1 ଜନ୍ ଜାଜକ୍ମନ୍ ଆରି ଲେବିଅମନ୍ ସଲ୍ଟିଏଲର୍ ପିଲା ଜିରୁବାବିଲ୍ ଆରି ଜେସୁଅ ସଙ୍ଗେ ଆସିରଇଲା, ସେମନ୍ ଅଇଲାଇନି; ସରାଇଅ, ଜିରିମିଅ, ଏଜ୍ରା; 2 ଅମରିଅ, ମଲୁକ୍, ଅଟୁସ୍ 3 ସକନିଅ, ରଉମ୍, ମରେମତ୍; 4 ଇଦଅ, ଗିନ୍ତଇ, ଅବିଅ; 5 ମିଆମିନ୍, ମଅଦିଅ, ବିଲ୍ଗା; 6 ସମଇଅ ଆରି ଜଆରିବ୍, ଜିଦଇଅ; 7 ସଲ୍, ଆମକ୍, ଇଲ୍କିଅ, ଜିଦମିଅ । ଏ ଲକ୍ମନ୍ ଜେସୁଅର୍ ବେଲେ ଜାଜକ୍ ମନର୍ ଆରି ନିଜର୍ ନିଜର୍ ବାଇମନର୍ ବିତ୍ରେ ମୁକିଆ ଅଇ ରଇଲାଇ । 8 ଆରି ଲେବିଅମନ୍, ଅଇଲାଇନି; ଜେସୁଅ, ବିନୁଇ, କଦ୍ମିଏଲ୍, ସେରେବିଅ, ଜିଉଦା ଆରି ମତନିଅ ସେ ମତ୍ନିଅ ଆରି ତାର୍ ବାଇମନ୍ ଦନିଅବାଦର୍ ସେବା କାମ୍ କର୍ବା ଲକର୍ ମୁକିଆ ଅଇ ରଇଲାଇ । 9 ଅଇଲେମିସା ସେମନର୍ ବାଇ ବକ୍ବୁକିଅ ଆରି ଉନି ସେମନର୍ ଲଗେ ଡାଣ୍ଡାସି କାମ୍ କଲାଇ ।
10 ଆରି, ଜେସୁଅର୍ ପିଲା ଜଇଆକିମ୍, ଜଇଆକିମର୍ ପିଲା ଇଲିଆସିବ୍ ଆରି ଇଲିଆସିବର୍ ପିଲା ଜଇଆଦ୍, 11 ଜଇଆଦର୍ ପିଲା ଜନାତନ୍ ଆରି ଜନାତନର୍ ପିଲା ଜଦୁଅ
12 ଆରି, ଜଇଆକିମର୍ ବେଲେ ଏ ଜାଜକ୍ମନ୍ ତାକର୍ ଆନିଦାଦିମନର୍ ବିତ୍ରେ ଅନି ମୁକିଆ ରଇଲାଇ, ସେମନ୍ ଅଇଲାଇନି; ସରାଇଅ ବଁସ୍ର ମରାଇଅ;ଜିରିମିଅ ବଁସର୍ ଅନାନିଅ 13 ଏଜ୍ରା ବଁସ୍ର ମସୁଲମ୍; ଅମରିଅ ବଁସର୍ ଜିଅଆନନ୍; 14 ମଲୁକି ବଁସର୍ ଜନାତନ୍, ସବନିଅ ବଁସର୍ ଜସେପ୍; 15 ଆରିମ୍ ବଁସର୍ ଅଦନ୍; ମରାଇଅତ୍ ବଁସର୍ ଇଲ୍କଇ; 16 ଇଦ ବଁସର୍ ଜିକରିଅ; ଗିନ୍ତନ୍ ବଁସର୍ ମସୁଲମ୍; 17 ଅବିଅ ବଁସର୍ ସିକ୍ର; ମିନିଆମିନ୍ ବଁସର୍, ମଅଁଦିଅ ବଁସର୍ ପିଲେଟଇ; 18 ବିଲ୍ଗା ବଁସର୍ ସମୁଇଅ; ସମଇଅ ବଁସର୍ ଜିଅନାତନ୍; 19 ଆରି ଜଆରିବ୍ ବଁସର୍ ମତ୍ନଇ; ଜିଦଇଅ ବଁସର୍ ଉସି; 20 ଆମକ୍ ବଁସର୍ ଏବର;ସଲ୍ଇଅ ବଁସର୍ କଲଇଅ; 21 ଇଲ୍କିଅ ବଁସର୍ ଅସ୍ବିଅ; ଜିଦ୍ଇଅ ବଁସର ନତ୍ନେଲ୍।
22 ଇଲିଆସିବ୍, ଜଇଆଦ୍ ଆରି ଜଆନନ୍ ଆରି ଜଦୁଅ ବେଲେ ଲେବିଅମନ୍ ମିସା ପାର୍ସିଅ ଦାରିଆବସର୍ ସାସନ୍ ବେଲେ ଜାଜକ୍ମନ୍ ଆନିଦାଦିମନର୍ ବଁସର୍ ମୁକିଆ ପାରା ତାକର୍ ବଁସ୍ ଲଗେ ଲେକା ଅଇଲା । 23 ଲେବିଅ ବଁସେ ଜନମ୍ ଅଇଲା ଆନିଦାଦିମନର୍ ମୁକିଆ ଲକର୍ ନାଉଁ ଇଲିଆସିବର୍ ପିଲା ଜଆନନର୍ ବେଲା ଜାକ ବଁସର୍ ନାଉଁ ଲେକ୍ବାତେଇ ଲେକ୍ଲାଇ ।
24 ଲେବିଅମନର୍ ମୁକିଆ ଲକ୍ମନ୍; ଅସ୍ବିଅ, ସେରେବିଅ ଆରି କଦ୍ମିଏଲର୍ ପିଲା ଜେସୁଅ ଆରି ତାକର୍ ଲଗେ ରଇଲା ତାର୍ ବାଇମନ୍ ପ୍ମେସରର୍ ଲକ୍ ଦାଉଦର୍ ଆଦେସ୍ ଇସାବେ ଦଲ୍ ଦଲ୍ ଅଇ ମଇମା ଆରି ଦନିଅବାଦ୍ ସରପ୍ମାନ୍ କର୍ବାକେ ବାଚି ଅଇଲାଇ । 25 ମତ୍ନିଅ ଆରି ବକ୍ବୁକିଅ, ଅବଦିଅ, ମସୁଲମ୍, ଟଲେମାନ୍, ଆକୁବର, ବାଟ୍ ଜାଗୁଆଲ୍ ଅଇ ଦୁଆର୍ ଲଗାଲଗିର୍ ଜେତ୍କି ଗୁଦାମ୍ ଗର୍ ରଇଲା ସେ ସର୍ତେ ତେଇ ଜାଗ୍ତେ ରଇଲାଇ । 26 ଏ ମନ୍ ଅଇଲାଇନି ଜସାଦରର୍ ନାତି ଜେସୁଅର୍ ପିଲା ଜଇଆକିମ୍ ବେଲେ ରଇଲା, ଆରି ସାସନ୍ କାରିଆ ନିଇମିଆ ଆରି ତାର୍ ସଙ୍ଗେ ସିକିତ୍ ଜାଜକ୍ ଏଜ୍ରାର୍ ବେଲେ ରଇଲା ।
27 ଜିରୁସାଲମର୍ ପାଚୁରି ପର୍ତିସ୍ଟା କର୍ବାବେଲେ ଲକ୍ମନ୍ ଗିନି, ବାଉଁସି ଆରି ଡୁଡୁଙ୍ଗା ବାଜାଇ ଦନିଅବାଦ୍ ଆରି ଗିତ୍ ଗାଇକରି ସାର୍ଦାସଙ୍ଗ୍ ପର୍ତିସ୍ଟା ପାଲ୍ବାକେ ଲେବିଅମନ୍କେ ଜିରୁସାଲାମେ ଅନି ଆନ୍ବାକେ ସେମନ୍କେ ଗୁଲାଇବାଟେ କଜି ବୁଲ୍ଲାଇ । 28 ଆରି, ଗିତ୍ ଗାଇବା ଲକ୍ମନର୍ ପିଲାମନ୍ ଜିରୁସାଲାମର୍ ଚାରିବେଟ୍ତିର୍ ଜାଗାଇ ଅନି ଆରି ନଟପାତିଅମନର୍ ବିନ୍ ବିନ୍ ନଅଁରେ ଅନି; 29 ଆରି ବେତ୍ ଗିଲ୍ଟଲର୍, ଆରି ଗେବା ଆରି ଅସ୍ମାବତ୍ ପଦାଇ ଗଟେକ୍ ଲଗେ ଟୁଲ୍ ଅଇଲାଇ; କାଇକେବଇଲେ ଗିତ୍ ଗାଇବା ଲକ୍ମନ୍ ଜିରୁସାଲାମର୍ ଚାରିବେଟ୍ତିର୍ ନଅଁର୍ ମନ୍କେ ଜାଇ ବାସା ଅଇଲାଇ । 30 ତାର୍ପଚେ ଜାଜକ୍ମନ୍ ଆରି ଲେବିଅମନ୍ ନିଜ୍କେ ସୁକଲ୍ ଅଇଲାଇ; ଆରି, ସେମନ୍ ଲକ୍ମନ୍କେ ଆରି ଦୁଆର୍କେ ଆରି ପାଚୁରିକେ ସୁକଲ୍ କଲାଇ । 31 ତାର୍ପଚେ ମୁଇ ଜିଉଦାର୍ ମୁକିଆ ଲକ୍ମନ୍କେ ପାଚୁରି ଉପ୍ରେ ଆନ୍ଲି, ଆରି ଦନିଅବାଦ୍ ଆରି ମଇମା କର୍ବାକେ ଦୁଇଟା ବଡ୍ଦଲ୍ କରି ବାଚ୍ଲି ତାର୍ପଚେ ଗଟେକ୍ ଦଲ୍ ଦକିନ୍ ଦିଗେ ଜାଇ ପାଚୁରିକେ ଜାଇକରି କାଚ୍ରା ଗାଦିର୍ ବାଟ୍ ତେଇକେ ଗାଲାଇ । 32 ଆରି, ସେମନର୍ ପଚେ ଅସଇଅ ଆରି ଜିଉଦାର୍ ଅଦା ମୁକିଆ ଲକ୍ମନ୍, 33 ଆରି, ଅସ୍ରିଅ, ଏଜ୍ରା ଆରି ମସୁଲମ୍, 34 ଜିଉଦା ଆରି ବିନିଆମିନ୍ ଆରି ସମଇଅ ଆରି ଜିରିମିଅ, 35 ଆରି କେତେଟା ଜାଜକର୍ ପିଲାମନ୍ ମଇରି ଦାରି ଇଣ୍ଡ୍ଲାଇ; ଆସପ୍ ବଁସ୍ଏ ଜନମ୍ ଅଇଲା ସକୁରର୍ ଡକ୍ରାର୍ ପୁତି, ମିକାଅର୍ ପୁତି, ମତନିଅର୍ ନାତି, ସମ୍ଇଅର୍ ପିଲା ଜେ କି ଜନାତନ୍, ତାର୍ ପିଲା ଜିକରିଅ 36 ଆରି ତାର୍ ବାଇମନ୍ ସମଇଅ ଆରି ଅସ୍ରେଲ୍, ମିଲ୍ଲଇ,ଗିଲ୍ଲଇ, ମାଇଅ, ନତ୍ନେଲ୍ ଆରି ଜିଉଦା, ଅନାନି, ଏ ଅଇଲାଇନି ପର୍ମେସରର୍ ଲକ୍ ଦାଉଦ୍ର୍ ବାଜାବାଇଦ୍ ଜିନିସ୍ ଦାରିକରି ଗାଲାଇ; ସିକିତ୍ ରଇଲା ଏଜ୍ରା ସେମନର୍ ଆଗ୍ତୁ ଆଗ୍ତୁ ଗାଲା 37 ଆରି, ସେମନ୍ ସାନ୍ଟା ବାଟ୍ ଦେଇ କରି ତାକର୍ ମୁଆଟର୍ ସିଦା ବାଟ୍କତି ଜାଇ ଦାଉଦ୍ ନଅଁରର୍ ପାଉଚ୍ ତେଇକେ ଜାଇ ପାଚୁରି ଲଙ୍ଗି ଦାଉଦର୍ ଗର୍ ଉପର୍ ବାଟେ ଜାଇ ପୁରୁବ୍ ଦିଗର୍ ପାନି ଦୁଆର୍ ଜାକ ଗାଲାଇ । 38 ଆରି, ସେମନର୍ ବିତ୍ରେଅନି ଜନ୍ ବିନ୍ ଦଲର୍ ଲକ୍ ସବୁବେଲର୍ ମାପ୍ରୁକେ ଦନିଅବାଦ୍ କଲାଇ, ସେମନ୍ ସେମନ୍କେ ମିସ୍ବାକେ ଗାଲାଇ, ଆରି ଆମେ ଆରି ଅଦା ଲକ୍ମନ୍ ସେମନର୍ ପଚ୍ପଚ୍ ପାଚୁରିର୍ ଉପ୍ରେ ଡେଙ୍ଗ୍ ଚୁଲି ରଇଲାତେଇକେ ସାନ୍ଟା ପାଚୁରି ଜାକ ଗାଲୁ; 39 ଆରି, ଇପ୍ରଇମ୍ ବାଟ୍ ଆରି ପୁର୍ନା ବାଟ୍ ଆରି ମାଚ୍ ନାଉଁର୍ ବାଟ୍ ଆରି ଅନନେଲ୍ ଚୁଲି ଆରି ଅମିଅ ଚୁଲି ତେଇକେ ଜାଇ ମେଣ୍ଡାମନ୍ ରଇଲା ବାଟ୍ ବାଟେ ଗାଲୁ; ଆରି, ସେମନ୍ ଡାଣ୍ଡାସିମନର୍ ବାଟ୍ ଲଗେ ଟିଆ ଅଇ ରଇଲା ।
40 ଆରି ପର୍ମେସରର୍ ଗରେ ଦନିଅବାଦ୍ ସରପ୍ମାନ୍ କର୍ବାକେ ସେ ଦୁଇ ଦଲ୍ ଆରି ଆମେ, ଆରି ଆମର୍ ସଙ୍ଗ୍ କେତେକ୍ ମୁକିଆମନ୍;
41 ଆରି ଇଲିଆକିମ୍, ମାସେଅ, ମିନିଆମିନ୍, ମିକାଇଅ, ଇଲିଅଇନଇ, ଜିକରିଅ, ଅନାନିଅ, ବାଜା ବାଜାଉମନ୍, ଏ ଜାଜକ୍ମନ୍; 42 ଆରି, ମାସେଅ ଆରି ସମ୍ଇଅ ଆରି ଇଲିଆସର୍ ଆରି ଉସି ଆରି ଜିଅଆନନ୍ ଆରି ମଲ୍କିଅ ଆରି ଏଲମ୍ ଆରି ଏସର୍, ଆରି ଆମେ ସର୍ତେ ଲକ୍ ଟିଆ ଅଇ ରଇଲୁ । ସେଡ୍କିବେଲେ ଗିତ୍ ଗାଇବା ଲକମନ୍ ଆରି ସେମନର୍ ମୁକିଆ ଜିସ୍ରଇଅ ଆଉଲି ଅଇକରି ଗିତ୍ ଗାଇଲା ।
43 ଆରି, ସେ ଦିନେ ଲକ୍ମନ୍ ବଡ୍ ବଲି କରି ସାର୍ଦା କଲାଇ; କାଇକେବଇଲେ ପର୍ମେସର୍ ବଡ୍ସାର୍ଦା ସଙ୍ଗ୍ ସାର୍ଦା କରି ରଇଲା; ଆରି ମାଇଜିମନ୍ ଆରି ପିଲାଟକିମନ୍ ମିସା ସାର୍ଦା କଲାଇ; ସେଡ୍କିବେଲେ ଜିରୁସାଲାମର୍ ସାର୍ଦା କର୍ବାଟା ଆଉଲି ବେସି ଦୁର୍କେ ସୁନା ଅଇଲା ।
44 ଆରି ସେ ଦିନେ ପସଲ୍ ଆରି ତଲ୍ଲାଟା ସର୍ତେ ଲକ୍ ଜାଜକ୍ମନ୍କେ ଆରି ଲେବିଅମନ୍କେ ସର୍ତେ ଲକ୍ ତାକର୍ ପର୍ତୁମ୍ ପାଚାଇଲା ପଲ୍ମୁଲ୍ ଆରି ମାପ୍ରୁକେ ଦେବା ଦସ୍ମାଉଁସ୍ ନିଅମ୍ ଇସାବ୍ରେ ଗଟେକ୍ ଗରେ ଆନି ଟୁଲିଆଇବାକେ ଲକ୍ମନ୍କେ ବାଚ୍ଲାଇ; କାଇକେବଇଲେ ତେଇ କାମ୍ କର୍ବା ଲକ୍ମନ୍ ଜାଜକ୍ ଆରି ଲେବିଅମନର୍ ଲାଗି ଜିଉଦା ସାର୍ଦା ଅଇ ରଇଲା ।
45 ଆରି, ସେମନ୍ ଦାଉଦ ଆରି ତାର୍ ପିଲା ସଲମନର୍ ଆଦେସ୍ ଇସାବେ ତାକର୍ ନିଜର୍ ପର୍ମେସରର୍ ସେବା ଆରି ସୁଚି ଅଇଲାଇ, ଆରି ଗିତ୍ ଗାଇବାଲକ୍ ଆରି ଜାଗୁଆଲ୍ମନ୍ ସେନ୍ତାର୍ କଲାଇ । 46 କାଇକେବଇଲେ ଆଗ୍ତୁ ଦାଉଦ୍ ଆରି ଆସପର୍ ବେଲେ ଗିତ୍ ଗାଇବା ଲକର୍ ବିତ୍ରେ ଗଟେକ୍ ଲକ୍ ମୁକିଆ ରଇଲା ଆରି ପର୍ମେସରର୍ ନାଉଁରେ ପର୍ସଙ୍ଗ୍ସା ଆରି ଦନିଅବାଦର୍ କେତେକ୍ ଗିତ୍ କଇଲାଇ । 47 ଆରି, ଜିରୁବାବିଲ୍ ଆରି ନିଇମିଆର୍ ବେଲେ ସାରା ଇସ୍ରାଇଏଲ୍କେ ସେ ଦିନର୍ କାମ୍ ଇସାବେ ଗିତ୍ ଗାଇବା ଲକ୍ମନର୍ ଆରି ବାଟ୍ ଜାଗୁଆଲ୍ମନର୍ ବାଗ୍ ଦେଲାଇ; ଆରି ଲକ୍ମନ୍ ଲେବିଅମନର୍ ପାଇ ଜିନିସ୍ପତର୍ ଜାଗାଇଲାଇ ଆରି ଲେବିଅମନ୍ ଆରଣର୍ ଲକ୍ମନର୍ ପାଇ ଜିନିସ୍ପତର୍ ସରପ୍ମାନ୍ କଲାଇ ।