିସ୍ କାଆ, ଆରି ସୁଆଦ୍ ଜିନିସ୍ କାଆ, ଆରି, ଜାର୍ପାଇ କାଇଟାମିସା ରାନ୍ଦା ଅଏ ନାଇ, ତାର୍ପାଇ କଣ୍ଡେକ୍ ପାଟାଆ; କାଇକେବଇଲେ ଆଜିର୍ ଦିନ୍ ଆମର୍ ମାପ୍ରୁର୍ ନାଉଁରେ ସୁକଲ୍ ଦିନ୍, ତମେ ଦୁକ୍ ଉଆନାଇ; ଜେନ୍ତାରି କି ସବୁବେଲର୍ ମାପ୍ରୁର୍ ବିସଇ ସାର୍ଦା ଆରି ବପୁ ଅଇସି ।
11 ସେଡ୍କିବେଲେ ଲେବିଅମନ୍ ସବୁଲକ୍କେ ଚୁପ୍ କରାଇ କରି କଇଲାଇ, ଚୁପ୍ ଉଆ, ଆଜି ସୁକଲ୍ ଦିନ୍; ତମେ ଦୁକ୍ କରାନାଇ। 12 ତାର୍ପଚେ ଲକ୍ମନ୍ ନିଜର୍ ଲକ୍ମନର୍ ଲଗେ ଜାନାଇ ରଇବା ବାକିଅକେ ବୁଜ୍ଲାକେ ସେ ସବୁ ଲକ୍ ଜାକ କାଇବାକେ ଆରି କଣ୍ଡେକ୍ ପାଟାଇବାକେ ଆରି ବେସି ସାର୍ଦା କର୍ବାକେ ନିଜର୍ ନିଜର୍ ବାଟେ ଉଟି ଗାଲାଇ।
13 ଆରି ଦୁଇଦିନେ ସବୁଲକର୍ ବଁସର୍ ଆନିଦାଦିମନର୍ ମୁକିଅମନ୍, ପୁଜାରିମନ୍ ଆରି ଲେବିଅମନ୍ ନିଅମର୍ ବାକିଅ ଆଲ୍ଚନା କର୍ବାକେ ସିକିତ୍ ରଉ ଏଜ୍ରା ଲଗେ ରୁଣ୍ଡ୍ଲାଇ। 14 ସେମନ୍ ମସାର୍ ଲାଗି ଲେକା ଅଇରଇବା ସବୁବେଲର୍ ଏ ଆଗିଆଁ ନିଅମେ ଲେକାଜାଇ ରଇବାଟା ଦେକ୍ଲାଇଜେ, ସାତ୍ମାସର୍ ପରବ୍ ବେଲେ ଇସ୍ରାଏଲର୍ ପିଲାମନ୍ ପତର୍ କୁଡିଆଇ କେନ୍ତାରି ଜାଇ ବାସା କର୍ବାଇ; 15 ଆରି , ସେମନ୍ ନିଜର୍ ସବୁଜାକ ନଅଁର୍ମନ୍କେ ଆରି ଜିରୁସାଲମେ ଏ କାତାକେ ନେଇକରି ଜାନାଇବାଇ ଆରି ପର୍ଚାର୍ କର୍ବାଇ, ତମେ ଲେକା ଇସାବ୍ରେ ପତର୍ କୁଡିଆ ତିଆର୍ କର୍ବାକେ ଡଙ୍ଗ୍ରେ ଜାଇକରି ଜିତ୍ ଗଚ୍ ଆରି ବନର୍ ଜିତ୍ କେନ୍ଦା ଆରି ମେଏନ୍ଦି କେନ୍ଦା ଆରି କଜ୍ରି କେନ୍ଦା ଆରି ଗଟେକ୍ ଜୁଜୁରା ଗଚର୍ କେନ୍ଦା ଆନା।
16 ତାର୍ପଚେ ଲକ୍ମନ୍ ବାଇରେ ଜାଇକରି ସେଟାମନ୍ ସବୁଜାକ ଆନିକରି ନିଜର୍ପାଇ ପତର୍ କୁଡିଆ ତିଆର୍ କଲାଇ, ସବୁ ଲକ୍ଜାକ ନିଜର୍ ନିଜର୍ ଗରର୍ ଚାତ୍ ଉପ୍ରେ ଆରି ମୁଆଟେ ଆରି ପର୍ମେସରର୍ ଗରର୍ ମୁଆଟେ ଆରି ପାନିଦୁଆର୍ ଡେଲାଇ ଆରି ଇପ୍ରିଅମ ଦୁଆରର୍ ଡେଲାଇ ତିଆର୍ କଲାଇ। 17 ଆରି ବନ୍ଦିଗରେଅନି ମୁକ୍ଲି ଆସି ରଇବା ସର୍ତେ ଲକ୍ମନ୍ ପତର୍ କୁଡିଆ ତିଆର୍ କରି ତେଇ ବାସା କଲାଇ; ନୁନ୍ର ପିଲା ଜେସୁଅର୍ ସମଏ ଅନି ସେ ଦିନ୍ ଜାକ ଇସ୍ରାଏଲର୍ ପିଲା ଜିଲା ସେ ରକାମ୍ କରି ନ ରଇଲାଇ । ସେଟାର୍ପାଇଁ ବେସିବଡ୍ ସାର୍ଦା ଅଇଲା। 18 ଆରି , ସେ ପର୍ତୁମ୍ ଦିନେ ଅନି ସାରାସାରି ଦିନ୍ଜାକ ସବୁ ଦିନ୍ ପର୍ମେସରର୍ ନିଅମ୍ ପୁସ୍ତକ୍ ତେଇ ଅନି ପଡ୍ଲା। ଆରି ଲକ୍ମନ୍ ସାତ୍ଦିନ୍ ଜାକ ପରବ୍ ପାଲ୍ଲାଇ; ଆରି, ରିତିନିତି ଇସାବେ ଆଟ୍ ଦିନ ଜାକ ବଡ୍ସବା ଅଇଲା।